ମହାମହିମ, ପ୍ରଧାନମନ୍ତ୍ରୀ ସିନାଓ୍ୱାତ୍ରା,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!
ସାଓ୍ଵାଦି କ୍ରାପ୍ !

 

ଏହି ସ୍ୱର୍ଣ୍ଣଭୂମିରେ ମୋତେ ଦିଆଯାଇଥିବା ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ସତ୍କାର ପାଇଁ ମୁଁ ପ୍ରଧାନମନ୍ତ୍ରୀ ସିନାୱାତ୍ରାଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଉଛି ।

ମାର୍ଚ୍ଚ ୨୮ରେ ଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଁ ଭାରତବାସୀଙ୍କ ତରଫରୁ ଗଭୀର ସମବେଦନା ଜଣାଉଛି । ଆମେ ସମସ୍ତେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।

 

ବନ୍ଧୁଗଣ,

ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ଆମର ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କ ସହ ଜଡିତ । ବୌଦ୍ଧ ଧର୍ମର ପ୍ରଚାର-ପ୍ରସାର ଆମ ଲୋକଙ୍କୁ ଏକତ୍ରିତ କରିଛି।

ଆୟୁଥ୍ୟାଠାରୁ ନାଳନ୍ଦା ପର୍ଯ୍ୟନ୍ତ ପଣ୍ଡିତଙ୍କ ଆଦାନ ପ୍ରଦାନ ହୋଇଛି। ରାମାୟଣର କାହାଣୀ ଥାଇ ଲୋକକଥାରେ ଗଭୀର ଭାବରେ ଜଡ଼ିତ । ଏଥିସହିତ ସଂସ୍କୃତ ଓ ପାଲିର ପ୍ରଭାବ ଆଜି ବି ଆମ ଭାଷା ଓ ପରମ୍ପରାରେ ପ୍ରତିଫଳିତ ହେଉଛି।

ମୋର ଏହି ଯାତ୍ରା ପରିପ୍ରେକ୍ଷୀରେ ୧୮ଶ ଶତାବ୍ଦୀର 'ରାମାୟଣ' ମୂର୍ତ୍ତିଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିଥିବାରୁ ମୁଁ ଥାଇଲାଣ୍ଡ ସରକାରଙ୍କୁ କୃତଜ୍ଞତା ଜଣାଉଛି ।

ପ୍ରଧାନମନ୍ତ୍ରୀ ସିନାୱାତ୍ରା ମୋତେ ଏକ ତ୍ରି-ପିଟକ ଉପହାର ଦେଇଛନ୍ତି। ବୁଦ୍ଧଙ୍କ ଦେଶ ଭାରତବର୍ଷ ତରଫରୁ ମୁଁ ଏହାକୁ ହାତ ଯୋଡି ସ୍ୱିକାର କରୁଛି । ଗତବର୍ଷ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଭାରତରୁ ଥାଇଲାଣ୍ଡକୁ ପଠାଯାଇଥିଲା। ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରଦ୍ଧାଞ୍ଜଳି ଦେବାର ସୁଯୋଗ ପାଇଛନ୍ତି। ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ୧୯୬୦ ମସିହାରେ ଗୁଜରାଟର ଅରାବଳୀରେ ମିଳିଥିବା ପବିତ୍ର ଅବଶେଷକୁ ମଧ୍ୟ ଏକ ପ୍ରଦର୍ଶନୀ ପାଇଁ ଥାଇଲାଣ୍ଡ ପଠାଯିବ ।

ଚଳିତ ବର୍ଷ ଆମର ପୁରୁଣା ସମ୍ପର୍କ ଭାରତରେ ମହାକୁମ୍ଭରେ ମଧ୍ୟ ଦୃଶ୍ୟମାନ ହୋଇଥିଲା । ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶରେ ଥାଇଲାଣ୍ଡ ସମେତ ବିଦେଶରୁ ଆସିଥିବା ୬୦୦ରୁ ଅଧିକ ବୌଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବିଶ୍ୱ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରିଥିଲା।

 

ବନ୍ଧୁଗଣ,

ଭାରତର 'ଆକ୍ଟ ଇଷ୍ଟ' ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରେ ଥାଇଲାଣ୍ଡର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଆଜି ଆମେ ଆମର ସମ୍ପର୍କକୁ ଏକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛୁ । ଏଥିସହ ଆମ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଏକ 'ଷ୍ଟ୍ରାଟେଜିକ୍ ଡାଏଲଗ୍' ପ୍ରତିଷ୍ଠା ନେଇ ମଧ୍ୟ ଆମେ ଆଲୋଚନା କରିଛୁ।

ସାଇବର ଅପରାଧର ଶିକାର ହୋଇଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ଆମେ ଥାଇଲାଣ୍ଡ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ମାନବ ଚାଲାଣ ଏବଂ ବେଆଇନ ପ୍ରବାସକୁ ରୋକିବା ପାଇଁ ଆମର ଏଜେନ୍ସିମାନେ ସହଯୋଗର ହାତ ବଢାଇବେ ବୋଲି ଆମେ ରାଜି ହୋଇଛୁ ।

ଥାଇଲାଣ୍ଡ ଏବଂ ଭାରତର ଉତ୍ତର-ପୂର୍ବରାଜ୍ୟ ମଧ୍ୟରେ ପର୍ଯ୍ୟଟନ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆମେ ଗୁରୁତ୍ୱ ଦେଇଛୁ।

ପାରସ୍ପରିକ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ବ୍ୟବସାୟିକ ବିନିମୟ ବୃଦ୍ଧି ଉପରେ ଆମେ ଆଲୋଚନା କରିଛୁ । ଏମ.ଏସ.ଏମ.ଇ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଚୁକ୍ତି ହୋଇଛି ।

ଅକ୍ଷୟ ଶକ୍ତି, ଡିଜିଟାଲ ଟେକ୍ନୋଲୋଜି, ଇ-ଯାନ, ରୋବୋଟିକ୍ସ, ମହାକାଶ, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଭୌତିକ ଯୋଗାଯୋଗ ବୃଦ୍ଧି ସହିତ ଉଭୟ ଦେଶ ଫିନ୍‌ଟେକ୍‌ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିବେ।

ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ଥାଇ ପର୍ଯ୍ୟଟକଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବା ଆରମ୍ଭ କରିଛି।

 

ବନ୍ଧୁଗଣ,

ଆସିଆନ୍ ହେଉଛି ଭାରତର ବ୍ୟାପକ ରଣନୈତିକ ସହଯୋଗୀ। ପଡ଼ୋଶୀ ସାମୁଦ୍ରିକ ରାଷ୍ଟ୍ର ଭାବେ ଏହି ଅଞ୍ଚଳରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିରେ ଆମର ସମ୍ମିଳିତ ସ୍ୱାର୍ଥ ନିହିତ।

ଆସିଆନ ଏକତା ଏବଂ ଆସିଆନ୍ କେନ୍ଦ୍ରୀୟତାକୁ ଭାରତ ଦୃଢ଼ ସମର୍ଥନ କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉଭୟ ଦେଶ ଏକ ମୁକ୍ତ, ଖୋଲା, ସମାବେଶୀ ଏବଂ ନିୟମ ଭିତ୍ତିକ ଶୃଙ୍ଖଳାକୁ ସମର୍ଥନ କରୁଛନ୍ତି।

ଆମେ ବିକାଶରେ ବିଶ୍ୱାସ କରୁ, ସମ୍ପ୍ରସାରଣବାଦରେ ନୁହେଁ । 'ଭାରତ-ପ୍ରଶାନ୍ତ ମହାସାଗର' ଅଭିଯାନର 'ମେରିଟାଇମ୍ ଇକୋଲୋଜି' ସ୍ତମ୍ଭକୁ ସହ-ନେତୃତ୍ୱ ଦେବା ପାଇଁ ଥାଇଲାଣ୍ଡର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।

 

ବନ୍ଧୁଗଣ,
ମୁଁ ଆସନ୍ତାକାଲି ବିମ୍‌ଷ୍ଟେକ୍‌ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ । ଥାଇଲାଣ୍ଡର ଅଧ୍ୟକ୍ଷତାରେ ଏହି ମଞ୍ଚ ଆଞ୍ଚଳିକ ସହଯୋଗ ଦିଗରେ ନୂତନ ଗତି ହାସଲ କରିଛି। ଏହି ସଫଳତା ପାଇଁ ଆମେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଉଛୁ ।

ମହାମହିମ,
ପୁଣି ଥରେ ମୁଁ ଆପଣମାନଙ୍କୁ ଏହି ଭବ୍ୟ ସ୍ୱାଗତ ଏବଂ ସମ୍ମାନ ପାଇଁ ଧନ୍ୟବାଦ ଜଣାଉଛି । ତ୍ରି-ପିଟକର ଏହି ଉପହାର ପାଇଁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Does PM Modi’s Visit To Uzbekistan Come At The Right Time?

Media Coverage

Why Does PM Modi’s Visit To Uzbekistan Come At The Right Time?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour