ମହାମହିମ, ପ୍ରଧାନମନ୍ତ୍ରୀ ଫାମ୍ ମିଙ୍ଗ ଚିଙ୍ଗ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ଆମର ସାଥିମାନେ,

ନମସ୍କାର!

ସିନ୍ ଚାଉ!

ମୁଁ ପ୍ରଧାନମନ୍ତ୍ରୀ ଫାମ୍ ମିଙ୍ଗ ଚିଙ୍ଗ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତକୁ ସ୍ୱାଗତ କରୁଛି। ସର୍ବ ପ୍ରଥମେ

ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ସାଧାରଣ ସମ୍ପାଦକ, ନ୍ୟୁୟେନ ଫୁ ଚୋଙ୍ଗଙ୍କ ବିୟୋଗରେ ଗଭୀର ସମବେଦନା ଜଣାଇବାକୁ ଚାହୁଁଛି।

ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ। ଆଉ ତାଙ୍କ ନେତୃତ୍ୱରେ ଭାରତ ଓ ଭିଏତନାମ ସମ୍ପର୍କକୁ ମଧ୍ୟ ଏକ ରଣନୀତିକ ଦିଗ ମିଳିଥିଲା ।

 

ସାଥିମାନେ,

ବିଗତ ଦଶନ୍ଧି ମଧ୍ୟରେ ଆମ ସମ୍ପର୍କର ଆକାର ବିସ୍ତାରିତ ମଧ୍ୟ ହୋଇଛି ଏବଂ ଏଥିରେ ଗଭୀରତା ମଧ୍ୟ ଆସିଛି l

ବିଗତ ୧୦ ବର୍ଷ ମଧ୍ୟରେ ଆମେ ଆମ ର ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିଛୁ ।

ଆମର ଦ୍ୱିପାକ୍ଷିକ ବାଣିଜ୍ୟ ୮୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ଶକ୍ତି, ପ୍ରଯୁକ୍ତି ବିଦ୍ୟା ଓ ବିକାଶ ଭାଗିଦାରୀକ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି।

ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ନୂତନ ଗତି ମିଳିଛି।

ଗତ ଦଶନ୍ଧି ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଛି। ଏବଂ ଆଜି ଆମ ନୂତନ ୫୦ରୁ ଅଧିକ ସିଧାସଳଖ ବିମାନ ସେବା ଅଛି ।

ଏହା ସହିତ ପର୍ଯ୍ୟଟନ କ୍ଷେତ୍ରରେ କ୍ରମାଗତ ଭାବେ ବୃଦ୍ଧି ହେଉଛି, ଏବଂ ପାଇବା ସହ ଲୋକଙ୍କୁ ଇ-ଭିସା ର ସୁବିଧା ମଧ୍ୟ ଦିଆଯାଇଛି।

'ମି ସୋନ'ର ପ୍ରାଚୀନ ମନ୍ଦିରଗୁଡ଼ିକର ପୁନରୁଦ୍ଧାରର କାର୍ଯ୍ୟ ସଫଳତାର ପୂର୍ବକ ଶେଷ କରାଯାଇଛି ।

ସାଥିମାନେ,

ବିଗତ ଦଶନ୍ଧିର ସଫଳତାକୁ ଦୃଷ୍ଟିରେ ରଖି ଆଜିର ଆଲୋଚନାରେ ଆମେ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ ।

ଏବଂ ଭବିଷ୍ୟତର ରଚନା ଦିଗରେ ଅନେକ ପଦକ୍ଷେପ ନେଇଥିଲେ ।

'ବିକଶିତ ଭାରତ ୨୦୪୭' ଏବଂ ଭିଏତନାମର 'ଭିଜନ ୨୦୪୫' କାରଣରୁ ଉଭୟ ଦେଶର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି ଆମେ ବିଶ୍ୱାସ କରୁଛୁ।

ଏହା ଦ୍ୱାରା ପାରସ୍ପରିକ ସହଯୋଗର ଅନେକ ନୂଆ କ୍ଷେତ୍ର ଖୋଲୁଛି।

ତେଣୁ ଆମର ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ଆମେ ଏକ ନୂତନ କାର୍ଯ୍ୟ ଯୋଜନା ଗ୍ରହଣ କରିଛୁ ।

ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପାଇଁ ନୂଆ ପଦକ୍ଷେପ ନିଆଯାଇଛି।

‘ନୂତନ-ଚାଙ୍ଗ’ ରେ ନିର୍ମିତ ଆର୍ମି ସଫ୍ଟୱେର ପାର୍କ ଆଜି ଉଦ୍ ଘାଟିତ ହୋଇଛି।

୩୦୦ ନିୟୁତ ଡଲାର ର ଋଣ ରାଜିନାମା ସ୍ୱାକ୍ଷରିତ ହେବା ଦ୍ଵାରା ଭିଏତନାମର ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ଼ କରିବ ।

ଆତଙ୍କବାଦ ଏବଂ ସାଇବର ନିରାପତ୍ତା ବିଷୟରେ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ ।

ପାରସ୍ପରିକ ବାଣିଜ୍ୟର ସମ୍ଭାବନାକୁ ଉପଲବ୍ଧି କରିବା ପାଇଁ ଆସିଆନ-ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତିର ସମୀକ୍ଷା ଯଥାଶୀଘ୍ର ଶେଷ ହେବା ଉଚିତ ।

ଡିଜିଟାଲ ପେମେଣ୍ଟ କନେକ୍ଟିଭିଟି ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ହୋଇଛି ।

ଆମେ ସବୁଜ ଅର୍ଥନୀତି ଏବଂ ନୂତନ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛୁ ।

ଶକ୍ତି ଏବଂ ବନ୍ଦର ବିକାଶରେ ପରସ୍ପରର ସାମର୍ଥ୍ୟକୁ ପାରସ୍ପରିକ ଲାଭ ପାଇଁ ବ୍ୟବହାର କରାଯିବ ।

ଉଭୟ ଦେଶର ଘରୋଇ କ୍ଷେତ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଯୋଡ଼ିବା ପାଇଁ ମଧ୍ୟ କାର୍ଯ୍ୟ କରାଯିବ।

 

ସାଥିମାନେ,

ଉଭୟ ଦେଶର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କୃଷି ଓ ମତ୍ସ୍ୟଚାଷ ।

ଏହି କ୍ଷେତ୍ରଗୁଡ଼ିକ ଲୋକଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତା ସହ ଜଡ଼ିତ।

ଆମେ ଏହି କ୍ଷେତ୍ରଗୁଡ଼ିକରେ ଜର୍ମପ୍ଲାଜମ ବିନିମୟ ଏବଂ ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛୁ ।

ଆମର ମିଳିତ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଭାରତ ବିଶ୍ୱ ଐତିହ୍ୟ ସ୍ଥଳ "ମି ସୋନ୍"ର "ବ୍ଲକ ଏଫ୍" ର ମନ୍ଦିରର ସଂରକ୍ଷଣରେ ସହଯୋଗ କରିବ ।

ଆମେ ସମସ୍ତେ ଜାଣୁ, ବୌଦ୍ଧ ଧର୍ମ ହେଉଛି ଆମର ମିଳିତ ଐତିହ୍ୟ ଯାହା ଉଭୟ ଦେଶର ଲୋକଙ୍କୁ ଆଧ୍ୟାତ୍ମିକ ସ୍ତରରେ ପରସ୍ପରକୁ ଯୋଡ଼ିଛି ।

ଆମେ ଭିଏତନାମର ଲୋକଙ୍କୁ ଭାରତର ବୌଦ୍ଧ ସର୍କିଟକୁ ନିମନ୍ତ୍ରଣ କରୁଛୁ ।

ଏବଂ ଆମେ ଚାହୁଁଛୁ ଯେ ଭିଏତନାମର ଯୁବକମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଲାଭ ଉଠାନ୍ତୁ ।

 

ସାଥିମାନେ,

ଆମର ଆକ୍ଟ ଇଷ୍ଟ ନୀତି ଏବଂ ଆମର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରେ ଭିଏତନାମ ହେଉଛି ଆମର ମୂଲ୍ୟବାନ ସହଯୋଗୀ ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କୁ ନେଇ ଆମ ମତରେ ଭଲ ସମନ୍ୱୟ ରହିଛି ।

ଆମେ ବିକାଶକୁ ସମର୍ଥନ କରୁଛୁ, ସମ୍ପ୍ରସାରଣବାଦକୁ ନୁହେଁ ।

ଏକ ମୁକ୍ତ, ମୁକ୍ତ, ନିୟମ ଭିତ୍ତିକ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରପାଇଁ ଆମେ ଆମର ସହଯୋଗ ଜାରି ରଖିବୁ ।

ସିଡିଆରଆଇରେ ଯୋଗ ଦେବା ପାଇଁ ଭିଏତନାମର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

ସାଥିମାନେ,

ପୁଣି ଥରେ ମୁଁ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିଙ୍ଗଙ୍କୁ ସ୍ୱାଗତ କରୁଛି।

ଆପଣଙ୍କର ଏହି ଗସ୍ତ ଆମ ସମ୍ପର୍କରେ ଏକ ନୂତନ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡୁଛି ।

ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth