ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ଅବସରରେ ଜର୍ମାନିର ଚାନସେଲର ମହାମହିମ ଶ୍ରୀ ଓଲାଫ୍ ସ୍କୋଲଜଙ୍କୁ ଭେଟିଥିଲେ । ଫେବ୍ରୁଆରି ୨୦୨୩ରେ ଭାରତ ଗସ୍ତ ପରେ ଚାନସେଲରଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ ଭାରତ ଗସ୍ତ ଥିଲା।

ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ଚାନସେଲର ସ୍କୋଲଜ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଜର୍ମାନୀର ସମର୍ଥନକୁ ପ୍ରଶଂସା କରିଥିଲେ, ଯେଉଁଥିରେ ବିଭିନ୍ନ ଜି-୨୦ ବୈଠକ ଏବଂ କାର୍ଯ୍ୟକ୍ରମରେ ଉଚ୍ଚସ୍ତରୀୟ ଅଂଶଗ୍ରହଣ କରାଯାଇଥିଲା ।

ଉଭୟ ନେତା ସେମାନଙ୍କ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ଅଗ୍ରଗତି ର ସମୀକ୍ଷା କରିଥିଲେ । ପ୍ରତିରକ୍ଷା, ସବୁଜ ଓ ନିରନ୍ତର ବିକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଦକ୍ଷ କର୍ମଚାରୀଙ୍କ ଗତିଶୀଳତା ଏବଂ ଶିକ୍ଷା ଭଳି କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ଉପରେ ସେମାନେ ଆଲୋଚନା କରିଥିଲେ ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ନେତାମାନେ ମତ ବିନିମୟ କରିଥିଲେ ।

ଆନ୍ତଃସରକାରୀ ଆୟୋଗର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ବର୍ଷ ଚାନସେଲର ସ୍କୋଲଜଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future