ମହାମାନ୍ୟ ଚାନସେଲର ସୋଲଜ୍‌

ଦୁଇ ଦେଶରୁ ଆସିଥିବା ପ୍ରତିନିଧିମାନେ

ଗଣମାଧ୍ୟମ ପ୍ରତିନିଧିମାନେ

ନମସ୍କାର!

ଗୁଟନ ଟାଗ!

ପ୍ରଥମେ ମୁଁ ଚାନସେଲର ସୋଲଜ ଏବଂ ତାଙ୍କ ପ୍ରତିନିଧି ଦଳଙ୍କୁ ଭାରତରେ ସ୍ୱାଗତ କରୁଛି । ମୁଁ ଖୁସିଯେ ବିଗତ ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।

ଗତ ଦୁଇ ତିନି ଦିନ ମଧ୍ୟରେ ହୋଇଥିବା ଗତିବିଧିରୁ ଆପଣ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀତାର ବ୍ୟାପକତା ଅନୁଭବ କରିପାରିବେ । ଆଜି ସକାଳୁ ଆମକୁ ଜର୍ମାନୀ ବିଜିନେସର ଏସିଆ ପାସିଫିକ କନଫରେନ୍ସକୁ ସମ୍ବୋଧନ କରିବାର ସୁଯୋଗ ମିଳିଥିଲା ।

ମୋ ତୃତୀୟ କାର୍ଯ୍ୟକାଳର ଆଇଜିସି ବୈଠକ କିଛି ସମୟ ତଳେ ସମ୍ପନ୍ନ ହୋଇଛି । ଏବେ ଆମେ ସିଇଓ ଫୋରମ୍ ବୈଠକରୁ ଆସୁଛୁ । ଏହି ସମୟରେ ଜର୍ମାନୀ ନେଭିର ଜାହାଜ ଗୋଆ ବନ୍ଦରରେ ମଧ୍ୟ ପହଞ୍ଚିଛି । ଖେଳ ଜଗତ ମଧ୍ୟ ପଛରେ ପଡ଼ିନାହିଁ । ଆମ ହକି ଟିମ୍ ମଧ୍ୟରେ ବନ୍ଧୁତ୍ୱ ମ୍ୟାଚ୍ ଅନୁଷ୍ଠିତ ହେଉଛି ।

 

ବନ୍ଧୁଗଣ,

ଚାନସେଲର ସୋଲଜଙ୍କ ନେତୃତ୍ୱରେ ଆମର ସହଭାଗିତାକୁ ଏକ ନୂତନ ଗତି ଓ ଦିଗ ମିଳିଛି । ଜର୍ମାନୀର ‘ଫୋକସ୍ ଅନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପାଇଁ ମୁଁ ଚାନସେଲର ସୋଲଜଙ୍କୁ ଅଭିନନ୍ଦନ ଜଣାଉଛି, ଯାହାକି ବିଶ୍ୱର ଦୁଇ ବୃହତ ଲୋକତନ୍ତ୍ର ମଧ୍ୟରେ ସହଭାଗିତାକୁ ସମନ୍ୱିତ ଭାବେ ଆଧୁନିକୀକରଣ ଓ ଶୀର୍ଷକୁ ନେବାର ବ୍ଲୁପ୍ରିଣ୍ଟ ।

ଆଜି ଆମର ନବାଚାର ଓ ପ୍ରଯୁକ୍ତି ରୋଡମ୍ୟାପର ଶୁଭାରମ୍ଭ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁତ୍ଥିତ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ନବାଚାର କ୍ଷେତ୍ରରେ ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣ ଉପରେ ସହମତି ପ୍ରକାଶ ପାଇଛି । ଏହା ଆର୍ଟିଫଇସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ । ଏହା ସୁରକ୍ଷିତ, ବିଶ୍ୱସନୀୟ ଏବଂ ନମନୀୟ ବୈଶ୍ୱିକ ଯୋଗାଣ ଶୃଙ୍ଖଳକୁ ସହାୟତା କରିବ ।

ବନ୍ଧୁଗଣ,

ରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବଢ଼ୁଥିବା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ । ଗୋପନୀୟ ତଥ୍ୟର ଆଦାନପ୍ରଦାନ ପାଇଁ ବୁଝାମଣା ଏ ଦିଗରେ ନୂତନ ପଦକ୍ଷେପ । ଆଜି ସ୍ୱାକ୍ଷର ହୋଇଥିବା ପାରସ୍ପରିକ ଆଇନଗତ ସହାୟତା ଚୁକ୍ତିନାମା ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ବିରୋଧରେ ଲଢ଼େଇ ସକାଶେ ମିଳିତ ପ୍ରୟାସକୁ ସଶକ୍ତ କରିବ ।

ସବୁଜ ଏବଂ ଶତତ ବିକାଶ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ନିରନ୍ତର କାର୍ଯ୍ୟ କରୁଛନ୍ତି । ଗ୍ରୀନ୍ ଏବଂ ସଷ୍ଟେନବଲ ପାର୍ଟନରସିପକୁ ଆଗେଇ ନେବାକୁ ଆଜି ଗ୍ରୀନ୍ ଅର୍ବାନ ମୋବିଲିଟି ପାର୍ଟନରସିପ୍‌ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆମେ ସହମତ ହୋଇଛୁ । ଏଥିସହ ଗ୍ରୀନ୍ ହାଇଡ୍ରୋଜେନ୍ ହୋଡମ୍ୟାପର ମଧ୍ୟ ଶୁଭାରମ୍ଭ ହୋଇଛି ।

 

ବନ୍ଧୁଗଣ,

ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଏବେ ଚାଲିଥିବା ବିବାଦ ଉଭୟ ଦେଶଙ୍କ ପାଇଁ ଉଦ୍‌ବେଗର ବିଷୟ । ଭାରତ ସବୁବେଳେ ବିଶ୍ୱାସ କରେ ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ବାଟ ନୁହେଁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଯେକୌଣସି କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ।

ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଜାହାଜ ଚଳାଚଳ ପାଇଁ ଆଇନକୁ ସୁନିଶ୍ଚିତ କରିବାକୁ ଆମେ ଉଭୟେ ସହମତ ।

ଆମେ ଏଥିରେ ମଧ୍ୟ ଏକମତ ହେଲୁ ଯେ ଏକବିଂଶ ଶତାବ୍ଦୀରେ ଗଠନ ହୋଇଥିବା ବୈଶ୍ୱିକ ମଞ୍ଚ ଗୁଡ଼ିକ ଏକବିିଂଶ ଶତାବ୍ଦୀର ଆହ୍ୱାନର ମୁକାବିଲା କରିବାକୁ ଅସମର୍ଥ ।

ଜାତିସଂଘ ନିରାପତ୍ତା ପରିଷଦ ସମେତ ଅନେକ ବହୁମୁଖୀ ସଂସ୍ଥାରେ ସଂସ୍କାର ଆବଶ୍ୟକ ।

ଭାରତ ଓ ଜର୍ମାନୀ ଏ ଦିଗରେ ମିଳିତ ଭାବେ କାମ କରିବେ ।

ବନ୍ଧୁଗଣ,

ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦକ୍ଷତା ବିକାଶ ଏବଂ ନିଯୁକ୍ତିଭିତ୍ତିକ ଶିକ୍ଷାକୁ ମିଳିତ ଭାବେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛୁ । ଆଇଆଇଟି ଚେନ୍ନାଇ ଏବଂ ଡ୍ରେସଡନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଛି, ଯାହାକି ଆମ ଛାତ୍ରଛାତ୍ରୀଙ୍କୁ ଦ୍ୱୈତ ଡିଗ୍ରୀର ଫାଇଦା ଦେବ ।

ଜର୍ମାନୀର ପ୍ରଗତି ଓ ସମୃଦ୍ଧି ଦିଗରେ ଭାରତର ଯୁବାଶକ୍ତିଙ୍କ ଅବଦାନ ରହିଛି । ଭାରତ ପାଇଁ ଜର୍ମାନୀ ଆରମ୍ଭ କରିଥିବା ‘ସ୍କିଲଡ ଲେବର ଷ୍ଟ୍ରାଟେଜି’କୁ ଆମେ ସ୍ୱାଗତ କରୁଛୁ । ମୋର ବିଶ୍ୱାସ ଅଛି ଆମର ଯୁବ ଶକ୍ତି ଜର୍ମାନୀର ବିକାଶରେ ଯୋଗଦାନ ପାଇଁ ଅଧିକ ସୁଯୋଗ ପାଇବେ । ଭାରତୀୟ ଟାଲେଣ୍ଟର ଦକ୍ଷତା ଉପରେ ବିଶ୍ୱାସ ରଖିଥିବାରୁ ଚାନସେଲର ସ୍କୋଲଜଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।

ମହାମାନ୍ୟ,

ଆପଣଙ୍କ ଭାରତ ଯାତ୍ରାରୁ ଆମର ସହଭାଗିତାକୁ ନୂଆ ଗତି, ଶକ୍ତି ଏବଂ ଉତ୍ସାହ ମିଳିଛି । ମୁଁ ଜୋର୍ ଦେଇ କହିପାରେ ଆମ ସହଭାଗିତା ସ୍ପଷ୍ଟ ଏବଂ ଏହାର ଭବିଷ୍ୟତ ଉଜ୍ୱଳ ।

ଜର୍ମାନ ଭାଷାରେ, ଆଲେସ କ୍ଲାର, ଆଲେସ ଗଟ!

ବହୁତ ବହୁତ ଧନ୍ୟବାଦ

ଡାଷଙ୍କ ଶୋନ୍

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”