‘‘ବିଗତ ୬ ବର୍ଷ ମଧ୍ୟରେ କୃଷି ବଜେଟ ବହୁଗୁଣ ବୃଦ୍ଧି ପାଇଛି। ଗତ ସାତ ବର୍ଷ ମଧ୍ୟରେ ଚାଷୀଙ୍କୁ ଦିଆଯାଉଥିବା କୃଷି ଋଣ ପରିମାଣ ମଧ୍ୟ ଅଢ଼େଇ ଗୁଣ ବଢ଼ିଛି’’
‘‘୨୦୨୩କୁ ଅନ୍ତର୍ଜାତୀୟ ମୋଟା ଶସ୍ୟ ବର୍ଷ ଭାବେ ମାନ୍ୟତା ଦିଆଯାଇଥିବାରୁ, କର୍ପୋରେଟ୍‌ ଜଗତ ଭାରତୀୟ ମୋଟା ଶସ୍ୟର ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନ ପାଇଁ ଆଗେଇ ଆସିବା ଉଚିତ୍‌’’
‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକବିଂଶ ଶତାବ୍ଦୀରେ କୃଷି ଏବଂ ଚାଷ ସଂକ୍ରାନ୍ତ ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ’’
‘‘ଦେଶରେ ଗତ ୩-୪ ବର୍ଷ ମଧ୍ୟରେ, ୭୦୦ରୁ ଅଧିକ କୃଷି ଷ୍ଟାର୍ଟଅପ ସୃଷ୍ଟି ହୋଇଛି’’
‘‘ସରକାର ଏକ ନୂଆ ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି। ସମବାୟ ସଂସ୍ଥାଗୁଡ଼ିକୁ ଏକ ସଫଳ ବ୍ୟବସାୟିକ ଉଦ୍ୟମରେ କିଭଳି ପରିଣତ କରିବାକୁ ହେବ ଆପଣମାନେ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉଚିତ୍‌’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ର ଉପରେ କେନ୍ଦ୍ର ବଜେଟ ୨୦୨୨ର ସକାରାତ୍ମକ ପ୍ରଭାବ ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଛନ୍ତି । କୃଷି କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ବଜେଟ କେଉଁ ମାର୍ଗରେ ଯୋଗଦାନ କରିପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ୱେବିନାରରେ ‘ସ୍ମାର୍ଟ କୃଷି’ – କାର୍ଯ୍ୟକାରିତା ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧି, ଉଦ୍ୟୋଗ ଜଗତ ପ୍ରତିନିଧି, ଶିକ୍ଷାବିତ ଏବଂ କୃଷକମାନେ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ, ପିଏମ କିଷାନ ସମ୍ମାନ ନିଧି ଯୋଜନାର ତିନି ବର୍ଷ ପୂର୍ତ୍ତି ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦେଶର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏହି ଯୋଜନା ଏକ ଦୃଢ଼ ସହାୟତା ପ୍ରଦାନ କରିଛି । ଏହି ଯୋଜନା ଅଧୀନରେ, ୧୧ କୋଟି ଚାଷୀଙ୍କୁ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଇ ଦିଆସରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବିହନ ଠାରୁ ବଜାର ପର୍ଯ୍ୟନ୍ତ ବ୍ୟାପିଥିବା ଅନେକ ନୂଆ ବ୍ୟବସ୍ଥା ଏବଂ କୃଷି କ୍ଷେତ୍ରରେ ପୁରୁଣା ବ୍ୟବସ୍ଥାରେ ଅଣାଯାଇଥିବା ସଂସ୍କାର ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ‘‘ମାତ୍ର ୬ ବର୍ଷ ମଧ୍ୟରେ କୃଷି ବଜେଟ୍‌ ବହୁଗୁଣ ବୃଦ୍ଧି ପାଇଛି । ଗତ ସାତ ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ କୃଷି ଋଣ ପରିମାଣ ମଧ୍ୟ ଅଢ଼େଇ ଗୁଣ ବଢ଼ିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ, ଏକ ବିଶେଷ ଅଭିଯାନର ଅଂଶବିଶେଷ ଭାବେ ୩ କୋଟି ଚାଷୀମାନଙ୍କୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଯୋଗାଇ ଦିଆଯାଇଛି । କିସାନ କ୍ରେଡିଟ୍‌ କାର୍ଡର ଲାଭ ଏବେ ପଶୁ ପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ର ସହ ସମ୍ପୃକ୍ତ ରହିଥିବା ଚାଷୀମାନଙ୍କୁ ମଧ୍ୟ ମିଳିପାରୁଛି। କ୍ଷୁଦ୍ର ଜଳସେଚନ ନେଟୱର୍କ ମଧ୍ୟ ସୁଦୃଢ଼ କରାଯାଇଛି ଯାହାକି କ୍ଷୁଦ୍ର ଚାଷୀମାନଙ୍କୁ ବ୍ୟାପକ ଭାବେ ସହାୟତା ପ୍ରଦାନ କରିଥିବା ସେ କହିଛନ୍ତି ।

ସେ କହିଥିଲେ ଯେ, ଏହିସବୁ ପ୍ରୟାସ କାରଣରୁ ଚାଷୀମାନେ ରେକର୍ଡ ଫସଲ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ କ୍ରୟ ମଧ୍ୟ ନୂଆ ରେକର୍ଡ ଅତିକ୍ରମ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି । ଫଳରେ ଜୈବିକ କୃଷିଜାତ ଉତ୍ପାଦ କାରବାର ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଜୈବିକ କୃଷି ଉତ୍ପାଦ ରପ୍ତାନି ପରିମାଣ ୭ହଜାର କୋଟି ଟଙ୍କାରେ ପହଞ୍ଚିଛି ଯାହାକି ୬ ବର୍ଷ ପୂର୍ବରୁ ୨୦୦୦ କୋଟି ଟଙ୍କା ଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାତଟି ମାର୍ଗରେ କୃଷି କ୍ଷେତ୍ରକୁ ଆଧୁନିକ ଏବଂ ସ୍ମାର୍ଟ କରିବା ଲାଗି ବଜେଟରେ ପ୍ରସ୍ତାବ ରହିଛି । ପ୍ରଥମତଃ, ଗଙ୍ଗା ନଦୀର ଉଭୟ ତଟରେ ୫ କିଲୋମିଟର ପରିଧି ମଧ୍ୟରେ ପ୍ରାକୃତିକ କୃଷିକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, କୃଷକମାନଙ୍କ ପାଇଁ କୃଷି ଏବଂ ଉଦ୍ୟାନ କୃଷିରେ ଆଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବ। ତୃତୀୟତଃ ଖାଇବା ତେଲ ଆମଦାନୀ ଉପରେ ନିର୍ଭରଶୀଳତା ହାସଲ କରିବା ଲାଗି ମିଶନ ଅଏଲ ପାମ୍‌କୁ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି । ଚତୁର୍ଥତଃ, କୃଷିଜାତ ଉତ୍ପାଦ ପରିବହନ ଲାଗି ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ୍‌ ଜରିଆରେ ନୂଆ ଲଜିଷ୍ଟିକ୍ସ ବ୍ୟବସ୍ଥା କରାଯିବ । ଏହି ବଜେଟରେ ଥିବା ପଞ୍ଚମ ସମାଧାନ ହେଉଛି କୃଷିଜାତ ବର୍ଜ୍ୟବସ୍ତୁର ଉନ୍ନତ ପରିଚାଳନା ଏବଂ ବର୍ଜ୍ୟବସ୍ତୁରୁ ଇନ୍ଧନ ଉତ୍ପାଦନ ସମାଧାନ ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି। ଷଷ୍ଠରେ, ଦେଢ଼ ଲକ୍ଷ ପୋଷ୍ଟ ଅଫିସ ନିୟମିତ ବ୍ୟାଙ୍କ ସେବା ଯୋଗାଇ ଦେବେ ଯାହାଫଳରେ ଚାଷୀମାନେ ସମସ୍ୟାରେ ପଡ଼ିବେ ନାହିଁ । ସପ୍ତମରେ, କୃଷି ଗବେଷଣା ଏବଂ ଶିକ୍ଷା ପାଠ୍ୟକ୍ରମକୁ ଆଧୁନିକ ସମୟର ଚାହିଦା ଆଧାରରେ ପରିବର୍ତ୍ତନ କରାଯିବ । ଏଥିରେ କୌଶଳ ବିକାଶ ଏବଂ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ୨୦୨୩କୁ ଅନ୍ତର୍ଜାତୀୟ ମୋଟାଶସ୍ୟ (ମିଲେଟ୍‌) ବର୍ଷ ଭାବେ ମାନ୍ୟତା ଦିଆଯାଇଛି । ଭାରତୀୟ ମୋଟା ଶସ୍ୟର ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନ ପାଇଁ କର୍ପୋରେଟ୍‌ ଜଗତ ଆଗେଇ ଆସିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଭାରତୀୟ ମୋଟା ଶସ୍ୟର ଗୁଣବତ୍ତା ଓ ଲାଭକୁ ଲୋକପ୍ରିୟ କରିବା ଲାଗି ସେମିନାର ଓ ଅନ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପ ଆୟୋଜନ କରିବା ଲାଗି ସେ ମଧ୍ୟ ପ୍ରମୁଖ ଭାରତୀୟ ମିଶନମାନଙ୍କୁ ଅନୁରୋଧ କରିଥିଲେ । ପରିବେଶ ଅନୁକୂଳ ଜୀବନଶୈଳୀ ପାଇଁ ସଚେତନତା ବଢ଼ାଇବା ଏବଂ ପ୍ରାକୃତିକ ଓ ଜୈବିକ ଉତ୍ପାଦ ପାଇଁ ବଜାର ସୃଷ୍ଟି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ କୃଷିର ପ୍ରୋତ୍ସାହନ ପାଇଁ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରାକୃତିକ କୃଷି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କୁ କହିଥିଲେ ।

ଭାରତରେ ମୃତ୍ତିକା ପରୀକ୍ଷଣ ସଂସ୍କୃତି ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ଜୋର ଦେଇଥିଲେ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ନିୟମିତ ମୃତ୍ତିକା ପରୀକ୍ଷାର ପ୍ରଚଳନ ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଷ୍ଟାର୍ଟଅପମାନେ ଆଗେଇ ଆସିବା ଦରକାର ।

ଜଳସେଚନ କ୍ଷେତ୍ରରେ ଅଭିନବ ଉପାୟ ଅବଲମ୍ବନ କରାଯିବା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ପ୍ରତି ବୁନ୍ଦା, ଅଧିକ ଫସଲ’ (ପର ଡ୍ରପ୍‌, ମୋର୍‌ କ୍ରପ୍‌) ପ୍ରତି ଧ୍ୟାନ ଦେଉଛନ୍ତି । ସେ କହିଥିଲେ ଯେ, କର୍ପୋରେଟ୍‌ ଜଗତ ପାଇଁ ମଧ୍ୟ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ବୁନ୍ଦେଲଖଣ୍ଡ ଅଞ୍ଚଳରେ କେନ୍‌-ବେତୱା ପରିଯୋଜନା ପ୍ରକଳ୍ପ କିଭଳି ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଏକବିଂଶ ଶତାବ୍ଦୀରେ କୃଷି ଏବଂ ଚାଷ ସଂକ୍ରାନ୍ତ ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। କୃଷି କ୍ଷେତ୍ରରେ ଡ୍ରୋନ ଜ୍ଞାନକୌଶଳର ବର୍ଦ୍ଧିତ ଉପଯୋଗ ଏହି ପରିବର୍ତ୍ତନର ଏକ ଅଂଶବିଶେଷ। ଆମେ କୃଷି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ବ୍ୟାପକ ମାତ୍ରାରେ ଡ୍ରୋନ ପ୍ରଯୁକ୍ତି ଉପଲବ୍ଧ ହୋଇପାରିବ। ବିଗତ ୩-୪ବର୍ଷ ମଧ୍ୟରେ ଦେଶରେ ୭୦୦ରୁ ଅଧିକ କୃଷି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଫସଲ ଅମଳ ପରବର୍ତ୍ତୀ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଖାଦ୍ୟ ପ୍ରକ୍ରିୟାକରଣର ପରିସର ବଢ଼ାଇବା ଏବଂ ଗୁଣବତ୍ତା କ୍ଷେତ୍ରରେ ଅନ୍ତର୍ଜାତୀୟ ମାନକ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି। ଏ କ୍ଷେତ୍ରରେ, କିଷାନ ସମ୍ପଦା ଯୋଜନା ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା ମଧ୍ୟ ଏକ ବଡ଼ ଭୂମିକା ନିର୍ବାହ କରିଥାଏ। ସେଥିପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ବିଶେଷ କୃଷି ଭିତ୍ତିଭୂମି ପାଣ୍ଠି ତିଆରି କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଫସଲ ଅବଶେଷ (ପାରାଲି)ର ସୁପରିଚାଳନା ଉପରେ ଜୋର ଦେଇଥିଲେ । ‘‘ଏଥିପାଇଁ, ଏହି ବଜେଟରେ କେତେକ ନୂଆ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାରଣରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ଏବଂ ଚାଷୀମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ପ୍ୟାକେଜିଂ ପାଇଁ କୃଷି ବର୍ଜ୍ୟବସ୍ତୁର ଉପଯୋଗ କରିବା ଲାଗି ବିଭିନ୍ନ ମାର୍ଗ ସନ୍ଧାନ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଇଥାନଲ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ, ଯେଉଁଠି ସରକାର ୨୦ ପ୍ରତିଶତ ମିଶ୍ରଣ ଦିଗରେ ଆଗକୁ ବଢ଼ୁଛନ୍ତି । ସେ ସୂଚନା ଦେଇଥିଲେ ଯେ ଏହି ମିଶ୍ରଣ ୨୦୧୪ରେ ମାତ୍ର ୧-୨ ପ୍ରତିଶତ ତୁଳନାରେ ବର୍ତ୍ତମାନ ୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ସମବାୟ କ୍ଷେତ୍ରର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଭାରତର ସମବାୟ କ୍ଷେତ୍ର ଅତ୍ୟନ୍ତ ସକ୍ରିୟ । ତାହା ଚିନି କଳ ହେଉ କିମ୍ବା ସାର କାରଖାନା, ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ହେଉ କିମ୍ବା ଋଣ ବ୍ୟବସ୍ଥା, ପୁଣି ଖାଦ୍ୟଶସ୍ୟ କ୍ରୟ, ପ୍ରତ୍ୟେକ କ୍ଷେତ୍ରରେ ସମୟ କ୍ଷେତ୍ରର ବ୍ୟାପକ ଗ୍ରହଣ ରହିଛି । ଆମ ସରକାର ଏହି କ୍ଷେତ୍ର ପାଇଁ ଏକ ନୂତନ ମନ୍ତ୍ରଣାଳୟ ଗଠନ କରିଛନ୍ତି । ସମବାୟ ସଂସ୍ଥାଗୁଡ଼ିକୁ କିପରି ଏକ ସଫଳ ବ୍ୟବସାୟିକ ଉଦ୍ୟମରେ ପରିଣତ କରାଯାଇ ପାରିବ ଆପଣମାନେ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates successful candidates of Civil Services Examination, 2025
March 06, 2026

The Prime Minister, Shri Narendra Modi has congratulated all those who have successfully cleared the Civil Services Examination, 2025. He said that their dedication, perseverance and hard work have enabled them to achieve this significant milestone.

The Prime Minister noted that clearing the Civil Services Examination marks the beginning of an important journey of public service. He wished the successful candidates the very best as they embark on the path of serving the nation and fulfilling the aspirations of the people.

The Prime Minister also conveyed his message to those who may not have secured the desired outcome in the examination. He acknowledged that such moments can be difficult, but emphasised that this is only one step in a larger journey.

Highlighting that many opportunities lie ahead, both in future examinations and in the many avenues through in which individuals can contribute to the nation, the Prime Minister extended his best wishes to them for the road ahead.

The Prime Minister wrote on X;

“Congratulations to all those who have successfully cleared the Civil Services Examination, 2025. Their dedication, perseverance and hard work have led to this significant milestone.

Wishing them the very best as they embark on a journey of serving the nation and fulfilling the aspirations of the people.”

“To those who may not have secured the desired outcome in the Civil Services Examination, I understand that such moments can be difficult. However, this is only one step in a larger journey. Many opportunities lie ahead, both in future examinations and in the many avenues through which you can contribute to our nation. My best wishes for the road ahead.”