ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ର ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ଲାଗି ପରାମର୍ଶ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶକ୍ତି ଓ ନୂତନ ତଥା ଅକ୍ଷୟ ଶକ୍ତି ରାଷ୍ଟ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ହିତଧାରକ ଏବଂ ଶକ୍ତି କ୍ଷେତ୍ର, ଶିଳ୍ପ ପ୍ରତିନିଧି, ବିଭିନ୍ନ ସଂଗଠନ, ଡିସକମ୍‍ର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସିଗୁଡ଼ିକର ସିଇଓଗଣ, ଉପଭୋକ୍ତା ଗୋଷ୍ଠୀ ଓ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ପ୍ରଗତିରେ ଶକ୍ତି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଇଜ୍‍ ଅଫ୍‍ ଲିଭିଂ ଏବଂ ଇଜ୍‍ ଅଫ୍‍ ଡୁଇଂ ବିଜିନେସ ପାଇଁ ମଧ୍ୟ ଏହାର ଅବଦାନ ବେଶ୍‍ ଉଲ୍ଲେଖନୀୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସରକାର ଏବଂ ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ଏକ ଆସ୍ଥା ଓ ବିଶ୍ୱାସର ସଂକେତ ତଥା ଏହି କ୍ଷେତ୍ର ପାଇଁ ବଜେଟରେ କରାଯାଇଥିବା ଘୋଷଣାର ପ୍ରବର୍ତ୍ତନ ନିମନ୍ତେ ତୁରନ୍ତ ଉପାୟମାନ ଚିନ୍ତା କରିବାର ଏକ ପ୍ରୟାସ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ର ପ୍ରତି ସରକାରଙ୍କ ଆଭିମୁଖ୍ୟ ସମ୍ପୃର୍ଣ୍ଣ ରୂପେ ସାମଗ୍ରିକ ଏବଂ ସରକାର ଚାରିଟି ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି । ସେହି ଚାରି ମନ୍ତ୍ର ହେଲା: ପହଞ୍ଚ, ପୁନଃସକ୍ରିୟକରଣ, ସଂସ୍କାର ଏବଂ ଅକ୍ଷୟ ଶକ୍ତି । ପହଞ୍ଚ ନିମନ୍ତେ, ସମାଜର ସର୍ବଶେଷ ବ୍ୟକ୍ତି ନିକଟରେ ପହଞ୍ôଚବାକୁୁ ପଡ଼ିବ । ଏଥିପାଇଁ ବ୍ୟବସ୍ଥାକୁ ପୁନଃସକ୍ରିୟକରଣ କରାଯିବା ଆବଶ୍ୟକ । ଏହି ଦିଗରେ କ୍ଷମତାର ସଂସ୍ଥାପନକୁ ପୁନଃର୍ଜାଗରିତ କରିବାକୁ ପଡ଼ିବ ଓ ସେଥିପାଇଁ ସଂସ୍କାର ବ୍ୟବସ୍ଥା ଆବଶ୍ୟକ । ଏହିସବୁ ସାଧନକୁ ସାଙ୍ଗରେ ଧରି ଅକ୍ଷୟ ଶକ୍ତି ହେଉଛି ସମୟର ଆବଶ୍ୟକତା ଓ ତାହା ହାସଲ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

ଏହି ପ୍ରସଙ୍ଗକୁ ଅଧିକ ସରଳ ଭାବେ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଲେ ଯେ ପହଞ୍ଚ ନିମନ୍ତେ ସରକାର ଦେଶର ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ପରିବାରଙ୍କ ନିକଟରେ ପହଞ୍ôଚବା ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । କ୍ଷମତାର ପୁନଃସକ୍ରିୟକରଣ କରାଯିବା ଦ୍ୱାରା ଭାରତ ଏବେ ଏକ ଶକ୍ତି ଉଦବୃତ୍ତ ରାଷ୍ଟରେ ପରିଣତ ହୋଇଛି ଯାହାକି ପୂର୍ବରୁ ଏହି କ୍ଷେତ୍ରରେ ଏକ ନିଅଣ୍ଟିଆ ରାଷ୍ଟ୍ର ଥିଲା । ବିଗତ କିଛି ବର୍ଷ ମଧ୍ୟରେ, ଭାରତ ତାର ଶକ୍ତି ଉତ୍ପାଦନ କ୍ଷମତାରେ ୧୩୯ ଗିଗାୱାଟ କ୍ଷମତା ଯୋଗ କରିଛି ଏବଂ ଏକ ରାଷ୍ଟ୍ର ଏକ ଗ୍ରୀଡ଼ ଏକ ଫ୍ରିକ୍ୱେନ୍ସି ଲକ୍ଷ୍ୟ ହାସଲ କରିପାରିଛି । ‘ଉଦୟ’ ଯୋଜନା ଭଳି ସଂସ୍କାର ମାଧ୍ୟମରେ ସରକାର ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ବଣ୍ଡ୍‍ ଜାରି କରିଛନ୍ତି ଯାହା ମାଧ୍ୟମରେ ଆର୍ଥିକ ଓ ଅପରେସନାଲ କାର୍ଯ୍ୟଦକ୍ଷତାକୁ ଉନ୍ନତି କରିବା ଦିଗରେ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରାଯାଇଛି । ପାୱାରଗ୍ରୀଡ଼, ର ସମ୍ପତ୍ତିକୁ ମନିଟାଇଜ୍‍ କରିବା ନିମନ୍ତେ ଇନଫ୍ରଷ୍ଟକଚର ନିବେଶ ଟ୍ରଷ୍ଟ (InvIT) ସ୍ଥାପନ କରାଯାଇଛି ଯାହା ଖୁବ୍‍ ଶୀଘ୍ର ନିବେଶକମାନଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଅକ୍ଷୟ ଶକ୍ତି କ୍ଷମତାକୁ ଗତ ଛଅ ବର୍ଷ ମଧ୍ୟରେ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି । ସେହିଭଳି ସୌର ଶକ୍ତି କ୍ଷମତା ଏହି ସମୟ ମଧ୍ୟରେ ପନ୍ଦର ଗୁଣ ବୃଦ୍ଧି ପାଇଛି ।

ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପିମନ୍ତେ ଅଭୂତପୂର୍ବ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି । ଏହା ମିଶନ ହାଇଡ୍ରୋଜେନ୍‍, ଘରୋଇ ସୌର ସେଲ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ପୁଞ୍ଜିପ୍ରବେଶ ଭଳି ପ୍ରାବଧାନରୁ ସୁସ୍ପଷ୍ଟ ।

ପିଏଲଆଇ ଯୋଜନା ସମ୍ପର୍କରେ ନିଜର ମତ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ପିଆଇଏଲ ଯୋଜନାର ଅଂଶ ବିଶେଷ ସ୍ୱରୂପ ଉଚ୍ଚ କାର୍ଯ୍ୟଦକ୍ଷତା ସମ୍ପନ୍ନ ସୌର ପିଭି ମଡ୍ୟୁଲକୁ ଏଥିରେ ସାମିଲ କରାଯାଇଛି ଏବଂ ସରକାର ଏଥିରେ ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ସ୍ଥିର ଦୃଢ଼ ସଂକଳ୍ପ । ପିଆଇଏ ଯୋଜନା ଅଧୀନରେ, ୧୦ ହଜାର ମେଗାୱାଟ କ୍ଷମତା ସମ୍ପନ୍ନ ସମନ୍ୱିତ ସୌର ପିଭି ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକାରୀ କରାଯିବ ଯେଉଁଥିରେ ୧୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହା ଦ୍ୱାରା ସ୍ଥାନୀୟ ଭାବେ ପ୍ରସ୍ତୁତ ଇଭିଏ, ସୌର ଗ୍ଲାସ, ବ୍ୟାକସିଟ୍‍, ଜଙ୍କସନ୍‍ ବକ୍ସ ଇତ୍ୟାଦି ନିମନ୍ତେ ଚାହିଦା ବୃଦ୍ଧି ପାଇପାରେ । “ଆମେ ଆମର କମ୍ପାନୀମାନଙ୍କୁ ବୈଶ୍ୱିକ ଉତ୍ପାଦନ ଚାମ୍ପିଅନରେ ପରିଣତ ହେବାର ଦେଖିବାକୁ ଚାହୁଁ । ସେମାନେ କେବଳ ସ୍ଥାନୀୟ ଚାହିଦା ପୂରଣ କରିବା ନିମନ୍ତେ କାର୍ଯ୍ୟକ୍ଷମ ହେବା ଆମର ଉଦ୍ଦେଶ୍ୟ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

ଭାରତୀୟ ସୌର ଶକ୍ତି ନିଗମ ୧୦୦୦ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ପ୍ରବେଶ ନିମନ୍ତେ ସରକାର ପ୍ରତିବଦ୍ଧତା ପ୍ରକଟର ସଂକେତ ଦେଇଛନ୍ତି ଯାହା ଫଳରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶର ମାତ୍ରା ବୃଦ୍ଧି ପାଇବ । ସେହିଭଳି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ମଧ୍ୟ ୧୫୦୦ କୋଟି ଟଙ୍କାର ଅତିରିକ୍ତ ରାଶି ଲାଭ କରିବ ।

ଇଜ୍‍ ଅଫ୍‍ ଡୁଇଂ ବିଜିନେସର ବାତାବରଣକୁ ଦେଶରେ ଉନ୍ନତି କରିବା ପ୍ରସଙ୍ଗ ଉପରେ ଅବତାରଣା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଏଥିପାଇଁ ନିୟନ୍ତ୍ରଣ ଓ ଢାଞ୍ଚା ପ୍ରକ୍ରିୟାରେ ସଂସ୍କାର ଦ୍ୱାରା ଶକ୍ତି କ୍ଷେତ୍ର ପ୍ରତି ଥିବା ଦୃଷ୍ଟଭଙ୍ଗୀରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇପାରିଛି । ସରକାର ଶକ୍ତି କ୍ଷେତ୍ରକୁ ଏକ ପୃଥକ୍‍ ସେକ୍ଟର ଭାବେ ବିବେଚନା କରନ୍ତି । ଏହା ଶିଳ୍ପ କ୍ଷେତ୍ରର ଏକ ଅଂଶବିଶେଷ ନୁହେଁ । ଶକ୍ତି ଉପରେ ସରକାର ପ୍ରଦାନ କରୁଥିବା ଗୁରୁତ୍ୱ ହିଁ କାରଣ ଯେଉଁଥିପାଇଁ ସରକାର ଦେଶର ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ । ସେହିଭଳି ଶକ୍ତି ବିତରଣ ସେକ୍ଟରରେ ଥିବା ସମସ୍ୟାବଳୀକୁ ଦୂର କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଏହି ନୀତି ପାଇଁ ଏବଂ ଡିସକମ୍‍ମାନଙ୍କ ନିମନ୍ତେ ନିୟନ୍ତ୍ରଣ ଢାଞ୍ଚା ଗଠନ ନିମନ୍ତେ ଏବେ କାର୍ଯ୍ୟ କରାଯାଉଛି । ଏହା ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ନିଜର ଶକ୍ତି ଯୋଗାଣକାରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁସାରେ ଚୟନ କରିପାରିବେ ଯାହାକି ଅନ୍ୟ ଯେକୌଣସି ଖୁଚୁରା ସାମଗ୍ରୀ କ୍ରୟ ଭଳି ହୋଇପାରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରବେଶ ପ୍ରତିବନ୍ଧକ ଓ ବଣ୍ଟନ ଓ ଯୋଗାଣ ଲାଇସେନ୍ସ ପାଇଁ ଦେୟମୁକ୍ତ ବିତରଣ ସେକ୍ଟର ଦିଗରେ ଏବେ କାର୍ଯ୍ୟ ଜାରି ରହିଛି । ସେହିଭଳି ପ୍ରିପେଡ୍‍ ସ୍ମାର୍ଟ ମିଟର, ଫିଡ଼ର ପୃଥକୀକରଣ ଏବଂ ସିଷ୍ଟମ ଅପ୍‍ଗ୍ରେଡେସନ୍‍ କାର୍ଯ୍ୟ ମଧ୍ୟ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀରେ କୃଷକମାନେ ଏବେ ଶକ୍ତି ଉଦ୍ୟୋଗୀରେ ପରିଣତ ହେଉଛନ୍ତି । କୃଷକମାନଙ୍କ କ୍ଷେତରେ ଛୋଟ ଛୋଟ ପ୍ଲାଣ୍ଟମାନଙ୍କ ଜରିଆରେ ୩୦ ଗିଗାୱାଟ କ୍ଷମତାର ସୌରଶକ୍ତି ଉତ୍ପାଦିତ ହୋଇପାରିବ । ଏବେସୁଦ୍ଧା ଛାତ ଉପର ସୌର ପ୍ରକଳ୍ପ ମାଧ୍ୟମରେ ୪ ଗିଗାୱାଟ କ୍ଷମତାସମ୍ପନ୍ନ ସୌର ଶକ୍ତି ଉତ୍ପାଦିତ ହେଉଛି ଏବଂ ସେଥିରେ ଅତିରିକ୍ତ ୨.୫ ଗିଗାୱାଟ ଶକ୍ତି ଖୁବ୍‍ ଶୀଘୟ ଯୋଡ଼ାଯିବ । ଆଗାମୀ ଦେଢ଼ବର୍ଷ ଭିତରେ ଛାତଉପର ସୌର ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ୪୦ ଗିଗାୱାଟ ସୌରଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting virtues that lead to inner strength
December 18, 2025

The Prime Minister, Shri Narendra Modi, shared a Sanskrit Subhashitam —
“धर्मो यशो नयो दाक्ष्यम् मनोहारि सुभाषितम्।

इत्यादिगुणरत्नानां संग्रहीनावसीदति॥”

The Subhashitam conveys that a person who is dutiful, truthful, skilful and possesses pleasing manners can never feel saddened.

The Prime Minister wrote on X;

“धर्मो यशो नयो दाक्ष्यम् मनोहारि सुभाषितम्।

इत्यादिगुणरत्नानां संग्रहीनावसीदति॥”