‘ମୋଦୀ କି ଗ୍ୟାରେଣ୍ଟି’ ଗାଡ଼ି ଏବେ ଦେଶର ସବୁ ସ୍ଥାନରେ ପହଞ୍ଚୁଛି
‘‘ଯଦିଓ ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, କିନ୍ତୁ ସତ କଥା ହେଉଛି ଆଜି ଦେଶବାସୀ ହିଁ ଏହାର ଦାୟିତ୍ୱ ନେଇଛନ୍ତି’’
ଦେଶର ଶତାଧିକ ଛୋଟ ଛୋଟ ସହର ବିକଶିତ ଭାରତର ଭବ୍ୟ ଢାଞ୍ଚାକୁ ସୁଦୃଢ଼ କରିବାକୁ ଯାଉଛନ୍ତି’’
‘‘ଅନ୍ୟମାନଙ୍କ ଠାରୁ ନିରାଶ ହେଲେ ଆରମ୍ଭ ହୁଏ ମୋଦୀଙ୍କ ଗ୍ୟାରେଣ୍ଟି’’
‘‘ସହରାଞ୍ଚଳ ପରିବାର ନିମନ୍ତେ ଅର୍ଥ ସଞ୍ଚୟ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ’’
‘‘ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ ସାଧାରଣ ପରିବହନ ପାଇଁ ଯେଉଁ କାମ ହୋଇଛି ତାହା ଅତୁଳନୀୟ’’

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ବର୍ତ୍ତମାନ ଦେଶର ସମସ୍ତ ସ୍ଥାନରେ ପହଞ୍ଚିଛି । ଏହାର ଗୋଟିଏ ମାସର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ହଜାର ହଜାର ଗାଁ ସହିତ ୧୫୦୦ ସହରରେ ପହଞ୍ଚିଛି ଯେଉଁଥିରେ ଛୋଟ ସହର ମଧ୍ୟ ଅନ୍ତର୍ଭୁକ୍ତ । ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଯୋଗୁଁ ଭିବିଏସୱାଇ ଆରମ୍ଭ ହୋଇପାରିନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟର ନବନିର୍ବାଚିତ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ବିକଶିତ  ଭାରତ ଯାତ୍ରା ସଂକଳ୍ପର ଜନ ଆନ୍ଦୋଳନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଯଦିଓ ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ସତ କଥା ହେଉଛି ଆଜି ଦେଶବାସୀ ହିଁ ଏହାର ଦାୟିତ୍ୱ ନେଇଛନ୍ତି। ହିତାଧିକାରୀଙ୍କ ସହ ଆଲୋଚନା ବେଳେ ‘ମୋଦୀ କି ଗ୍ୟାରେଣ୍ଟି ଗାଡ଼ି’କୁ ସ୍ୱାଗତ କରିବା ପାଇଁ ଉତ୍ସାହ ଓ ପ୍ରତିଯୋଗିତାକୁ ସେ ଉଲ୍ଲେଖ କରିଥିଲେ।

ଏହା ହେଉଛି ଚତୁର୍ଥ ଅବସର ଯେତେବେଳେ ପ୍ରଧାନମନ୍ତ୍ରୀ ଭିବିଏସୱାଇର ଯାତ୍ରା ସହିତ ଯୋଡ଼ି ହୋଇଛନ୍ତି । ସେ ଗ୍ରାମାଞ୍ଚଳର ଲୋକମାନଙ୍କ ସହିତ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ପିଏମ କିଷାନ ସମ୍ମାନ ନିଧି, ପ୍ରାକୃତିକ କୃଷି, ଗ୍ରାମୀଣ ଅର୍ଥବ୍ୟବସ୍ଥାର ଦିଗ ଏବଂ ଭାରତର ଗ୍ରାମଗୁଡିକର ବିକାଶ ବିଷୟରେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ସହରାଞ୍ଚଳର ବହୁ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଫୋକସ୍ ସହରାଞ୍ଚଳ ବିକାଶ ଉପରେ ରହିବ।

 

ପ୍ରଧାନମନ୍ତ୍ରୀ କହିଥିଲେ, ବିକଶିତ ଭାରତର ସଂକଳ୍ପରେ ଆମ ସହରଗୁଡ଼ିକର ବଡ଼ ଭୂମିକା ରହିଛି। ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଯାହା ବି ବିକାଶ ହୋଇଥିଲା, ତାହାର ପରିସର ଦେଶର କିଛି ବଡ଼ ସହରରେ ସୀମିତ ରହିଥିଲା। କିନ୍ତୁ ଆଜି ଆମେ ଦେଶର ଟିୟର-୨ ଓ ଟିୟର-୩ ସହରର ବିକାଶ ଉପରେ ଗୁରୁତ୍ୱ ଦେଉଛୁ। ଏହା ଶକ୍ତି ଦେଉଛି। ଦେଶର ଶତାଧିକ କ୍ଷୁଦ୍ର ସହର ବିକଶିତ ଭାରତର ଭବ୍ୟ ଢାଞ୍ଚାକୁ ସୁଦୃଢ଼ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅମୃତ ମିଶନ ଓ ସ୍ମାର୍ଟ ସିଟି ମିଶନର ଉଦାହରଣ ଦେଇ ଛୋଟ ଛୋଟ ସହରରେ ମୌଳିକ ସୁବିଧାର ଉନ୍ନତିକରଣ କରୁଛନ୍ତି । ଏହି ଉନ୍ନତି ସିଧାସଳଖ ଜୀବନଶୈଳୀ, ଯାତ୍ରା ସହଜତା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରଭାବିତ କରୁଛି । ଗରିବ, ନବ-ମଧ୍ୟବିତ୍ତ, ମଧ୍ୟବିତ୍ତ କିମ୍ବା ଧନୀ ସମସ୍ତେ ଏହି ବର୍ଦ୍ଧିତ ସୁବିଧାର ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘‘ପରିବାରର ଜଣେ ସଦସ୍ୟ ଭାବରେ ଆପଣଙ୍କ ସମସ୍ୟାକୁ ହ୍ରାସ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି’‘, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । କରୋନା ମହାମାରୀ ସମୟରେ ସରକାର ପ୍ରଦାନ କରିଥିବା ସହାୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ, ମାଗଣା କରୋନା ଟିକା, ଗରିବ ପରିବାରକୁ ମାଗଣା ରାସନ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ ବିଷୟରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ଠାରୁ ନିରାଶ ହେଲେ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାସ୍ତାକଡ଼ରେ ବିକ୍ରେତା ଏବଂ ବୁଲା ବିକାଳୀମାନଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁମାନେ ବର୍ତ୍ତମାନ ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ସହଜରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଲୋକ ବ୍ୟାଙ୍କର ସହାୟତା ନେଇସାରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ମାଧ୍ୟମରେ ୧.୨୫ ଲକ୍ଷ ଲୋକ ପିଏମ ସ୍ୱନିଧି ପାଇଁ ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୭୫ ପ୍ରତିଶତରୁ ଅଧିକ ହିତାଧିକାରୀ ଦଳିତ, ପଛୁଆ ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ, ଯେଉଁଥିରେ ପ୍ରାୟ ୪୫ ପ୍ରତିଶତ ମହିଳା ହିତାଧିକାରୀ ଅଛନ୍ତି ।

 

ସହରବାସୀଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସହରାଞ୍ଚଳରେ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଅଟଳ ପେନସନ ଯୋଜନାରେ ୬ କୋଟି ଗ୍ରାହକ ୬୦ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ ସୁନିଶ୍ଚିତ କରୁଛନ୍ତି । ପିଏମ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୧୭ ହଜାର କୋଟି ଟଙ୍କାର ଦାବି ସମାଧାନ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଯୋଜନାରେ ପଞ୍ଜୀକୃତ ହୋଇ ନିଜର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଆୟକର ଛାଡ଼ ହେଉ କିମ୍ବା ଶସ୍ତା ଚିକିତ୍ସା ହେଉ ସହରାଞ୍ଚଳ ପରିବାର ପାଇଁ ଅର୍ଥ ସଞ୍ଚୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ସହରାଞ୍ଚଳର କୋଟି କୋଟି ଗରିବଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ଆୟୁଷ୍ମାନ କାର୍ଡ ସେମାନଙ୍କୁ ଚିକିତ୍ସା ଖର୍ଚ୍ଚରେ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ଜନ ଔଷଧି କେନ୍ଦ୍ରଗୁଡ଼ିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ ହେଉଛି, ଯାହା ଦ୍ୱାରା ସହରରେ ରହୁଥିବା ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ୨୫,୦୦୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରିଛି । ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦କୁ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଉଜାଲା ଯୋଜନା ଅଧୀନରେ ଦେଶରେ ଏଲଇଡି ବଲବର ବିପ୍ଳବ ବିଷୟରେ ଶ୍ରୀ ମୋଦୀ ସ୍ପର୍ଶ କରିଥିଲେ ଯାହା ସହରୀ ପରିବାରମାନଙ୍କ ପାଇଁ ବିଦ୍ୟୁତ ବିଲ୍ କୁ ଯଥେଷ୍ଟ ହ୍ରାସ କରିଛି ।

 

ୱାନ୍ ନେସନ୍ ୱାନ୍ ରାସନ କାର୍ଡ କିପରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଗତ ୯ ବର୍ଷ ମଧ୍ୟରେ ୪ କୋଟିରୁ ଅଧିକ ଆବାସ ୟୁନିଟ୍ ଗରିବ ପରିବାରକୁ ଦିଆଯାଇଛି, ଯାହାର ଏକ ଅଂଶ ସହରାଞ୍ଚଳ ଗରିବ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କ୍ରେଡିଟ୍ ଲିଙ୍କ୍ ସବସିଡି ସ୍କିମ୍, ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ‘‘ଆମ ସରକାର ମଧ୍ୟବିତ୍ତ ପରିବାରମାନଙ୍କୁ ଘର ପାଇବାର ସ୍ୱପ୍ନ ପୂରଣ କରିବା ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି’’ ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନଙ୍କ ପାଇଁ ଯଥାର୍ଥ ଭଡ଼ା ସୁନିଶ୍ଚିତ କରିବାର ପ୍ରୟାସ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କମ୍ପ୍ଲେକ୍ସ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସହରରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଉନ୍ନତ ଜୀବନ ପ୍ରଦାନ କରିବାର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ହେଉଛି ସାର୍ବଜନୀନ ପରିବହନ । ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ ସାର୍ବଜନୀନ ପରିବହନ ପାଇଁ ଯେଉଁ କାମ ହୋଇଛି ତାହା ଅତୁଳନୀୟ ବୋଲି ସେ ସୂଚନା ଦେଇଥିଲେ । ସେ କହିଥିଲେ, ୨୭ଟି ସହରରେ ମେଟ୍ରୋ କାମ ଶେଷ କିମ୍ବା ଚାଲିଥିବାରୁ ଗତ ୧୦ ବର୍ଷ ମଧ୍ୟରେ ୧୫ଟି ନୂଆ ସହରକୁ ମେଟ୍ରୋ ସେବା ମିଳିଛି। ପିଏମ-ଏବସ୍ ସେବା ଅଭିଯାନ ଅଧୀନରେ ଅନେକ ସହରରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରାଯାଉଛି। ମାତ୍ର ଦୁଇ ତିନି ଦିନ ତଳେ କେନ୍ଦ୍ର ସରକାର ଦିଲ୍ଲୀରେ ୫୦୦ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିଥିଲେ। ଏବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇଲେକ୍ଟ୍ରିକ୍ ବସ୍ ସଂଖ୍ୟା ୧୩୦୦ ଅତିକ୍ରମ କରିଛି।

 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଯୁବକ ଓ ମହିଳାଙ୍କୁ ସଶକ୍ତ କରିବା ପାଇଁ ସହରଗୁଡ଼ିକ ଏକ ଉତ୍ତମ ମାଧ୍ୟମ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ଉଭୟ ଯୁବ ଶକ୍ତି ଏବଂ ମହିଳାଙ୍କୁ ସଶକ୍ତ କରୁଛି। ଭିବିଏସୱାଇର ସର୍ବାଧିକ ଫାଇଦା ଉଠାଇ ଏକ ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପୃଷ୍ଠଭୂମି

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକାଶ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ  ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଯୋଗ ଦେଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.