“ଅମୃତକାଳର ପରବର୍ତୀ ୨୫ବର୍ଷରେ ରାଷ୍ଟ୍ରର ବିକାଶରେ ଏହି ବ୍ୟାଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ”
“ମହାମାରୀ ପରବର୍ତ୍ତୀ ନୂଆ ବିଶ୍ୱ ବ୍ୟବସ୍ଥାରେ ଭାରତକୁ ତାହାର ଭୂମିକା ବଢାଇବାକୁ ପଡିବ ଏବଂ ନିଜର ବିକାଶଧାରାକୁ ଦ୍ରୁତତର କରିବାକୁ ହେବ”
“ଆତ୍ମନିର୍ଭର ଭାରତ ଓ ଆଧୁନିକ ଭାରତ ନିର୍ମାଣ ଏକବିଂଶ ଶତାଦ୍ଦୀରେ ଆମ ପାଇଁ ସର୍ବବୃହତ ଲକ୍ଷ୍ୟ, ଆପଣମାନେ ସର୍ବଦା ଏକଥା ସ୍ମରଣ ରଖିବା ଉଚିତ”
“ଆପଣମାନଙ୍କର ସମୁଦାୟ ଚାକିରିକାଳରେ ନିଜର ବ୍ୟକ୍ତିଗତ ଓ ପେସାଦାରୀ ଉତ୍କର୍ଷରେ କାର୍ଯ୍ୟଦକ୍ଷତା, ସଫଳତା ଓ କର୍ତ୍ତବ୍ୟ ପରାୟଣତା ମାନଦଣ୍ଡ ହେବା ଉଚିତ”
“ଆପଣମାନଙ୍କୁ ସଂଖ୍ୟା ପାଇଁ ନୁହେଁ, ଲୋକଙ୍କ ଜୀବନ ପାଇଁ କାମ କରିବାକୁ ପଡିବ”
“ଅମୃତକାଳର ଏହି ସମୟରେ ଆମକୁ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ (ରିଫର୍ମ, ପର୍ଫର୍ମ, ଟ୍ରାନ୍ସଫର୍ମ)କୁ ପରବର୍ତ୍ତୀ ସ୍ତରକୁ ନେବାକୁ ପଡିବ । ସେଥିପାଇଁ ଆଜିର ଭାରତ ‘ସବ୍‌କା ପ୍ରୟାସ’ର ଉତ୍ସାହରେ ଆଗକୁ ବଢୁଛି”
ଆପଣ ଆରାମଦାୟକ ଜୀବନ କଥା ଯେତେ ଅଧିକ ଚିନ୍ତା କରିବେ ତାହା ଆପଣଙ୍କ ପ୍ରଗତି ସହିତ ଦେଶର ବିକାଶକୁ ସେତେ ପ୍ରତିହତ କରିବ”
ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍‌ବିଏସ୍‌ଏନ୍‌ଏଏ)ର ୯୬ତମ ସାଧାରଣ ଭିତ୍ତି ପାଠ୍ୟକ୍ରମ (କମନ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ହୋଲି ଶୁଭେଚ୍ଛା ଜ୍ଞାପନ କରିଥିଲେ । ପାଠ୍ୟକ୍ରମ ଶେଷ କରିଥିବା ଏହି ବ୍ୟାଚର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କି ଅମୃତ ମହୋତ୍ସବ ବର୍ଷରେ ତାଲିମ ଶେଷ କରି ସମ୍ପୃକ୍ତ ଅଧିକାରୀମାନେ ବୃତ୍ତିଗତ ଜୀବନ ଆରମ୍ଭ କରିବେ । “ଆପଣମାନଙ୍କର ଏହି ବ୍ୟାଚ ଆସନ୍ତା ୨୫ବର୍ଷର ଅମୃତକାଳରେ ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।”

ପ୍ରଧାନମନ୍ତ୍ରୀ କରୋନା ମହାମାରୀ ପରବର୍ତ୍ତୀ  ସମୟରେ ସୃଷ୍ଟି ହୋଇଥିବା ନୂଆ ବିଶ୍ୱ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଏହି ଘଡିସନ୍ଧି କାଳରେ ସମଗ୍ର ବିଶ୍ୱ ଏବେ ଭାରତ ଆଡକୁ ଚାହିଁଛି । “ଏହି ନୂଆ ବିଶ୍ୱ ବ୍ୟବସ୍ଥାରେ ଭାରତକୁ ତାହାର ଭୂମିକା ବଢାଇବାକୁ ପଡିବ ଏବଂ ନିଜର ବିକାଶପ୍ରକିୟାକୁ ଦ୍ରୁତତର କରିବାକୁ ହେବ ।” ଏହି ସମୟର ଗୁରୁତ୍ୱକୁ ମନେ ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଏକବିଂଶ ଶତାବ୍ଦୀର ସର୍ବବୃହତ ଲକ୍ଷ୍ୟପୂରଣ ଦିଗରେ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହି ଦୁଇ ବୃହତ୍ ଲକ୍ଷ୍ୟ ହେଲା ଆତ୍ମନିର୍ଭର ଭାରତ ଓ ଆଧୁନିକ ଭାରତ ନିର୍ମାଣ । ଏହି ଲକ୍ଷ୍ୟପୂରଣ ପାଇଁ ଏବେ ଯେଉଁ ସୁଯୋଗ ଆସିଛି ଆମେ ତାହାକୁ ହାତଛଡା କରିପାରିବା ନାହିଁ ।”

ସିଭିଲ ସର୍ଭିସ ସମ୍ପର୍କରେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାକିରିରେ ସେବା, କର୍ତ୍ତବ୍ୟପରାୟଣତାର ବିଚାର ଏବଂ ଭାବନା ତାଲିମର ଏକ ଅବିଚ୍ଛେଦ୍ୟ ଅଙ୍ଗ । “ଆପଣମାନଙ୍କର ସମଗ୍ର ଚାକିରିକାଳରେ ଆପଣମାନଙ୍କର ବ୍ୟକ୍ତିଗତ ଓ ପେସାଦାରୀ ଉତ୍କର୍ଷରେ କାର୍ଯ୍ୟଦକ୍ଷତା, ସଫଳତା,  କର୍ତ୍ତବ୍ୟପରାୟଣତା ମାନଦଣ୍ଡ ହେବା ଉଚିତ ।” ଉଚିତ ଉଦ୍ଦେଶ, କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱର ସହିତ କାର୍ଯ୍ୟ କଲେ କାମ କେବେ ବୋଝ ହୁଏ ନାହିଁ । ପ୍ରଧାନମନ୍ତ୍ରୀ  ଅଧିକାରୀମାନଙ୍କୁ କହିଥିଲେ ଯେ ସେମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଏହି ସେବାକୁ ଆସିଛନ୍ତି ଏବଂ ସମାଜ ଓ ଦେଶର ଗଠନମୂଳକ  ପରିବର୍ତ୍ତନରେ ଭାଗିଦାର ହୋଇ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଲିମ ଶେଷ କରିଥିବା ଅଧିକାରୀମାନେ କ୍ଷେତ୍ରରୁ ଅଧିକ ଅଭିଜ୍ଞତା ଅର୍ଜନ କରିବା ଉଚିତ । ଫାଇଲସବୁ ଅଧିକାରୀଙ୍କ ପାଖକୁ ତଳୁ କ୍ଷେତ୍ରସ୍ତରରୁ ଆସେ । ସେମାନଙ୍କର କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଅନୁଭୂତି ଯେତେ ଅଧିକ ରହିବ ସେମାନେ ଫାଇଲକୁ ସେତେ ଭଲଭାବେ ବୁଝିପାରିବେ । ସେ ଆହୁରି କହିଥିଲେ ଯେ  ଫାଇଲରେ କେବଳ ସଂଖ୍ୟା ଓ ପରିସଂଖ୍ୟାନ ନ ଥାଏ । ଏଥିରେ ଲୋକଙ୍କ ଜୀବନ ଓ ଆକାଂକ୍ଷା ଥାଏ । “ଆପଣମାନଙ୍କୁ ସଂଖ୍ୟା ପାଇଁ କାମ କରିବାକୁ ହେବ ନାହିଁ; ଲୋକଙ୍କ ଜୀବନ ପାଇଁ କାମ କରିବାକୁ ପଡିବ ।” ସେ କହିଥିଲେ ଯେ ଅଧିକାରୀମାନେ ସମସ୍ୟାର ସ୍ଥାୟୀ ସମାଧାନ କରିବାବେଳେ ଅଧିକାରୀମାନେ ଏହାର ମୂଳ କାରଣ ଇତ୍ୟାଦି ବାହାର କରି ଉଚିତ ନିର୍ଦ୍ଦେଶ ଓ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । “ଅମୃତ କାଳର ଏହି ସମୟରେ ଆମକୁ ସଂସ୍କାର (ରିଫର୍ମ), ପ୍ରଦର୍ଶନ(ପଫର୍ମ) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମ)କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାକୁ ପଡିବ । ସେଥିପାଇଁ ଆଜିର ଭାରତ ‘ସବ୍‌କା ପ୍ରୟାସ’ ଉତ୍ସାହରେ  ଆଗକୁ ବଢୁଛି ।” ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଗାନ୍ଧିଜୀଙ୍କ ମନ୍ତ୍ରକୁ ମନେ ପକାଇ କହିଥିଲେ ଯେ ଶେଷ ଧାଡିର ଶେଷତମ ବ୍ୟକ୍ତିର କଲ୍ୟାଣ ଆମ କାମର କଷଟି ପଥର ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ ଯେ ସେମାନେ ନିଜ ନିଜ ଜିଲ୍ଲାର ପାଂଚ ଛଅଟି ସମସ୍ୟାକୁ ଚିହ୍ନଟ କରି ସ୍ଥାନୀୟସ୍ତରରେ ତାହାର ସମାଧାନର ସୂତ୍ର ବାହାର କରିବା ଉଚିତ । ସମସ୍ୟାକୁ ପ୍ରଥମେ ଚିହ୍ନଟ କରିବା ଏହାର ସମାଧାନର ପ୍ରଥମ ପଦକ୍ଷେପ । ଗରିବ ଲୋକଙ୍କୁ ପକ୍କାଘର ଓ ବିଜୁଳି ସଂଯୋଗ ଯୋଗାଇବାରେ ସରକାର କିପରି ପ୍ରଥମେ ସମସ୍ୟାଗୁଡିକୁ ଚିହ୍ନଟ କରି ସମାଧାନ ମାର୍ଗକୁ ସହଜ କରିପାରିଛନ୍ତି ତାହାର ଉଦାହରଣ ସେ ଦେଇଥିଲେ । ସୌଭାଗ୍ୟ ଯୋଜନା, ପିଏମ୍ ଆବାସ ଯୋଜନା ଓ ଆକାଂକ୍ଷୀ ଜିଲ୍ଲା ଯୋଜନାମାନ କାର୍ଯ୍ୟକାରୀ ହେବା ପୂର୍ବରୁ ସେ କ୍ଷେତ୍ରରେ ମୌଳିକ ସମସ୍ୟାଗୁଡିକୁ ପ୍ରଥମେ ଚିହ୍ନଟ କରାଯାଇ ତାହାର ସମାଧାନ ସୂତ୍ର ବାହାର କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ପିଏମ୍ ଗତିଶକ୍ତି ମାଷ୍ଟରପ୍ଲାନ ଏ କ୍ଷେତ୍ରରେ ଅନେକ ଅସୁବିଧାକୁ ଦୂର କରିବାରେ ସହାୟକ ହେବ ।

ମିଶନ କର୍ମଯୋଗୀ ଓ ଆରମ୍ଭ ଭଳି ଯେଉଁସବୁ ସଂସ୍କାରବାଦୀ କାର୍ଯ୍ୟକ୍ରମ ସିଭିଲ ସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ମଧ୍ୟ  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅଧିକାରୀମାନେ ସହଜ ଓ ଆରାମଦାୟକ ଦାୟିତ୍ୱ ନ ପାଇବା ପାଇଁ ସର୍ବଦା ପ୍ରାର୍ଥନା କରିବା ଉଚିତ ।  ଆହ୍ୱାନମୂଳକ ଦାୟିତ୍ୱ ଓ ନିଯୁକ୍ତିର ମଜା ଅଛି । “ଆପଣ ଆରାମଦାୟକ ଜୀବନ ଓ ଚାକିରି କଥା ଅଧିକ ଭାବିଲେ  ଆପଣ ନିଜର ଓ ଦେଶର ପ୍ରଗତିରେ ଅଧିକ ପ୍ରତିବନ୍ଧକ ସାଜିବେ ।”

ଏହି ତାଲିମ ପ୍ରତିଷ୍ଠାନ ଛାଡିବା ପୂର୍ବରୁ ଅଧିକାରୀମାନେ ନିଜ ନିଜର ଆକାଂକ୍ଷା ଓ ଯୋଜନା ସମ୍ପର୍କରେ ଏକାଡେମୀର ରେକର୍ଡ ବୁକରେ ଉଲ୍ଲେଖ କରିବା ସହିତ ୨୫କିମ୍ବା ୫୦ବର୍ଷ ପରେ ଏହାକୁ ଆଉ ଥରେ ଆସି ତାହା ଦେଖନ୍ତୁ ଏବଂ ନିଜର କାର୍ଯ୍ୟକୁ ତଦନୁସାରେ ତୁଳନା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତାଲିମ ପାଠ୍ୟକ୍ରମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସ ଭଳି ବିଷୟକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଶାସନରେ ଏସବୁ ପାଠର ଆବଶ୍ୟକତା ଆଗକୁ ଅଧିକ ଦରକାର ହେବ ।

‘ମିଶନ କର୍ମଯୋଗୀ’ର ନୀତି ଅନୁସାରେ ଏଲ୍‌ବିଏସ୍‌ଏନ୍‌ଏଏରେ ଏହା ୯୬ତମ ଫାଉଣ୍ଡେସନ କୋର୍ସ ପ୍ରଥମ ଏପରି ପାଠ୍ୟକ୍ରମ । ଏଥିପାଇଁ ତାଲିମ, ପ୍ରଶିକ୍ଷଣ ଓ ପାଠ୍ୟକ୍ରମ ନୂଆ ପ୍ରକାରର ଥିଲା । ଏହି ତାଲିମ ପାଠ୍ୟକ୍ରମରେ ପ୍ରଶାସନିକ, ପୁଲିସ ଓ ଜଙ୍ଗଲ ଆଦି ୧୬ସେବାର ୪୮୮ ଅଫିସରଙ୍କୁ ସାମିଲ କରାଯାଇଥିଲା । ଏଥିରେ ମଧ୍ୟ ରୟାଲ ଭୁଟ୍ଟାନ ସର୍ଭିସର ତିନିଟି ସେବାର ଅଧିକାରୀମାନେ ତାଲିମ ପାଇଛନ୍ତି ।

ତାଲିମ କାଳରେ ଅଧିକାରୀମାନଙ୍କୁ ବିଭିନ୍ନ ଅଗମ୍ୟ ୍‌ଓ ଦୂରଦୂରାନ୍ତ ଗ୍ରାମକୁ ନିଆଯାଇ ସେଠାକାର ସମସ୍ୟାବଳୀ ସହିତ ଅବଗତ କରାଯିବା ସହିତ ଲୋକଙ୍କ ସହ ମିଶି ସେମାନଙ୍କ ଅଭାବ ଅଭିଯୋଗ ଶୁଣିବାର ସୁଯୋଗ ଦିଆଯାଇଥିଲା । କ୍ଷେତ୍ର ପରିଦର୍ଶନ, ସମସ୍ୟା ଚିହ୍ନଟ, ସମସ୍ୟାର ନିରାକରଣ ଓ ଲୋକକଲ୍ୟାଣ ଉପରେ ତାଲିମରେ ସ୍ୱତନ୍ତ୍ର ଗୁରୁତ୍ୱପ୍ରଦାନ କରାଯାଇଥିଲା । ଯୁବ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଖେଳକୁଦ, ଫିଟ୍‌ନେସ, ସ୍ୱାସ୍ଥ୍ୟରକ୍ଷା ଓ ଅନ୍ୟାନ୍ୟ ବିଷୟରେ ତାଲିମ ଦିଆଯାଇଥିଲା ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"