ପ୍ରଥମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଉପସ୍ଥାପନ କଲେ
“ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାର ଏହା ସମୟ, ଏହା ମଧ୍ୟ ନୂଆ ଉତ୍ସାହ ଓ ଶକ୍ତି ନେଇ ନୂତନ ଯାତ୍ରା ଆରମ୍ଭ କରିବାର କ୍ଷଣ”
“ସେଙ୍ଗୋଲ ଆମକୁ ଆମ ଅତୀତର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହ ଯୋଡୁଛି”
“ନୂଆ ସଂସଦ ଭବନର ଭବ୍ୟତା ଆଧୁନିକ ଭାରତକୁ ଗୌରବ ମଣ୍ଡିତ କରୁଛି, ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଝାଳ ଏଥିରେ ଲାଗିଛି”
“ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରକୁ ଆହୁରି ଅଧିକ ସୁଦୃଢ କରିବ” “ଭବନ ବଦଳିଛି, ଭାବ ବଦଳିବା ଉଚିତ”
“ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣ ରେଖାକୁ ପାଳନ କରିବା ଆବଶ୍ୟକ”
“ସଂସଦରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି; ୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହୋଇ ରହିବ”
“ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢାଇବା ପାଇଁ ଆମ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରୁଛି । ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ସମ୍ପ୍ରସାରିତ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ”
“ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍‌କୁ ଆଇନରେ ପରିଣତ କରିବାକୁ ଆମେ କୃତସଂକଳ୍ପ”
ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍‌ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି । ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍‌ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଏହି ସ୍ୱତନ୍ତ୍ର ଅବସରର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଭାରତ ନୂଆ ସାଂସଦଭବନରେ ପ୍ରବେଶ କରି ଭବିଷ୍ୟତ ନିମନ୍ତେ ଏକ ସଂକଳ୍ପ ନେଇ ଆଗକୁ ବଢୁଛି । ସମ୍ପ୍ରତି ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ସଫଳତା ଏବଂ ଜି-୨୦ର ସଫଳ ଆୟୋଜନ କରି ଭାରତ ବିଶ୍ୱ ସ୍ତରରେ ତାହାର ପ୍ରଭାବ ଓ ପ୍ରତିଷ୍ଠା ବଢାଇଛି। ଭାରତକୁ ଏଥି ସହିତ ଆଉ ଏକ ଅନୁପମ ସୁଯୋଗ ମିଳିଛି । ଆମେ ନୂଆ ସଂସଦ ଭବନକୁ ଆଜି ପ୍ରବେଶ କରିଛନ୍ତି । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ଗଣେଶ ଚତୁର୍ଥୀର ଶୁଭ ଲଗ୍ନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଗଜାନନ ସମୃଦ୍ଧି, ଶୁଭ ବିଚାର ଓ ଜ୍ଞାନର ଦେବତା । ଅତଏବ ତାଙ୍କ୍ ଜନ୍ମ ଦିବସରେ ନୂଆ ଉତ୍ସାହ ଓ ଶକ୍ତି ନେଇ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ଯାତ୍ରା ଆରମ୍ଭ କରିବାର ଏହା ଉପଯୁକ୍ତ ଦିନ । ନୂଆ ଆରମ୍ଭ ଓ ଗଣେଶ ଚତୁର୍ଥୀ ଅବସରରେ ଲୋକମାନ୍ୟ ତିଳକ ଗଣେଶ ଚତୁର୍ଥୀକୁ ଦେଶରେ ସ୍ୱରାଜର ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ଏକ ମାଧ୍ୟମ ବା ମଂଚରେ ପରିଣତ କରିଥିଲେ । ଆଜି ମଧ୍ୟ ଆମେ ସମାନ ପ୍ରେରଣା ନେଇ ଆଗକୁ ବଢୁଛୁ । 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମଧ୍ୟ ସମ୍ଭତ୍‌ସାରି ପର୍ବ ପାଳିତ ହେଉଛି । ଏହା କ୍ଷମା କରିବା ବା କ୍ଷମା ଦେବାର ଉତ୍ସବ । କେହି ଯଦି କାହା ପ୍ରତି ଉଦ୍ଦେଶ୍ୟମୂଳକ ବା ଅଣ ଉଦ୍ଦେଶ୍ୟମୂଳକ ଭାବେ କିଛି କାମ କରି କ୍ଷତି ସାଧନ କରିଥାଏ ତା’ ହେଲେ ସେଥିରୁ ମୁକ୍ତି ବା କ୍ଷମା ପାଇବା ପାଇଁ ଏହି ପର୍ବ ପାଳିତ ହୋଇଥାଏ । ଏହି ଉତ୍ସବର ମହତ୍ୱ ହେଲା ମିଚ୍ଛାମି ଦୁକ୍କଦମ ବା ସମସ୍ତଙ୍କୁ କ୍ଷମା କରି ଦେଇ ବା ନିଜ କୃତକର୍ମ ପାଇଁ କ୍ଷମା ଯାଚନା କରି ଅତୀତରେ ସବୁ ତିକ୍ତତାକୁ ଭୁଲି ଆଗକୁ ବଢିବା । 

ଲୋକସଭାରେ ସ୍ଥାପିତ ହୋଇଥିବା ପବିତ୍ର ସେଙ୍ଗଲ ବା ରାଜଦଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂଆ ଓ ପୁରୁଣା ମଧ୍ୟରେ ଏକ ସଂଯୋଗ । ଏହି ରାଜଦଣ୍ଡ ସ୍ୱାଧୀନତାର ପ୍ରଥମ ଆଲୋକ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ପବିତ୍ର ସେଙ୍ଗଲକୁ ପ୍ରଥମେ ସ୍ପର୍ଶ କରିଥିଲେ । ତେଣୁ ସେଙ୍ଗଲ ଆମକୁ ଆମ ଇତିହାସର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହିତ ସଂଯୁକ୍ତ କରୁଛି ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ସଂସଦ ଭବନର ଭବ୍ୟତା ଅମୃତକାଳକୁ ଅଭିଷିକ୍ତ କରୁଛି । ଏହା ମଧ୍ୟ ଏହି ଭବନ ନିର୍ମାଣେରେ ନିୟୋଜିତ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଶ୍ରମ ତଥା ଅବଦାନକୁ ସ୍ମରଣ କରାଉଛି । ମହାମାରୀ ସମୟରେ ମଧ୍ୟ ସେମାନେ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । 

ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହର ସମସ୍ତ ସଦସ୍ୟ ଇ-ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ହଜାରରୁ ଅଧିକ ଶ୍ରମିକ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିଲେ । ସଂସଦରେ ରହିଥିବା ଏକ ଡିଜିଟାଲ ବୁକ୍‌ରେ ସବୁ ଶ୍ରମିକଙ୍କ ନାମ, ଧାମ ଓ ଠିକଣା ସବିଶେଷ ଉଲ୍ଲେଖ ଅଛି ।ଏହି ଭବନ ନିର୍ମାଣରେ ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କର ଝାଳ ଲାଗିଛି ।

ଆମ କ୍ରିୟା ପରେ ସୃଷ୍ଟି ହେଉଥିବା ପ୍ରଭାବ ଓ ଭାବପ୍ରବଣତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଜିକାର ଭାବନା ଆମ ବ୍ୟବହାରରେ ପ୍ରତିଫଳିତ ହେବ । ଭବନ ବଦଳିଛି ତେଣୁ ଭାବ ମଧ୍ୟ ବଦଳିବା ଆବଶ୍ୟକ । 

ସଂସଦ ଦେଶସେବାର ସର୍ବୋଚ୍ଚ ପୀଠ । ଏହା କୌଣସି ରାଜନୀତିକ ଦଳର ଲାଭ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଦେଶର ବିକାଶ ପାଇଁ ଅଭିପ୍ରେତ । ଏହି ଗୃହର ସଦସ୍ୟ ଭାବେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ଚେତନାକୁ ବଜାୟ ରଖିବା ଆବଶ୍ୟକ । ଏହା ଆମର କଥା, ବିଚାର ଓ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଶ୍ରୀ ମୋଦୀ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦିଗ୍‌ଦର୍ଶନରେ ଗୃହର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ଆଚରଣ ପ୍ରଦର୍ଶନ କରି ସଂସଦର ଆଶା ଆକାଂକ୍ଷା ପୂରଣ କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୃହରେ ସଦସ୍ୟମାନଙ୍କ ଆଚରଣ ଉପରେ ସର୍ବସାଧାରଣଙ୍କର ନଜର ରହୁଛି । ସେମାନେ ଶାସକ କିମ୍ବା ବିରୋଧୀ ଯେଉଁ ପକ୍ଷରୁ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ଆଚରଣ ସମ୍ପର୍କରେ ଲୋକେ ଅବଗତ ହେଉଛନ୍ତି ।

ସାଧାରଣ କଲ୍ୟାଣ ପାଇଁ ସମ୍ମିଳିତ ଆଲୋଚନା ଓ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ବଳରେ ଆମେ ଲକ୍ଷ୍ୟ ସାଧନ ସହଜରେ କରିପାରିବା । ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣରେଖାକୁ ମାନିବା ଆବଶ୍ୟକ ।

ସମାଜର ସଫଳ ପରିବର୍ତ୍ତନରେ ରାଜନୀତିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ବେଳେ ଖେଳକୁଦଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନ ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ । ଜି-୨୦ ବୈଠକରେ ସମଗ୍ର ବିଶ୍ୱ କିପରି ମହିଳା ନେତୃତ୍ୱଧୀନ ବିକାଶ ସୂତ୍ରକୁ ଗ୍ରହଣ କଲା ସେ ବିଷୟରେ କହିଥିଲେ । ଏ ଦିଗରେ ସରକାରଙ୍କ ପ୍ରୟାସ ଅର୍ଥପୂର୍ଣ୍ଣ ଓ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦କୋଟି ଜନଧନ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କର ବ୍ୟାଙ୍କ ଖାତା ରହିଛି । ମୁଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଛି ତାହା ମଧ୍ୟ ସେ ସୂଚାଇଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଏପରି ଏକ ସମୟ ଆସେ ଯେତେବେଳେ ଇତିହାସ ସୃଷ୍ଟି ହୁଏ । ଆଜି ସେମିତି ଭାରତର ବିକାଶ ଯାତ୍ରାରେ ଏକ ସମୟ ଆସିଛି ଯେଉଁଠି ଇତିହାସ ଲେଖା ହେଉଛି । ସଂସଦରେ ମହିଳା ସଂରକ୍ଷଣ ନେଇ ହୋଇ ଆସୁଥିବା ବିଚାର ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତ ପ୍ରଥମ ବିଲ୍ ସଂସଦରେ ୧୯୯୬ରେ ଉପସ୍ଥାପିତ ହୋଇଥିଲା । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ବିଲ୍ ଏକାଧିକବାର ଉପସ୍ଥାପିତ ହୋଇ ପାରିତ ହୋଇ ପାରି ନ ଥିଲା। କାରଣ ଏଥିପାଇଁ ଆବଶ୍ୟକ ସମର୍ଥନର ଅଭାବ ଥିଲା । ତେଣୁ ମହିଳାମାନଙ୍କର ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ମୁଁ ଭାବୁଛି ଏହି କାମଟିକୁ କରିବା ପାଇଁ ଈଶ୍ୱର ମୋତେ ବାଛିଛନ୍ତି। ସେ କହିଥିଲେ ଯେ ସଂସଦର ମହିଳାମାନଙ୍କ ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ସେ କହିଥିଲେ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । “୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହେବାକୁ ଯାଉଛି।” ମହିଳାମାନେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବାରୁ ରାଷ୍ଟ୍ର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ ଓ ପ୍ରସ୍ତୁତିରେ ସେମାନଙ୍କୁ ଉଲ୍ଲେଖନୀୟ ଭାବେ ପ୍ରତିନିଧିତ୍ୱ ଦିଆଯିବା ଉଚିତ । ଏହି ଐତିହାସିକ ଦିବସରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବାକୁ ସେ ସବୁ ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଥିଲେ । 

ମହିଳା ନେତୃତ୍ୱାଧୀନ ବିକାଶ ସଂକଳ୍ପକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆଜି ଏକ ବୃହତ୍ ସମ୍ବିଧାନ ସଂଶୋଧନ ବିଲ୍ ସଦନରେ ଉପସ୍ଥାପିତ କରୁଛି । ଏହି ବିଲ୍‌ର ଉଦ୍ଦେଶ୍ୟ ହେଲା ଲୋକସଭା ଓ ସବୁ ରାଜ୍ୟର ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରାଇବା ଓ ସେମାନଙ୍କୁ ଅଧିକ ଆସନ ଦେବା । ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ମୁଁ ଆମର ମା’,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍‌କୁ ଆଇନରେ ପରିଣତ କରିବାକୁ ଆମେ ଦୃଢ ସଂକଳ୍ପ । ମୁଁ ସଦନରେ ଉପସ୍ଥିତ ଥିବା ସବୁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଏହି ବିଲ୍‌ଟି ଯଦି ସର୍ବସମ୍ମତିକ୍ରମେ ପାରିତ ହୋଇ ଆଇନରେ ପରିଣତ ହୁଏ ତା’ହେଲେ ଏହା ଆମ ପାଇଁ ଏକ ପବିତ୍ର ଶୁଭାରମ୍ଭ ହେବ । ତାହା ହୋଇପାରିଲେ ନୂଆ ଆଇନର ଶକ୍ତି ଓ ସାମର୍ଥ୍ୟ ଅନେକ ବଢିଯିବ । ଅତଏବ ଉଭୟ ଗୃହ ଏହି ମହିଳା ସଂରକ୍ଷଣ ବିଲ୍‌କୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଁ ସବୁ ସଦସ୍ୟଙ୍କୁ ଅନୁରୋଧ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Celebrate ‘Har Ghar Tiranga’drive, PM Modi calls on every household

Media Coverage

Celebrate ‘Har Ghar Tiranga’drive, PM Modi calls on every household
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."