ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେରୁସାଲେମରେ ନେସେଟ (ଇସ୍ରାଏଲ୍‌ର ସଂସଦ)ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ । ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

 

ନେସେଟରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ନେସେଟର ବାଚସ୍ପତି ଅମିର ଓହାନା ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଆନୁଷ୍ଠାନିକ ଭାବରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁ, ବିରୋଧୀ ଦଳ ନେତା ଶ୍ରୀ ୟାଇର ଲାପିଡ୍ ଏବଂ ବାଚସ୍ପତି ଓହାନା ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବା ସହ ଭାରତ-ଇସ୍ରାଏଲ୍ ସମ୍ପର୍କ ପାଇଁ ଦୃଢ଼ ଦ୍ୱିପାକ୍ଷିକ ସମର୍ଥନ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରି ବାଚସ୍ପତିଙ୍କୁ ଏହି ବିଶେଷ ସମ୍ମାନ ପାଇଁ ଧନ୍ୟବାଦ ଜଣାଇଥିଲେ । ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ମଜବୁତ ବନ୍ଧୁତ୍ୱ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଦୁଇ ଦେଶର ଲୋକମାନେ ପ୍ରାଚୀନ ସଭ୍ୟତାଗତ ସମ୍ପର୍କ ସହିତ ପ୍ରଯୁକ୍ତିବିଦ୍ୟା, ନବାଚାର, ପ୍ରତିରକ୍ଷା, ସୁରକ୍ଷା ଏବଂ ରଣନୈତିକ ସମନ୍ୱୟ ଉପରେ ଆଧାରିତ ଏକ ଦୃଢ଼ ସମସାମୟିକ ସହଭାଗୀତା ବହନ କରନ୍ତି । ସେ କହିଥିଲେ ଯେ, କୃଷି, ଗ୍ରାମୀଣ ବିକାଶ, ଜଳ ପରିଚାଳନା, ସ୍ଥିରତା ଏବଂ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଉପରେ ଆଧାରିତ ସ୍ପନ୍ଦନଶୀଳ ଲୋକ ସମ୍ପର୍କ ଦୁଇ ଦେଶର ସମ୍ପର୍କକୁ ଏକ ଗତିଶୀଳ ଦୃଷ୍ଟିକୋଣ ପ୍ରଦାନ କରିଛି । ଦୁଇ ଦେଶ ମଧ୍ୟରେ ଐତିହାସିକ ସଂଯୋଗ ଏବଂ ଲୋକଙ୍କ ଦ୍ୱିପାକ୍ଷିକ ଗତିବିଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇସ୍ରାଏଲ୍‌ରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତରେ ଥିବା ଇହୁଦୀ ପ୍ରବାସୀ ସମ୍ପ୍ରଦାୟ ଉଭୟ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

 

ଦୁଇ ଦେଶର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଆପୋଷ ନୀତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଅକ୍ଟୋବର ୭ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଶୋକ ପ୍ରକାଶ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଏପରି ବର୍ବରତାର କୌଣସି ଯଥାର୍ଥତା ନାହିଁ । ସେ ଏହି କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ପାଇଁ କରାଯାଉଥିବା ସମସ୍ତ ପ୍ରୟାସକୁ ଭାରତର ସମର୍ଥନ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ ଗାଜା ଶାନ୍ତି ପ୍ରୟାସ ପାଇଁ ଭାରତର ଦୃଢ଼ ସମର୍ଥନ ଉପରେ ଆଲୋକପାତ କରିଥିଲେ । ବହୁପାକ୍ଷିକ କ୍ଷେତ୍ରରେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ସହଯୋଗକୁ ଉଲ୍ଲେଖ କରି, ସେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇସି) ଏବଂ ୧୨ୟୁ୨ ଢ଼ାଞ୍ଚାରେ ଦୁଇ ଦେଶ ମଧ୍ୟରେ ନିବିଡ ସହଯୋଗ ପାଇଁ ଆହ୍ୱାନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧି କାହାଣୀ ଉପରେ ଆଲୋକପାତ କରିବା ସହ ବାଣିଜ୍ୟ, ନିବେଶ, ଭିତ୍ତିଭୂମି ବିକାଶ, ସବୁଜ ଅଭିବୃଦ୍ଧି, ଷ୍ଟାର୍ଟଅପ୍‌, ଡିଜିଟାଲ ସମାଧାନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ଦ୍ୱିପାକ୍ଷିକ ସହଯୋଗ ଲୋଡିଥିଲେ, ଯାହା ଯୁବପିଢ଼ିଙ୍କ ନବାଚାର ଏବଂ ସୃଜନଶୀଳତାକୁ ଉନ୍ମୁକ୍ତ କରିଥାଏ । ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସମାପ୍ତ ହେବା ଉପରେ ସନ୍ତୋଷ ପ୍ରକାଶ କରି ସେ ବ୍ୟାପକ ବାଣିଜ୍ୟ ସମ୍ଭାବନାକୁ ସାକାର କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ଚୂଡାନ୍ତ କରିବାକୁ ଆହ୍ୱାନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଭାରତରେ ଇସ୍ରାଏଲ୍ ପାଇଁ ସମ୍ପ୍ରତି ଗଠିତ ସଂସଦୀୟ ମୈତ୍ରୀ ଗୋଷ୍ଠୀର ସୁଯୋଗ ନେଇ ଦୁଇଟି ସ୍ପନ୍ଦନଶୀଳ ଗଣତନ୍ତ୍ର ମଧ୍ୟରେ ଅଧିକ ସଂସଦୀୟ ଆଦାନପ୍ରଦାନ ପାଇଁ ଆହ୍ୱାନ କରିଥିଲେ । ଦୁଇ ସଭ୍ୟତାର ନୀତି ମଧ୍ୟରେ ସମାନତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ବସୁଧୈବ କୁଟୁମ୍ବକମ୍ (ବିଶ୍ୱ ଗୋଟି ପରିବାର) ଦର୍ଶନ ଏବଂ ଇସ୍ରାଏଲ୍‌ର ଟିକ୍‌କୁମ୍ ଓଲାମ୍ (ବିଶ୍ୱକୁ ସୁସ୍ଥ କରିବା) ନୀତି ଏକ ସମନ୍ୱିତ ସମାଜ ପ୍ରତି ସମାନ ଆଭିମୁଖ୍ୟର କଥା କହିଥାଏ । ପ୍ରଧାନମନ୍ତ୍ରୀ ଭାରତ-ଇସ୍ରାଏଲ୍ ସମ୍ପର୍କରେ ଅବଦାନ ପାଇଁ ନେସେଟର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ପୁରିମ୍ ପର୍ବ ପାଇଁ ଶୁଭକାମନା ଜଣାଇଥିଲେ ।

ତାଙ୍କର ଅଭିଭାଷଣ ପରେ, ନେସେଟର ବାଚସ୍ପତି ଅମିର ଓହାନା ପ୍ରଧାନମନ୍ତ୍ରୀଙ୍କୁ “ସ୍ପିକର୍ ଅଫ୍ ଦି ନେସେଟ୍‌” ସମ୍ମାନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ଥିବା ସ୍ଥାୟୀ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ଦେଖାଯାଇପାରିବ । (ଲିଙ୍କ)

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI completes 10 years, clocks nearly 13,000-fold rise in transaction volume

Media Coverage

UPI completes 10 years, clocks nearly 13,000-fold rise in transaction volume
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI