“ଦୂର ସଞ୍ଚାର କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ଆତ୍ମନିର୍ଭରଶୀଳତା ଦିଗରେ ସ୍ୱଦେଶୀ ୫ ଜି ବେଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”
“ଏକବିଂଶ ଶତାବ୍ଦୀର ଭାରତରେ ସଂଚାର ହିଁ ପ୍ରଗତିର ନିର୍ଣ୍ଣାୟକ ହେବ”
“ଦେଶର ପ୍ରଶାସନିକ କ୍ଷେତ୍ରରେ ୫ଜି ପ୍ରଯୁକ୍ତି ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଜୀବନମାନ ଓ ବ୍ୟବସାୟିକ ସୁଗମତା ପାଇଁ ମଧ୍ୟ ସହାୟକ ହେବ”
“୨ ଜି ଯୁଗର ଦୁର୍ନୀତି, ହତାଶା ଓ ନୀତିଗତ ସ୍ଥାଣୁତାରୁ ମୁକ୍ତ ହୋଇ ଦେଶ ୩ଜିରୁ ୪ଜି ଓ ବର୍ତ୍ତମାନ ୫ଜି ଓ ୬ଜି ଅଭିମୁଖେ ଦୃତଗତିରେ ଆଗେଇ ଚାଲିଛି”
“ଗତ ଆଠ ବର୍ଷରେ ଦୂରସଞ୍ଚାର କ୍ଷେତ୍ରରେ ନୂତନ ଶକ୍ତି ସଞ୍ଚାର ହୋଇଛି”
“ମୋବାଇଲ ନିର୍ମାଣ ୟୁନିଟ ଦୁଇରୁ ୨୦୦ରୁ ଅଧିକକୁ ବୃଦ୍ଧି ପାଇବା ଯୋଗୁଁ ନିତ୍ୟାନ୍ତ ଗରୀବ ପରିବାର ନିକଟରେ ମଧ୍ୟ ଏହା ପହଞ୍ଚି ପାରିଛି”
“ଆଜି ପ୍ରତ୍ୟେକ ବ୍ୟକ୍ତି ସମ୍ମିଳିତ ନିୟନ୍ତ୍ରଣର ଆବଶ୍ୟକତାକୁ ଉପଲବ୍ଧ କରିପାରୁଛି । ସେ ଦୃଷ୍ଟିରୁ ପ୍ରତ୍ୟେକ ନିୟନ୍ତ୍ରକ ଏକାଠି ହୋଇ ଏକ ସାଧାରଣ ପ୍ଲାଟଫର୍ମ ଜରିଆରେ ଉନ୍ନତ ଯୋଗାଯୋଗ ପାଇଁ ସମାଧାନ ପନ୍ଥା ବାହାର କରିବା ଦରକାର”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଶ୍ରୀ ଦେବୁସିଂହ ଚୌହ୍ୱାନ ଓ ଶ୍ରୀ ଏଲ ମୁରୁଗନଙ୍କ ସମେତ ଦୂର ସଞ୍ଚାର ଓ ପ୍ରସାରଣ କ୍ଷେତ୍ରର ଅନେକ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଦେଶୀ ନିର୍ମିତ ୫ଜି ଟେଷ୍ଟବେଡ ଯାହାକୁ ସେ ଜାତି ଉଦ୍ଦେଶ୍ୟରେ ଆଜି ଉତ୍ସର୍ଗ କରିଛନ୍ତି ତାହା ଦୂର ସଞ୍ଚାର କ୍ଷେତ୍ରରେ ଜଟିଳ ତଥା ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରର ବିକାଶରେ ବେଶ ସହାୟକ ହେବ । ଆଇଆଇଟି ସମେତ ଏହି ପ୍ରକଳ୍ପ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଦେଶର ନିଜସ୍ୱ ୫ଜି ମାନ, ୫ ଜିଆର ଆକାରରେ ତିଆରି ହୋଇଛି ଓ ଏହା ଦେଶପାଇଁ ଏକ ଗର୍ବ । ଏହା ଦେଶର ଗ୍ରାମାଞ୍ଚଳକୁ ୫ଜି ପ୍ରଯୁକ୍ତିଜ୍ଞାନ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ସଂଯୋଗକରଣ ଦେଶର ପ୍ରଗତିର ଗତିକୁ ନିର୍ଦ୍ଧାରଣ କରିବ । ସେ ଦୃଷ୍ଟିରୁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣର ଆଧୁନିକୀକରଣ ଅପରିହାର୍ଯ୍ୟ । ୫ ଜି ପ୍ରଯୁକ୍ତିବିଦ୍ୟା ଦେଶର ପ୍ରଶାସନ, ଜୀବନ ଧାରଣମାନ ଓ ବ୍ୟବସାୟରେ ବିରାଟ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଏହା ପ୍ରତ୍ୟେକ କ୍ଷେତ୍ର ଯେପରିକି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ରଣନୀତିକ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ । ଏହା ଅନେକ କ୍ଷେତ୍ରରେ ସୁବିଧା ଆଣିବା ସହ ଅନେକ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବ । ୫ଜିର ଦୃତ ଅଭିବୃଦ୍ଧି ନିମନ୍ତେ ଉଭୟ ସରକାର ଓ ଶିଳ୍ପାନୁଷ୍ଠାନ ଗୁଡିକର ଉଦ୍ୟମ ଲୋଡା ବୋଲି ସେ କହିଥିଲେ ।

ଦୂରସଞ୍ଚାର କ୍ଷେତ୍ର କିପରି ଆତ୍ମନିର୍ଭରଶୀଳତା ଓ ସୁସ୍ଥ ପ୍ରତିଯୋଗୀତା କ୍ଷେତ୍ରରେ ସମାଜ ଓ ଆର୍ଥିକ ବିକାଶରେ ସହାୟକ ହୋଇଛି ସେ ତାହାର ଉଦାହରଣ ଦେଇଥିଲେ । ୨ଜିର ହତାଶା, ଦୁର୍ନୀତି ଓ ନୀତିଗତ ସ୍ଥାଣୁତା ଯୁଗରୁ ବାହାରି ଦେଶ ଦୃତ ଗତିରେ ୩ଜିରୁ ୪ଜି ଓ ବର୍ତ୍ତମାନ ୫ଜି ଓ ୬ଜି ଅଭିମୁଖେ ଆଗେଇ ଚାଲିଛି ବୋଲି କହିଥିଲେ ।

ଗତ ଆଠ ବର୍ଷ ମଧ୍ୟରେ ପଞ୍ଚମିତ୍ର ଯଥା ପହୁଁଞ୍ଚ, ସଂସ୍କାର, ନିୟନ୍ତ୍ରଣ, ଜବାବଦେହୀ ଓ ବୈପ୍ଳବିକ ପଦକ୍ଷେପ ଜରିଆରେ ଦୂରସଞ୍ଚାର କ୍ଷେତ୍ରରେ ଏକ ନୂତନ ଶକ୍ତି ଜାଗ୍ରତ ହୋଇଛି । ସେ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟ୍ରାଇକୁ ଏହାର ଶ୍ରେୟ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବତ୍ତର୍ମାନ ଦେଶ କୂପ ମଣ୍ଡୁକ ଭାବେ ନରହି ପୁରାପୁରି ସରକାରୀ ଧାରା ସହ ଆଗେଇ ଚାଲିଛି । ବର୍ତ୍ତମାନ ଆମେ ବିଶ୍ୱରେ ଦୂରସଞ୍ଚାର ସାନ୍ଧ୍ରତା ଓ ଇଣ୍ଟରନେଟ ବ୍ୟବହାର ଦିଗରେ ଖୁବ ଦୃତଗତିରେ କାୟା ବିସ୍ତାର କରି ଚାଲିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶର ଗରୀବରୁ ଗରୀବତମ ପରିବାର ନିକଟରେ ମୋବାଇଲ ଫୋନ ପହଞ୍ଚାଇବା ପାଇଁ ଦେଶରେ ହିଁ ମୋବାଇଲ ତିଆରି ଦିଗରେ ଗୁରୁତ୍ୱ ଆରୋପ କରାଯାଉଛି । ଫଳରେ ମୋବାଇଲ ନିର୍ମାଣକାରୀ ସଂସ୍ଥା ମାତ୍ର ଦୁଇରୁ ଏବେ ୨୦୦ରୁ ଅଧିକରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଭାରତର ପ୍ରତି ଗ୍ରାମକୁ ଅପ୍ଟିକାଲ ଫାଇବର ଯୋଗେ ଯୋଡା  ଯାଉଛି । ୨୦୧୪ ମସିହା ପୂର୍ବରୁ ଦେଶର ଶହେ ଗ୍ରାମ ପଞ୍ଚାୟତକୁ ମଧ୍ୟ ଅପ୍ଟିକାଲ ଫାଇବର ଜରିଆରେ ଯୋଡାଯାଇ ନଥିଲା । ଆଜି ଆମେ ଦେଶର ୧.୭୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ରାଣ୍ଡ ସଂଯୋଗ ଯୋଗାଯାଇଛି । ଏଥିପାଇଁ ଗ୍ରାମ ଗୁଡିକରେ ଶହ ଶହ ସରକାରୀ ସେବା ସହଜରେ ପହଞ୍ଚିପାରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ ନିମନ୍ତେ ଟ୍ରାଇ ଭଳି ନିୟନ୍ତ୍ରକଙ୍କ ନିମନ୍ତେ ସମ୍ପୂର୍ଣ୍ଣ ସରକାରୀ ସହାୟତା ଖୁବ ଗୁରୁତ୍ୱପୂର୍ଣ୍ଣ । ଆଜି ନିୟନ୍ତ୍ରଣ କେବଳ ଗୋଟିଏ କ୍ଷେତ୍ରର ପରିସୀମା ମଧ୍ୟରେ ଆବଦ୍ଧ ନୁହଁ । ପ୍ରଯୁକ୍ତି ଜ୍ଞାନ ବିଭିନ୍ନ କ୍ଷେତ୍ରକୁ ସଂଯୋଗ କରୁଛି  । ସେଥିପାଇଁ ଆଜି ସମସ୍ତେ ସମ୍ମିଳିତ ନିୟନ୍ତ୍ରଣ ବା ସହଯୋଗ ଆବଶ୍ୟକ କରୁଛନ୍ତି । ସେଥିପାଇଁ ଆଜିର ଆବଶ୍ୟକତା ହେଉଛି ସମସ୍ତ ନିୟନ୍ତ୍ରଣକାରୀ ଏକାଠି ହୋଇ ଏକ ସାଧାରଣ ମଞ୍ଚ ଗଠନ କରି ଉନ୍ନତ ସହଯୋଗ ଦ୍ୱାରା ସମାଧାନର ପନ୍ଥା ବାହାର କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Rs 20,804-crore push to expand railway capacity across major corridors

Media Coverage

India's Rs 20,804-crore push to expand railway capacity across major corridors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”