National Education Policy will give a new direction to 21st century India: PM Modi
Energetic youth are the engines of development of a country; Their development should begin from their childhood. NEP-2020 lays a lot of emphasis on this: PM
It is necessary to develop a greater learning spirit, scientific and logical thinking, mathematical thinking and scientific temperament among youngsters: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି-2020 ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂତନ ଦିଶା ନିର୍ଦ୍ଦେଶ କରିବାକୁ ଯାଉଛି ଏବଂ ଆମେମାନେ ଏଭଳି ମୁହୂର୍ତ୍ତର ଅଂଶବିଶେଷ ପାଲଟିବାକୁ ଯାଉଛେ ଯାହା ଆମର ଦେଶର ଭବିଷ୍ୟତ ନିର୍ମାଣର ଭିତ୍ତିଭୂମି ସ୍ଥାପନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ବିଗତ ତିନି ଦଶନ୍ଧି ମଧ୍ୟରେ ସମ୍ଭବତଃ ଆମମାନଙ୍କ ଜୀବନରେ କୌଣସି ବି ଚିନ୍ତନ କିମ୍ବା ଆଭିମୁଖ୍ୟ ସମାନ ହୋଇ ରହି ଆସିନାହିଁ  । କିନ୍ତୁ ଆମର ଶିକ୍ଷା ପଦ୍ଧତି ଏବେ ସେହି ପୁରୁଣା ବ୍ୟବସ୍ଥା ମଧ୍ୟରେ ସେମିତି ଚାଲିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂତନ ଭାରତର ନୂତନ ଆଶା ଓ ଆକାଂକ୍ଷା ତଥା ନୂତନ ଅବସରକୁ ପୂରଣ କରିବା ନିମନ୍ତେ ଏକ ବଳିଷ୍ଠ ସାଧନ ।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ପ୍ରସ୍ତୁତ କରିବା ସକାଶେ  ଦେଶର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ର ଏବଂ ପ୍ରତ୍ୟେକ ଭାଷାର ଲୋକଙ୍କୁ ବିଗତ 3ରୁ 4 ବର୍ଷ ମଧ୍ୟରେ କଠିନ ଶ୍ରମ ସ୍ୱୀକାର କରିବାକୁ ପଡ଼ିଛି ଏବଂ ଏହାର ପରିଣାମ ସ୍ୱରୂପ ଏଭଳି ନୀତି ପ୍ରସ୍ତୁତ କରାଯାଇଛି । ସେ କହିଲେ ଯେ ଏବେ ନୂତନ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନର ବାସ୍ତବିକ କାମ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦେଶର ସମସ୍ତ ଶିକ୍ଷକଙ୍କ ଦ୍ୱାରା ହିଁ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରଭାବୀ ଢ଼ଙ୍ଗରେ ରୂପାନ୍ୱୟନ କରାଯାଇପାରିବ ଏବଂ ଏଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନୂତନ ଶିକ୍ଷା ନୀତି ଘୋଷଣା କରାଯିବା ପରେ ଲୋକମାନଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ଏଥିପାଇଁ ଏହି ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ, ଏ ଦିଗରେ ଆଗକୁ ଅଗ୍ରସର ହେବା ପୂର୍ବରୁ, ଏଭଳି ସମ୍ମିଳନୀରେ ଏଭଳି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରାଯିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଲାଗୁ କରିା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକଗଣ ଉତ୍ସାହପୂର୍ବକ ଏହି ଚର୍ଚ୍ଚାରେ ଅଂଶଗ୍ରହଣ  କରୁଛନ୍ତି । ସେ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି କରାଯିବାର ମାତ୍ର ଏକ ସପ୍ତାହ ଭିତରେ ଦେଶବ୍ୟାପୀ ଶିକ୍ଷକବର୍ଗଙ୍କ ପକ୍ଷରୁ ପ୍ରାୟ 15 ଲକ୍ଷରୁ ଅଧିକ ସୁଚିନ୍ତିତ ପ୍ରସ୍ତାବ ଓ ପରାମର୍ଶମାନ ପ୍ରାପ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉଜ୍ଜ୍ୱଳ ଯୁବଶକ୍ତି ହେଉଛନ୍ତି ଦେଶର ବିକାଶ ଇଞ୍ଜିନ । କିନ୍ତୁ ସେମାନଙ୍କ ବିକାଶ ସେମାନଙ୍କ ବାଲ୍ୟାବସ୍ଥାରୁ ହିଁ ଆରମ୍ଭ କରାଯିବା ଆବଶ୍ୟକ । ସେ କହିଲେ ଯେ ଶିଶୁମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ମିଳିବାକୁ ଥିବା ଉଚିତ ପରିବେଶ ଯଥେଷ୍ଟ ମାତ୍ରାରେ ଏହା ନିଦ୍ଧାରଣ କରିଥାଏ ଯେ ଶିଶୁମାନେ ଭବିଷ୍ୟତରେ କ’ଣ ହେବାକୁ ଯାଉଛନ୍ତି ଏବଂ ସେମାନଙ୍କର ବ୍ୟକ୍ତିତ୍ୱ କିପରି ଭାବେ ବିକଶିତ ହେବାକୁ ଯାଉଛି । ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020ରେ ଏହି ପ୍ରସଙ୍ଗ ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଶିଶୁମାନେ ପ୍ରି-ସ୍କୁଲ୍‌ ପର୍ଯ୍ୟାୟରେ ହିଁ ନିଜର ଇନ୍ଦ୍ରିୟ ଏବଂ ନିଜର କୌଶଳକୁ ଉତ୍ତମ ରୂପେ ବୁଝିବା ଆରମ୍ଭ କରିଥାନ୍ତି । ସେଥିପାଇଁ, ଶିଶୁମାନଙ୍କୁ ହସ ଖେଳ ଓ ମଜାଦାର ପରିବେଶ ମଧ୍ୟରେ ଶିଖିବାର ଅବସର ପ୍ରଦାନ କରିବା, ଖେଳରେ ଖେଳରେ ଶିଖିବା, ସେମାନଙ୍କର ଗତିବିଧି ସ୍ୱାଭାବିକ କରିବା ମାଧ୍ୟମରେ ସେମାନଙ୍କୁ ନୂଆ ନୂଆ କଥା ଶିଖିବାର ସୁଯୋଗ ଦେବା ଏବଂ ଅନୁସନ୍ଧାନ ଆଧାରିତ ଜ୍ଞାନ ହାସଲ କରିବା ସକାଶେ ବିଦ୍ୟାଳୟମାନଙ୍କରେ ଏବଂ ଶିକ୍ଷକମାନେ ପିଲାମାନଙ୍କୁ ଉଚିତ ପରିବେଶ ଉପଲବ୍ଧ କରାଇବାର ପ୍ରୟାସ କରିବା ଉଚିତ । ସେ କହିଲେ ଯେ ଶିଶୁମାନେ ଯେତେ ଯେତେ ଆଗକୁ ବଢ଼ି ଚାଲିବେ, ସେମାନଙ୍କ ମନରେ ଅଧିକରୁ ଅଧିକ ଶିଖିବାର ଆଗ୍ରହ, ବୈଜ୍ଞାନିକ ଓ ତାର୍କିକ ଚିନ୍ତନ, ଗାଣିତିକ ଚିନ୍ତାଧାରା ଏବଂ ବୈଜ୍ଞାନିକ ସ୍ୱଭାବ ବିକାଶିତ କରିବା ଏକାନ୍ତ ଆବଶ୍ୟକ ।

ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୂର୍ବରୁ ପ୍ରଚଳିତ 10 ପ୍ଲସ୍‌ 2 ଶିକ୍ଷା ପଦ୍ଧତି ସ୍ଥାନରେ ଏବେ 5 ପ୍ଲସ୍‌ 3 ପ୍ଲସ୍‌ 3 ପ୍ଲସ୍‌ 4 ପ୍ରଣାଳୀ ଲାଗୁ କରାଯିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଲେ ଯେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିବା ଦ୍ୱାରା ଏପର୍ଯ୍ୟନ୍ତ ସହରମାନଙ୍କରେ ଥିବା ଘରୋଇ ବିଦ୍ୟାଳୟ ପର୍ଯ୍ୟନ୍ତ ସୀମିତ ରହିଥିବା ଖେଳକୁଦ ସହ ଶିକ୍ଷା ପ୍ରଣାଳୀ ଗାଁ ଗାଁ ରେ ପହଞ୍ଚିପାରିବ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ଶିକ୍ଷାର ମୂଳ ଭିତ୍ତିକୁ ସୁଦୃଢ଼ କରିବା ଉପରେ ଏହି ଶିକ୍ଷା ନୀତିରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ଏବଂ ଏହା ହେଲା ନୂତନ ଶିକ୍ଷା ନୀତିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିଗ । ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି)  ଅଧୀନରେ, ଶିଶୁମାନଙ୍କ ପଢ଼ିବା ଲେଖିବା  ଏବଂ ଗଣନାର ମୂଳଦୁଆର ବିକାଶକୁ ଏକ ରାଷ୍ଟ୍ରୀୟ ମିଶନ ଭାବେ ଗ୍ରହଣ କରାଯିବ । ପିଲାମାନେ ଆଗକୁ ବଢ଼ି ଶିଖିବା ପାଇଁ ପଢ଼ିବା ଦରକାର ଏବଂ ସେଥି ପାଇଁ ଏହା ଆବଶ୍ୟକ ଯେ ପ୍ରାରମ୍ଭରୁ ତାହା ସେମାନଙ୍କୁ ଏହିଭଳି ଢ଼ଙ୍ଗରେ ଶିକ୍ଷାଦାନ କରାଯିବା ଉଚିତ । ସେ କହିଲେ ଯେ ପଢ଼ିବା ଶିଖିବା ପାଇଁ ପଢ଼ିବାର ଏହି ବିକାଶ ଯାତ୍ରା, ଲେଖାପଢ଼ା (ସାକ୍ଷରତା) ଏବଂ ଗଣନା କରିବାର ସୁଦୃଢ଼ ଶିକ୍ଷା ଆକାଂକ୍ଷାକୁ ଏହା  ମାଧ୍ୟମରେ ସାକାର କରାଯାଇପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଥାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ ଯେ ତୃତୀୟ ଶ୍ରେଣୀ ଉତ୍ତୀର୍ଣ୍ଣ ହେଉଥିବା ପ୍ରତ୍ୟେକ ଶିଶୁ ଏକ ମିନିଟରେ ଅତି ସହଜରେ 30ରୁ 35 ପର୍ଯ୍ୟନ୍ତ ଶବ୍ଦ ଯେଭଳି ପଢ଼ିବାକୁ ସକ୍ଷମ ହୋଇ ପାରୁଥିବ । ସେ କହିଲେ ଯେ ଏହାଦ୍ୱାରା ସେମାନେ ଅନ୍ୟ ବିଷୟର ସାମଗ୍ରୀକୁ ଅତି ସହଜରେ ବୁଝି ପାରିବେ । ସେ କହିଲେ ଯେ ଏହା ସେତିକିବେଳେ ସମ୍ଭବ ହୋଇପାରିବ ଯେତେବେଳେ ଶିକ୍ଷାକୁ ଆମର ବାସ୍ତବ ଦୁନିଆ ସହିତ, ଆମର ଜୀବନ ସହିତ ଏବଂ ଆମର ପାରିପାଶ୍ୱିର୍କ ବାତାବରଣ ସହିତ ଯୋଡ଼ି ଦିଆଯିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଶିକ୍ଷା ଚତୁଃପାଶ୍ୱର୍ର ବାତାବରଣ ସହିତ ଯୋଡ଼ି ହୋଇ ରହିଥିବ, ସେତେବେଳେ ଏହାର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଜୀବନ ଏବଂ ସଂପୂର୍ଣ୍ଣ ସମାଜ ଉପରେ ମଧ୍ୟ ପଡ଼ିବ । ସେ ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରିଥିଲେ ଯେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସବୁ ସ୍କୁଲର ଛାତ୍ରଙ୍କୁ ସେମାନଙ୍କ ଗାଁର ସବୁଠାରୁ ପୁରୁଣା ଗଛକୁ ଚିହ୍ନିବାର କାର୍ଯ୍ୟ ଦିଆଯାଇଥିଲା । ଏ କାର୍ଯ୍ୟ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଆରମ୍ଭ କରାଯାଇଥିଲା । ପୁଣି, ସେହି ଗଛ ଏବଂ ସେମାନଙ୍କ ଗ୍ରାମ ଉପରେ ଆଧାରିତ ଏକ ନିବନ୍ଧ ଲିଖନ ପାଇଁ ମଧ୍ୟ ପିଲାମାନଙ୍କୁ କୁହାଯାଉଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ପ୍ରୟୋଗରୁ ଢ଼େର୍‌ ସଫଳତା ମିଳିଥିଲା । ଏହାଦ୍ୱାରା ଗୋଟିଏ ପଟେ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାବରଣ ସଂପର୍କରେ ଜ୍ଞାନ ପ୍ରାପ୍ତ ହେବା ସହ ଅପର ପକ୍ଷରେ ସେମାନେ ନିଜ ଗାଁ ସଂପର୍କରେ ଅନେକ କଥା ମଧ୍ୟ ଜାଣିବାର ସୁଯୋଗ ପାଇ ପାରିଥିଲେ । ଏହା ସେମାନଙ୍କ ପାଇଁ ପଢ଼ିବା ଓ ଜାଣିବାର ଏକ ସୁଯୋଗ ସୃଷ୍ଟି କରିଥିଲା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଶିଶୁମାନଙ୍କ ମୂଳଦୁଆର ବିକାଶ ସକାଶେ ଏଭଳି ସହଜ ଏବଂ ନୂଆ ନୂଆ ପନ୍ଥା ଆପଣାଯିବା ଦରକାର । ଏହାକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ଜୋର ଦିଆଯିବା ଉଚିତ । ଆମର ଏଭଳି ଆଧୁନିକ ସମୟରେ ଶିକ୍ଷାର ମୂଳ ହେବା ଦରକାର: ସଂଲଗ୍ନ, ଅନ୍ୱେଷଣ, ଅନୁଭବ, ବ୍ୟକ୍ତ ଏବଂ ଆଗକୁ ଅଗ୍ରସର ହେବା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ନିଜର ଋଚି ଅନୁସାରେ ଗତିବିଧି, କାର୍ଯ୍ୟକ୍ରମ ଏବଂ ପରିଯୋଜନାମାନଙ୍କରେ ସାମିଲ କରାଯିବା ଦରକାର । ଏହାଦ୍ୱାରା ସୃଜନାତ୍ମକ ଢ଼ଙ୍ଗରେ ସେମାନେ ନିଜେ ନିଜେ ନିଜର ଭାବ ବ୍ୟକ୍ତ କରିବା ଶିକ୍ଷାଲାଭ କରିପାରିବେ । ସେ କହିଲେ ଯେ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ଐତିହାସିକ ସ୍ଥଳୀ, ଋଚିକର ସ୍ଥାନ, କ୍ଷେତ- ଖଳା, ଉଦ୍ୟୋଗ ଆଦିକୁ ବୁଲାଇ ନେବା ଦରକାର ଏବଂ ତାହା ସେମାନଙ୍କର ଷ୍ଟଡ଼ି ଟୁର୍‌ (ଅଧ୍ୟୟନ ଯାତ୍ରା)ର ଅଂଶବିଶେଷ ହୋଇଥିବା ବାଂଛନୀୟ । କାରଣ ସେହିସବୁ ସ୍ଥାନରୁ ସେମାନଙ୍କୁ ଅନେକ ବ୍ୟବହାରିକ ଜ୍ଞାନ ପ୍ରାପ୍ତ ହୋଇଥାଏ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଏବେ ସବୁ ବିଦ୍ୟାଳୟରେ ସଂପାଦନ କରାଯାଉନାହିଁ । ସେ କହିଲେ ଯେ ଏହି କାରଣରୁ ଅନେକ ଛାତ୍ରଙ୍କୁ ବ୍ୟାବହାରିକ ଜ୍ଞାନ ମିଳିନଥାଏ । ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଜ୍ଞାନ ମିଳିବା ଦ୍ୱାରା ସେମାନେ ଜିଜ୍ଞାସୁ ହୋଇଥାନ୍ତି ଏବଂ ସେମାନଙ୍କ ମନରେ ଉତ୍ସୁକତା ବୃଦ୍ଧି ପାଇଥାଏ ଓ ସେମାନଙ୍କର ଦୃଷ୍ଟିଭଙ୍ଗୀର ପରିସର ମଧ୍ୟ ବ୍ୟାପ୍ତ ହୋଇଥାଏ । ଯଦି ଛାତ୍ରମାନେ ସୁସ୍ଥ ପରିବେଶକୁ କୁଶଳୀ ପରିବେଶକୁ ଦେଖିବେ ତେବେ ସେମାନଙ୍କ ମନରେ ଏକ ପ୍ରକାର ଭାବନାତ୍ମକ ସମ୍ବନ୍ଧ ସୃଷ୍ଟି ହେବ । ସେମାନେ ଏଭଳି କୌଶଳକୁ ବୁଝିବାକୁ ପ୍ରୟାସୀ ହେବେ ଓ ତାହାକୁ ସମ୍ମାନ କରିବେ । ଏହା ସେତିକିବେଳେ ସମ୍ଭବ ହେବ ଯେତେବେଳେ ସେମାନଙ୍କ ମଧ୍ୟରୁ କେହି ଛାତ୍ର ବଡ଼ ହେଲାପରେ ଏଭଳି ଉଦ୍ୟୋଗରେ ସାମିଲ ହେବେ କିମ୍ବା ଯଦି ସେମାନେ ଅନ୍ୟ କୌଣସି ଭିନ୍ନ ପେଶାକୁ ବି ଚୟନ କରନ୍ତି ତଥାନ୍ତି ସେମାନଙ୍କ ମନରେ ଏହା ନିଶ୍ଚୟ ରହିବ ଯେ ଏଭଳି ପେଶାକୁ ଆହୁରି ସହଜ ଓ ସରଳ କରିବା ଲାଗି କ’ଣ କ’ଣ କରାଯାଇ ପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଏହିଭଳି ଉଦ୍ଦେଶ୍ୟକୁ ସାକାର କରିବା ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଇଛି ଯେ ପାଠ୍ୟକ୍ରମକୁ କମ୍‌ କରାଯାଇ ପାରିବ ଏବଂ ଶିଶୁମାନଙ୍କର ଚିନ୍ତନର ଭିତ୍ତିଭୂମିକୁ ଯେଉଁଭଳି ଭାବେ ସୁଦୃଢ଼ କରାଯାଇପାରିବ ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଇଛି । ଶିକ୍ଷାଲାଭକୁ ଏକ ଏକୀକୃତ ଏବଂ ଅନ୍ତଃ-ବିଷୟକ ତଥା ପୂର୍ଣ୍ଣ ଅନୁଭବ ଆଧାରିତ  କରିବା ନିମନ୍ତେ ଏକ ରାଷ୍ଟ୍ରୀୟ ପାଠ୍ୟକ୍ରମ ସଂରଚନା ବିକାଶିତ କରାଯିବ । ଏଥିପାଇଁ ଅନ୍ୟମାନଙ୍କ ଠାରୁ ପରାମର୍ଶ ଆହ୍ୱାନ କରାଯିବ ଏବଂ ସେଥିରେ ସମସ୍ତଙ୍କୁ ପରାମର୍ଶ ତଥା ଆଧୁନିକ ଶିକ୍ଷା ପ୍ରଣାଳୀକୁ ସାମିଲ କରାଯିବ । ସେ କହିଲେ ଯେ ଆମର ଭବିଷ୍ୟତର ବିଶ୍ୱ ଆମର ଆଜିର ବିଶ୍ୱ ଠାରୁ ଢ଼େର୍‌ ପୃଥକ୍‌ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକବିଂଶ ଶତାବ୍ଦୀରେ କୌଶଳ ସହିତ ଆମର ଛାତ୍ରଛାତ୍ରୀମାନେ କିପରି ଭାବେ ଆଗକୁ ବଢ଼ି ପାରିବେ ତାହା ମହତ୍ତ୍ୱ ଉପରେ ଜୋର୍‌ ଦିଆଯାଇଛି । ସେ କହିଲେ ଯେ ଏକବିଂଶ ଶତାବ୍ଦୀର କୌଶଳ ରୂପେ ସମୀକ୍ଷାତ୍ମକ ଚିନ୍ତନ, ସୃଜନାତ୍ମକ, ସହଯୋଗ, ଜିଜ୍ଞାସା ଏବଂ ସଂଚାରକୁ ସୂଚୀବଦ୍ଧ କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ ହିଁ କୋଡ଼ିଂ ଶିଖିବା ଦରକାର । କୃତ୍ରିମ ପ୍ରଜ୍ଞାକୁ ବୁଝିବା ଦରକାର । ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌, କ୍ଲାଉଡ଼ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଏବଂ ରେବୋଟିକ୍ସ ସହିତ ସଂଶ୍ଳିଷ୍ଟ ରହିବା ଆବଶ୍ୟକ । ଆମର ପୂର୍ବର ଶିକ୍ଷାନୀତି ପ୍ରତିବନ୍ଧାତ୍ମକ ଥିଲା କିନ୍ତୁ ବାସ୍ତବିକ ବିଶ୍ୱର ସମସ୍ତ ବିଷୟ ପରସ୍ପର ସହିତ ସଂଶ୍ଳିଷ୍ଟ, ଅର୍ଥାତ ଯୋଡ଼ିହୋଇ ରହିଛି । କିନ୍ତୁ ବର୍ତ୍ତମାନର ଶିକ୍ଷା ପଦ୍ଧତି ନିଜ କ୍ଷେତ୍ରକୁ ପରିବର୍ତ୍ତନ ଏବଂ ନୂତନ ସମ୍ଭାବନାମାନଙ୍କ ସହିତ ଯୋଡ଼ି ହେବାର ଅବସର ପ୍ରଦାନ କରେନାହିଁ । ଏହା ମଧ୍ୟ ବାସ୍ତବତା ଯେ ଅନେକ ଶିଶୁଙ୍କୁ  ପାଠପଢ଼ା ମଝିରେ ବିଦ୍ୟାଳୟ ଛାଡ଼ିବାକୁ ପଡିଥାଏ  । ଏହା ଏକ ପ୍ରମୁଖ କାରଣ ହୋଇ ଉଭା ହେଉଛି । ସେଥିପାଇଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କୌଣସି ବିଷୟକୁ ଚୟନ କରିବାର ସୁଯୋଗ ପ୍ରଦାନ କରାଯାଇଛି ।

 

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଗୋଟିଏ ପଟେ ଏକ ବିରାଟ ପ୍ରସଙ୍ଗର ମଧ୍ୟ ସମାଧାନ କରିପାରିଛି । ତାହା ହେଲା, ଅଂକପତ୍ର (ମାର୍କସିଟ୍‌) ସଂଚାଳିତ ଶିକ୍ଷା ଆମ ଦେଶରେ ଶିକ୍ଷା ଉପରେ ଏକ ଚାପ ପକାଇ ଚାଲିଛି । ସେ କହିଲେ ଯେ ମାର୍କସିଟ୍‌ ଏବେ ମାନସିକ ଚାପ ସିଟ୍‌ ପରି କରିଦିଆଯାଇଛି । ଶିକ୍ଷା ବ୍ୟବସ୍ଥାରେ ଥିବା ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ମତ ପୋଷଣ କରିଥିଲେ । ପରୀକ୍ଷା ଏଭଳି ହେବା ଦରକାର ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ଚାପ କୌଣସି ଭାବେ ପଡ଼ିବନାହିଁ । ପ୍ରୟାସ ଏଭଳି ହେବା ଦରକାର ଯେ କୌଣସି ଛାତ୍ରଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ । ବରଂ, ଆତ୍ମ- ମୂଲ୍ୟାଙ୍କନ, ସହପାଠୀମାଙ୍କ ମଧ୍ୟର ପାରସ୍ପରିକ ମୂଲ୍ୟାଙ୍କନ ଭଳି ପଦ୍ଧତି ଦ୍ୱାରା ଛାତ୍ରଛାତ୍ରମାନଙ୍କ ବିକାଶ ହେବା ଦରକାର । ଏଭଳି ପଦ୍ଧତି ଆଧାରିତ ବ୍ୟବସ୍ଥା ଆପଣା ଯିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ମାର୍କସିଟ୍‌ ପରିବର୍ତ୍ତେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏକ ସମଗ୍ର ରିପୋର୍ଟ କାର୍ଡ଼ ପାଇଁ ପ୍ରାବଧାନ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କ ଅଦ୍ୱିତୀୟ କ୍ଷମତା, ଯୋଗ୍ୟତା, ଦୃଷ୍ଟିକୋଣ, ପ୍ରତିଭା, କୌଶଳ, ଦକ୍ଷତା ଏବଂ ସମ୍ଭାବନାଗୁଡ଼ିକର ଏକ ବିସ୍ତୃତ ରିପୋର୍ଟ ହେବା ବାଂଛନୀୟ । ପ୍ରଧାନମନ୍ତ୍ରୀ କହିଲେ ଯେ ମୂଲ୍ୟାଙ୍କନ ପ୍ରଣାଳୀରେ ସାମଗ୍ରିକ ସୁଧାର ଆଣିବା ସକାଶେ ଏକ ନୂତନ ରାଷ୍ଟ୍ରୀୟ ମୂଲ୍ୟାଙ୍କନ କେନ୍ଦ୍ର  “ପରଖ”ର ସ୍ଥାପନା କରାଯିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଥାକୁ ଭଲ ଭାବେ ବୁଝିବା ଆବଶ୍ୟକ ଯେ ଭାଷା କେବଳ ଶିକ୍ଷାର ଏକ ମାଧ୍ୟମ ମାତ୍ର । ଭାଷା କେବେ ନିଜସ୍ୱ ଭାବେ ଶିକ୍ଷା ନୁହେଁ । କିଛି ଲୋକ ଏହା ଭିତରେ ଥିବା ପାର୍ଥକ୍ୟକୁ ଭୁଲିଯାଆନ୍ତି । ସେଥିପାଇଁ, ଯେଉଁ ଭାଷାକୁ ଶିଶୁଟିଏ ଅତି ସହଜରେ ଶିଖିଯାଇ ପାରୁଛି, ସେହି ଭାଷା ତାକୁ ଶିକ୍ଷା ଦିଆଯିବା ଉଚିତ ଏବଂ ସେ ତାହା ଶିଖିବା ଆବଶ୍ୟକ । ଏହି କଥାକୁ ସ୍ମରଣ ରଖି ନୂତନ ଶିକ୍ଷା ନୀତିରେ ଏକଥା ପ୍ରସ୍ତାବିତ କରାଯାଇଛି ଯେ ପ୍ରାରମ୍ଭିକ ଶିକ୍ଷା ଅଧିକତର ଭାବେ ଅନ୍ୟ ଦେଶ ଭଳି ମାତୃଭାଷାରେ ହିଁ ହେବା ଦରକାର । ଅନ୍ୟଥା, ଯେତେବେଳେ ଶିଶୁଟିଏ ଅନ୍ୟ ଭାଷାରେ କିଛି କଥା ଶୁଣେ, ସେତେବେଳେ ସେ ପ୍ରଥମେ ସେ ତାହାକୁ ନିଜ ମାତୃଭାଷାରେ ହିଁ ମନେ ମନେ ଅନୁବାଦ କରିଥାଏ । ପୁଣି ତାକୁ ବୁଝିବାକୁ ଚେଷ୍ଟା କରିଥାଏ । ଏହା ଦ୍ୱାରା ଶିଶୁଟି ମନରେ ଢ଼େର୍‌ ଭ୍ରମ ସୃଷ୍ଟି ହୋଇଥାଏ । ଏହା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ସେଥିପାଇଁ, ଯେତେଦୂର ସମ୍ଭବ, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅତି କମ୍‌ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଭାଷା ଅଥବା ମାତୃଭାଷାରେ ପଢ଼ିବା- ଶିଖିବାର ପ୍ରାବଧାନ କରାଯାଇଛି ।

ଏହି ପ୍ରସଙ୍ଗରେ କୌଣସି ପ୍ରକାର ଭ୍ରମ ରହିବା ଅନୁଚିତ । ଏହି ଭ୍ରମକୁ ଦୂରକରି ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଶିଖିବା ଉପରେ କୌଣସି ପ୍ରତିବନ୍ଧକ ରଖାଯାଇନାହିଁ । ସେ କହିଲେ ଯେ ଇଂରେଜୀ ସହିତ ଅନ୍ୟ ବିଦେଶୀ ଭାଷା ଶିକ୍ଷା କରାଯାଇ ପାରିବ । ସେ କହିଲେ ଯେ ଏଥି ସହିତ ଅନ୍ୟ ଭାରତୀୟ ଭାଷାକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ଯଦ୍ୱାରା ଆମର ଯୁବାବର୍ଗ ବିଭିନ୍ନ ରାଜ୍ୟର ଭାଷା ଏବଂ ସେଠାକାର ସଂସ୍କୃତି ସହିତ ପରିଚିତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଯାତ୍ରାର ଅଗ୍ରଦୂତ । ସେଥିପାଇଁ, ସମସ୍ତ ଶିକ୍ଷକମାନଙ୍କୁ ଅନେକ ନୂଆ ନୂଆ କଥା ଶିଖିବାକୁ ପଡ଼ୁଛି ଏବଂ ପୁରୁଣା କଥାକୁ ଭୁଲିବାକୁ ପଡ଼ୁଛି । ପ୍ରଧାନମନ୍ତ୍ରୀ କହିଲେ ଯେ 2022 ମସିହାରେ ଦେଶ ସ୍ୱାଧୀନତା ଲାଭର 75ତମ ଜୟନ୍ତୀ ପାଳନ କରିବ । ତେଣୁ ଏହା ଆମମାନଙ୍କ ସାମୂହିକ ଦାୟିତ୍ୱ ଯେ ଆମେମାନେ ଏହାକୁ ସୁନିଶ୍ଚିତ କରିବା ଯେ ଦେଶର ପ୍ରତ୍ୟେକ ଛାତ୍ରଙ୍କୁ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସେତେବେଳେ ଶିକ୍ଷାଦାନ କରାଯାଉଥିବ । ଏହି ରାଷ୍ଟ୍ରୀୟ ମିଶନକୁ ପ୍ରତ୍ୟେକ ଶିକ୍ଷକ, ପ୍ରଶାସକ, ସ୍ୱୟଂସେବୀ ସଂଗଠନ ଏବଂ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ସେମାନେ ସହଯୋଗର ହାତ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI expands international presence to Cambodia through KHQR linkage

Media Coverage

UPI expands international presence to Cambodia through KHQR linkage
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the power of unity, mutual cooperation and collective resolve
June 03, 2026

Prime Minister Shri Narendra Modi today shared a Sanskrit Subhashitam, observing that when citizens are bound by the threads of unity and mutual cooperation, the strength of the nation multiplies manifold. Shri Modi highlighted that it is through this collective resolve of the people of India that the country is continuously scaling new heights of progress.

The Prime Minister posted on X:

"जब नागरिक एकजुटता और आपसी सहयोग के सूत्र में बंधते हैं, तो राष्ट्र की शक्ति कई गुना बढ़ जाती है। भारतवासियों के इसी सामूहिक संकल्प से आज देश उन्नति की नित-नई ऊंचाइयों को छू रहा है।

धूमायन्ते व्यपेतानि ज्वलन्ति सहितानि च।
धृतराष्ट्रोल्मुकानीव ज्ञातयो भरतर्षभ॥"

Just as pieces of wood cannot fully display their energy when separated, but burn brightly and produce light and warmth when brought together, in the same way, the progress, prosperity, and strength of a state depend on the unity, mutual cooperation and collective determination of its people.