Atal Tunnel would transform the lives of the people in Himachal, Leh, Ladakh and J&K: PM Modi
Those who are against recent agriculture reforms always worked for their own political interests: PM Modi
Government is committed to increasing the income of farmers, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ସୋଲାଙ୍ଗ ଉପତ୍ୟକାରେ ଆୟୋଜିତ ଅଭିନନ୍ଦନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିପୂର୍ବରୁ ସେ ବିଶ୍ୱର ସବୁଠୁ ଲମ୍ବା ଅଟଳ ସୁଡ଼ଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ହିମାଚଳ ପ୍ରଦେଶର ସିସୁଠାରେ ଆଭାର ସମାରୋହରେ ଅଂଶଗ୍ରହଣ କରିଥିଲେ ।

ସୁଡ଼ଙ୍ଗର ପରିବର୍ତ୍ତନକାରୀ ପ୍ରଭାବ

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମନାଲି ପ୍ରତି ଅଟଳଜୀଙ୍କର ଏକ ସ୍ୱତନ୍ତ୍ର ଭଲ ପାଇବା ରହିଥିଲା ଏବଂ ଏହି ଅଞ୍ଚଳରେ ଭିତ୍ତିଭୂମି, ସଡ଼କ ଯୋଗାଯୋଗ ଓ ପର୍ଯ୍ୟଟନ ଉଦ୍ୟୋଗର ବିକାଶ ଲାଗି ସେ ଏହି ସୁଡ଼ଙ୍ଗ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଅଟଳ ସୁଡ଼ଙ୍ଗ ହିମାଚଳ ପ୍ରଦେଶ, ଲେହ, ଲଦାଖ ଏବଂ ଜମ୍ମୁ ଓ କଶ୍ମୀରର ଲୋକମାନଙ୍କ ଜୀବନକୁ ବଦଳାଇ ଦେବ । ସେ କହିଥିଲେ ଯେ ଏହି ସୁଡ଼ଙ୍ଗ ସାଧାରଣ ଜନତାଙ୍କ ଚାପକୁ ହ୍ରାସ କରିଛି ଏବଂ ଏହା ବର୍ତ୍ତମାନ ଲହୌଲ ଓ ସ୍ପିତିକୁ ବର୍ଷ ବ୍ୟାପୀ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବ । ଏହି ସୁଡ଼ଙ୍ଗ ଆଞ୍ଚଳିକ ଅର୍ଥବ୍ୟବସ୍ଥା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ।

ସେ କହିଥିଲେ ଯେ ସେ ଦିନ ଆଉ ବେଶୀ ଦୂର ନାହିଁ ଯେତେବେଳେ ପର୍ଯ୍ୟଟକମାନେ କୁଲ୍ଲୁ–ମନାଲିରେ ସିଦ୍ଦୁ ଘିଅର ଜଳଖିଆ କରିବା ପରେ ଲୌହଲରେ ପହଞ୍ଚି ‘ଦୋ–ମାର’ ଓ ‘ଚିଲାଦେ’ର ମଧ୍ୟାହ୍ନ ଭୋଜନ କରିବେ ।

ହମିରପୁର ଠାରେ ଧୌଲସିଦ୍ଧ ଜଳବିଦ୍ୟୁତ ପ୍ରକଳ୍ପ

ହମିରପୁର ଠାରେ 66 ମେଗାୱାଟ କ୍ଷମତାବିଶିଷ୍ଟ ଧୌଲସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହା ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇବା ସହିତ ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ  ସୃଷ୍ଟି କରିବ ।

ଦେଶରେ ଆଧୁନିକ ଭିତ୍ତିଭୂମି ବିଶେଷ କରି ଗ୍ରାମୀଣ ସଡ଼କ, ରାଜପଥ, ବିଦ୍ୟୁତ ପ୍ରକଳ୍ପ, ରେଳ ସଂଯୋଗ ଏବଂ ବିମାନ ସଂଯୋଗ ଆଦି ନିର୍ମାଣ ପାଇଁ ସରକାରଙ୍କ ପ୍ରୟାସରେ ହିମାଚଳ ପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ରହିଛି ବୋଲି ସେ କହିଥିଲେ ।

ହିମାଚଳ ପ୍ରଦେଶରେ ଭିତ୍ତିଭୂମି ବିକାଶ

ପ୍ରଧାନମନ୍ତ୍ରୀ କହିଥିଲେ ଯେ କିରତପୁର–କୁଲ୍ଲୁ–ମନାଲି ସଡ଼କ କରିଡର, ଜିରାକପୁର–ପରୱାନୁ–ସୋଲାନ–କୈଥଲିଘାଟ ରୋଡ କରିଡର, ନାନଗାଲ ଡ୍ୟାମ–ତଲୱାରା ରେଳ ମାର୍ଗ, ଭାନୁପାଲି–ବିଳାସପୁର ରେଳ ମାର୍ଗର କାମ ଖୁବ ଦ୍ରୁତ ଗତିରେ ଜାରି ରହିଛି । ଯଥାଶୀଘ୍ର ସମ୍ବବ ଏସବୁ ପ୍ରକଳ୍ପର କାମ ଶେଷ ହେବ ଏବଂ ହିମାଚଳ ପ୍ରଦେଶର ଲୋକମାନେ ଏଗୁଡ଼ିକର ସେବା ପାଇପାରିବେ ।

ସେ କହିଥିଲେ ଯେ ମୌଳିକ ଆବଶ୍ୟକତା ବ୍ୟତୀତ ଲୋକମାନଙ୍କ ଜୀବନକୁ ଆରାମଦାୟକ କରିବା ଲାଗି ସଡ଼କ, ରେଳ, ବିଦ୍ୟୁତ, ମୋବାଇଲ ଏବଂ ଇଣ୍ଟରନେଟ ସଂଯୋଗ ଆଦି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 

ଦେଶର 6ଲକ୍ଷ ଗ୍ରାମରେ ଅପ୍ଟିକାଲ ଫାଇବର ବିଛାଇବା ନିମନ୍ତେ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଯାହାକି ଚଳିତ ବର୍ଷ ଅଗଷ୍ଟ 15 ତାରିଖସୁଦ୍ଧା 1000 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ।

ସେ କହିଥିଲେ ଏହି ପ୍ରକଳ୍ପ ଅଧୀନରେ, ଗାଁ ଏବଂ ପରିବାରଗୁଡ଼ିକୁ ୱାଇଫାଇ ହଟସ୍ପଟ ଯୋଗାଇ ଦିଆଯିବ ଏବଂ ସେମାନେ ଇଣ୍ଟରନେଟ ସଂଯୋଗ ପାଇବାରେ ସକ୍ଷମ ହୋଇପାରିବେ । ଏହା ସହିତ ହିମାଚଳ ପ୍ରଦେଶର ଲୋକମାନେ ବିଶେଷ ଲାଭ ପାଇପାରିବେ । ପିଲାମାନଙ୍କର ପାଠପଢ଼ା, ଔଷଧ ଏବଂ ପର୍ଯ୍ୟଟନ ସବୁଦୃଷ୍ଟିରୁ ଏହା ଲାଭଦାୟକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ପାଇଁ ସହଜ ଜୀବନ ଧାରଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଅଧିକାରର ସମ୍ପୂର୍ଣ୍ଣ ଲାଭ ପ୍ରଦାନ କରିବା ଲାଗି ସରକାର ନିରନ୍ତର ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକାଂଶ ସରକାରୀ ସେବା ଯେପରିକି ଦରମା, ପେନସନ, ବ୍ୟାଙ୍କିଙ୍ଗ ସେବା, ବିଦ୍ୟୁତ ଓ ଟେଲିଫୋନ ବିଲ ଆଦିର ଡିଜିଟାଲକରଣ ହୋଇସାରିଛି। ସେ କହିଥିଲେ ଯେ ଏପରି ସଂସ୍କାର ସମୟ ଓ ଅର୍ଥ ସଞ୍ଚୟ କରିବା ସହିତ ଦୁର୍ନୀତିର ମୂଳୋତ୍ପାଟନ କରିପାରୁଛି ।

ଏପରିକି କରୋନା ସମୟରେ ମଧ୍ୟ ଶହ ଶହ କୋଟି ଟଙ୍କା ହିମାଚଳ ପ୍ରଦେଶର 5 ଲକ୍ଷରୁ ଅଧିକ ପେନସନଭୋଗୀ ଏବଂ ପାଖାପାଖି 6 ଲକ୍ଷ ହିତାଧିକାରୀଙ୍କ ଜନଧନ ଆକାଉଣ୍ଟରେ ପହଞ୍ଚି ପାରିଛି ।

କୃଷି ସଂସ୍କାର

ସଦ୍ୟ କୃଷି ସଂସ୍କାରକୁ ବିରୋଧ କରୁଥିବା ଲୋକମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍କାର କେବଳ ସେହି ଲୋକମାନଙ୍କୁ ଅସନ୍ତୁଷ୍ଟ କରୁଛି ଯେଉଁମାନେ ନିଜସ୍ୱ ରାଜନୈତିକ ସ୍ୱାର୍ଥକୁ ଦେଖୁଥିଲେ । ଏପରି ଲୋକମାନେ ଏଥିପାଇଁ ଅସନ୍ତୁଷ୍ଟ ରହିଛନ୍ତି କାରଣ ଏହା ସେମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ମଧ୍ୟସ୍ଥ ଓ ଦଲାଲି ବ୍ୟବସ୍ଥାର ଉଚ୍ଛେଦ କରିବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କିପରି ଭାବେ କୁଲ୍ଲୁ, ଶିମଲା ଓ କିନ୍ନୌରରୁ ସେଓ କିଲୋପ୍ରତି ମାତ୍ର 40-50 ଟଙ୍କାରେ କିଣାଯାଇ ଶେଷ କ୍ରେତାଙ୍କୁ 100-150 ଟଙ୍କାରେ ବିକ୍ରି କରାଯାଉଛି । ଏହାଦ୍ୱାରା କୃଷକ କିମ୍ବା କ୍ରେତା କେହି ଲାଭବାନ ହେଉନାହାନ୍ତି । କେବଳ ସେତିକି ନୁହେଁ ସେଓ ଉତ୍ପାଦନ ଋତୁରେ ଅଧିକ ଫଳ ହେଉଥିବା ସମୟରେ ଦର ଅତ୍ୟଧିକ ହ୍ରାସ ପାଇଲେ ଏହାଦ୍ୱାରା କ୍ଷୁଦ୍ର ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତି । କୃଷି କ୍ଷେତ୍ରର ବିକାଶ ନିମନ୍ତେ ଆଇନରେ ଐତିହାସିକ ସଂସ୍କାର ଅଣାଯାଇଛି ବୋଲି ସେ କହିଥିଲେ । ବର୍ତ୍ତମାନ କ୍ଷୁଦ୍ର ଚାଷୀମାନେ ଚାହିଁଲେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ସେମାନଙ୍କର ଏକ ସଂଘ ଗଠନ କରିପାରିବେ ଏବଂ ଦେଶର ଯେକୌଣସି ସ୍ଥାନରେ ଯେକୌଣସି ଲୋକକୁ ସେଓ ବିକ୍ରି କରିପାରିବେ ।

ପିଏମ କିସାନ ସମ୍ମାନ ନିଧି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକମାନଙ୍କ ଆୟ ବୃଦ୍ଧି ଲାଗି ପ୍ରତିଶ୍ରୁତିବଦ୍ଧ । ପିଏମ କିସାନ ସମ୍ମାନ ନିଧି ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ପାଖାପାଖି 1 ଲକ୍ଷ କୋଟି ଟଙ୍କା କୃଷକମାନଙ୍କ ଆକାଉଣ୍ଟରେ ଜମା କରାଯାଇସାରିଲାଣି । ଏହାଦ୍ୱାରା ଦେଶର ପ୍ରାୟ 10.25 କୋଟି କୃଷକ ପରିବାର ଲାଭବାନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶର 9 ଲକ୍ଷ କୃଷକ ପରିବାର ରହିଛନ୍ତି, ଏମାନଙ୍କୁ ପାଖାପାଖି 1 ହଜାର କୋଟି ଯୋଗାଇ ଦିଆଯାଇସାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ କାମ କରିବାର ଅନୁମତି ମିଳୁନଥିଲା କିନ୍ତୁ ନିକଟରେ ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଏଥିପାଇଁ ଅନୁମତି ଦିଆଯାଇଛି । ବର୍ତ୍ତମାନ ମହିଳାମାନେ କାମ କରିବାର ସମାନ ଅଧିକାର ପାଇପାରିବେ ଏବଂ ପୁରୁଷଙ୍କ ଭଳି ସମାନ ଦରମା ପାଇବାକୁ ହକଦାର ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ନାଗରିକମାନଙ୍କ ଆତ୍ମବିଶ୍ୱାସକୁ ଜାଗ୍ରତ କରିବା ଏବଂ ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ସଂସ୍କାର ପ୍ରକ୍ରିୟା ଜାରି ରହିବ ।

ସେ କହିଥିଲେ ଦେଶ ଏବଂ ହିମାଚଳ ପ୍ରଦେଶର ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ସରକାର ପ୍ରାଥମିକତା ଦେଉଛନ୍ତି ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030

Media Coverage

PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.