“ଶ୍ରୀ ହରମୋହନ ସିଂହ ଯାଦବ ନିଜର ଦୀର୍ଘ ରାଜନୈତିକ ଜୀବନ କାଳ ମଧ୍ୟରେ ଡଃ. ରାମ ମନୋହର ଲୋହିଆଙ୍କର ବିଚାରକୁ ଆଗକୁ ବଢ଼ାଇଥିଲେ”
“ହରମୋହନ ସିଂହ ଯାଦବ ଜୀ ଶିଖ୍ ନରସଂହାର ବିରୁଦ୍ଧରେ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ସେ ଆଗକୁ ଆସି ଶିଖ୍ ଭାଇ ଏବଂ ଭଉଣୀ ମାନଙ୍କର ସୁରକ୍ଷା ନିମନ୍ତେ ସଂଗ୍ରାମ କରିଥିଲେ”
“ସାମ୍ପ୍ରତିକ ସମୟରେ, ଆଦର୍ଶଗତ ଏବଂ ରାଜନୈତିକ ସ୍ୱାର୍ଥକୁ ସମାଜ ଏବଂ ଦେଶର ସ୍ୱାର୍ଥ ଠାରୁ ଉପରକୁ ରଖିବାର ଧାରା ଦେଖା ଦେଇଛି”
“ଏହା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ ଯେ, କୌଣସି ଦଳ କିମ୍ବା ବ୍ୟକ୍ତିର ବିରୁଦ୍ଧାଚରଣ କରିବା ଯେପରି ଦେଶକୁ ବିରୋଧ କରିବାରେ ବଦଳି ନଯାଉ”
“ଡଃ ଲୋହିଆ ରାମାୟଣ ମେଳା ଗୁଡିକର ଆୟୋଜନ କରୁଥିଲେ ଏବଂ ଗଙ୍ଗାର ଦେଖାଶୁଣା କରି ଦେଶର ସାଂସ୍କୃତିକ ଶକ୍ତିକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରୁଥିଲେ”
“ସାମାଜିକ ନ୍ୟାୟର ଅର୍ଥ ହେଉଛି ସମାଜର ସମସ୍ତ ବର୍ଗର ଲୋକ ମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍‌, ଏବଂ କୌଣସି ବ୍ୟକ୍ତିି ମୌଳିକ ଆବଶ୍ୟକତା ପାଇବାରୁ ବଂଚିତ ହେବା ଉଚିତ୍ ନୁହେଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସଂସଦ, ଏମ୍‌ଏଲ୍‌ସି, ବିଧାୟକ ଏବଂ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଏବଂ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଯାଦବ ସମ୍ପ୍ରଦାୟର ନେତା ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଆଜି ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜନଜାତି / ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଦେଶର ସର୍ବୋଚ୍ଚ ପଦର ଦାୟିତ୍ୱ ବହନ କରିଛନ୍ତି । ସେ ଏହାକୁ ଭାରତର ଗଣତନ୍ତ୍ର ନିମନ୍ତେ ଏକ ବଡ ଦିନ ବୋଲି ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଉତର ପ୍ରଦେଶର ମହାନ ନେତା ମାନଙ୍କର ଗୌରବମୟ ଐତିହ୍ୟକୁ ମନେ ପକାଇ କହିଥିଲେ ଯେ, “ହରମୋହନ ସିଂହ ଯାଦବ ଜୀ ତାଙ୍କର ଦୀର୍ଘ ରାଜନୈତିକ ଜୀବନ କାଳରେ ଉତର ପ୍ରଦେଶ ଏବଂ କାନପୁରର ମାଟିରେ ଡଃ ରାମ ମନୋହର ଲୋହିଆ ଜୀ’ଙ୍କର ବିଚାର ଗୁଡିକୁ ଆଗକୁ ବଢ଼ାଇ ଥିଲେ । ସେ ରାଜ୍ୟ ଏବଂ ଦେଶର ରାଜନୀତି କ୍ଷେତ୍ରରେ ଯେଉଁ ଯୋଗଦାନ ଦେଇଥିଲେ, ସମାଜ ନିମନ୍ତେ ଯେଉଁ କାର୍ଯ୍ୟ କରିଥିଲେ, ତାହା ଆଜିର ପିଢ଼ିର ମାର୍ଗଦର୍ଶନ କରୁଛି । ‘ଗ୍ରାମ ସଭାରୁ ରାଜ୍ୟ ସଭା ପର୍ଯ୍ୟନ୍ତ’ ତାଙ୍କର ଦୀର୍ଘ ଏବଂ ବିଶେଷ ଯାତ୍ରାରେ ସମାଜ ଏବଂ ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ପଣ ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଉଦାହରଣ ଯୋଗ୍ୟ ସାହସ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, “ଶ୍ରୀ ହରମୋହନ ସିଂହ ଯାଦବ ଜୀ ଶିଖ ନରସଂହାର ବିରୁଦ୍ଧରେ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ସେ ଆଗକୁ ଆସି ଶିଖ୍ ଭାଇ ଏବଂ ଭଉଣୀ ମାନଙ୍କର ସୁରକ୍ଷା ନିମନ୍ତେ ସଂଗ୍ରାମ କରିଥିଲେ । ନିଜର ଜୀବନ ସମ୍ପର୍କରେ ଚିନ୍ତା ନ କରି, ସେ ଅନେକ ନିରୀହ ଶିଖ୍ ପରିବାର ମାନଙ୍କର ଜୀବନ ରକ୍ଷା କରିଥିଲେ । ଦେଶ ମଧ୍ୟ ତାଙ୍କର ନେତୃତ୍ୱକୁ ଚିହ୍ନି ପାରିଥିଲା ଏବଂ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶବ୍ଦକୁ ମନେ ପକାଇ, ପ୍ରଧାନମନ୍ତ୍ରୀ ଦଳୀୟ ରାଜନୀତିରେ ଦେଶର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ଦଳ ମାନଙ୍କର ଅସ୍ତିତ୍ୱ ଗଣତନ୍ତ୍ର କାରଣରୁ ହୋଇଥାଏ ଏବଂ ଗଣତନ୍ତ୍ର ଦେଶ କାରଣରୁ ହୋଇଥାଏ । ଆମ ଦେଶର ଅଧିକାଂଶ ଦଳ ସମୂହ, ବିଶେଷ କରି ସମସ୍ତ ଅଣ – କଂଗ୍ରେସ ଦଳ ଗୁଡିକ ମଧ୍ୟ ଏହି ବିଚାର ଏବଂ ଦେଶ ନିମନ୍ତେ ସହଯୋଗ ଏବଂ ସମନ୍ୱୟର ଆଦର୍ଶକୁ ପାଳନ କରିଛନ୍ତି” । ସେ ୧୯୭୧ ଯୁଦ୍ଧ, ପରମାଣୁ ପରୀକ୍ଷଣ ଏବଂ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସଂଗ୍ରାମର ଉଦାହରଣ ଦେଇ ଦେଶ ନିମନ୍ତେ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବା ନିମନ୍ତେ ରାଜନୈତିକ ଦଳ ଗୁଡିକର ଭାବନାକୁ ସ୍ପଷ୍ଟ କରିଥିଲେ ।

“ଯେତେବେଳେ ଜରୁରୀ କାଳନୀ ପରିସ୍ଥିତି ସମୟରେ ଦେଶରେ ଗଣତନ୍ତ୍ରକୁ ଦମନ କରି ଦିଆ ଯାଇଥିଲା, ସମସ୍ତ ପ୍ରମୁଖ ଦଳ, ଆମେ ସମସ୍ତେ ଏକାଠି ହୋଇଥିଲେ ଏବଂ ସମ୍ବିଧାନକୁ ସୁରକ୍ଷା ଦେବା ନିମନ୍ତେ ସଂଘର୍ଷ କରିଥିଲେ । ଚୌଧରୀ ହରମୋହନ ସିଂହ ଯାଦବ ଜୀ ମଧ୍ୟ ଏହି ସଂଘର୍ଷରେ ବୀର ସିପାହୀ ଥିଲେ । ଅର୍ଥାତ୍ ଆମର ଦେଶର ସ୍ୱାର୍ଥକୁ ସର୍ବଦା ଉପରେ ରଖିବାର ପ୍ରଥା ରହି ଆସିଛି, ଅନେକ ଥର କିଛି ବିରୋଧୀ ଦଳ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାନ୍ତି, କାରଣ ଯେତେବେଳେ ସେମାନେ କ୍ଷମତାରେ ରହି ଥିଲେ, ସେତେବେଳେ ସେମାନେ ନିଜେ ନିଷ୍ପତିକୁ କାର୍ଯ୍ୟକାରୀ କରି ପାରୁ ନଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଦେଶର ସାଧାରଣ ଜନତାଙ୍କୁ ପସନ୍ଦ ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଏହା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ ଅଟେ ଯେ, କୌଣସି ଦଳ କିମ୍ବା ବ୍ୟକ୍ତିକୁ ବିରୋଧ କରିବା ଯେପରି ଦେଶର ବିରୋଧରେ ପରିବର୍ତିତ ହୋଇ ନ ଯାଉ । ବିଚାରଧାରା ଗୁଡିକର ଏବଂ ମହତ୍ୱାକାଂକ୍ଷା ଗୁଡିକର ନିଜସ୍ୱ ସ୍ଥାନ ରହିଛି, ଏବଂ ସେସବୁ ରହିବା ଉଚିତ୍ । କିନ୍ତୁ ଦେଶ, ସମାଜ ଏବଂ ରାଷ୍ଟ୍ର ପ୍ରଥମେ ଆସିଥାଏ” ।

ପ୍ରଧାନମନ୍ତ୍ରୀ ଡଃ ଲୋହିଆଙ୍କର ସାଂସ୍କୃତିକ ଶକ୍ତିର ଅବଧାରଣା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ମୂଳ ଭାରତୀୟ ଚିନ୍ତନରେ ସମାଜ ବିବାଦ କିମ୍ବା ଆଲୋଚନାର ପ୍ରସଙ୍ଗ ନୁହେଁ ଏବଂ ଏହାକୁ ଏକତା ଏବଂ ସାମୂହିକତାର ସଂରଚନା ରୂପରେ ଦେଖା ଯାଇଥାଏ । ସେ ମନେ ପକାଇଥିଲେ ଯେ, ଡଃ ଲୋହିଆ ରାମାୟଣ ମେଳା ଗୁଡିକର ଆୟୋଜନ କରୁଥିଲେ ଏବଂ ଗଙ୍ଗାର ଦେଖାଶୁଣା କରି ଦେଶର ସାଂସ୍କୃତିକ ଶକ୍ତିକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରୁଥିଲେ । ସେ କହିଥିଲେ ଯେ, ଭାରତ ନମାମି ଗଙ୍ଗେ ଭଳି ପଦକ୍ଷେପ ମାଧ୍ୟମରେ, ସମାଜର ସାମାଜିକ ପ୍ରତୀକ ଗୁଡିକୁ ପୁନର୍ଜୀବିତ କରିବା ଏବଂ ଅଧିକାର ଗୁଡିକୁ ସୁନିଶ୍ଚିତ କରିବା ସହିତ କର୍ତବ୍ୟର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା ଭଳି ବିଭିନ୍ନ ଦିଗ ଗୁଡିକ ମାଧ୍ୟମରେ ଏହି ସ୍ୱପ୍ନକୁ ସାକାର କରୁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ, ସମାଜର ସେବା ନିମନ୍ତେ ଏହା ମଧ୍ୟ ଜରୁରୀ ଅଟେ ଯେ, ଆମେ ସାମାଜିକ ନ୍ୟାୟର ଭାବନାକୁ ସ୍ୱୀକାର କରିବା ଏବଂ ତାହାକୁ ଗ୍ରହଣ କରିବା । ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଯେତେବେଳେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହାକୁ ବୁଝାଇବା ଏବଂ ଏହି ଦିଗରେ ଆଗକୁ ବଢ଼ିବା ବହୁତ ଜରୁରୀ ଅଟେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାମାଜିକ ନ୍ୟାୟର ଅର୍ଥ ହେଉଛି ସମାଜର ସମସ୍ତ ବର୍ଗର ଲୋକ ମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ ଏବଂ କୌଣସି ବ୍ୟକ୍ତିି ମୌଳିକ ଆବଶ୍ୟକତା ପାଇବାରୁ ବଂଚିତ ହେବା ଉଚିତ୍ ନୁହେଁ । ଦଳିତ, ପଛୁଆ ବର୍ଗ, ଜନଜାତିି, ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଯେତେବେଳେ ଆଗକୁ ଆସିବେ, ସେତେବେଳେ ହିଁ ଦେଶ ଅଗ୍ରଗତି କରି ପାରିବ । ଏହି ପରିବର୍ତନ ନିମନ୍ତେ ହରମୋହନ ଜୀ ଶିକ୍ଷାକୁ ସବୁଠାରୁ ମହତ୍ୱପୂର୍ଣ୍ଣ ବୋଲି ବିଚାର କରୁଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟକ ଅଟେ । ସେ କହିଥିଲେ ଯେ, ବେଟୀ ବଚାଓ, ବେଟୀ ପଢ଼ାଓ, ଜନଜାତି କ୍ଷେତ୍ର ଗୁଡିକ ନିମନ୍ତେ ଏକଲବ୍ୟ ସ୍କୁଲ୍‌, ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଭଳି ଦିଗ ଗୁଡିକ ମାଧ୍ୟମରେ ଦେଶ ଏହି ରାସ୍ତାରେ ଅଗ୍ରଗତି କରୁଛି । “ଦେଶ ଶିକ୍ଷା ମାଧ୍ୟମରେ ସଶକ୍ତିକରଣର ମନ୍ତ୍ର ଉପରେ ଆଗକୁ ବଢ଼ୁଛି ଏବଂ ଶିକ୍ଷା ନିଜେ ହିଁ ହେଉଛି ସଶକ୍ତିକରଣ ।”

ଶ୍ରୀ ହରମୋହନ ସିଂହ ଯାଦବ (୧୮ ଅକ୍ଟୋବର ୧୯୨୧- ୨୫ ଜୁଲାଇ ୨୦୧୨)

ଶ୍ରୀ ହରମୋହନ ସିଂହ ଯାଦବ (୧୮ ଅକ୍ଟୋବର ୧୯୨୧- ୨୫ ଜୁଲାଇ ୨୦୧୨) ଜଣେ ମହାନ ବ୍ୟକ୍ତି ଏବଂ ଯାଦବ ସମ୍ପ୍ରଦାୟର ନେତା ଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କର ଅଂଶଗ୍ରହଣ ସ୍ୱର୍ଗୀୟ ନେତାଙ୍କର କୃଷକ ମାନଙ୍କ ପାଇଁ, ପଛୁଆ ବର୍ଗ ନିମନ୍ତେ ଏବଂ ସମାଜର ଅନ୍ୟ ବର୍ଗର ଲୋକ ମାନଙ୍କ ନିମନ୍ତେ ଯୋଗଦାନକୁ ସ୍ୱକୃତି ପ୍ରଦାନ କରୁଛି ।

ଶ୍ରୀ ହରମୋହନ ସିଂହ ଯାଦବ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ ଏବଂ ଏମ୍‌ଏଲ୍‌ସି, ବିଧାୟକ, ରାଜ୍ୟସଭା ସଦସ୍ୟ ଏବଂ ‘ଅଖିଳ ଭାରତୀୟ ଯାଦବ ମହାସଭା’ର ଅଧ୍ୟକ୍ଷ ରୂପରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରିଥିଲେ । ସେ ନିଜର ପୁଅ ଶ୍ରୀ ସୁଖରାମ ସିଂହଙ୍କର ସହାୟତାରେ କାନପୁର ଏବଂ ଏହାର ଆଖପାଖରେ ଅନେକ ଶିକ୍ଷା ସଂସ୍ଥାନ ଗୁଡିକର ସ୍ଥାପନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୮୪ର ଶିଖ୍ ବିରୋଧୀ ଦଙ୍ଗା କାରଣରୁ ଅନେକ ଶିଖ୍ ଲୋକ ମାନଙ୍କର ଜୀବନ ରକ୍ଷା କରିବା କ୍ଷେତ୍ରରେ ବୀରତା ପ୍ରଦର୍ଶନ କରିବା ନିମନ୍ତେ ଶ୍ରୀ ହରମୋହନ ସିଂହ ଯାଦବଙ୍କୁ ୧୯୯୧ରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରା ଯାଇଥିଲା ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari