“ଶ୍ରୀ ହରମୋହନ ସିଂହ ଯାଦବ ନିଜର ଦୀର୍ଘ ରାଜନୈତିକ ଜୀବନ କାଳ ମଧ୍ୟରେ ଡଃ. ରାମ ମନୋହର ଲୋହିଆଙ୍କର ବିଚାରକୁ ଆଗକୁ ବଢ଼ାଇଥିଲେ”
“ହରମୋହନ ସିଂହ ଯାଦବ ଜୀ ଶିଖ୍ ନରସଂହାର ବିରୁଦ୍ଧରେ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ସେ ଆଗକୁ ଆସି ଶିଖ୍ ଭାଇ ଏବଂ ଭଉଣୀ ମାନଙ୍କର ସୁରକ୍ଷା ନିମନ୍ତେ ସଂଗ୍ରାମ କରିଥିଲେ”
“ସାମ୍ପ୍ରତିକ ସମୟରେ, ଆଦର୍ଶଗତ ଏବଂ ରାଜନୈତିକ ସ୍ୱାର୍ଥକୁ ସମାଜ ଏବଂ ଦେଶର ସ୍ୱାର୍ଥ ଠାରୁ ଉପରକୁ ରଖିବାର ଧାରା ଦେଖା ଦେଇଛି”
“ଏହା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ ଯେ, କୌଣସି ଦଳ କିମ୍ବା ବ୍ୟକ୍ତିର ବିରୁଦ୍ଧାଚରଣ କରିବା ଯେପରି ଦେଶକୁ ବିରୋଧ କରିବାରେ ବଦଳି ନଯାଉ”
“ଡଃ ଲୋହିଆ ରାମାୟଣ ମେଳା ଗୁଡିକର ଆୟୋଜନ କରୁଥିଲେ ଏବଂ ଗଙ୍ଗାର ଦେଖାଶୁଣା କରି ଦେଶର ସାଂସ୍କୃତିକ ଶକ୍ତିକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରୁଥିଲେ”
“ସାମାଜିକ ନ୍ୟାୟର ଅର୍ଥ ହେଉଛି ସମାଜର ସମସ୍ତ ବର୍ଗର ଲୋକ ମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍‌, ଏବଂ କୌଣସି ବ୍ୟକ୍ତିି ମୌଳିକ ଆବଶ୍ୟକତା ପାଇବାରୁ ବଂଚିତ ହେବା ଉଚିତ୍ ନୁହେଁ”

ନମସ୍କାର !

ମୁଁ ସ୍ୱର୍ଗୀୟ ହରମୋହନ ସିଂହ ଯାଦବ ମହାଶୟଙ୍କ ପୂଣ୍ୟତିଥିରେ ତାଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି, ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ମୁଁ ସୁଖରାମ ମହାଶୟଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେ, ସେ ଏହି କାର୍ଯ୍ୟକ୍ରମ ପାଇଁ ଏତେ ସ୍ନେହର ସହିତ ମୋତେ ଆମନ୍ତ୍ରିତ କଲେ। ଏହା ମଧ୍ୟ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ଯେ ମୁଁ ଏହି କାର୍ଯ୍ୟକ୍ରମ ପାଇଁ କାନପୁର ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ରହିବି । କିନ୍ତୁ ଆଜି, ଆମ ଦେଶ ପାଇଁ ମଧ୍ୟ ହେଉଛି ଏକ ବହୁତ ବଡ଼ ଗଣତାନ୍ତ୍ରିକ ଅବସର । ଆଜି ଆମର ନୂତନ ରାଷ୍ଟ୍ରପତି ମହୋଦୟା ଶପଥ ଗ୍ରହଣ କରିଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଦିବାସୀ ସମାଜରୁ ଜଣେ ମହିଳା ରାଷ୍ଟ୍ରପତି ଦେଶର ନେତୃତ୍ୱ କରିବାକୁ ଯାଉଛନ୍ତି । ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି, ଆମର ସର୍ବ ସମାବେଶୀ ବିଚାରଧାରାର ଜୀବନ୍ତ ଉଦାହରଣ । ଏହି ଅବସରରେ ଆଜି ଦିଲ୍ଲୀରେ କେତେକ ଜରୁରୀ ଆୟୋଜନ ହେଉଛି । ସାମ୍ବିଧାନିକ ଦାୟିତ୍ୱ ନିମନ୍ତେ ମୋର ଦିଲ୍ଲୀରେ ରହିବା ହେଉଛି ବହୁତ ସ୍ୱାଭାବିକ, ଜରୁରୀ ମଧ୍ୟ ହୋଇଥାଏ। ତେଣୁ, ମୁଁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣମାନଙ୍କ ସହିତ ସାମିଲ ହୋଇଛି।

ସାଥୀଗଣ,

ଆମର ଏଠାରେ ମାନ୍ୟତା ରହିଛି ଯେ ଶରୀର ଯିବା ପରେ ମଧ୍ୟ ଜୀବନ ସମାପ୍ତ ହୁଏ ନାହିଁ। ଗୀତାରେ ଭଗବାନ ଶ୍ରୀ କୃଷ୍ଣଙ୍କର ବାକ୍ୟ ହେଉଛି - ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ। ଅର୍ଥାତ, ଆତ୍ମା ନିତ୍ୟ ହୋଇଥାଏ, ଅମର ହୋଇଥାଏ । ତେଣୁ, ଯିଏ ସମାଜ ଏବଂ ସେବା ପାଇଁ ବଞ୍ଚନ୍ତି, ସେ ମୃତ୍ୟୁ ପରେ ମଧ୍ୟ ଅମର ରୁହନ୍ତି । ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧୀ ହୁଅନ୍ତୁ କିମ୍ବା ସ୍ୱାଧୀନତାର ପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟ, ରାମମନୋହର ଲୋହିୟା ମହାଶୟ, ଜୟପ୍ରକାଶ​‌ ନାରାୟଣ ମହାଶୟ ଏଭଳି କେତେ ହିଁ ମହାନ ଆତ୍ମାଙ୍କର ଅମର ବିଚାର ଆମକୁ ଆଜି ମଧ୍ୟ ପ୍ରେରଣା ପ୍ରଦାନ କରୁଛି।  ଲୋହିୟା ମହାଶୟଙ୍କ ବିଚାରଗୁଡ଼ିକୁ ଉତ୍ତର ପ୍ରଦେଶ ଏବଂ କାନପୁରର ଧରଣୀରୁ ହରମୋହନ ସିଂହ ଯାଦବ ମହାଶୟ ନିଜର ଦୀର୍ଘ ରାଜନୈତିକ ଜୀବନରେ ଆଗକୁ ବଢ଼ାଇଲେ। ସେ ପ୍ରଦେଶ ଏବଂ ଦେଶର ରାଜନୀତିରେ ଯେଉଁ ଯୋଗଦାନ କଲେ, ସମାଜ ପାଇଁ ଯେଉଁ କାର୍ଯ୍ୟ କଲେ, ସେଥିରୁ ଆଗାମୀ ପିଢ଼ୀମାଙ୍କୁ, ସେମାନଙ୍କୁ ନିରନ୍ତର ମାର୍ଗଦର୍ଶନ ମିଳୁଛି।

ସାଥୀଗଣ,

ଚୌଧୂରୀ ହରମୋହନ ସିଂହ ଯାଦବ ମହାଶୟ ନିଜର ରାଜନୈତିକ ଜୀବନ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରିଥିଲେ । ସେ ଗ୍ରାମସଭାରୁ ରାଜ୍ୟସଭା ପର୍ପ୍ୟନ୍ତ ଯ।ତ୍ରା କଲେ । ସେ ପ୍ରଧାନ ହେଲେ, ବିଧାନ ପରିଷଦ ସଦସ୍ୟ ହେଲେ, ସାଂସଦ ହେଲେ । ଗୋଟିଏ ସମୟରେ ମେହେରବାନ ସିଂହଙ୍କର ପୁରବାରୁ ୟୁପିର ରାଜନୀତିକୁ ଦିଗ ମିଳିଥିଲା । ରାଜନୀତିର ଏହି ଶୀଖରରେ ପହଞ୍ଚି ମଧ୍ୟ ହରମୋହନ ସିଂହ ମହାଶୟଙ୍କର ପ୍ରାଥମିକତା ସମାଜ ହିଁ ରହିଥିଲା । ସେ ସମାଜ ପାଇଁ ସକ୍ଷମ ନେତୃତ୍ୱ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରିଥିଲେ। ସେ ଯୁବକମାନଙ୍କୁ ଆଗକୁ ବଢ଼ାଇଲେ। ତାଙ୍କର ଦୃଢ଼ ବ୍ୟକ୍ତିତ୍ୱ ଆମେ 1984ରେ ଦେଖିଥିଲୁ । ହରମୋହନ ସିଂହ ଯାଦବ ମହାଶୟ ନା କେବଳ ଶିଖ୍ ମାନଙ୍କ ଉପରେ ଆକ୍ରମଣ ବିରୋଧରେ ରାଜନୈତିକ ପଦକ୍ଷେପ ଗ୍ରହଣ କଲେ, ବରଂ ଶିଖ୍ ଭାଇ- ଭଉଣୀମାନଙ୍କର ରକ୍ଷା ପ।ଇଁ ସେ ଆଗକୁ ଆସି ଲଢ଼ିଲେ । ନିଜର ଜୀବନକୁ ବାଜି ଲଗାଇ ସେ କେତେ ହିଁ ଶିଖ୍ ପରିବାରଙ୍କର, ନିରିହଙ୍କର ଜୀବନ ବଞ୍ଚାଇଲେ । ଦେଶ ମଧ୍ୟ ତାଙ୍କର ଏହି ନେତୃତ୍ୱକୁ ଚିହ୍ନିଲା, ତାଙ୍କୁ ଶୌର୍ଯ୍ୟଚକ୍ର ଦିଆଗଲା । ସାମାଜିକ ଜୀବନରେ ହରମୋହନ ସିଂହ ଯାଦବ ମହାଶୟ ଯେଉଁ ଆଦର୍ଶ ଉଦାହରଣ ପ୍ରସ୍ତୁତ କଲେ, ତାହା ହେଉଛି ଅତୁଳନୀୟ।

ସାଥୀଗଣ,

ହରମୋହନ ମହାଶୟ ସଂସଦରେ ଶ୍ରଦ୍ଧେୟ ଅଟଳ ମହାଶୟଙ୍କ ଭଳି ନେତାଙ୍କର ସମୟରେ କାର୍ଯ୍ୟ କରିଥିଲେ । ଅଟଳ ମହାଶୟ କହୁଥିଲେ- ‘ସରକାର ଆସିବେ, ସରକାର ଯିବେ, ଦଳ ଗଠନ ହେବ, ବିଗିଡ଼ିବ ମାତ୍ର ଏହି ଦେଶ ରହିବା ଦରକାର।’ ଏହା ହେଉଛି ଆମର ଗଣତନ୍ତ୍ରର ଆତ୍ମା। ‘ବ୍ୟକ୍ତି ଠାରୁ ବଡ଼ ଦଳ, ଦଳ ଠାରୁ ବଡ଼ ଦେଶ।’ କାରଣ ଦଳର ଅସ୍ତିତ୍ୱ ଗଣତନ୍ତ୍ର କାରଣରୁ ରହିଛି, ଆଉ ଗଣତନ୍ତ୍ରର ଅସ୍ତିତ୍ୱ ଦେଶ ଯୋଗୁଁ ରହିଛି । ଆମ ଦେଶରେ ଅଧିକାଂଶ ଦଳଗୁଡ଼ିକ, ବିଶେଷ ରୂପେ ସମସ୍ତ ଅଣ-କଂଗ୍ରେସ ଦଳଗୁଡ଼ିକ ଏହି ବିଚାରଧାରାକୁ, ଦେଶ ପାଇଁ ସହଯୋଗ ଏବଂ ସମନ୍ୱୟର ଆଦର୍ଶକୁ ମଧ୍ୟ ସୂଚାରୁ ରୂପେ ତୁଲାଇଛନ୍ତି । ମୋର ମନେଅଛି, ଯେତେବେଳେ 1971ରେ ଭାରତ ପାକିସ୍ତାନର ଯୁଦ୍ଧ ହୋଇଥିଲା, ସେତେବେଳେ ସବୁ ପ୍ରମୁଖ ଦଳଗୁଡ଼ିକ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇ ଯାଇଥିଲେ । ଯେତେବେଳେ ଦେଶ ପ୍ରଥମ ପରମାଣୁ ପରୀକ୍ଷଣ କଲା, ସେତେବେଳେ ସମସ୍ତ ଦଳଗୁଡ଼ିକ ସେହି ସମୟର ସରକାରଙ୍କ ସହିତ ଦୃଢ଼ତାର ସହିତ ଠିଆ ହୋଇଗଲେ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ସମୟରେ ଯେତେବେଳେ ଦେଶର ଗଣତନ୍ତ୍ରକୁ ଦଳି ଚକଟି ଦିଆଗଲା ସେତେବେଳେ ସମସ୍ତ ପ୍ରମୁଖ ଦଳଗୁଡ଼ିକ, ଆମେ ସମସ୍ତେ ଏକା ସାଥୀରେ ଆସି ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢ଼େଇ ମଧ୍ୟ ଲଢ଼ିଲେ । ଚୌଧୂରୀ ହରମୋହନ ସିଂହ ଯାଦବ ମହାଶୟ ମଧ୍ୟ ସେହି ସଂଘର୍ଷର ଏକ ଲଢ଼ୁଆ ସୈନିକ ଥିଲେ । ଅର୍ଥାତ, ଆମର ଏଠାରେ ଦେଶ ଏବଂ ସମାଜର ହିତ, ବିଚାରଧାରା ଠାରୁ ବଡ଼ ରହି ଆସିଛି । ଯଦିଓ, ବର୍ତ୍ତମାନର ସମୟରେ ବିଚାରଧାରା କିମ୍ବା ରାଜନୈତିକ ସ୍ୱାର୍ଥଗୁଡ଼ିକୁ ସମାଜ ଏବଂ ଦେଶ ହିତ ଉପରକୁ ମଧ୍ୟ ରଖିବାର ଚଳଣୀ ଆରମ୍ଭ ହୋଇ ଯାଇଛି।  କେତେଥର ତ ସରକାରଙ୍କ କାର୍ଯ୍ୟରେ କିଛି ବିରୋଧୀ ଦଳ ଏଥିପାଇଁ ଅବରୋଧ ସୃଷ୍ଟି କରୁଛନ୍ତି, କାରଣ ଯେତେବେଳେ ସେ ସରକାରରେ ଥିଲେ, ସେତେବେଳେ ସେ ନିଜ ପାଇଁ ନିଷ୍ପତି ଲାଗୁ କରି ପାରି ନ ଥିଲେ । ଏବେ ଯଦି ତାହାର କ୍ରିୟାନ୍ୱୟନ ହୁଏ, ତେବେ ତାହାର ବିରୋଧ କରୁଛନ୍ତି । ଦେଶର ଲୋକମାନେ ଏହି ଚିନ୍ତାଧାରାକୁ ପସନ୍ଦ କରନ୍ତି ନାହିଁ । ଏହା ପ୍ରତ୍ୟେକ ରାଜନୈତିକ ଦଳର ଦାୟିତ୍ୱ ହେଉଛି ଯେ ଦଳର ବିରୋଧ, ବ୍ୟକ୍ତିର ବିରୋଧକୁ, ଦେଶର ବିରୋଧ ଭାବେ ପରିବର୍ତନ କରନ୍ତୁ ନାହିଁ । ବିଚାରଧାରାଗୁଡ଼ିକର ନିଜସ୍ୱ ସ୍ଥାନ ରହିଛି, ଆଉ ହେବା ଆବଶ୍ୟକ ମଧ୍ୟ। ରାଜନୈତିକ ମହାତ୍ୱାକାଂକ୍ଷାଗୁଡ଼ିକ ତ ରହିଥାଇ ପାରେ। କିନ୍ତୁ, ଦେଶ ହେଉଛି ସର୍ବପ୍ରଥମେ, ସମାଜ ହେଉଛି ସର୍ବପ୍ରଥମେ। ରାଷ୍ଟ୍ର ହେଉଛି ପ୍ରଥମ।

ସାଥୀଗଣ,

ଲୋହିୟା ମହାଶୟ ଏହା ମାନୁଥିଲେ ଯେ ସମାଜବାଦ ସମାନତାର ହେଉଛି ସିଦ୍ଧାନ୍ତ । ସେ ସତର୍କ କରୁଥିଲେ ଯେ, ସମାଜବାଦର ପତନ ତାହାକୁ ଅସମାନତାରେ ପରିବର୍ତିତ କରିପାରେ। ଆମେ ଭାରତରେ ଏହି ଦୁଇ ପରିସ୍ଥିତିକୁ ଦେଖିଛୁ । ଆମେ ଦେଖିଛୁ ଯେ ଭାରତର ମୂଳ ବିଚାରଧାରାରେ ସମାଜ, ବାଦ ଏବଂ ବିବାଦର ବିଷୟ ନୁହେଁ । ଆମ ପାଇଁ ସମାଜ ହେଉଛି ଆମର ସାମୁହିକତା ଏବଂ ସହକାରିତାର ସଂରଚନା । ଆମ ପାଇଁ ସମାଜ ହେଉଛି ଆମର ସଂସ୍କାର, ହେଉଛି ସଂସ୍କୃତି, ହେଉଛି ସ୍ୱଭାବ। ତେଣୁ, ଲୋହିୟା ମହାଶୟ ଭାରତର ସାଂସ୍କୃତିକ ସାମର୍ଥ୍ୟର କଥା କହୁଥିଲେ। ସେ ରାମାୟଣ ମେଳା ଆରମ୍ଭ କରି ଆମର ପରମ୍ପରା ଏବଂ ଭାବନାତ୍ମକ ଏକତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ସେ ଗଙ୍ଗା ଭଳି ସାଂସ୍କୃତିକ ନଦୀଗୁଡ଼ିକର ସଂରକ୍ଷଣ କଲେ, ତାହାର ଚିନ୍ତା ଦଶକ ପୂର୍ବରୁ କରିଥିଲେ । ଆଜି ନମାମୀ ଗଙ୍ଗେ ଅଭିଯାନ ମାଧ୍ୟମରେ ଦେଶ ସେହି ସ୍ବପ୍ନକୁ ପୂରଣ କରୁଛି । ଆଜି ଦେଶ ନିଜ ସମାଜର ସାଂସ୍କୃତିକ ପ୍ରତୀକ ଗୁଡ଼ିକର ପୁନରୁଦ୍ଧାର କରୁଛି। ଏହି ପ୍ରୟାସ ସମାଜର ସାଂସ୍କୃତିକ ଚେତନାକୁ ଜୀବନ୍ତ କରୁଛି, ସମାଜର ଉର୍ଜ୍ଜାକୁ, ଆମର ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରୁଛି । ଏହିଭଳି ଭାବେ, ନୂତନ ଭାରତ ପାଇଁ ଦେଶ ନିଜର ଅଧିକାର ଗୁଡ଼ିକ ଠାରୁ ମଧ୍ୟ ଆଗକୁ ବଢ଼ି ଆଜି କର୍ତ୍ତବ୍ୟଗୁଡ଼ିକର କଥା କହୁଛି । ଯେତେବେଳେ କର୍ତ୍ତବ୍ୟର ଏହି ଭାବନା ସୁଦୃଢ଼ ହୋଇଥାଏ, ତେବେ ସମାଜ ନିଜକୁ ନିଜେ ସୁଦୃଢ଼ ହୋଇଯାଇଥାଏ।                      

ସାଥୀଗଣ,

ସମାଜର ସେବା ପାଇଁ ଏହା ମଧ୍ୟ ଆବଶ୍ୟକ ଯେ ଆମେ ସାମାଜିକ ନ୍ୟାୟର ଭାବନାକୁ ଗ୍ରହଣ କରିବା, ଏହାକୁ ଅଙ୍ଗୀକାର କରିବା । ଆଜି ଯେତେବେଳେ ଦେଶ ନିଜ ସ୍ବାଧୀନତାର 75 ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହାକୁ ବୁଝିବା ଏବଂ ଏହି ଦିଗକୁ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ । ସାମାଜିକ ନ୍ୟାୟର ଅର୍ଥ ହେଉଛି- ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ ମିଳୁ, ଜୀବନର ମୌଳିକ ଆବଶ୍ୟକତାରୁ କେହି ବଞ୍ଚିତ ନ ରୁହନ୍ତୁ । ଦଳିତ, ପଛୁଆ ବର୍ଗ, ଆଦିବାସୀ, ମହିଳା, ଦିବ୍ୟାଙ୍ଗମାନେ, ଯେତେବେଳେ ଆଗକୁ ଆସିବେ, ସେତେବେଳେ ହିଁ ଦେଶ ଆଗକୁ ଯିବ । ଏହି ପରିବର୍ତ୍ତନ ପାଇଁ ହରମୋହନ ମହାଶୟ ଶିକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ । ଶିକ୍ଷା କ୍ଷେତ୍ରରେ ସେ ଯେଉଁ କାର୍ଯ୍ୟ କରିଥିଲେ, ସେ ଅନେକ ସଂଖ୍ୟାରେ ଯୁବକଙ୍କର ଭବିଷ୍ୟତ ନିର୍ମାଣ କରିଥିଲେ । ତାଙ୍କର କାର୍ଯ୍ୟକୁ  ଆଜି ସୁଖରାମ ମହାଶୟ ଏବଂ ଭାଇ ମୋହିତ ଆଗକୁ ବଢାଉଛନ୍ତି । ଦେଶ ମଧ୍ୟ ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ତଥା ଶିକ୍ଷା ହିଁ ସଶକ୍ତିକରଣ ମନ୍ତ୍ରରେ ଦେଶ ମଧ୍ୟ ଆଗକୁ ବଢୁଛି । ସେଥିପାଇଁ ଆଜି ଝିଅ ମାନଙ୍କ ଲାଗି ‘ବେଟି ବାଚାଓ, ବେଟି ପଢାଓ’ ଭଳି ଅଭିଯାନ ଏତେ ସଫଳ ହେଉଛି । ଆଦିବାସୀ ଅଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଦେଶ ଏକଲବ୍ୟ ବିଦ୍ୟାଳୟ ଆରମ୍ଭ କରିଛି । ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ମାତୃଭାଷାରେ ଶିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରୟାସ ଏହା ହେଉଛି ଯେ, ଗରିବ ପରିବାର ଏବଂ ଗ୍ରାମରୁ ଆସୁଥିବା ପିଲାମାନେ ଇଂରାଜୀ ଯୋଗୁ ପଛରେ ରହି ନ ଯାଆନ୍ତୁ। ସମସ୍ତଙ୍କୁ ବାସଗୃହ, ସମସ୍ତଙ୍କ ପାଇଁ ବିଦ୍ୟୁତ୍ ସଂଯୋଗ, ଜଳ-ଜୀବନ ମିଶନ ଅଧୀନରେ ସମସ୍ତଙ୍କୁ ବିଶୁଦ୍ଧ ଜଳ, କୃଷକମାନଙ୍କ ପାଇଁ ସାମ୍ମାନ ନିଧି, ଆଜି ଏହି ପ୍ରୟାସ ଗରିବ, ପଛୁଆ ବର୍ଗ, ଦଳିତ-ଆଦିବାସୀ ସମସ୍ତଙ୍କ ସ୍ୱପ୍ନକୁ ଶକ୍ତି ପ୍ରଦାନ କରୁଛି, ଦେଶରେ ସାମାଜିକ ନ୍ୟାୟର ମୂଳଦୁଆକୁ ସୁଦୃଢ କରାଯାଉଛି । ଅମୃତକାଳର ଆଗାମୀ 25 ବର୍ଷ ହେଉଛି ସାମାଜିକ ନ୍ୟାୟର ଏହି ସଂକଳ୍ପ ଗୁଡ଼ିକର ସମ୍ପୂର୍ଣ୍ଣ ସିଦ୍ଧିର ବର୍ଷ । ମୋର ବିଶ୍ବାସ ଯେ, ଦେଶର ଏହି ଅଭିଯାନରେ ଆମେ ସମସ୍ତେ ଆମର ଭୂମିକା ତୁଲାଇବା । ପୁଣିଥରେ ଶ୍ରଦ୍ଧେୟ ହରମୋହନ ସିଂହ ଯାଦବ ମହାଶୟଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's auto retail sales rise 18 per cent in January; dealers optimistic about Feb-Mar growth

Media Coverage

India's auto retail sales rise 18 per cent in January; dealers optimistic about Feb-Mar growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting complete devotion in the service of nation and humanity
February 11, 2026

The Prime Minister, Shri Narendra Modi, shared a Sanskrit Subhashitam highlighting complete devotion in the service of nation and humanity.

"यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"

The Subhashitam conveys, "To the nation, whose greatness is sung by the Himalayas, whose glory flows with the rivers to the ocean, and to whom the directions bow like mighty arms, we offer our entire being in dedication."

Shri Modi stated that the pioneer of Antyodaya, Pandit Deendayal Upadhyaya, also dedicated his life with this very spirit to empower every individual in the country.

The Prime Minister wrote on X;

“सर्वस्व समर्पण उस चेतना की अभिव्यक्ति है, जिसमें राष्ट्र और मानवता सर्वोपरि होती है। अंत्योदय के प्रणेता पंडित दीनदयाल उपाध्याय जी ने भी इसी भावना से देश के जन-जन को सशक्त बनाने के लिए अपना जीवन समर्पित कर दिया।

यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"