‘‘କାର୍ଯ୍ୟକାରିତା ଓ ସମୟବଦ୍ଧ ବିତରଣକୁ ଦୃଷ୍ଟିରେ ରଖି ଏହି ବଜେଟ୍‌ ପରବର୍ତ୍ତୀ ବିଚାରମନ୍ଥନ ଅତ୍ୟନ୍ତ ଜରୁରି। ଏହା ମଧ୍ୟ ଟିକସଦାତାଙ୍କ ଅର୍ଥର ପ୍ରତ୍ୟେକ ଟଙ୍କାର ସଠିକ ଉପଯୋଗକୁ ସୁନିଶ୍ଚିତ କରିଥାଏ’’
‘‘ଆମେ ଉତ୍ତମ ପ୍ରଶାସନ ଉପରେ ଯେତେ ଅଧିକ ଗୁରୁତ୍ୱ ଦେବା, ଅନ୍ତିମ ସୋପାନରେ ପହଞ୍ଚିବା ଲାଗି ଆମେ ନିଜ ଲକ୍ଷ୍ୟରେ ସେତେ ଶୀଘ୍ର ପହଞ୍ଚି ପାରିବା’’
‘‘ଅନ୍ତିମ ସୋପାନରେ ପହଞ୍ଚିବାର ଦୃଷ୍ଟିକୋଣ ଏବଂ ନୀତିଗତ ପରିପୂର୍ଣ୍ଣତା ହାସଲ କରିବା ପରସ୍ପର ପାଇଁ ଅନୁକୂଳ’’
‘‘ଯେତେବେଳେ ସମସ୍ତଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ ହୋଇଥାଏ ସେତେବେଳେ ଭେଦଭାବ ଓ ଦୁର୍ନୀତି ପାଇଁ କୌଣସି ସୁଯୋଗ ସୃଷ୍ଟି ହୋଇନଥାଏ’’
‘‘ଜନଜାତି ଓ ଗ୍ରାମାଞ୍ଚଳ କ୍ଷେତ୍ରର ଅନ୍ତିମ ସୋପାନରେ ପହଞ୍ଚିବାର ମନ୍ତ୍ରକୁ ଆଗେଇ ନେବାରେ ଚଳିତ ବର୍ଷର ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି’’
‘‘ପ୍ରଥମ ଥର ପାଇଁ, ଆମ ଦେଶର ଜନଜାତି ସମୁଦାୟର ବ୍ୟାପକ ସମ୍ଭାବନାକୁ ଉପଯୋଗ କରିବା କ୍ଷେତ୍ରରେ ଏତେ ବ୍ୟାପକ ପ୍ରୟାସ କରାଯାଉଛି’’
‘‘ସବୁଠୁ ବଞ୍ଚିତ ଜନଜାତି ସମୁଦାୟ ପାଇଁ ସ୍ୱତନ୍ତ୍ର ମିଶନ ଅଧୀନରେ ଦ୍ରୁତ ଗତିରେ ସୁବିଧା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ-ରାଷ୍ଟ୍ର ଆଭିମୁଖ୍ୟର ଆବଶ୍ୟକତା ରହିଛି’’
‘‘ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତିମ ସୋପାନରେ ପହଞ୍ଚିବା କ୍ଷେତ୍ରରେ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ ସେପାନରେ ପହଞ୍ଚିବା’ ବିଷୟ ଉପରେ ଏକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ଚତୁର୍ଥ ୱେବିନାର।

ପ୍ରାରମ୍ଭରେ ବଜେଟ୍‌ ଉପରେ ସଂସଦରେ ବିତର୍କର ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି ଏବଂ ବିଗତ କିଛି ବର୍ଷ ଧରି ବଜେଟ୍‌ ପରେ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରାଯିବାର ଏକ ନୂଆ ପରମ୍ପରା ଆରମ୍ଭ ହୋଇଛି । ‘‘ଏହା କାର୍ଯ୍ୟକାରିତା ଏବଂ ସମୟବଦ୍ଧତା ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏହା ଟିକସଦାତାଙ୍କ ଗୋଟିଏ ଗୋଟିଏ ଟଙ୍କାର ସଠିକ ଉପଯୋଗ ସୁନିଶ୍ଚିତ କରିଥାଏ’’, ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଅର୍ଥ ସହିତ ରାଜନୈତିକ ଇଚ୍ଛାଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଲାଗି ସୁଶାସନ ଏବଂ ନିରନ୍ତର ଅନୁଧ୍ୟାନର ମହତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମେ ଉତ୍ତମ ପ୍ରଶାସନ ଉପରେ ଯେତେ ଅଧିକ ଗୁରୁତ୍ୱ ଦେବା, ଅନ୍ତିମ ସୋପାନରେ ପହଞ୍ଚିବା ଲାଗି ଆମେ ନିଜ ଲକ୍ଷ୍ୟରେ ସେତେ ଶୀଘ୍ର ପହଞ୍ଚି ପାରିବା’’ ଅନ୍ତିମ ସୋପାନରେ ପହଞ୍ଚିବା ଲାଗି ସୁଶାସନର ଶକ୍ତିକୁ ଦର୍ଶାଇବା ଲାଗି ସେ ମିଶନ ଇନ୍ଦ୍ରଧନୁଷ ଏବଂ କରୋନା ମହାମାରୀ ସମୟରେ ଟିକାକରଣ ଏବଂ ଟିକା ପ୍ରସାର କ୍ଷେତ୍ରରେ ନୂଆ ଦୃଷ୍ଟିକୋଣର ଉଦାହରଣ ଦେଇଥିଲେ ।

ସମ୍ପୂର୍ଣ୍ଣତାର ନୀତିକୁ ହାସଲ କରିବା ପଛରେ ରହିଥିବା ଚିନ୍ତାଧାରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ତିମ ସୋପାନରେ ପହଞ୍ଚିବାର ଦୃଷ୍ଟିକୋଣ ଏବଂ ନୀତିଗତ ପରିପୂର୍ଣ୍ଣତା ହାସଲ କରିବା ପରସ୍ପର ପାଇଁ ଅନୁକୂଳ । ସେ କହିଥିଲେ ଯେ ପୂର୍ବରୁ ମୌଳିକ ସୁବିଧା ପାଇବାକୁ ଗରିବ ଲୋକମାନେ ସରକାରଙ୍କ ପଛରେ ଦୌଡ଼ୁଥିଲେ, ଏବେ କିନ୍ତୁ ଏହାର ବିପରୀତ ସରକାର ଗରିବ ଲୋକଙ୍କ ଘର ଦୁଆରେ ପହଞ୍ଚି ପାରିଛନ୍ତି। ‘‘ଯେଉଁ ଦିନ ଆମେ ଏହା ସ୍ଥିର କରି ନେବା ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କୁ ପ୍ରତ୍ୟେକ ମୌଳିକ ସୁବିଧା ଯୋଗାଇ ଦିଆଯିବ, ସେଦିନ ଆମେ ଦେଖିବା ଯେ ସ୍ଥାନୀୟ ସ୍ତରର କାର୍ଯ୍ୟସଂସ୍କୃତିରେ କେତେ ବଡ଼ ପରିବର୍ତ୍ତନ ଆସିପାରିଛି। ସମ୍ପୂର୍ଣ୍ଣତା ବା ସେଚୁରେସନର ନୀତି ପଛରେ ଏହି ଭାବନା ରହିଛି। ଯେତେବେଳେ ସମସ୍ତଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ ହେବ ସେତେବେଳେ ଭେଦଭାବ ଏବଂ ଦୁର୍ନୀତିର କୌଣସି ସୁଯୋଗ ରହିବ ନାହିଁ । ଆଉ କେବଳ ସେହି ଦିନ ହିଁ ଆମେ ଅନ୍ତିମ ସୋପାନରେ ପହଞ୍ଚିବାର ଲକ୍ଷ୍ୟ ହାସଲ କରିପାରିବା’’, ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ।

ଏହି ଦୃଷ୍ଟିକୋଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ପିଏମ ସ୍ୱନୀଧି ଯୋଜନା ବିଷୟରେ କହିଥିଲେ । ସେ କହିଥିଲେ ଯେ ଏହା ଉଠାଦୋକାନୀମାନଙ୍କୁ ଔପଚାରିକ ବ୍ୟଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ି ପାରିଛି। ଅନୁରୂପ ଭାବେ ସେ ଅଣତାଲିକାଭୁକ୍ତ ଲୋକ, ଯାଯାବର ଓ ଅର୍ଦ୍ଧ ଯାଯାବର ସମୁଦାୟଙ୍କ ପାଇଁ ବିକାଶ ଓ କଲ୍ୟାଣ ବୋର୍ଡ ଗଠନ, ଗ୍ରାମାଞ୍ଚଳରେ ୫ ଲକ୍ଷ ଜନ ସେବା କେନ୍ଦ୍ର ଏବଂ ଦଶ କୋଟି ଟେଲି ମେଡ଼ିସିନ ପରାମର୍ଶ ଆଦିର ଉଦାହରଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷର ବଜେଟରେ ଆଦିବାସୀ ଏବଂ ଗ୍ରାମୀଣ କ୍ଷେତ୍ରର ଅନ୍ତିମ ସୋପାନରେ ପହଞ୍ଚିବାର ମନ୍ତ୍ରକୁ ଆଗେଇ ନେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ସେ କହିଥିଲେ ଯେ ଏଥିପାଇଁ ଜଳ ଜୀବନ ମିଶନ ଅଧୀନରେ ହଜାର ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେ କହିଥିଲେ ଯେ, ୬୦ ହଜାରରୁ ଅଧିକ ଅମୃତ ସରୋବର କାମ ଆରମ୍ଭ ହୋଇସାରିଛି, ଏଥିମଧ୍ୟରୁ ୩୦ ହଜାର ସରୋବର ନିର୍ମାଣ କରାଯାଇସାରିଛି । ‘‘ଏହି ସବୁ ଅଭିଯାନ ଦୂର ଏବଂ ସୁଦୂରବର୍ତ୍ତୀ କ୍ଷେତ୍ରରେ ରହୁଥିବା ଏବଂ ବହୁ ଦଶନ୍ଧି ଧରି ଏଭଳି ମୌଳିକ ସୁବିଧାର ବଞ୍ଚିତ ରହିଥିବା ଭାରତୀୟମାନଙ୍କର ଜୀବନଧାରଣରେ ସୁଧାର ଆଣିବ । ଆମେ ଏଠାରେ ଅଟକି ଯିବା ଉଚିତ୍‌ ନୁହେଁ । ନୂଆ ଜଳ ସଂଯୋଗ ଏବଂ ଜଳ ଉପଯୋଗର ପ୍ୟାଟର୍ଣ୍ଣ ପାଇଁ ଆମକୁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ। ଆମକୁ ଏହା ମଧ୍ୟ ସମୀକ୍ଷା କରିବାକୁ ହେବ ଯେ ଜଳ ସମିତିକୁ ଆହୁରି ଅଧିକ ମଜବୁତ କରିବା ଲାଗି କିଭଳି ପଦକ୍ଷେପ ନିଆଯାଇପାରିବ,’’ ପ୍ରଧାନମନ୍ତ୍ରୀ କହିଥିଲେ ।

ମଜବୁତ ଏବଂ ଶସ୍ତା ଗୃହ ନିର୍ମାଣ ପଦ୍ଧତି ଖୋଜିବା ଲାଗି ଆବାସ ନିର୍ମାଣକୁ ପ୍ରଯୁକ୍ତି ସହ ଯୋଡ଼ିବାର ଜ୍ଞାନକୌଶଳ ଉପରେ ବିଚାରବିମର୍ଶ କରିବା, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ସୌର ଶକ୍ତି ଓ ସମୂହ ଆବାସ ମଡେଲର ଲାଭ ଉଠାଇବାର ସହଜ ପଦ୍ଧତି ଖୋଜିବା ନିମନ୍ତେ ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଚଳିତ ବର୍ଷର ବଜେଟରେ ଗରିବଙ୍କ ଆବାସ ନିର୍ମାଣ ପାଇଁ ୮୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ପ୍ରଥମ ଥର ପାଇଁ, ଆମ ଦେଶର ଜନଜାତି ସମୁଦାୟର ବ୍ୟାପକ ସମ୍ଭାବନାକୁ ଉପଯୋଗ କରିବା କ୍ଷେତ୍ରରେ ଏତେ ବ୍ୟାପକ ପ୍ରୟାସ କରାଯାଉଛି । ଚଳିତ ବଜେଟରେ ଜନଜାତି ବିକାଶକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।’’ ଏକଲବ୍ୟ ଆବାସିକ ବିଦ୍ୟାଳୟରେ କର୍ମଚାରୀମାନଙ୍କ ନିଯୁକ୍ତି ପାଇଁ ଅଧିକ ଅର୍ଥ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କିଭଳି ବଡ଼ ସହରର ଅଭିଜ୍ଞତା ମିଳିପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଠାରୁ ଆଜିର ସଭାରେ ଉପସ୍ଥିତ ଲୋକମାନେ ମତାମତ ସଂଗ୍ରହ କରିବା ଉଚିତ୍‌ ।  ଏହି ସବୁ ବିଦ୍ୟାଳୟରେ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ଏବଂ ଷ୍ଟାର୍ଟଅପ କର୍ମଶାଳା ଗଠନ କରିବା ଲାଗି ମାର୍ଗ ସନ୍ଧାନ କରିବା ନିମନ୍ତେ ବିଚାରବିମର୍ଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ୨୦୦ରୁ ଅଧିକ ଜିଲ୍ଲା ଏବଂ ୨୨ ହଜାରରୁ ଅଧିକ ଗାଁରେ ରହୁଥିବା ଆମର ଜନଜାତି ବନ୍ଧୁମାନଙ୍କୁ ଦ୍ରୁତ ଗତିରେ ସବୁ ସୁବିଧା ଯୋଗାଇ ଦେବାକୁ ହେବ। ଶ୍ରୀ ମୋଦୀ ଏହି ପରିପ୍ରେକ୍ଷୀରେ ପସମାନ୍ଦା ମୁସଲିମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଚଳିତ ବଜେଟରେ ସିକିଲ ସେଲ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ଲାଗି ମଧ୍ୟ ଲକ୍ଷ୍ୟ ରଖାଯାଇଛି। ସେ କହିଥିଲେ, ‘‘ଏଥିପାଇଁ ସମ୍ପୂର୍ଣ୍ଣ-ରାଷ୍ଟ୍ର ଦୃଷ୍ଟିକୋଣକୁ ଆପଣେଇବାକୁ ହେବ। ସେଥିପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଅଂଶୀଦାରମାନଙ୍କୁ ଦ୍ରୁତ ଗତିରେ କାମ କରିବାକୁ ହେବ ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତିମ ସୋପାନରେ ପହଞ୍ଚିବା କ୍ଷେତ୍ରରେ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି । ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇ ଦେଶର 500 ଉପଖଣ୍ଡରେ ଗୋଟିଏ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷରେ କହିଥିଲେ, ‘‘ଆକାଂକ୍ଷୀ ବ୍ଲକ୍‌ କାର୍ଯ୍ୟକ୍ରମ ପାଇଁ ଆମକୁ ତୁଳନାତ୍ମକ ମାପଦଣ୍ଡକୁ ଠିକ୍‌ ସେହିପରି ଧ୍ୟାନରେ ରଖିବାକୁ ହେବ, ଯେପରି ଆମେ ଅକାଂକ୍ଷୀ ଜିଲ୍ଲା କ୍ଷେତ୍ରରେ କରିଥାଉ। ବ୍ଲକସ୍ତରରେ ମଧ୍ୟ ଆମକୁ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାକୁ ହେବ ।’’

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi