‘‘କାର୍ଯ୍ୟକାରିତା ଓ ସମୟବଦ୍ଧ ବିତରଣକୁ ଦୃଷ୍ଟିରେ ରଖି ଏହି ବଜେଟ୍‌ ପରବର୍ତ୍ତୀ ବିଚାରମନ୍ଥନ ଅତ୍ୟନ୍ତ ଜରୁରି। ଏହା ମଧ୍ୟ ଟିକସଦାତାଙ୍କ ଅର୍ଥର ପ୍ରତ୍ୟେକ ଟଙ୍କାର ସଠିକ ଉପଯୋଗକୁ ସୁନିଶ୍ଚିତ କରିଥାଏ’’
‘‘ଆମେ ଉତ୍ତମ ପ୍ରଶାସନ ଉପରେ ଯେତେ ଅଧିକ ଗୁରୁତ୍ୱ ଦେବା, ଅନ୍ତିମ ସୋପାନରେ ପହଞ୍ଚିବା ଲାଗି ଆମେ ନିଜ ଲକ୍ଷ୍ୟରେ ସେତେ ଶୀଘ୍ର ପହଞ୍ଚି ପାରିବା’’
‘‘ଅନ୍ତିମ ସୋପାନରେ ପହଞ୍ଚିବାର ଦୃଷ୍ଟିକୋଣ ଏବଂ ନୀତିଗତ ପରିପୂର୍ଣ୍ଣତା ହାସଲ କରିବା ପରସ୍ପର ପାଇଁ ଅନୁକୂଳ’’
‘‘ଯେତେବେଳେ ସମସ୍ତଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ ହୋଇଥାଏ ସେତେବେଳେ ଭେଦଭାବ ଓ ଦୁର୍ନୀତି ପାଇଁ କୌଣସି ସୁଯୋଗ ସୃଷ୍ଟି ହୋଇନଥାଏ’’
‘‘ଜନଜାତି ଓ ଗ୍ରାମାଞ୍ଚଳ କ୍ଷେତ୍ରର ଅନ୍ତିମ ସୋପାନରେ ପହଞ୍ଚିବାର ମନ୍ତ୍ରକୁ ଆଗେଇ ନେବାରେ ଚଳିତ ବର୍ଷର ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି’’
‘‘ପ୍ରଥମ ଥର ପାଇଁ, ଆମ ଦେଶର ଜନଜାତି ସମୁଦାୟର ବ୍ୟାପକ ସମ୍ଭାବନାକୁ ଉପଯୋଗ କରିବା କ୍ଷେତ୍ରରେ ଏତେ ବ୍ୟାପକ ପ୍ରୟାସ କରାଯାଉଛି’’
‘‘ସବୁଠୁ ବଞ୍ଚିତ ଜନଜାତି ସମୁଦାୟ ପାଇଁ ସ୍ୱତନ୍ତ୍ର ମିଶନ ଅଧୀନରେ ଦ୍ରୁତ ଗତିରେ ସୁବିଧା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ-ରାଷ୍ଟ୍ର ଆଭିମୁଖ୍ୟର ଆବଶ୍ୟକତା ରହିଛି’’
‘‘ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତିମ ସୋପାନରେ ପହଞ୍ଚିବା କ୍ଷେତ୍ରରେ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି’’

ବିଶେଷ ଭାବରେ ଏହି ପରମ୍ପରା ରହିଛି ଯେ ବଜେଟ ପରେ, ବଜେଟ ସମ୍ପର୍କରେ ସଂସଦରେ ଆଲୋଚନା ହୋଇଥାଏ, ଆଉ ଏହା ଜରୁରୀ ମଧ୍ୟ ଅଟେ, ଉପଯୋଗୀ ମଧ୍ୟ ଅଟେ । କିନ୍ତୁ ସରକାର ଆମର ବଜେଟ ଉପରେ ହୋଇଥିବା ଆଲୋଚନାକୁ ଗୋଟିଏ ପାଦ ଆଗକୁ ନେଇ ଯାଇଛନ୍ତି । ଗତ କିଛି ବର୍ଷରୁ ଆମର ସରକାର ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ବଜେଟ ପାଇଁ ମଧ୍ୟ ବଜେଟ କରିଥାନ୍ତି । ପରେ ମଧ୍ୟ ସମସ୍ତ ହିତାଧିକାରୀମାନଙ୍କ ଠାରୁ ଗହନ ମନ୍ଥନର ନୂତନ ପରମ୍ପରା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟାନ୍ୱୟନ, ସମୟ ସୀମା ବିତରଣ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ଟିକସଦାତା ଅର୍ଥର ପ୍ରତ୍ୟକ ପଇସାର ଉପଯୁକ୍ତ ଉପଯୋଗ ମଧ୍ୟ ସୁନିଶ୍ଚିତ ହୋଇଥାଏ । ଗତ କିଛି ଦିନ ମଧ୍ୟରେ ମୁଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ କଥା ହୋଇଛି । ଆଜି ‘ରିଚଙ୍ଗ ଦ ଲାଷ୍ଟ ମାଇଲ’, ଯାହା ମହାତ୍ମା ଗାନ୍ଧୀ କହିଥିଲେ ଯେ ତୁମର ଯୋଜନା, ତୁମର ଯୋଜନା ଅନ୍ତିମ ସ୍ଥାନରେ ବସିଥିବା ବ୍ୟକ୍ତିଙ୍କ ନିକଟରେ କେତେ ଶୀଘ୍ର ପହଂଚୁଛି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଆଜି ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କ ସହ ଏକ ବ୍ୟାପକ ଆଲୋଚନା ହେଉଛି ଯେ ବଜେଟରେ ଜନକଲ୍ୟାଣ ପାଇଁ ଅନେକ କାର୍ଯ୍ୟ ଅଛି, ଏତେ ବଜେଟ ଅଛି, ଆମେ କିପରି ଏହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ହିତାଧିକାରୀଙ୍କ ନିକଟରେ ପହଂଚାଇ ପାରିବା ।

ସାଥୀମାନେ,

ଆମ ଦେଶରେ ଏକ ପୁରୁଣା ଧାରଣା ରହିଛି ଯେ, ଲୋକଙ୍କ କଲ୍ୟାଣ ଏବଂ ଦେଶର ବିକାଶ କେବଳ ଧନ ମାଧ୍ୟମରେ ସମ୍ଭବ ହୋଇଥାଏ । ଏମିତି ନୁହେଁ । ଦେଶ ଏବଂ ଦେଶବାସୀଙ୍କ ବିକାଶ ପାଇଁ ଅର୍ଥ ଆବଶ୍ୟକ । କିନ୍ତୁ, ଧନ ସହିତ ମନ ମଧ୍ୟ ଆବଶ୍ୟକ । ସରକାରୀ କାର୍ଯ୍ୟ ଏବଂ ସରକାରୀ ଯୋଜନାର ସଫଳତା ପାଇଁ ସବୁଠାରୁ ଜରୁରୀ ସର୍ତ୍ତ ହେଉଛି- ଉତ୍ତମ ଶାସନ, ଉତ୍ତମ ଶାସନ, ସମ୍ବେଦନଶୀଳ ଶାସନ, ସାଧାରଣ ଲୋକଙ୍କୁ ସମର୍ପିତ ଶାସନ । ଯେତେବେଳେ ସରକାରଙ୍କ କାର୍ଯ୍ୟ ମାପଯୋଗ୍ୟ ହୋଇଥାଏ, ସେଠାରେ ନିରନ୍ତର ଭାବେ ମନିଟରିଂ କରାଯାଇଥାଏ । ତେବେ ସ୍ୱାଭାବିକ ଅଟେ ଯେ ଆପଣ ସମୟସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବେ ଏବଂ ଆବଶ୍ୟକୀୟ ଫଳାଫଳ ପାଇପାରିବେ । ସେଥିପାଇଁ ଉତ୍ତମ ଶାସନ ଉପରେ ଆମେ ଯେତିକି ଜୋର ଦେବା, ସେତିକି ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ରେ ପହଂଚିବାରେ ଆମର ଲକ୍ଷ୍ୟ ସେତିକି ସହଜ ହେବ । ଆପଣ ମନେ ପକାନ୍ତୁ, ଆମ ଦେଶରେ ପୂର୍ବରୁ ଦୂରଦୂରାନ୍ତରରେ ପହଂଚିବା ପାଇଁ ଅନେକ ଦଶନ୍ଧି ଲାଗିଥିଲା । ଟିକାକରଣ କ୍ଷେତ୍ରରେ ଦେଶ ବହୁ ପଛରେ ଥିଲା । ଦେଶର କୋଟି କୋଟି ପିଲାମାନଙ୍କୁ, ବିଶେଷ କରି ଗ୍ରାମ ଏବଂ ଆଦିବାସୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏହି ଟିକା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଯଦି ଆମେ ପୁରାତନ ଉପାୟ ସହିତ କାର୍ଯ୍ୟ କରିଥାନ୍ତେ, ତେବେ ଭାରତରେ ଟିକାକରଣକୁ ଶତ ପ୍ରତିଶତ କରିବାରେ ଅନେକ ଦଶନ୍ଧି ଆହୁରି ଲାଗି ଯାଇଥାନ୍ତା । ଆମେ ନୂତନ ଆଭିମୁଖ୍ୟ ସହିତ କାର୍ଯ୍ୟ ଆରମ୍ଭ କଲୁ, ମିଶନ ଇନ୍ଦ୍ରଧନୁ ଆରମ୍ଭ କରିଛୁ ଏବଂ ସମଗ୍ର ଦେଶରେ ଟିକାକରଣର ବ୍ୟବସ୍ଥାରେ ସୁଧାର ଆଣିଛୁ । ଯେତେବେଳେ କରୋନା ବୈଶ୍ୱିକ ମହାମାରୀ ଆସିଲା, ଆମେ ଏହି ନୂତନ ବ୍ୟବସ୍ଥାର ଲାଭ ପାଇଲୁ । ଆମକୁ ଟିକାକୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପହଂଚାଇବାକୁ ସୁବିଧା ମିଳିଲା ଏବଂ ମୁଁ ମାନୁଛି ଯେ ଉତ୍ତମ ଶାସନର ଏଥିରେ ପ୍ରମୁଖ ଭୂମିକା ରହିଛି, ଏହା ଏକ ଶକ୍ତି ଯାହା ଅନ୍ତିମ ସ୍ଥାନରେ ବିତରଣକୁ ସମ୍ଭବ କରିପାରିଛି ।

ସାଥୀମାନେ,

‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ର ଆଭିମୁଖ୍ୟ ଏବଂ ପରିପୂର୍ଣ୍ଣତାର ନୀତି, ପରସ୍ପରର ପରିପୂରକ ଅଟେ । ଗୋଟିଏ ସମୟ ଥିଲା, ଯେତେବେଳେ ଗରିବମାନେ ମୌଳିକ ସୁବିଧା ପାଇବା ପାଇଁ ସରକାରଙ୍କ ନିକଟକୁ ଯାଉଥିଲେ, କିଛି ମଧ୍ୟସ୍ଥି ଖୋଜୁଥିଲେ, ଯେଉଁଥି ପାଇଁ ଦୁର୍ନୀତି ମଧ୍ୟ ବୃଦ୍ଧି ପାଉଥିଲା ଏବଂ ଲୋକଙ୍କ ଅଧିକାରକୁ ଆଘାତ ମଧ୍ୟ କରାଯାଉଥିଲା । ବର୍ତ୍ତମାନ ସରକାର ଗରିବ ଲୋକଙ୍କର ସେମାନଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ସୁବିଧା ଯୋଗାଇ ଦେଉଛନ୍ତି । ଯେଉଁଦିନ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟକଙ୍କୁ ମୌଳିକ ସୁବିଧା, ପ୍ରତ୍ୟକ କ୍ଷେତ୍ରରେ, ପ୍ରତ୍ୟକ ନାଗରିକଙ୍କ ପର୍ଯ୍ୟନ୍ତ ଭେଦଭାବ ବିନା ଯୋଗାଇ ଦିଆଯିବ । ସେତେବେଳେ ଦେଖିବେ କେତେ ବଡ଼ ପରିବର୍ତ୍ତନ ସ୍ଥାନୀୟ ସ୍ତରରେ କାର୍ଯ୍ୟ ସଂସ୍କୃତିରେ ଆସିଥାଏ । ଏହା ହେଉଛି ପରିପୂର୍ଣ୍ଣତା ନୀତି ପଛରେ ରହିଥିବା ଭାବନା । ଯେତେବେଳେ ଆମର ଲକ୍ଷ୍ୟ ପ୍ରତ୍ୟକଙ୍କ ନିକଟରେ ପହଂଚିବା, ପ୍ରତ୍ୟକ ହିତାଧିକାରୀଙ୍କ ନିକଟରେ ପହଂଚିବା, ସେତେବେଳେ ପୁଣି କାହା ସହିତ ଭେଦଭାବର, ଦୁର୍ନୀତିର ଏବଂ ଆତ୍ମୀୟତା ପାଇଁ କୌଣସି ସୁବିଧା ରହିବ ନାହିଁ । ଏବଂ କେବଳ ସେତେବେଳେ ଆପଣ ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ର ଲକ୍ଷ ମଧ୍ୟ ପୂରଣ କରିବାକୁ ସମର୍ଥ ହେବେ । ଆପଣ ଦେଖିଥିବେ, ଆଜି ଦେଶରେ ପ୍ରଥମ ଥର ପାଇଁ ରାସ୍ତାଘାଟ ବିକ୍ରେତମାନେ ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଆନୁଷ୍ଠାନିକ ବ୍ୟାଙ୍କିଂ ସହିତ ସଂଯୁକ୍ତ ହୋଇଛନ୍ତି । ଆଜି ଦେଶରେ ପ୍ରଥମ ଥର ପାଇଁ ନାମମାତ୍ର, ଅର୍ଦ୍ଧ-ନାମମାତ୍ର ଶ୍ରେଣୀର ଲୋକମାନଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ଗ୍ରାମରେ ସ୍ଥାପିତ ୫ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର, ସରକାରଙ୍କ ସେବାକୁ ଗ୍ରାମ ପର୍ଯ୍ୟନ୍ତ ନେଇ ଯାଇଛନ୍ତି । ମୁଁ ଗତକାଲି ‘ମନ କି ବାତ’ରେ ବିସ୍ତୃତ ଭାବରେ କହିଛି ଯେ କେମିତି ଦେଶରେ ଏପରି ଭାବରେ ୧୦ କୋଟି ଟେଲି ମେଡିସିନ ମାମଲା ସମାପ୍ତ ହୋଇଛି । ଏହା ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧରେ ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ର ଭାବନାର ପ୍ରତିଫଳନ ଅଟେ ।

ସାଥୀମାନେ,

ଭାରତର ଯେଉଁ ଆଦିବାସୀ କ୍ଷେତ୍ର ଅଛି, ଯେଉଁ ଗ୍ରାମାଞ୍ଚଳ ଅଛି, ସେଠାରେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’କୁ ନେଇଯିବାକୁ ହେବ । ଚଳିତବର୍ଷର ବଜେଟରେ ମଧ୍ୟ ଏହାକୁ ବିଶେଷ ଧ୍ୟାନ ଦିଆଯାଇଛି । ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ରେ ଲକ୍ଷ୍ୟ ପୂରଣ କରିବା ପାଇଁ ଜଳ ଜୀବନ ମିଶନ ପାଇଁ ବଜେଟରେ ୧୦୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ୨୦୧୯ ଶୁଦ୍ଧା କେବଳ ଆମ ଦେଶର ଗ୍ରାମାଞ୍ଚଳରେ କେବଳ ୩ କୋଟି ଘରେ ଟ୍ୟାପରୁ ପାଣି ଆସୁଥିଲା, ବର୍ତ୍ତମାନ ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୧୧ କୋଟିରୁ ଅଧିକ ହୋଇଯାଇଛି, ଏବଂ ଏତେ ଅଳ୍ପ ସମୟ ମଧ୍ୟରେ । କେବଳ ଗୋଟିଏ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୬୦ ହଜାର ଅମୃତ ସରୋବର ଉପରେ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ ହୋଇସାରିଛି । ଏହି ଅଭିଯାନ, ଦୂରସୁଦୂରରେ ରହୁଥିବା ସେହି ଭାରତୀୟଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣୁଛନ୍ତି, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ଏହି ବ୍ୟବସ୍ଥାକୁ ଅପେକ୍ଷା କରିଥିଲେ ।

କିନ୍ତୁ ସାଥୀମାନେ,

ଆମକୁ ଏଠାରେ ରହିବାକୁ ଅନୁମତି ନାହିଁ । ଆମକୁ ଏକ ଯନ୍ତ୍ରକୌଶଳ ସୃଷ୍ଟି କରିବାକୁ ପଡ଼ିବ, ଯାହାଦ୍ୱାରା ଆମେ ନୂତନ ଜଳ ସଂଯୋଗରେ ନୂତନ ବ୍ୟବହାରର ଢାଞ୍ଚା ଦେଖିପାରିବା । ଆମକୁ ଏହି କଥା ଉପରେ ଜଳ ସମିତିକୁ ଆହୁରି ମଜବୁତ କରିବା ପାଇଁ କ’ଣ କରାଯାଇ ପାରିବ ତାହା ଉପରେ ମଧ୍ୟ ସମୀକ୍ଷା କରିବାକୁ ପଡ଼ିବ । ଗ୍ରୀଷ୍ମ ଋତୁ ଆସିସାରିଛି । ଏହି ଜଳ ସଂରକ୍ଷଣ ପାଇଁ ଆମେ ବର୍ତ୍ତମାନ ଠାରୁ କିପରି ଜଳ ସମିତି ବ୍ୟବହାର କରିପାରିବା ସେ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ବର୍ଷା ପୂର୍ବରୁ ବର୍ଷା ଆଂଦୋଳନକୁ ସକ୍ରିୟ କରିବା ପାଇଁ ଲୋକମାନେ ଶିକ୍ଷଣ ହୋଇଯିବେ, ସକ୍ରିୟ ହୋଇଯିବେ, ଯେମିତି ପାଣି ଆସିବ, କାର୍ଯ୍ୟ ଶୁଭାରମ୍ଭ ହେବ ।

ସାଥୀମାନେ,

ଚଳିତ ବର୍ଷର ବଜେଟରେ ଆମେ ଗରିବ ଲୋକଙ୍କ ଘର ପାଇଁ ପ୍ରାୟ ୮୦ ହଜାର କୋଟି ଟଙ୍କା ରଖିଛୁ । ‘ସମସ୍ତଙ୍କ ପାଇଁ ଘର’ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଟେକ୍ନୋଲୋଜି ସହିତ ଗୃହକୁ କିପରି ସଂଯୋଗ କରିବେ, କମ ଖର୍ଚ୍ଚ ସହିତ କିପରି ଅଧିକ ସ୍ଥାୟୀ ଏବଂ ଶକ୍ତିଶାଳୀ ଘର ତିଆରି କରିବେ? ସବୁଜ ଶକ୍ତି ଯେପରିକି ସୌର ଶକ୍ତି ଭଳି ଲାଭ ଉଠାଇ ପାରିବେ? ଗୋଷ୍ଠୀ ଗୃହର ନୂତନ ମଡେଲ କ’ଣ ହୋଇପାରେ, ଗ୍ରାମ ଏବଂ ସହରରେ ମଧ୍ୟ କ’ଣ ଗ୍ରହଣୀୟ? ଏହା ଉପରେ ଏକ ଦୃଢ଼ ଆଲୋଚନା ହେବା ଆବଶ୍ୟକ । ଆପଣଙ୍କ ଅଭିଜ୍ଞତାର ଆମିମୁଖ୍ୟ ଏଥିରେ ଉତ୍ପନ୍ନ ହେବା ଉଚିତ ।

ସାଥୀମାନେ,

ଆମ ଦେଶରେ ଆଦିବାସୀ ସମାଜକୁ ବିଶାଳ ସମ୍ଭାବ୍ୟକୁ ଟ୍ୟାପ କରିବା ପାଇଁ ଦେଶରେ ଯେତେ ବଡ଼ ଆକାରରେ କାର୍ଯ୍ୟ କରାଯାଉଛି । ଚଳିତ ଥର ବଜେଟରେ ମଧ୍ୟ ଆଦିବାସୀ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ପାଇଁ ଏକ ବିରାଟ ବ୍ୟବସ୍ଥା କରାଯାଇଛି । ଏକଲବ୍ୟ ମଡେଲ ସ୍କୁଲରେ ଆମକୁ ମଧ୍ୟ ଦେଖିବାକୁ ପଡ଼ିବ ଯେ ଛାତ୍ରଛାତ୍ରୀଙ୍କ ମତାମତ କ’ଣ ରହିଛି, ଶିକ୍ଷକମାନଙ୍କ ମତାମତ କ’ଣ ରହିଛି? ଆମକୁ ଏହି ଦିଗରେ ଚିନ୍ତା କରିବାକୁ ପଡ଼ିବ ଯେ ଏହି ବିଦ୍ୟାଳୟରେ ପଢୁଥିବା ପିଲାମାନେ ଦେଶର ବଡ଼ ସହରରେ କିପରି ଏକ୍ସୋଜର ପାଆନ୍ତୁ, ସର୍ବାଧିକ ସଂଖ୍ୟକ ଅଟଳ ଟିଙ୍କରିଂ ଲ୍ୟାବ୍ସ ଅଧିକରୁ ଅଧିକ କିପରି ହୁଅନ୍ତୁ, ଏହି ଦିଗରେ ମଧ୍ୟ ଆମକୁ ଚିନ୍ତା କରିବାକୁ ହେବ । ଆପଣ କଳ୍ପନା କରିପାରିବେ ଯେ ଯଦି ଆମେ ଏହି ସ୍କୁଲରେ ବର୍ତ୍ତମାନ ଠାରୁ ଷ୍ଟାର୍ଟଅପ ପାଇଁ, ଡିଜିଟାଲ ମାର୍କେଟିଂ ପାଇଁ କର୍ମଶାଳା ଆରମ୍ଭ କରିବା, ତେବେ ଏହାର କେତେ ବଡ଼ ଲାଭ ଆମର ଆଦିବାସୀ ସମାଜକୁ ହେବ । ଯେତେବେଳେ ଏହି ପିଲାମାନେ ଏକଲବ୍ୟ ମଡେଲ ସ୍କୁଲରୁ ପାଠ ପଢ଼ି ବାହାରିବେ, ସେତେବେଳେ ସେମାନଙ୍କୁ ପୂର୍ବରୁ ଜଣାଥିବ ଯେ ନିଜ ଅଞ୍ଚଳର ଆଦିବାସୀ ଉତ୍ପାଦକୁ କିପରି ପ୍ରୋତ୍ସାହିତ କରିବେ, କେମିତି ଅନଲାଇନ ମାଧ୍ୟମରେ ତାହାକୁ ବ୍ରାଣ୍ଡିଂ କରିବେ ତାହା ସେମାନେ ଜାଣିଥିବେ ।

ସାଥୀମାନେ,

ପ୍ରଥମ ଥର ପାଇଁ, ଆମେ ଆଦିବାସୀମାନଙ୍କ ମଧ୍ୟରେ ସବୁଠାରୁ ବଂଚିତ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ମିଶନ ଆରମ୍ଭ କରିଛୁ । ଦେଶର ୨୦୦ରୁ ଅଧିକ ଜିଲ୍ଲାରେ ୨୨ ହଜାରରୁ ଅଧିକ ଗ୍ରାମରେ ଆଦିବାସୀ ସାଥୀମାନଙ୍କ ପର୍ଯ୍ୟନ୍ତ ଆମକୁ ଦ୍ରୁତ ଗତିରେ ସବୁିଧାମାନ ପହଂଚାଇବା ଦରକାର । ସେହିଭଳି ଭାବରେ ଆମର ଲଘୁମତି ସମାଜରେ, ବିଶେଷ ଭାବରେ ଆମର ମୁସଲମାନ ସମାଜରେ ପଶମଂଦା ସମାଜ ଅଛି, ସେ ପର୍ଯ୍ୟନ୍ତ କିଭଳି ଲାଭ ପହଂଚିପାରିବ, ଯାହା ଆଜି ମଧ୍ୟ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବହୁତ ପଛରେ ରହିଯାଇଛି । ଏହି ବଜେଟରେ ସିକିଲସେଲ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତିର ଲକ୍ଷ୍ୟ ମଧ୍ୟ ରଖାଯାଇଛି । ଏଥିପାଇଁ ହୋଲ ଅଫ ଦ ନେସନ ଆପ୍ରୋଚର ବ୍ୟବସ୍ଥା ରହିଛି । ସେଥିପାଇଁ ସ୍ୱାସ୍ଥ୍ୟ ସହିତ ଜଡ଼ିତ ପ୍ରତ୍ୟକ ଷ୍ଟେକ ହୋଲ୍ଡରଙ୍କୁ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ ।

ସାଥୀମାନେ,

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ରିଚିଙ୍ଗ ଦ ଲାଷ୍ଟ ମାଇଲ ହିସାବରେ ଗୋଟିଏ ସଫଳ ମଡେଲ ଭାବରେ ଉଭା ହୋଇଛି । ଏହି ଉପାୟରେ ଦେଶର ୫୦୦ ବ୍ଲକରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପାଇଁ ଆମକୁ ତୁଳନାତ୍ମକ ପାରାମିଟରଗୁଡ଼ିକୁ ଧ୍ୟାନରେ ରଖି ସେହିଭଳି ଭାବରେ କାମ କରିବାକୁ ହେବ, ଯେମିତି ଆମେ ଆକାଂକ୍ଷୀ ଜିଲ୍ଲା ପାଇଁ କାମ କରିଛୁ । ଆମକୁ ପ୍ରତ୍ୟକ ବ୍ଲକରେ ପରସ୍ପର ପାଇଁ ପ୍ରତିଯୋଗିତାର ପରିବେଶ ସୃଷ୍ଟି କରିବାକୁ ପଡ଼ିବ । ମୁଁ ନିଶ୍ଚିତ ଯେ ଏହି ୱେବିନାରରୁ ନୂତନ ଚିନ୍ତାଧାରା, ନୂତନ ପରାମର୍ଶ ଏହି ମନ୍ଥନରୁ ସେହି ଅମୃତ ବାହାରିବ, ଯାହା ଆମର ଦୂରୁସୁଦୂର କ୍ଷେତ୍ରରେ ଶେଷ ସ୍ଥାନରେ ବସିଥିବା ଯେଉଁ ଆମର ଭାଇ ଭଉଣୀମାନେ ଅଛନ୍ତି, ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆପଣଙ୍କ ପରାମର୍ଶ ବହୁତ କାମରେ ଆସିବ । ଆମକୁ ଆଗକୁ ଯିବା ପାଇଁ ଭାବିବାକୁ ହେବ, ଆମେ କାର୍ଯ୍ୟକାରୀ କରିବା ଉପରେ ଜୋର ଦେବାକୁ ହେବ, ଆମେ ଟେକ୍ନୋଲୋଜିର ସର୍ବାଧିକ ଉପଯୋଗ କରିବା ସହ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବାକୁ ହେବ । ହିତାଧିକାରୀ ସ୍ୱଚ୍ଛ ହୁଅନ୍ତୁ, ସେମାନଙ୍କୁ ମିଳିବାର ବ୍ୟବସ୍ଥା ତାଙ୍କ ଆଗାମୀ କାର୍ଯ୍ୟ ପାଇଁ ହେଉ, ଏବଂ ସମୟ ସୀମା ମଧ୍ୟରେ ମିଳୁ, ଯାହାକି ଅତିଶୀଘ୍ର ସେମାନେ ଗୋଟିଏ ନୂଆ ବିଶ୍ୱାସର ସହିତ ନିଜ ଗରିବୀ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆମର ଏକ ସୈନିକ ହୋଇଯାଆନ୍ତୁ । ଆମର ଗରିବମାନଙ୍କ ସେନା, ଗରିବୀକୁ ପରାସ୍ତ କରିବା ପାଇଁ ଶକ୍ତିଶାଳୀ ହେବା ଆବଶ୍ୟକ । ଆମର ଗରିବମାନଙ୍କର ଏମିତି ଶକ୍ତି ବଢ଼ିବା ଆବଶ୍ୟକ ଯାହାଦ୍ୱାରା ଆମର ଗରିବୀ ହିଁ ଗରିବକୁ ପରାସ୍ତ କରିବ । ପ୍ରତ୍ୟକ ଗରିବ ଏହି ସଂକଳ୍ପ ନେବା ଆରମ୍ଭ କରନ୍ତୁ ଯେ ମୁଁ ଆଉ ଗରିବ ରହିବି ନାହିଁ, ମୋତେ ମୋର ପରିବାରକୁ ଗରିବୀ ମଧ୍ୟରୁ ବାହାର କରିବାକୁ ହେବ, ସରକାର ମୋର ହାତ ଧରିଛନ୍ତି, ମୁଁ ଚାଲିବି । ଏହି ବାତାବରଣ ଆମ ମଧ୍ୟରେ ସୃଷ୍ଟି ହେବା ଆବଶ୍ୟକ, ଏବଂ ଏଥିପାଇଁ ମୋତେ ଆପଣଙ୍କ ଭଳି ସମସ୍ତ ଷ୍ଟେକହୋଲ୍ଡରଙ୍କର ସକ୍ରିୟ ସହଯୋଗର ଅପେକ୍ଷା ରହିଛି । ମୋତେ ବିଶ୍ୱାସ ଅଛି ଯେ ଆଜି ଏହି ୱେବିନାର ଏକ ପ୍ରକାରରେ ସର୍ବଜନ ହିତାୟ ସର୍ବଜନ ସୁଖାୟ ଏକ ବହୁତ ବଡ଼ ସଂକଳ୍ପ ପୂରଣ ହେବାର କାରଣ ହେବ । ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା! ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles (June 27-29, 2026)
June 25, 2026

​At the invitation of the President of Seychelles, Dr. Patrick Herminie, Prime Minister Shri. Narendra Modi will undertake a State Visit to Seychelles from 27-29 June 2026 to attend the Golden Jubilee celebrations of the National Day of Seychelles as the Guest of Honour. Prime Minister last visited Seychelles in 2015. A contingent of the Indian defence forces, along with two Indian Navy ships, will participate in the celebrations.

During the visit, Prime Minister will hold talks with President Herminie to review the full spectrum of bilateral cooperation and exchange views on regional and international issues of mutual interest. Prime Minister will also address the National Assembly of Seychelles and interact with members of the Indian diaspora.

India and Seychelles share a longstanding partnership rooted in shared historical, cultural and people to people ties. As a key maritime neighbour in the Indian Ocean region, Seychelles holds a special place in India’s Vision MAHASAGAR (Mutual and Holistic Advancement for Security and Growth Across Regions) and our commitment to the Global South.

The visit will reaffirm the strong and enduring friendship between India and Seychelles and reinforce the shared commitment of both countries to enhance the bilateral relationship across all sectors.