ବଜେଟ ପରବର୍ତ୍ତୀ ୱେବିନାର ମାଧ୍ୟମରେ ବଜେଟ୍‌ର କାର୍ଯ୍ୟକାରିତା ନିମନ୍ତେ ସରକାର ମିଳିତ ମାଲିକାନା ଓ ସମାନ ଅଂଶୀଦାରୀ ପାଇଁ ରାସ୍ତା ଉନ୍ମୁକ୍ତ କରୁଛନ୍ତି”
“ବିଶ୍ୱାସ ଓ ଆସ୍ଥା ଭାରତୀୟ ଅର୍ଥନୀତିର ପ୍ରତ୍ୟେକ ଆଲୋଚନା ଉପରେ ଥିବା ପ୍ରଶ୍ନ ଚିହ୍ନକୁ ଦୂର କରିଛି”
“ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳମୟ କ୍ଷେତ୍ର ଭାବେ ନାମିତ କରାଯାଇଛି”
“ଏବେକାର ସରକାର ସାହସ, ସ୍ୱଷ୍ଟତା ଓ ଆତ୍ମ ବିଶ୍ୱାସର ସହିତ ନୀତିଗତ ନିଷ୍ପତ୍ତି ହେଉଛି; ଆପଣଙ୍କୁ ମଧ୍ୟ ତଦନୁସାରେ ଆଗେଇ ଆସିବାକୁ ପଡିବ”
“ବର୍ତ୍ତମାନର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ଲାଭ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ”
“ଆର୍ଥିକ ସମାବେଶୀକରଣ ସଂକ୍ରାନ୍ତ ସରକାରଙ୍କ ନୀତି ଫଳରେ ଦେଶର କୋଟି କୋଟି ଲୋକ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି”
“ଭୋକାଲ ଫର ଲୋକାଲ ଭାରତୀୟ କୁଟୀର ଶିଳ୍ପରୁ ସାମଗ୍ରୀ କିଣିବା କଥା ଠାରୁ ଯଥେଷ୍ଟ ବଡ; କେଉଁ କ୍ଷେତ୍ରରେ ଦକ୍ଷତା ନିର୍ମାଣ କରି ଆମେ ଦେଶର ଟଙ୍କା ବଞ୍ଚାଇ ପାରିବା ତାହାକୁ ଆମକୁ ଦେଖିôବାକୁ ପଡିବ”
“ଦେଶର ଘରୋଇ କ୍ଷେତ୍ର ମଧ୍ୟ ସରକାରଙ୍କ ଭଳି ନିଜର ପୁଞ୍ଜିନିବେଶ ବୃଦ୍ଧି କରିବା ଉଚିତ; ଏହା ଦ୍ୱାରା ଦେଶ ସର୍ବାଧିକ ଉପକୃତ ହୋଇପାରିବ”
“ଟିକସ ପରିସର ବୃଦ୍ଧି ପ୍ରମାଣିତ କରୁଛି ଯେ ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସ ଅଛି, ସେମାନେ ଆସ୍ଥା
ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି ।
ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି ।
ଏବେ ବ୍ୟାଙ୍କମାନେ ଏମ୍‌ଏସ୍‌ଏମଇ ଗୁଡିକ ପାଖରେ ପହଞ୍ôଚ ସେମାନଙ୍କୁ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବା ଆବଶ୍ୟକ ।

ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି । ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ । ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି ।

 ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି । ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି । ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି । ବିଗତ ନ’ବର୍ଷ ଧରି ଆମେ ଆମ ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ । ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ । କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା । ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି ।

 ସେ ଆହୁରି କହିଛନ୍ତି ଯେ ଏବେ ଭାରତକୁ ବିଶ୍ୱ ଅର୍ଥନୀତିର ଊଜ୍ଜ୍ୱଳ କ୍ଷେତ୍ର ଭାବେ ନାମିତ କରାଯାଇଛି । ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି । ଭାରତକୁ ମଧ୍ୟ ୨୦୨୧-୨୨ରେ ସର୍ବାଧିକ ଏଫଡିଆଇ ଆସିଛି । ଏହି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବା ଏଫଡିଆଇର ବଡ ଭାଗ ମାନୁଫ୍ୟାକଚରିଂ କ୍ଷେତ୍ରରେ ବିନିଯୋଗ ହୋଇଛି । ଏବେ ପିଏଲଆଇ ସ୍କିମର ଲାଭ ନେବାକୁ ଆବେଦନପତ୍ର ଗଦା ହେଉଛି । ଆମେ ବିଶ୍ୱ ଯୋଗାଣ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ପରିଣତ ହୋଇଛୁ । ଏହି ସୁଯୋଗର ଲାଭ ସମସ୍ତେ ଉଠାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ନୂଆ ସାମର୍ଥ୍ୟର ସହିତ ଆଗକୁ ବଢୁଛି । ଭାରତର ଆର୍ଥିକ ଜଗତ ସହିତ ସମ୍ପୃକ୍ତ ସବୁପକ୍ଷଙ୍କ ଦାୟିତ୍ୱ ବୃଦ୍ଧି ପାଇଛି । ଆଠ ଦଶବର୍ଷ ତଳେ ଆମ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଏକ ପ୍ରକାର ଉଜୁଡିବା ଅବସ୍ଥାରେ ଥିଲା । ଏବେ ସେଥିରେ ଅବିଶ୍ୱସନୀୟ ପ୍ରଗତି ଆସିଛି । ଆମ ଅର୍ଥ ବ୍ୟବସ୍ଥା ବିଶ୍ୱର ଅନ୍ୟତମ ଦୃଢ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ଓ ବ୍ୟାଙ୍କ ବ୍ୟବସ୍ଥାରେ ପ୍ରଚୁର ଲାଭ ହେଉଛି। ସର୍ବୋପରି ଦେଶରେ ଏକ ସରକାର ରହିଛି ଯିଏ ସାହସ, ସ୍ପଷ୍ଟତା ଓ ଆତ୍ମ ବିଶ୍ୱାସର ସହିତ ନୀତିଗତ ନିଷ୍ପତ୍ତି ନେଉଛି । ଏବେ ସମୟର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ସାମର୍ଥ୍ୟର ଲାଭ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ôଚଇବା ଆବଶ୍ୟକ । ବ୍ୟାଙ୍କ ସମୂହ ଅଧିକରୁ ଅଧିକ କ୍ଷେତ୍ରରେ ପହଞ୍ôଚ ହିତାଧିକାରୀଙ୍କ ଅଭବୃଦ୍ଧିରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ମହାମାରୀ ସମୟରେ ୧. ୨୦କୋଟି ଏମ୍‌ଏସ୍‌ଏମଇ ସରକାରଙ୍କଠାରୁ ବିପୁଳ ସହାୟତା ପାଇଥିଲା । ଏହା ପରେ ଏହି କ୍ଷେତ୍ରକୁ ୨ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବନ୍ଧକ ମୁକ୍ତ ଋଣ ଗ୍ୟାରେଣ୍ଟି ସୁବିଧା ଯୋଗାଇ ଦିଆଯାଇଥିଲା । ଏବେ ବ୍ୟାଙ୍କମାନେ ଏମ୍‌ଏସ୍‌ଏମଇ ଗୁଡିକ ପାଖରେ ପହଞ୍ôଚ ସେମାନଙ୍କୁ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ଲାଭ ଦେଶର ସର୍ବାଧିକ ଲୋକଙ୍କ ପାଖରେ ପହଞ୍ôଚବା ଆବଶ୍ୟକ । ଆର୍ଥିକ ସମାବେଶୀକରଣ ସଂକ୍ରାନ୍ତ ସରକାରଙ୍କ ନୀତି ଫଳରେ ଦେଶର କୋଟି କୋଟି ଲୋକ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି । ସେମାନଙ୍କୁ ବ୍ୟାଙ୍କରେ ଖାତା ଖୋଲିବାର ସୁଯୋଗ ମିଳିଛି । ସରକାର କୋଟି କୋଟି ଲୋକଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଲାଭ ଯୋଗାଉଛନ୍ତି । ବିନା ବ୍ୟାଙ୍କ ଗ୍ୟାଣ୍ଟେିରେ ୨୦ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ କରାଯାଇଛି । ୪୦ଲକ୍ଷ ଷ୍ଟ୍ରୀଟ ଭେଣ୍ଡର ଓ ଛୋଟ ଦୋକାନୀ ପିଏମ୍ ସ୍ୱନିଧି ଯୋଜନାରେ ବ୍ୟାଙ୍କରୁ ଅର୍ଥ ସହାୟତା ପାଇଛନ୍ତି । ଋଣ ଯୋଗାଣ ବ୍ୟବସ୍ଥାକୁ ସରଳ କରିବା ସହିତ ଏ ବାବଦର ଖର୍ଚ୍ଚକୁ କମ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

‘ଭୋକାଲ ଫର ଲୋକାଲ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଏକ ‘ଚଏସ ବା ପ୍ରସନ୍ଦ ନୁହେଁ, ବରଂ ଏକ ଆତ୍ମ ନିର୍ଭରଶୀଳତାର ଲକ୍ଷ୍ୟ । ଏହା ମଧ୍ୟ ଏକ ଜାତୀୟ ଦାୟିତ୍ୱ । ଭୋକାଲ ଫର ଲୋକଲ ଓ ଆତ୍ମନିର୍ଭରତା ପ୍ରତି ଦେଶର ଜନ ସମର୍ଥନ ପ୍ରକାଶ ପାଇଛି । ଏହା ଫଳରେ ଦେଶର ଉତ୍ପାଦନ ବୃଦ୍ଧି ପାଇବ ଓ ରପ୍ତାନୀ ବଢିବ । ଏବେ ଆମ ରପ୍ତାନୀ ସର୍ବକାଳୀନ ଶ୍ରେଷ୍ଠ ସ୍ଥିତିରେ ଅଛି । ଉଭୟ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଆମ ରପ୍ତାନୀ ଅତି ଭଲ ଅବସ୍ଥାରେ ରହିଛି । ଏହା ସୂଚାଉଛି ଯେ ଭାରତର ସମ୍ଭାବନା ଓ ସାମର୍ଥ୍ୟ ବିଶ୍ୱ ଦରବାରରେ ବଢୁଛି । ସ୍ଥାନୀୟ କାରିଗର, ଶିଳ୍ପୀ ଓ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ନେବାକୁ ସେ ବ୍ୟବସାୟୀ ମହଲକୁ ଆହ୍ୱାନ ଜଣାଇଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ ଭୋକାଲ ଫର ଲୋକାଲ କେବଳ ଭାରତୀୟ କୁଟୀର ଶିଳ୍ପରୁ ସାମଗ୍ରୀ କିଣିବାରେ ସୀମିତ ନୁହେଁ, ବାସ୍ତବରେ ଏହା ଏକ ବଡ ପରିକଳ୍ପନା । କେଉଁ କ୍ଷେତ୍ରରେ ଦକ୍ଷତା ନିର୍ମାଣ କରି ଆମେ ଦେଶର ଟଙ୍କା ବଂଚାଇ ପାରିବା ତାହାକୁ ଆମକୁ ଦେଖିôବାକୁ ପଡିବ । ଏହି ପ୍ରସଙ୍ଗରେ ଉଚ୍ଚଶିକ୍ଷା ଓ ଖାଇବା ତେଲର ଉଦାହରଣ ଦେଇ ସେ କହିଥିଲେ ଯେ ଏ କ୍ଷେତ୍ରରେ ଦେଶର ଅଧିକ ଅର୍ଥ ବିଦେଶକୁ ଯାଉଛି ଏବଂ ଏଥି ପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ପୁଞ୍ଜିଗତ ବ୍ୟୟକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି । ଏଥର ବଜେଟ୍‌ରେ ୧୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଏଥି ପାଇଁ କରାଯାଇଛି । ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ ଏଥି ପାଇଁ ବଳ ଯୋଗାଉଛି । ଦେଶର ଘରୋଇ କ୍ଷେତ୍ର ମଧ୍ୟ ସରକାରଙ୍କ ଭଳି ନିଜର ପୁଞ୍ଜିନିବେଶ ବୃଦ୍ଧି କରିବା ଉଚିତ । ଏହା ଦ୍ୱାରା ଦେଶ ସର୍ବାଧିକ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି ।

ବଜେଟ୍‌ରେ ଟିକସ ଜନିତ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସ୍‌ଟି ପ୍ରବର୍ତ୍ତନ ଫଳରେ ପୂର୍ବ ତୁଳନାରେ ଏବେ ଜନତାଙ୍କ ଟିକସ ବୋଝ୍ ଯଥେଷ୍ଟ ହ୍ରାସ ପାଇଛି । ଆୟକର ଓ କମ୍ପାନୀ ଟିକସ ହ୍ରାସ ଫଳରେ ସମ୍ପୃକ୍ତ ଟିକସଦାତା ସ୍ୱସ୍ତିର ନିଃଶ୍ୱାସ ମାରୁଛନ୍ତି । ଏହା ସତ୍ୱେ ଦେଶର ଟିକସ ସଂଗ୍ରହ ପରିମାଣ ବଢିଛି । ୨୦୧୩-୧୪ରେ ଦେଶ ମୋଟ ୧୧ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ୨୦୨୩-୨୪ରେ ଏହା ୨୦୦% ବଢି ୩୩ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଏହା ଛଡା ବ୍ୟକ୍ତିଗତ ଟିକସ ରିଟର୍ଣ୍ଣ ଫାଇଲ ସଂଖ୍ୟା ୨୦୧୩-୧୪ ତୁଳନାରେ ପ୍ରାୟ ଦୁଇଗୁଣ ବଢି ୨୦୨୦-୨୧ରେ ୬. ୫ କୋଟିରେ ପହଞ୍ôଚଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକସ ପରିସର ବୃଦ୍ଧି ପ୍ରମାଣିତ କରୁଛି ଯେ ସରକାରଙ୍କ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଅଛି; ସେମାନେ ବିଶ୍ୱାସ କରନ୍ତି ଯେ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଟିକସ ଜନକଲ୍ୟାଣ ପାଇଁ ଖର୍ଚ୍ଚ ହେଉଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଇଣ୍ଡଷ୍ଟ୍ରି ୪.୦’ଯୁଗରେ ଭାରତ ଦ୍ୱାରା ବିକଶିତ ପ୍ଲାଟଫର୍ମ ସମଗ୍ର ବିଶ୍ୱ ପାଇଁ ମଡେଲରେ ପରିଣତ ହୋଇଛି । ରୂପେ ଓ ୟୁପିଆଇ କେବଳ ଶସ୍ତା ଓ ଅତ୍ୟନ୍ତ ନିରାପଦ ଟେକ୍‌ନୋଲୋଜି ନୁହଁ; ଏହା ମଧ୍ୟ ବିଶ୍ୱରେ ଆମ ପରିଚୟ ବହନ କରୁଛି । ସ୍ୱାଧୀନତାର ୭୫ତମ ବର୍ଷରେ ୭୫ହଜାର କୋଟିର ଡିଜିଟାଲ କାରବାର ଆମ ୟୁପିଆଇର ସମ୍ପ୍ରସାରଣ ଓ ଲୋକପ୍ରିୟତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନେକ ସମୟରେ ଗୋଟିଏ ଗୋଟିଏ ଛୋଟ ପଦକ୍ଷେପ ବିରାଟ ପରିବର୍ତ୍ତନ ଆଣିଥାଏ । କୌଣସି ସାମଗ୍ରୀ କିଣିବାବେଳେ କ୍ରୟର ରସିଦ୍ ଆଣିବାକୁ ନ ଭୁଲିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଟିକସ ଠକି ହେବ ନାହିଁ ଏବଂ ଦେଶର ବିକାଶ ଘଟିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଉପସଂହାରରେ କହିଥିଲେ ଯେ ଦେଶର ଅର୍ଥନୀତିକ ବିକାଶର ଲାଭ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଉଚିତ । ସେହି ଲକ୍ଷ୍ୟ ରଖି ସମସ୍ତେ କାମ କରିବା ଆବଶ୍ୟକ । ଏକ ଉତ୍ତମ ତାଲିମପ୍ରାପ୍ତ ପେସାଦାର ଲୋକବଳ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେବା ସହିତ ସବୁ ଭବିଷ୍ୟବାଦୀ ବିଚାର ଓ ପ୍ରସ୍ତାବ ଉପରେ ବ୍ୟାପକ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି ।

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.