ବଜେଟ ପରବର୍ତ୍ତୀ ୱେବିନାର ମାଧ୍ୟମରେ ବଜେଟ୍‌ର କାର୍ଯ୍ୟକାରିତା ନିମନ୍ତେ ସରକାର ମିଳିତ ମାଲିକାନା ଓ ସମାନ ଅଂଶୀଦାରୀ ପାଇଁ ରାସ୍ତା ଉନ୍ମୁକ୍ତ କରୁଛନ୍ତି”
“ବିଶ୍ୱାସ ଓ ଆସ୍ଥା ଭାରତୀୟ ଅର୍ଥନୀତିର ପ୍ରତ୍ୟେକ ଆଲୋଚନା ଉପରେ ଥିବା ପ୍ରଶ୍ନ ଚିହ୍ନକୁ ଦୂର କରିଛି”
“ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳମୟ କ୍ଷେତ୍ର ଭାବେ ନାମିତ କରାଯାଇଛି”
“ଏବେକାର ସରକାର ସାହସ, ସ୍ୱଷ୍ଟତା ଓ ଆତ୍ମ ବିଶ୍ୱାସର ସହିତ ନୀତିଗତ ନିଷ୍ପତ୍ତି ହେଉଛି; ଆପଣଙ୍କୁ ମଧ୍ୟ ତଦନୁସାରେ ଆଗେଇ ଆସିବାକୁ ପଡିବ”
“ବର୍ତ୍ତମାନର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ଲାଭ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ”
“ଆର୍ଥିକ ସମାବେଶୀକରଣ ସଂକ୍ରାନ୍ତ ସରକାରଙ୍କ ନୀତି ଫଳରେ ଦେଶର କୋଟି କୋଟି ଲୋକ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି”
“ଭୋକାଲ ଫର ଲୋକାଲ ଭାରତୀୟ କୁଟୀର ଶିଳ୍ପରୁ ସାମଗ୍ରୀ କିଣିବା କଥା ଠାରୁ ଯଥେଷ୍ଟ ବଡ; କେଉଁ କ୍ଷେତ୍ରରେ ଦକ୍ଷତା ନିର୍ମାଣ କରି ଆମେ ଦେଶର ଟଙ୍କା ବଞ୍ଚାଇ ପାରିବା ତାହାକୁ ଆମକୁ ଦେଖିôବାକୁ ପଡିବ”
“ଦେଶର ଘରୋଇ କ୍ଷେତ୍ର ମଧ୍ୟ ସରକାରଙ୍କ ଭଳି ନିଜର ପୁଞ୍ଜିନିବେଶ ବୃଦ୍ଧି କରିବା ଉଚିତ; ଏହା ଦ୍ୱାରା ଦେଶ ସର୍ବାଧିକ ଉପକୃତ ହୋଇପାରିବ”
“ଟିକସ ପରିସର ବୃଦ୍ଧି ପ୍ରମାଣିତ କରୁଛି ଯେ ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସ ଅଛି, ସେମାନେ ଆସ୍ଥା
ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି ।
ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି ।
ଏବେ ବ୍ୟାଙ୍କମାନେ ଏମ୍‌ଏସ୍‌ଏମଇ ଗୁଡିକ ପାଖରେ ପହଞ୍ôଚ ସେମାନଙ୍କୁ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବା ଆବଶ୍ୟକ ।

ନମସ୍କାର,

ବଜେଟ ପରବର୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟକୁ ଲାଗୁ କରାଇବା ପାଇଁ ମିଳିତ ମାଲିକାନା ଏବଂ ସମାନ ଅଂଶୀଦାରୀର ଏକ ସୁଦୃଢ଼ ପଥ ଉନ୍ମୁକ୍ତ କରୁଛି । ଏହି ୱେବିନାରରେ ଆପଣମାନଙ୍କର ବିଚାରଧାରା ଏବଂ ପରାମର୍ଶ ଏହାର ବହୁତ ଗୁରୁତ୍ୱ ରହିଛି । ମୁଁ ଆପଣ ସମସ୍ତଙ୍କୁ ଏହି ୱେବିନାରକୁ ବହୁତ- ବହୁତ ସ୍ୱାଗତ ଜଣାଉଛି ।

ସାଥୀଗଣ,

କରୋନା ବୈଶ୍ୱିକ ମହାମାରୀ ସମୟରେ ଭାରତର ବିତ୍ତୀୟ ଏବଂ ଆର୍ଥିକ ନୀତିର ପ୍ରଭାବ ଆଜି ସମଗ୍ର ବିଶ୍ୱ ଦେଖୁଛି । ଏହି ବିଗତ 9 ବର୍ଷ ମଧ୍ୟରେ ଭାରତର ଅର୍ଥନୀତିର ନୀତିର ମୌଳିକ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାରଙ୍କର ଯେଉଁ ପ୍ରୟାସ ରହିଛି ଏହା ହିଁ ହୋଉଛି ତାହାର ଫଳାଫଳ । ଏକ ସମୟ ଥିଲା, ଯେତେବେଳେ ଭାରତ ଉପରେ ବିଶ୍ୱାସ କରିବା ପୂର୍ବରୁ ଶହେ ଥର ଚିନ୍ତା କରାଯାଉଥିଲା । ଆମର ଅର୍ଥନୀତି ହେଉ, ଆମର ବଜେଟ ହେଉ, ଆମର ଲକ୍ଷ୍ୟ ହେଉ, ଯେତେବେଳେ ମଧ୍ୟ ଏଗୁଡ଼ିକର ଚର୍ଚ୍ଚା ହେଉଥିଲା, ତେବେ ଆରମ୍ଭ ଏକ ପ୍ରଶ୍ନଚିହ୍ନ ସହିତ ହେଉଥିଲା, ଆଉ ତାହାର ଶେଷ ମଧ୍ୟ ଏକ ପ୍ରଶ୍ନଚିହ୍ନ ସହିତ ହିଁ ହେଉଥିଲା । ଯେତେବେଳେ ଭାରତ ଅର୍ଥିକ ଶୃଙ୍ଖଳା, ପାରଦର୍ଶୀତା ଏବଂ ସମନ୍ୱିତ ଅଭିବ୍ୟକ୍ତିକୁ ନେଇ ଗତି କରୁଛି ସେତେବେଳେ ଆମେ ଏକ ବଡ଼ ପରବିର୍ତନ ମଧ୍ୟ ଲକ୍ଷ୍ୟ କରୁଛୁ । ଏବେ ଚର୍ଚ୍ଚାର ଆରମ୍ଭ ପୂର୍ବଭଳି ପ୍ରଶ୍ନଚିହ୍ନ ବଦଳରେ ବିଶ୍ୱାସ ତାହାର ସ୍ଥାନ ନେଇ ଯାଇଛି ଆଉ ଚର୍ଚ୍ଚାର ଶେଷ ସମୟରେ ମଧ୍ୟ ପ୍ରଶ୍ନଚିହ୍ନ ସ୍ଥାନରେ ଆଶା ତାହାର ସ୍ଥାନ ନେଇ ଯାଇଛି । ଆଜି ଭାରତକୁ ବୈଶ୍ୱିକ ଅର୍ଥବ୍ୟବସ୍ଥାର ଉଜ୍ଜ୍ୱଳ ସ୍ଥାନ ବା ବ୍ରାଇଟ ସ୍ପଟ କୁହାଯାଉଛି । ଭାରତ ଆଜି ଜି- G-20ର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛି । 2021-22ରେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ଏଫଡିଆଇ ଦେଶକୁ ପ୍ରାପ୍ତ ହୋଇଛି । ଏହି ନିବେଶର ବଡ଼ ଅଂଶ ବିନିର୍ମାଣ କ୍ଷେତ୍ରରେ ହୋଇଛି । ପିଏଲଆଇ ସ୍କିମର ଲାଭ ଉଠାଇବା ପାଇଁ କ୍ରମାଗତ ଭାବେ ଆବେଦନମାନ ଆସୁଅଛି । ଆମେ ମଧ୍ୟ ବୈଶ୍ୱିକ ଶୃଙ୍ଖଳର ଏକ ପ୍ରମୁଖ ଅଂଶ ହେବାକୁ ଯାଉଛେ । ନିଶ୍ଚିତ ଭାବେ ଏହି ସମୟ ଭାରତ ପାଇଁ ବହୁତ ବଡ଼ ସୁଯୋଗ ନେଇ ଆସିଛି ଆଉ ଏହି ସୁଯୋଗକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଦରକାର ଆଉ ମିଳିମିଶି କରିବା ଦରକାର ।

ସାଥୀଗଣ,

ଆଜିକାର ନୂତନ ଭାରତ, ଏବେ ନୂତନ ସାମର୍ଥ୍ୟ ଦ୍ୱାରା ଆଗକୁ ବଢ଼ୁଛି । ଏଭଳି ପରିସ୍ଥିତିରେ ଭାରତର ଅର୍ଥିକ ଜଗତ ସହ ଜଡିତ ରହିଥିବା ଆପଣ ସମସ୍ତ ଲୋକମାନଙ୍କର ଦାୟିତ୍ୱ ମଧ୍ୟ ବଢ଼ି ଯାଇଛି । ଆଜି ଆପଣମାନଙ୍କ ପାଖରେ ବିଶ୍ୱର ଏକ ସୁଦୃଢ଼ ଅର୍ଥିକ ବ୍ୟବସ୍ଥା ରହିଛି । ଯେଉଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା 8-10 ବର୍ଷ ପୂର୍ବରୁ ବୁଡ଼ିଯିବା ଭଳି ପରିସ୍ଥିତିରେ ଥିଲା, ତାହା ଏବେ ଲାଭ ଜନକ ସ୍ଥିତିକୁ ଆସିଯାଇଛି । ଆଜି ଆପଣଙ୍କ ପାଖରେ ଏଭଳି ସରକାର ଅଛନ୍ତି ଯିଏ କ୍ରମାଗତ ଭାବେ ସାହସପୂର୍ଣ୍ଣ ନିଷ୍ପତି ଗ୍ରହଣ କରୁଛନ୍ତି, ନୀତିଗତ ନିଷ୍ପତିରେ ବହୁତ ହିଁ ସ୍ପଷ୍ଟ ଆଭିମୁଖ୍ୟ ଦେଖାଉଛନ୍ତି, ଆତ୍ମବିଶ୍ୱାସ ମଧ୍ୟ ରଖିଛନ୍ତି । ଏଥିପାଇଁ ଏବେ ଆପଣମାନଙ୍କୁ ମଧ୍ୟ ଆଗକୁ ବଢ଼ି କାର୍ଯ୍ୟ କରିବା ଦରକାର, ଦ୍ରୁତ ଗତିରେ କାର୍ଯ୍ୟ କରିବା ଆବଶ୍ୟକ ।

ସାଥୀଗଣ,

ଆଜି ସମୟର ଆହ୍ୱାନ ହେଉଛି ଯେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆସିଥିବା ଦୃଢ଼ତାର ଲାଭ ଅଧିକରୁ ଅଧିକ ଶେଷ ସ୍ଥାନ ପର୍ଯ୍ୟନ୍ତ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଚୁ । ଯେଭଳି ଆମେ ଏମଏସଏମଇକୁ ସହାୟତା କଲୁ, ସେହିଭଳି ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକରୁ ଅଧିକ କ୍ଷେତ୍ରରେ ତାହାର ହାତକୁ ଧରିବାକୁ ପଡ଼ିବ । ମହାମାରୀ ସମୟରେ 1 କୋଟି 20 ଲକ୍ଷ ଏମଏସଏମଇକୁ ସରକାରଙ୍କ ଠାରୁ ବହୁ ଅଧିକ ସାହାଯ୍ୟ ମିଳିଛି । ଚଳିତ ବର୍ଷର ବଜେଟରେ ଏମଏସଏମଇ କ୍ଷେତ୍ରକୁ 2 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବନ୍ଧକ ମୁକ୍ତ ଋଣ ଗ୍ୟାରେଂଟି ମଧ୍ୟ ମିଳିଛି । ଏବେ ଏହା ହେଉଛି ବହୁତ ଜରୁରୀ ଯେ ଆମର ବ୍ୟାଙ୍କ ସେମାନଙ୍କ ପର୍ଯ୍ୟନ୍ତ ନିଜର ପହଂଚ ସୃଷ୍ଟି କରନ୍ତୁ ଆଉ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଉପଲବ୍ଧ କରାନ୍ତୁ ।

ସାଥୀଗଣ,

ଅର୍ଥନୈତିକ ସମାବେଶନ ସହିତ ଜଡ଼ିତ ସରକାରଙ୍କର ନୀତିଗୁଡ଼ିକ କୋଟି-କୋଟି ଲୋକଙ୍କୁ ଔପଚାରିକ ଅର୍ଥନୈତିକ ବ୍ୟବସ୍ଥାର ଅଂଶ କରି ଦେଇଛି । ବିନା ବ୍ୟାଙ୍କ ଗ୍ୟାରେଂଟି, 20 ଲକ୍ଷ କୋଟି ଟଙ୍କାରୁ ଅଧିକ ମୁଦ୍ରା ଋଣ ସରକାର ଏହି ବହୁତ ବଡ଼ କାର୍ଯ୍ୟ ଯୁବକମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ସାର୍ଥକ କାର୍ଯ୍ୟ କରିଛନ୍ତି, ସାହାଯ୍ୟ କରିଛନ୍ତି । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ 40 ଲକ୍ଷରୁ ଅଧିକ ଉଠା ଦୋକାନୀ-ବୁଲା ବିକାଳୀ, ଛୋଟ ଦୋକାନୀଙ୍କୁ, ପ୍ରଥମ ଥର ପାଇଁ ବ୍ୟାଙ୍କରୁ ସାହାଯ୍ୟ ମିଳିବା ସମ୍ଭବପର ହୋଇ ପାରିଛି । ଆପଣ ସମସ୍ତ ଅଂଶୀଦାରଙ୍କୁ ଖର୍ଚ୍ଚ କମ୍ କରିବା ପାଇଁ, ଦ୍ରୁତ ଗତିରେ ଋଣ ପହଂଚାଇବା ପାଇଁ ଏବଂ କ୍ଷୁଦ୍ର ଉଦ୍ୟମୀମାନଙ୍କ ପାଖରେ ଦ୍ରୁତ ଗତିରେ ପହଂଚାଇବା ପାଇଁ ମଧ୍ୟ ପ୍ରକ୍ରିୟାକୁ ରି-ଇଞ୍ଜିନିୟର କରିବା ହେଉଛି ବହୁତ ହିଁ ଜରୁରୀ ଆଉ ସେଥିରେ ଟୋକ୍ନାଲୋଜି ମଧ୍ୟ ବହୁତ ସାହାଯ୍ୟ କରି ପାରିବ । ଆଉ ସେତେବେଳେ ଭାରତର ବୃଦ୍ଧି ପାଉଥିବା ବ୍ୟାଙ୍କିଙ୍ଗ ସାମର୍ଥ୍ୟର ଅଧିକରୁ ଅଧିକ ଲାଭ, ଭାରତର ଗରିବଙ୍କୁ ହେବ, ସେହି ଲୋକମାନଙ୍କୁ ହେବ ଯେଉଁମାନେ ସ୍ୱରୋଜଗାର କରି ନିଜର ଗରିବୀକୁ ଦୂର କରିବା ପାଇଁ ଦ୍ରୁତ ଗତିରେ ପ୍ରୟାସ କରୁଛନ୍ତି ।

ସାଥୀଗଣ,

ଗୋଟିଏ ବିଷୟ ହେଉଛି ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭରତାର ମଧ୍ୟ । ଏହା ଆମ ପାଇଁ ଆମ ପସନ୍ଦର ପ୍ରସଙ୍ଗ ନୁହେଁ । ମହାମାରୀ ସମୟରେ ଆମେ ଦେଖି ସାରିଛେ, ଏହା ହେଉଛି ଭବିଷ୍ୟତକୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗ । ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭରତାର ଦୃଷ୍ଟିକୋଣ, ହେଉଛି ଏକ ଜାତୀୟ ଦାୟିତ୍ୱ । ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭରତାର ମିଶନ ଏଥିପାଇଁ ଦେଶରେ ଆମେ ଗୋଟିଏ ଅଦ୍ଭୂତପୂର୍ବ ଉତ୍ସାହ ଦେଖୁଛୁ । ଏହି କାରଣରୁ ଘରୋଇ ଉତ୍ପାଦନରେ ବୃଦ୍ଧି ହୋଇଛି ତେବେ ପୁଣି ରପ୍ତାନୀ କ୍ଷେତ୍ରରେ ମଧ୍ୟ ରେକର୍ଡ ସ୍ତରର ବୃଦ୍ଧି ଆସିଛି । ଦ୍ରବ୍ୟ ହେଉ ଅବା ସେବାର କ୍ଷେତ୍ର ହେଉ, ଆମର ରପ୍ତାନୀ 2021-22ରେ ସର୍ବକାଳୀନ ଶ୍ରେଷ୍ଠ ସ୍ତରରେ ରହିଲା । ରପ୍ତାନୀ ବୃଦ୍ଧି ହେଉଛି ଅର୍ଥାତ ଭାରତ ପାଇଁ ବିଦେଶରେ ଅଧିକରୁ ଅଧିକ ସମ୍ଭାବନାମାନ ସୃଷ୍ଟି ହେଉଛି । ଏମିତିରେ, ପ୍ରତ୍ୟେକେ ଏହି ଦାୟିତ୍ୱ ନେଇ ପାରିବେ ଯେ ସେମାନେ ସ୍ଥାନୀୟ କାରିଗରମାନଙ୍କୁ ପ୍ରୋତ୍ସାହନ ଦେବେ, ସେମାନେ ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବେ । ଭିନ୍ନ- ଭିନ୍ନ ସମୂହ, ସଙ୍ଗଠନ, ବଣିକ ସଂଘ, ଶିଳ୍ପ ସହାୟକଗଣ ଯେତେ ମଧ୍ୟ ବ୍ୟବସାୟ, ଉଦ୍ୟୋଗ ଜଗତର ସଂଗଠନ ରହିଛନ୍ତି ସେମାନେ ମିଳିମିଶି ବହୁତ ସବୁ କାର୍ଯ୍ୟାରମ୍ଭ କରି ପାରିବେ, ପଦକ୍ଷେପ ଉଠାଇ ପାରିବେ । ମୋର ବିଶ୍ୱାସ ରହିଛି ଯେ ଜିଲ୍ଲା ସ୍ତରରେ ମଧ୍ୟ ଆପଣମାନଙ୍କର ନେଟୱର୍କ ରହିଛି, ଆପଣଙ୍କର ଟିମ୍ ସବୁ ରହିଛନ୍ତି । ଏହି ଲୋକମାନେ ସେହିସବୁ ଉତ୍ପାଦ ଗୁଡ଼ିକୁ ଚିହ୍ନି ପାରିବେ, ଯେଉଁଗୁଡ଼ିକୁ ବୃହତ ସ୍ତରରେ ରପ୍ତାନୀ କରାଯାଇ ପାରିବ ।

ଆଉ ସାଥୀଗଣ,

ଭୋକାଲ ଫର ଲୋକାଲର କଥା କରି ଆମକୁ ଆଉ ଏକ ସ୍ପଷ୍ଟତା ରଖିବାକୁ ହେବ । ଏହା କେବଳ ଭାରତୀୟ କୁଟୀର ଉଦ୍ୟୋଗ ଠାରୁ ଜିନିଷ କ୍ରୟ କରିବା ଅପେକ୍ଷା ହେଉଛି କାହିଁ କେତେ ବଡ଼, ନଚେତ ଆମେ ତ’ ଦୀପାବଳୀର ଦୀପ କିଣାରେ ହିଁ ଅଟକି ଯାଉଛେ । ଆମକୁ ଦେଖିବାକୁ ହେବ ଯେ ଏଭଳି କେଉଁ- କେଉଁ କ୍ଷେତ୍ର ରହିଛି ଯେଉଁଠାରେ ଆମେ ଭାରତରେ ହିଁ ଦକ୍ଷତା ବିକାଶ କରି, ଦେଶର ଅର୍ଥ ସଂଚୟ କରି ପାରିବା । ଏବେ ଦେଖନ୍ତୁ ଉଚ୍ଚ ଶିକ୍ଷା ନାମରେ ପ୍ରତି ବର୍ଷ ଦେଶର ହଜାର- ହଜାର କୋଟି- କୋଟି ଟଙ୍କା ବାହାରକୁ ଯାଇଥାଏ । କ’ଣ ଏହାକୁ ଭାରତରେ ହିଁ ଶିକ୍ଷା କ୍ଷେତ୍ରରେ ନିବେଶ କରି କମ୍ କରି ପାରିବା ନାହିଁ? ଖାଇବା ତେଲ ଆମଦାନୀ ପାଇଁ ମଧ୍ୟ ଆମେ ହଜାର- ହଜାର କୋଟି- କୋଟି ଟଙ୍କା ବାହାରକୁ ପଠାଉଛୁ । କ’ଣ ଆମେ ଏହି କ୍ଷେତ୍ରରେ ଆତ୍ମନିର୍ଭର ହୋଇ ପାରିବା ନାହିଁ? ଏଭଳି ସମସ୍ତ ପ୍ରଶ୍ନଗୁଡ଼ିକର ଉତର, ଆପଣଙ୍କ ଭଳି ଅନୁଭବୀ ଅର୍ଥିକ ଜଗତର ଲୋକମାନେ ତାହାର ସଠିକ ଉତର ଦେଇ ପାରିବେ, ରାସ୍ତା ବତାଇ ପାରିବେ । ମୋର ବିଶ୍ୱାସ ରହିଛି, ଆପଣମାନେ ଏହି ୱେବିନାରରେ ଏହିସବୁ ବିଷୟଗୁଡ଼ିକ ଉପରେ ମଧ୍ୟ ଗମ୍ଭୀରତାର ସହିତ ନିଶ୍ଚିତ ଭାବେ ଚର୍ଚ୍ଚା କରିବେ ।

ସାଥୀଗଣ,

ଆପଣମାନେ ସବୁ ବିଶେଷଜ୍ଞମାନେ ଜାଣିଛନ୍ତି ଯେ ଚଳିତ ବର୍ଷର ବଜେଟରେ ପୁଞ୍ଜିଗତ ବ୍ୟୟ ମଧ୍ୟ ବହୁତ ବୃଦ୍ଧି ହୋଇଛି । ଏଥିପାଇଁ 10 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପିଏମ ଗତି ଶକ୍ତି କାରଣରୁ ପ୍ରକଳ୍ପ ଗୁଡ଼ିକର ଯୋଜନା ଆଉ ସେଗୁଡ଼ିକୁ ଲାଗୁ କରିବାରେ ଅଦ୍ଭୂତପୂର୍ବ ଗତି ଆସି ଯାଇଛି । ଆମକୁ ଭିନ୍ନ- ଭିନ୍ନ ଭୌଗୋଳିକ ଅଂଚଳ ଏବଂ ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ଥିବା ଘରୋଇ କ୍ଷେତ୍ରକୁ ମଧ୍ୟ ଅଧିକରୁ ଅଧିକ ସହାୟତା କରିବାକୁ ହେବ। ମୁଁ ଆଜି ଦେଶର ଘରୋଇ କ୍ଷେତ୍ରକୁ ମଧ୍ୟ ଆହ୍ୱାନ କରିବି ଯେ ସରକାରଙ୍କ ପରି ହିଁ ସେମାନେ ମଧ୍ୟ ନିଜର ନିବେଶ ବୃଦ୍ଧି କରନ୍ତୁ ଫଳରେ ଦେଶକୁ ଏହାଦ୍ୱାରା ଅଧିକରୁ ଅଧିକ ଲାଭ ହେଉ ।

ସାଥୀଗଣ,

ବଜେଟ ପରେ ଟିକସକୁ ନେଇ ମଧ୍ୟ ବହୁତ କିଛି କଥା ହୋଇ ଚାଲିଥିଲା । ଗୋଟିଏ ସମୟରେ ତ ସବୁଆଡେ ଏହି କଥା ବିସ୍ତୃତ ହୋଇ ରହିଥିଲା, ମୁଁ ଅତୀତର କଥା କହୁଛି ଯେ ଭାରତରେ ଟିକସ ହାର କେତେ ଅଧିକ ରହିଥିଲା । ଆଜି ଭାରତରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଛି । ଜିଏସଟି କାରଣରୁ, ଆୟକର କମ୍ ହେବା କାରଣରୁ, କର୍ପୋରେଟ ଟିକସ କମ୍ ହେବା କାରଣରୁ ଭାରତରେ ଟିକସ ମଧ୍ୟ ବହୁତ କମ୍ ହୋଇଛି, ତାହାର ଚାପ ନାଗରିକମାନଙ୍କ ଉପରେ ଅତି କମ୍ ହେବାରେ ଲାଗିଛି । କିନ୍ତୁ ଏହାର ଆଉ ଏକ ଦିଗ ମଧ୍ୟ ରହିଛି । 2013-14 ମଧ୍ୟରେ ଆମର ସର୍ବମୋଟସ ଟିକସ ରାଜସ୍ୱ ପ୍ରାୟ 11 ଲକ୍ଷ କୋଟି ଥିଲା । 2023-24ର ବଜେଟରେ ଆକଳନ ହିସାବରେ ମୋଟ ଟିକସ ରାଜସ୍ୱ ଏବେ 33 ଲକ୍ଷ କୋଟିରୁ ଅଧିକର ହୋଇ ପାରେ । ଏହି ବୃଦ୍ଧି ହେଉଛି 200 ପ୍ରତିଶତ । ଅର୍ଥାତ ଭାରତ ଟିକସର ହାର କମ୍ କରୁଛି କିନ୍ତୁ ଏହା ପରେ ମଧ୍ୟ ଟିକସ ସଂଗ୍ରହ କ୍ରମାଗତ ଭାବେ ବଢ଼ୁଛି । ଆମେ ଆମର ଟିକସ, ସେହି ଟିକସର ମୂଳଦୁଆକୁ ମଧ୍ୟ ବୃଦ୍ଧି କରିବା ଦିଗରେ ବହୁତ କିଛି କରିଛୁ । 2013-14ରେ ପ୍ରାୟ ସାଢ଼େ 3 କୋଟି ବ୍ୟକ୍ତିଗତ ଟିକସ ଫେରସ୍ତ ପାଇଁ ଆବେଦନ ହେଉଥିଲା । 2021-22ରେ ଏହା ବଢ଼ି ସାଢ଼େ 6 କୋଟି ହୋଇ ସାରିଛି ।

ସାଥୀଗଣ,

ଟିକସ ଦେବା ହେଉଛି ଏଭଳି ଏକ କର୍ତବ୍ୟ, ଯାହା ସିଧାସଳଖ ରାଷ୍ଟ୍ର ନିର୍ମାଣ ସହିତ ଜଡ଼ିତ ହୋଇ ରହିଛି । ଟିକସ ବେସରେ ବୃଦ୍ଧି ଏହି କଥାର ମଧ୍ୟ ହେଉଛି ପ୍ରମାଣ ଯେ ଲୋକମାନଙ୍କୁ ସରକାରଙ୍କ ଉପରେ ବିଶ୍ୱାସ ରହିଛି, ଆଉ ସେମାନେ ସ୍ୱୀକାର କରନ୍ତି ଯେ ସେମାନେ ଯେଉଁ ଟିକସ ଦେଉଛନ୍ତି, ତାହାକୁ ଜନ କଲ୍ୟାଣ ପାଇଁ ହିଁ ବ୍ୟୟ କରାଯାଉଛି । ଉଦ୍ୟୋଗ ଜଗତ ସହିତ ଯୋଡ଼ି ହୋଇଥିବା କାରଣରୁ ଏବଂ ଆର୍ଥିକ ଉତ୍ପାଦନର ସବୁଠାରୁ ବଡ଼ ଉତ୍ପାଦନକାରୀ ହିସାବରେ ଏହା ହେଉଛି ଆମର ଦାୟିତ୍ୱ ଯେ ଟିକସ ବେସ ବୃଦ୍ଧିକୁ ପ୍ରୋତ୍ସାହିତ କରାଯାଉ । ଆପଣଙ୍କର ସମସ୍ତ ସଂଗଠନ, ଆପଣଙ୍କର ସମସ୍ତ ସଦସ୍ୟମାନେ ଏହି ବିଷୟରେ କ୍ରମାଗତ ଭାବେ ଆଗ୍ରହ ପ୍ର୍ରକାଶ କରିବା ଦରକାର ।

ସାଥୀଗଣ,

ଭାରତ ପାଖରେ ଏଭଳି ପ୍ରତିଭା, ଭିତିଭୂମି ଏବଂ ନବସୃଜନଶୀଳ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଆମର ଅର୍ଥିକ ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ଥାନରେ ପହଂଚାଇ ପାରିବେ । ‘ଇଣ୍ଡଷ୍ଟ୍ରି ଫର୍ ପଏଂଟ ଓ’ର ଏହି ସମୟ ମଧ୍ୟରେ ଭାରତ ଆଜି ଯେଉଁଭଳି ଭାବେ ପ୍ଲାଟଫର୍ମ ବିକଶିତ କରୁଛି, ତାହା ସମ୍ପୂର୍ଣ୍ଣ ବିଶ୍ୱ ସାମ୍ନାରେ ହେଉଛି ଏକ ମଡେଲ । ଜିଇଏମ ଅର୍ଥାତ ସରକାରୀ ଇ-ବଜାର ସ୍ଥଳୀ ମଧ୍ୟ ଭାରତର ଦୂର- ଦୂରାନ୍ତରେ ରହୁଥିବା ଛୋଟ ଦୋକାନୀମାନଙ୍କୁ ମଧ୍ୟ ସରକାରଙ୍କୁ ସିଧାସଳଖ ନିଜର ଜିନିଷ ବିକ୍ରି କରିବା ପାଇଁ ସାମର୍ଥ୍ୟ ଦେଇଛି । ଭାରତ ଯେଉଁଭଳି ଭାବେ ଡିଜିଟାଲ ମୁଦ୍ରାରେ ଆଗକୁ ବଢ଼ୁଛି, ତାହା ହେଉଛି ଅଦ୍ଭୂତପୂର୍ବ । ସ୍ୱାଧୀନତାର 75ତମ ବର୍ଷରେ ଡିଜିଟାଲ ଉପାୟରେ 75 ହଜାର କୋଟି କାରବାର ଏହା କହୁଛି ଯେ ୟୁପିଆଇର ସଂପ୍ରସାରଣ କେତେ ବ୍ୟାପକ ହୋଇ ସାରିଛି । ରୂପେ ଏବଂ ୟୁପିଆଇ, କେବଳ କମ୍ ଖର୍ଚ୍ଚ ଏବଂ ଅତ୍ୟଧିକ ସୁରକ୍ଷିତ ଟେକ୍ନୋଲୋଜି ନୁହେଁ, ବରଂ ଏହା ହେଉଛି ବିଶ୍ୱରେ ଆମର ପରିଚୟ । ଏହାକୁ ନେଇ ନବସୃଜନର ଅପାର ସମ୍ଭାବନାମାନ ରହିଛି । ୟୁପିଆଇ ସମଗ୍ର ବିଶ୍ୱ ପାଇଁ ଅର୍ଥନୈତିକ ସମନ୍ୱୟ ଏବଂ ସଶକ୍ତିକରଣର ମାଧ୍ୟମ ହେଉ, ଆମକୁ ଏଥିପାଇଁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ମୋର ପରାମର୍ଶ ହେଉଛି ଯେ ଆମର ଯେଉଁ ଅର୍ଥିକ ଅନୁଷ୍ଠାନମାନ ରହିଛି ସେମାନଙ୍କୁ ଫିନଟେକର ପହଂଚକୁ ବୃଦ୍ଧି କରିବା ପାଇଁ ସେମାନଙ୍କ ସହିତ ଅଧିକରୁ ଅଧିକ ସହଭାଗୀ ମଧ୍ୟ କରିବା ଦରକାର ।

ସାଥୀଗଣ,

ଅର୍ଥବ୍ୟବସ୍ଥାକୁ ଦୃଢ଼ତା ପ୍ରଦାନ କରିବାକୁ, କେତେ ଥର ବହୁତ ଛୋଟ- ଛୋଟ ପ୍ରୟାସ ଦ୍ୱାରା ବହୁତ ବଡ଼ ପ୍ରଭାବ ହୋଇଥାଏ । ଯେମିତି ଏକ ବିଷୟ ରହିଛି, ରସିଦ ନ ନେଇ ଜିନିଷ କିଣିବାର ଅଭ୍ୟାସ । ଲୋକମାନଙ୍କୁ ଲାଗୁଛି ଯେ ଏହାଦ୍ୱାରା ଆମର କୌଣସି କ୍ଷତି ହେଉ ନାହିଁ, ଏଥିପାଇଁ ଅଧିକାଂଶ ସମୟରେ ସେମାନେ ରସିଦ ପାଇଁ ବାଧ୍ୟ ମଧ୍ୟ କରି ନ ଥାଆନ୍ତି । ଲୋକମାନଙ୍କୁ ଯେତେ ଅଧିକ ଏହି କଥା ଜଣା ପଡ଼ିବ ଯେ ରସିଦ ନେବା ଦ୍ୱାରା ଦେଶର ଲାଭ ହୋଇଥାଏ, ଦେଶ ପ୍ରଗତି ପଥରେ ଯିବା ପାଇଁ ଏହା ବହୁତ ବଡ଼ ବ୍ୟବସ୍ଥା ବିକଶିତ ହୋଇଥାଏ ଆଉ ପୁଣି ଦେଖିବେ, ଲୋକମାନେ ଆଗକୁ ବଢ ନିଶ୍ଚିତ ଭାବେ ରସିଦର ଦାବି କରିବେ । ଆମକୁ କେବଳ ଲୋକମାନଙ୍କୁ ଅଧିକରୁ ଅଧିକ ସଜାଗ କରିବାର ଆବଶ୍ୟକତା ରହିଛି ।

ସାଥୀଗଣ,

ଭାରତର ଆର୍ଥିକ ବିକାଶର ଲାଭ ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଂଚୁ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳୁ, ଆପଣ ସମସ୍ତେ ଏହି ଚିନ୍ତାଧାରା ସହିତ ହିଁ କାର୍ଯ୍ୟ କରିବା ଦରକାର । ଏଥିପାଇଁ, ଆମକୁ ଉପଯୁକ୍ତ- ପ୍ରଶିକ୍ଷିତ ପେଶାଦାର ମାନଙ୍କର ଏକ ବହୁତ ବଡ଼ ସେତୁ ମଧ୍ୟ ନିର୍ମାଣ କରିବାକୁ ପଡ଼ିବ । ମୁଁ ଚାହୁଁଛି ଯେ ଆପଣ ସମସ୍ତେ ଏଭଳି ପ୍ରତ୍ୟେକ ଭବିଷ୍ୟତର ଚିନ୍ତାଧାରା ଉପରେ ବିଚାର, ବିସ୍ତୃତ ଭାବେ ଚର୍ଚ୍ଚା କରନ୍ତୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଅର୍ଥିକ ଜଗତର ଆପଣ ସମସ୍ତେ ଯାହାଙ୍କ ମାଧ୍ୟମରେ ଦେଶରେ ବଜେଟ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହେଲା, ଆପଣମାନେ ବଜେଟର ଭୁୟସୀ ପ୍ରଶଂସା କଲେ । ଏବେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଯେ ଏହି ବଜେଟର ସର୍ବୋତମ ଲାଭ ଦେଶକୁ କିଭଳି ମିଳି ପାରିବ, ସମୟ-ସୀମା ମଧ୍ୟରେ କିଭଳି ମିଳି ପାରିବ, ଏକ ସୁନିଶ୍ଚିତ ରୋଡ଼ ମ୍ୟାପ ଉପରେ ଆମେ କିଭଳି ଆଗକୁ ବଢ଼ିବା । ଆପଣମାନଙ୍କର ଏହି ଚିନ୍ତନ- ମନ୍ଥନ ଦ୍ୱାରା ସେହି ରାସ୍ତା ନିଶ୍ଚିତ ଭାବେ ମିଳିବ, ନିଶ୍ଚିତ ଭାବେ ନୂଆ- ନୂଆ ନବସୃଜନ ଚିନ୍ତାଧାରା ମିଳିବ, ଚିରାଚରିତ ଧାରାଠାରୁ ଭିନ୍ନ ଚିନ୍ତାଧାରା ମିଳିବ ଯାହା ପ୍ରୟୋଗ ପାଇଁ, ଇଚ୍ଛୁକ ପରିଣାମ ପ୍ରାପ୍ତ କରିବା ପାଇଁ ବହୁତ ହିଁ କାର୍ଯ୍ୟରେ ଆସିବ । ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister welcomes President of Finland Alexander Stubb to India
March 04, 2026

The Prime Minister, Shri Narendra Modi, today welcomed the President of the Republic of Finland, Mr. Alexander Stubb, who is on a State Visit to India.

Shri Modi expressed confidence that the visit would further strengthen the bilateral relations between India and Finland.

President Stubb had earlier posted on social media platform X that he is travelling on a State Visit to India and will meet the President of India and the Prime Minister, as well as other members of the state leadership. He noted that the visit will further strengthen relations between Finland and India, including in the area of trade.

Responding to X post of President of Finland, Shri Modi said;

“Welcome to India, President Alexander Stubb. I fully agree with you, your visit will take India-Finland relations to new heights. I eagerly look forward to our meeting tomorrow and to your keynote address at the Raisina Dialogue 2026.

@alexstubb”