‘‘ଆଜି ଯେଉଁ ସ୍ଥାନରେ ଅଧିକ ଆବଶ୍ୟକ ସେଠାରେ ସରକାରଙ୍କ ନୀତି ଓ ନିଷ୍ପତ୍ତିଗୁଡ଼ିକର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି’’
‘‘ଆଜି ଲୋକମାନେ ସରକାରଙ୍କୁ ଏକ ବାଧା ଭାବେ ନୁହେଁ; ବରଂ ଆମ ନୂଆ ସୁଯୋଗର ଏକ ଉତ୍‌ପ୍ରେରକ ଭାବେ ଦେଖୁଛନ୍ତି। ନିଶ୍ଚିତ ଭାବେ, ପ୍ରଯୁକ୍ତିର ଏଥିରେ ଏକ ବଡ଼ ଭୂମିକା ରହିଛି’’
‘‘ନାଗରିକମାନେ ଖୁବ ସହଜରେ ସରକାରଙ୍କୁ ନିଜର ମତାମତ ଜଣାଇବାକୁ ସକ୍ଷମ ହେଉଛନ୍ତି ଏବଂ ତୁରନ୍ତ ସେମାନଙ୍କର ସମାଧାନ ପାଇପାରୁଛନ୍ତି’’
‘‘ଆମେ ଭାରତରେ ଏକ ଆଧୁନିକ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ସହିତ ଡିଜିଟାଲ କ୍ରାନ୍ତିର ଲାଭ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ଯେପରି ପହଞ୍ଚିପାରିବ ତାହା ସୁନିଶ୍ଚିତ କରୁଛୁ’’
‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସମାଧାନ କରାଯାଇପାରୁଥିବା ସମାଜର ୧୦ଟି ସମସ୍ୟାକୁ ଆମେ ଚିହ୍ନଟ କରିପାରିବା କି’’
‘‘ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ଅଭାବ କାରଣରୁ ଗୋଲାମୀ ମାନସିକତା ସୃଷ୍ଟି ହୋଇଥିଲା’’
‘‘ସମାଜର ବିଶ୍ୱାସକୁ ସୁଦୃଢ଼ କରିବାକୁ ହେଲେ ଆମକୁ ବୈଶ୍ୱିକ ଶ୍ରେଷ୍ଠ ପଦ୍ଧତିରୁ ଶିକ୍ଷା ଲାଭ କରିବାକୁ ହେବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ପଞ୍ଚମ ୱେବିନାର।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତ ପ୍ରଯୁକ୍ତି ବ୍ୟବହାର ସହିତ ଏହାର ନାଗରିକମାନଙ୍କୁ ନିରନ୍ତର ଭାବେ ସଶକ୍ତ କରି ଚାଲିଛି । ପ୍ରଯୁକ୍ତି ସହାୟତାରେ ଲୋକମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି ଗତ କିଛି ବର୍ଷ ଧରି ପ୍ରତ୍ୟେକ ବଜେଟ୍‌ରେ ଗୁରୁତ୍ୱାରୋପ କରାଯାଉଥିବା ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଚଳିତ ବଜେଟ୍‌ରେ ପ୍ରଯୁକ୍ତି ଏବଂ ଏକ ମାନବୀୟ ସ୍ପର୍ଶ ଉପରେ ପ୍ରାଥମିକତା ଦିଆଯାଇଛି ।

ପୂର୍ବ ସରକାରଙ୍କ ଅବସରରେ ପ୍ରାଥମିକତାଗୁଡ଼ିକ ମଧ୍ୟରେ ରହିଥିବା ବିରୋଧାଭାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ସବୁବେଳେ ସରକାରଙ୍କ ହସ୍ତକ୍ଷେପ ଚାହୁଁଥିଲେ ଏବଂ ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ହିଁ କାମ କରନ୍ତୁ ବୋଲି ସେମାନେ ଚାହୁଁଥିଲେ । କିନ୍ତୁ ସରକାରଙ୍କ ପ୍ରତି ଏଭଳି ପ୍ରତ୍ୟାଶା କାରଣରୁ ସେମାନଙ୍କର ସାରା ଜୀବନ ସବୁପ୍ରକାର ସୁବିଧାରୁ ବଞ୍ଚିତ ରହୁଥିଲା। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆଉ ଗୋଟିଏ ବର୍ଗର ଳୋକମାନେ ଆଗକୁ ବଢ଼ିବା ଲାଗି ଚାହୁଁଥିଲେ ମାତ୍ର ସରକାରଙ୍କ ହସ୍ତକ୍ଷେପ କାରଣରୁ ଚାପଗ୍ରସ୍ତ ହେବା ସହିତ ବାଧାର ସମ୍ମୁଖିନ ହୋଇ ପଛରେ ପଡ଼ିଯାଉଥିଲେ । ଶ୍ରୀ ମୋଦୀ ନିକଟରେ ଆସିଥିବା ପରିବର୍ତ୍ତନ ବିଷୟରେ ସୂଚନା ଦେଇ କହିଥିଲେ ଯେ, ଯେଉଁ ପରିସ୍ଥିତିରେ ସବୁଠୁ ଆବଶ୍ୟକ ସେଠାରେ ନୀତି ଓ ସେଗୁଡ଼ିକର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ଏହା ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ସହିତ ଜୀବନଧାରଣର ମାନ ବୃଦ୍ଧି କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାରଙ୍କ ହସ୍ତକ୍ଷେପ ହ୍ରାସ ପାଇଛି ଏବଂ ନାଗରିକମାନେ ସରକାରଙ୍କ ଆଉ ଏକ ବାଧକ ଭାବେ ଗ୍ରହଣ କରୁନାହାନ୍ତି। ବରଂ ଆମ ସରକାରଙ୍କୁ ନୂଆ ସୁଯୋଗର ଏକ ଉତ୍‌ପ୍ରେରକ ଭାବେ ଦେଖୁଛନ୍ତି। ନିଶ୍ଚିତ ଭାବେ, ପ୍ରଯୁକ୍ତିର ଏଥିରେ ଏକ ବଡ଼ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପ୍ରଯୁକ୍ତିର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଏଂ ଜାମ (ଜନ ଧନ-ଆଧାର-ମୋବାଇଲ) ତ୍ରୟ, ଆରୋଗ୍ୟ ସେତୁ ଏବଂ କୋୱିନ୍‌ ଆପ, ରେଳ ସଂରକ୍ଷଣ ଏବଂ ଜନ ସେବା କେନ୍ଦ୍ରର ଉଦାହରଣ ଦେଇଥିଲେ । ଏହି ସବୁ ନିଷ୍ପତ୍ତି ସହିତ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନାଗରିକମାନଙ୍କ ପାଇଁ ଜୀବନଧାରଣକୁ ସହଜ କରିଛନ୍ତି । ସରକାରଙ୍କ ସହିତ ଯୋଗାଯୋଗ ସହଜ ହୋଇଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏକ ଲୋକପ୍ରିୟ ଧାରଣା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ମତବିନିମୟ ସହଜ ହେବା କାରଣରୁ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ମିଳିପାରୁଛି । ସେ ଆୟକର ବ୍ୟବସ୍ଥା ସହ ଜଡ଼ିତ ଅଭିଯୋଗର ଫେସଲେସ ସମାଧାନ ସମ୍ପର୍କରେ ଉଦାହରଣ ଦେଇଥିଲେ । ‘‘ଏବେ ଆପଣଙ୍କ ଅଭିଯୋଗ ଓ ନିବାରଣ ମଧ୍ୟରେ କୌଣସି ବ୍ୟକ୍ତିର ହସ୍ତକ୍ଷେପ ନାହିଁ, କେବଳ ପ୍ରଯୁକ୍ତି ରହିଛି,’’ ସେ କହିଥିଲେ । ସାମୂହିକ ଭାବେ ନିଜ ସମସ୍ୟାର ସମାଧାନ କରିବା ଏବଂ ବୈଶ୍ୱିକ ମାନକ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ପ୍ରଯୁକ୍ତିର ଉପଯୋଗ କରିବା ନିମନ୍ତେ ବିଚାର କରିବାକୁ  ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଗୋଟିଏ ପାଦ ଆଗକୁ ବଢ଼ାଇ, ଆମେ ସେହିସବୁ କ୍ଷେତ୍ରକୁ ଚିହ୍ନଟ କରିପାରିବା ଯେଉଁଠି ସରକାରଙ୍କ ସହିତ ଆଲୋଚନା ଆହୁରି ସହଜ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମିଶନ କର୍ମଯୋଗୀ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସରକାରୀ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ନାଗରିକ କୈନ୍ଦ୍ରିକ ହେବା ପାଇଁ ପ୍ରଶିକ୍ଷିତ କରାଯାଯାଉଛି। ସେ ପ୍ରଶିକ୍ଷଣ ପ୍ରକ୍ରିୟାକୁ ଅଧୁନାତନ ବା ଅପଡେଟ୍‌ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ, ନାଗରିକମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ମତାମତ ଆଧାରରେ ସଂଶୋଧନ ସହିତ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇପାରିବ । ପ୍ରଧାନମନ୍ତ୍ରୀ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ପରାମର୍ଶ ଦେଇଥିଲେ ଯେଉଁଠି ପ୍ରଶିକ୍ଷଣରେ ସୁଧାର ନିମନ୍ତେ ଫିଡବ୍ୟାକ ସହଜରେ ପ୍ରସ୍ତୁତ କରାଯାଇପାରିବ ।

ପ୍ରଯୁକ୍ତି କାରଣରୁ ସମସ୍ତଙ୍କୁ ମିଳୁଥିବା ସମାନ ସୁଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ ଏବଂ କହିଥିଲେ ଯେ ସରକାର ପ୍ରଯୁକ୍ତି କ୍ଷେତ୍ରରେ ଭାରୀ ନିବେଶ କରୁଛନ୍ତି । ଆଧୁନିକ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ସହିତ ସରକାର ସମସ୍ତଙ୍କ ନିକଟରେ ସମାନ ଭାବେ ଡିଜିଟାଲ ଭିତ୍ତିଭୂମିର ଲାଭ ପହଞ୍ଚାଇବା ଲାଗି ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ ଜିଇଏମ ପୋର୍ଟାଲ ବିଷୟରେ ଆଲୋକପାତ କରି ଏହାର ଉଦାହରଣ ଦେଇଥିଲେ, ଯାହାକି ସରକାରୀ କ୍ରୟରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଏପରିକି ଉଠାଦୋକାନୀମାନଙ୍କୁ ମଧ୍ୟ ଲାଭ ଦେଉଛି । ସେହିପରି ଇ-ନାମ ଚାଷୀମାନଙ୍କୁ ବିଭିନ୍ନ ସ୍ଥାନର କ୍ରେତାଙ୍କ ସହିତ ଯୋଡ଼ିବା ଲାଗି ସକ୍ଷମ କରୁଛି ।

5ଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଉଲ୍ଲେଖ କରି ଉଦ୍ୟୋଗ, ଔଷଧ, ଶିକ୍ଷା ଓ କୃଷି କ୍ଷେତ୍ର ଉପରେ ଏହାର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ କେତେକ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉପରେ ସେ ଜୋର ଦେଇଥିଲେ । ଏସବୁ ପ୍ରଯୁକ୍ତିକୁ କିଭଳି ଭାବେ ସାଧାରଣ ନାଗରିକଙ୍କ କଲ୍ୟାଣରେ ବିନିଯୋଗ କରାଯାଇପାରିବ ଏବଂ ବିଭିନ୍ନ କ୍ଷେତ୍ର ପ୍ରତି କିପରି ଧ୍ୟାନ କେନ୍ଦ୍ରିତ କରାଯାଇପାରିବ ସେ ସମ୍ପର୍କରେ ମାର୍ଗ ସନ୍ଧାନ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସମାଧାନ କରାଯାଇପାରୁଥିବା ସମାଜର ୧୦ଟି ସମସ୍ୟାକୁ ଆମେ ଚିହ୍ନଟ କରିପାରିବା କି’’, ସେ ଆହ୍ୱାନ କରି କହିଥିଲେ ।

ସରକାରରେ ପ୍ରଯୁକ୍ତିର ବ୍ୟବହାର ବିଷୟରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ସଂସ୍ଥା ପାଇଁ ଡିଜିଲକର ସେବା ବିଷୟରେ କହିଥିଲେ ଯେଉଁଥିରେ ବିଭିନ୍ନ କମ୍ପାନୀ ଓ ସଂଗଠନମାନେ ସେମାନଙ୍କର କାଗଜପତ୍ର ରଖିପାରିବେ ଏବଂ ଏହାକୁ ଆବଶ୍ୟକତା କ୍ଷେତ୍ରରେ ସରକାରୀ ଏଜେନ୍ସିମାନଙ୍କୁ ହସ୍ତାନ୍ତର କରିପାରିବେ । ଏସବୁ ସେବାଗୁଡ଼ିକୁ ଅଧିକ ବିସ୍ତାରିତ କରିବା ନିମନ୍ତେ ମାର୍ଗ ସନ୍ଧାନ କରିବା ଲାଗି ସେ ପରାମର୍ଶ ଦେଇଥିଲେ ଯାହାଫଳରେ ଅଧିକରୁ ଅଧିକ ଲୋକ ଏଥିରୁ ଲାଭ ପାଇପାରିବେ ।

ବିଗତ କିଛି ବର୍ଷ ମଧ୍ୟରେ, ଏମଏସଏମଇ କ୍ଷେତ୍ରକୁ ସହାୟତା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏମଏସଏମଇଗୁଡ଼ିକ ସମ୍ମୁଖିନ ହୋଇଥିବା ବାଧାଗୁଡ଼ିକୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ଦୂର କରିବା ନିମନ୍ତେ ବିଚାରମନ୍ଥନ ନିମନ୍ତେ ସେ ଜୋର ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବ୍ୟବସାୟର ଭାଷାରେ ‘ସମୟ ହେଉଛି ଅର୍ଥ’ । ତେଣୁ କ୍ଷୁଦ୍ର ଉଦ୍ୟୋଗୁଡ଼ିକର ଅନୁପାଳନ ସମୟ ହ୍ରାସ କରି ସରକାର ସେମାନଙ୍କ ଖର୍ଚ୍ଚ କମାଇବାକୁ ପଦକ୍ଷେପ ନେଉଛନ୍ତି । ସରକାର ଗତ କିଛି ବର୍ଷ ମଧ୍ୟରେ ଚାଳିଶ ହଜାରରୁ ଅଧିକ ଅନୁପାଳନ ବୋଝକୁ ସମାପ୍ତ କରି ଦେଇଛନ୍ତି, ତେଣୁ ଅନାବଶ୍ୟକ ଅନୁପାଳନର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ଏହା ହିଁ ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଛୋଟ ଛୋଟ ଅପରାଧଗୁଡ଼ିକର ନିରପରାଧୀକରଣ କରିବା ଏବଂ ଏମଏସଏମଇ ପାଇଁ ଋଣ ଗ୍ୟାରେଣ୍ଟର ହେବା ଫଳରେ ସରକାର ନାଗରିକମାନଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ପୂର୍ବରୁ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ଅଭାବ କାରଣରୁ ଗୋଲାମୀ ମାନସିକତା ସୃଷ୍ଟି ହୋଇଥିଲା।

ସରକାର ଓ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସକୁ ବଢ଼ାଇବାକୁ ହେଲେ ସାରା ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଶ୍ରେଷ୍ଠ ପଦ୍ଧତିରୁ ଜ୍ଞାନ ଆହରଣ କରିବା ଉପରେ ସେ ଜୋର ଦେଇଥିଲେ ।

ପ୍ରଯୁକ୍ତିର ଭୂମିକା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ସମ୍ପୂର୍ଣ୍ଣ ଉତ୍ପାଦ ସୃଷ୍ଟି କରିବା ଲାଗି ପ୍ରଯୁକ୍ତି ସହାୟକ ହୋଇପାରିବ ଯାହାକି ବିଶ୍ୱ ବଜାରକୁ ଅକ୍ତିଆର କରିବାରେ ସହାୟତା କରିବ । ସେ ପରାମର୍ଶ ଦେଇଥିଲେ ଯେ, ଜଣେ ବ୍ୟକ୍ତି ନିଜକୁ କେବଳ ଇଣ୍ଟରନେଟ ଓ ଡିଜିଟାଲ ପ୍ରଯୁକ୍ତିରେ ସୀମିତ ରଖିବା ଉଚିତ୍‌ ନୁହେଁ । ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍‌ କିମ୍ବା କୌଣସି ସରକାରୀ ନୀତିକୁ ସଫଳ କରାଇବାକୁ ହେଲେ ତାହା କିଭଳି ଭାବେ ପ୍ରସ୍ତୁତ ହୋଇଛି ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆହୁରି ମଧ୍ୟ ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ଜରୁରି ବୋଲି ସେ କହିଥିଲେ ।  ଭାରତର ପ୍ରତିଭା ସମ୍ପନ୍ନ ଯୁବପିଢ଼ି, କୁଶଳୀ ଶ୍ରମଶକ୍ତି ଏବଂ ଗ୍ରାମାଞ୍ଚଳରେ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ଆଗ୍ରହ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହାର ସର୍ବାଧିକ ଉପଯୋଗ ପାଇଁ ମାର୍ଗ ସନ୍ଧାନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ବଜେଟରୁ କିଭଳି ସର୍ବୋତ୍ତମ ଲାଭ ମିଳିପାରିବ ସେ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବେ ଆଲୋଚନା କରିବା ଉଚିତ୍‌, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.