“୨୦୧୪ ରେ ୨୫ ହଜାର କୋଟିରୁ କମ ଥିବା କୃଷି ବଜେଟ ବ୍ୟୟ ବରାଦ ଆଜି ୧,୨୫,୦୦୦ କୋଟିକୁ ବୃଦ୍ଧି ପାଇଛି”
“ବିଗତ ବର୍ଷଗୁଡ଼ିକର ବଜେଟ ଗାଁ, ଗରିବ ଓ ଚାଷୀଙ୍କ ବଜେଟ କୁହାଯାଉଛି”
“ଚାଷୀମାନଙ୍କ ପାଇଁ ଘରୋଇ ଓ ଆନ୍ତର୍ଜାତିକ ବଜାର ସୁବିଧା ପାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି”
“କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବଜେଟରେ ନିରବଚ୍ଛିନ୍ନ ଭାବେ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି ଯାହା ଫଳରେ ଭାରତ ଆତ୍ମନିର୍ଭର ହେବା ସହ ଆମଦାନୀ ପାଇଁ ବ୍ୟବହୃତ ଅର୍ଥ ଚାଷୀମାନଙ୍କ ନିକଟରେ ପହଂଚିପାରିବ”
“କୃଷି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ମୂଳୋତ୍ପାଟନ ନ ହେଲେ ସମ୍ପୂର୍ଣ୍ଣ ବିକାଶ ଲକ୍ଷ୍ୟ କଦାପି ହାସଲ କରି ହେବ ନାହିଁ”
“ନଅ ବର୍ଷ ଆଗରୁ ଦେଶରେ ଆଦୌ ଏଗ୍ରି ଷ୍ଟାର୍ଟଅପ ନ ଥିବା ବେଳେ ବର୍ତ୍ତମାନ ଆମ ଦେଶରେ ୩୦୦୦ରୁ ଅଧିକ ଏଗ୍ରି ଷ୍ଟାର୍ଟଅପ ରହିଛି”
“ମିଲେଟର ଆନ୍ତର୍ଜାତିକ ପରିଚୟ ଭାରତୀୟ ଚାଷୀଙ୍କ ନିମନ୍ତେ ବୈଶ୍ୱିକ ବଜାର ଖୋଲୁଛି”
“ଭାରତର ସମବାୟ କ୍ଷେତ୍ରରେ ଏକ ବିପ୍ଳବ ସଂଗଠିତ ହେଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୨-୨୦୨୩) କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦବୋଧନ ଦେଇଛନ୍ତି । ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି ।

ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ । “ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ” ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଥିଲେ ।

ସ୍ୱାଧୀନତା ଠାରୁ ବହୁଦିନ ଧରି ଭାରତର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବାରୁ ଖାଦ୍ୟ ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ଭାରତୀୟ ଚାଷୀମାନେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣି ଭାରତକୁ ଆତ୍ମନିର୍ଭରଶ କରାଇବା ସହ ଖାଦ୍ୟଶସ୍ୟ ରପ୍ତାନୀର ସାମର୍ଥ୍ୟ ମଧ୍ୟ ଦେଖାଇ ଦେଲେ । “ଆଜି ଭାରତ ଅନେକ କିସମର କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ଆମର ଚାଷୀମାନଙ୍କୁ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ପରିଚିତ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ । ଯେତେବେଳେ ଆତ୍ମନିର୍ଭରଶୀଳତା ଓ ରପ୍ତାନୀର ପ୍ରସଙ୍ଗ ଆସେ ସେତେବେଳେ ଭାରତର ଲକ୍ଷ୍ୟ କେବଳ ଚାଉଳ ଓ ଗହମକୁ ନେଇ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ ୨୦୨୧-୨୨ରେ ଡାଲି ଆମଦାନୀ ବାବଦ ୧୭୦୦୦ କୋଟି, ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବାବଦ ୨୫ ହଜାର କୋଟି ଓ ଖାଇବା ତେଲ ଆମଦାନୀ ବାବଦ ୧.୫ ଲକ୍ଷ କୋଟି ଖର୍ଚ୍ଚ କରାଯାଇଥିବାର ଉଦାହରଣ ଦେଇଥିଲେ । ସମୁଦାୟ ରପ୍ତାନୀ ଖାଦ୍ୟ ପଦାର୍ଥର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଦେଶକୁ ଆତ୍ମିନିର୍ଭର କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି ଓ ଏଥିପାଇଁ ଆମଦାନୀ ବାବଦ ହେଉଥିବା ଖର୍ଚ୍ଚ ମଧ୍ୟ ଚାଷଈଙ୍କ ନିକଟରେ ପହଞ୍ଚôପାରିବ । ସେ ଏମଏସପି ବୃଦ୍ଧି, ଡାଲି ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟାନ ସଂଖ୍ୟା ବୃଦ୍ଧି ଓ ଖାଇବା ତେଲ ବାବଦକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ନେଇ ଦିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଦହରଣମାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ଥିବା ବାଧାବିଘ୍ନମାନ ଦୂର ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଘରୋଇ କ୍ଷେତ୍ରରୁ ନବୋନ୍ମେଷ ଓ ପୁଞ୍ଜି ବିନିଯୋଗ କୃଷି କ୍ଷେତ୍ର ପ୍ରତି ଉଦାସୀନ ଥିବାରୁ ଏଥିରେ ଯୁବଗୋଷ୍ଠୀର ସହଭାଗିତା କମ୍ ରହିଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ସକାରାତ୍ମକ ନିବେଶ ଓ ସହଯୋଗ ଯୋଗୁ ସେ କ୍ଷେତ୍ରଗୁଡ଼ିକ ଉନ୍ନତି କରୁଥିବା ଲକ୍ଷ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏଥିପାଇଁ ରାଣନୀତିକ ପରିବର୍ତ୍ତନ, ବୃହତ ବଜାରରେ ପ୍ରବେଶ, ପ୍ରଯୁକ୍ତି ଜରିଆରେ ବୁନ୍ଦା ଜଳ ସେଚନ ଉପରେ ଗୁରୁତ୍ୱ । ମେଡିକାଲ ପରୀକ୍ଷା ଭଳି ମାଟି ପରୀକ୍ଷାଗାର ଇତ୍ୟାଦି କେତେକ ସୁଧାର ବ୍ୟବସ୍ଥା ଉପରେ ସେ କହିଥିଲେ । ଠିକ୍ ସମୟରେ ଠିକ୍ ପରାମର୍ଶ, ସରକାରଙ୍କ ନୀତି ଓ ସୁବିଧା ନେଇ ଚାଷୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀକୁ ନିବେଦନ କରିଥିଲେ । ପାଣିପାଗ ନେଇ ସଠିକ ବିବରଣୀ ଦେବା ସହ ଅତ୍ୟାଧୁନିକ ଶସ୍ୟ ଅମଳର ଆକଳନ ଡ୍ରୋନ ଜରିଆରେ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଏଗ୍ରିଟେକ ଷ୍ଟାର୍ଟଅପମାନଙ୍କ ନିମନ୍ତେ ତ୍ୱରିତ ପାଣ୍ଠି ଉପଲବ୍ଧତା ସହ ସରକାର କେବଳ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରୁନାହାନ୍ତି ବରଂ ପାଣ୍ଠି ଯୋଗାଣ ମାର୍ଗର ମଧ୍ୟ ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଯୁବ ଶିଳ୍ପୋଦ୍ୟୋଗୀ ଓ ଯୁବଗୋଷ୍ଠୀଙ୍କୁ ଆଗେଇ ଆସି ସେମାନଙ୍କ ଲକ୍ଷ୍ୟ ହାସଲ ନିମନ୍ତେ ମଧ୍ୟ ନିବେଦନ କରିଥିଲେ । ନଅବର୍ଷ ଆଗରୁ ଆଦୌ ନଥିବା ଏଗ୍ରି ଷ୍ଟାର୍ଟଅପ ସଂଖ୍ୟା ବର୍ତ୍ତମାନ ଦେଶରେ ୩୦୦୦ରେ ପହଞ୍ଚôଛି ବୋଲି ସେ କହିଥିଲେ ।

ଆନ୍ତର୍ଜାତିକ ମଲେଟ ବର୍ଷର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ଆନ୍ତର୍ଜାତିକ ପରିଚିତି ସହ ବୈଶ୍ୱିକ ପ୍ରବେଶ ଦ୍ୱାର ସେମାନଙ୍କ ପାଇଁ ଉନ୍ମୁକ୍ତ ହେଉଛି । “ଦେଶ ବର୍ତ୍ତମାନ ବଗଡ଼ା ଶସ୍ୟକୁ ଶ୍ରୀ ଅନ୍ନ ଭାବେ ଚଳିତ ବଜେଟରେ ନାମିତ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମର କ୍ଷୁଦ୍ର ଚାଷୀଙ୍କ ସୁବିଧା ପାଇଁ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦିଆଯିବା ସହ ଏହି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କ ସମ୍ଭାବ୍ୟ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇଛି ।

“ଭାରତର ସମବାୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ସଂଗଠିତ ହେଉଛି” ଓ ଏହା କେବଳ କେତେକ ରାଜ୍ୟ ଓ ଦେଶର କିଛି ଅଞ୍ଚଳ ପାଇଁ ସୀମାବଦ୍ଧ ନୁହଁ ବୋଲି ଶ୍ରୀ ମୋଦି କହିଛନ୍ତି । ଚଳିତ ବର୍ଷ ବଜେଟରେ ସମବାୟ କ୍ଷେତ୍ରକୁ ଟିକସ ରିହାତି ପ୍ରଦାନ କରାଯାଇଛି ଓ ସେ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ସମବାୟ ସମିତିଗୁଡ଼ିକୁ ଚଳିତ ବଜେଟରେ ସୁବିଧା ମିଳିପାରିବ । ସମବାୟ ସମିତିଗୁଡ଼ିକ ଦ୍ୱାରା ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉଠାଣ ଉପରେ ଟିଡିଏସ୍ ଆଦାୟ କରାଯିବ ନାହିଁ ।

ଚିନି ସମବାୟ ସମିତିଗୁଡ଼ିକ ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ କରିଥିବା ଦେୟ ପୈଠ ଉପରେ ଟିକସ ଛାଡ଼ କରାଯାଇଥିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଏହା ଦ୍ୱାରା ଚିନି ସମବାୟ ସଂସ୍ଥାଗୁଡ଼ିକ ଦଶ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ଶ୍ରୀ ମୋଦୀ କହିଥିଲେ ।

ଆଗରୁ ସମବାୟ ସଂସ୍ଥା ନ ଥିବା ଦୁଗ୍ଧ ଓ ମତ୍ସ୍ୟ କ୍ଷେତ୍ର ଏହାର ଚାଷୀମାନଙ୍କୁ ବେଶ ଲାଭାନ୍ୱିତ କରିବ । ଆମର ମତ୍ସ୍ୟ ଚାଷୀମାନଙ୍କ ପାଇଁ ଥିବା ବିପୁଳ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ମତ୍ସ୍ୟ ଉତ୍ପାଦନ ପ୍ରାୟ ୭୦ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ପାଇଛି ବୋଲି କହିଥିଲେ । ସେ ମଧ୍ୟ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଛଅ ହଜାର କୋଟି ବ୍ୟୟ ଅଟକଳରେ କରାଯାଇଛି ଯାହା ମାଛ ଚାଷ ସହ ଏହାର ବଜାର ବିକାଶରେ ସହାୟକ ହେବ ବୋଲି କହିଥିଲେ ।

ସମ୍ବୋଧନ ଶେଷ କରିବା ଆଗରୁ ପ୍ରଧାନମନ୍ତ୍ରୀ ପିଏମ ପ୍ରଣାମ ଯୋଜନା ଓ ଗୋବର୍ଦ୍ଧନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ପ୍ରାକୃତିକ କୃଷିକୁ ପ୍ରୋତ୍ସାନ ଦେବା ସହ ରାସାୟନିକ କୃଷି ହ୍ରାସ କରିବ ବୋଲି କହିଥିଲେ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.