“୨୦୧୪ ରେ ୨୫ ହଜାର କୋଟିରୁ କମ ଥିବା କୃଷି ବଜେଟ ବ୍ୟୟ ବରାଦ ଆଜି ୧,୨୫,୦୦୦ କୋଟିକୁ ବୃଦ୍ଧି ପାଇଛି”
“ବିଗତ ବର୍ଷଗୁଡ଼ିକର ବଜେଟ ଗାଁ, ଗରିବ ଓ ଚାଷୀଙ୍କ ବଜେଟ କୁହାଯାଉଛି”
“ଚାଷୀମାନଙ୍କ ପାଇଁ ଘରୋଇ ଓ ଆନ୍ତର୍ଜାତିକ ବଜାର ସୁବିଧା ପାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି”
“କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବଜେଟରେ ନିରବଚ୍ଛିନ୍ନ ଭାବେ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି ଯାହା ଫଳରେ ଭାରତ ଆତ୍ମନିର୍ଭର ହେବା ସହ ଆମଦାନୀ ପାଇଁ ବ୍ୟବହୃତ ଅର୍ଥ ଚାଷୀମାନଙ୍କ ନିକଟରେ ପହଂଚିପାରିବ”
“କୃଷି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ମୂଳୋତ୍ପାଟନ ନ ହେଲେ ସମ୍ପୂର୍ଣ୍ଣ ବିକାଶ ଲକ୍ଷ୍ୟ କଦାପି ହାସଲ କରି ହେବ ନାହିଁ”
“ନଅ ବର୍ଷ ଆଗରୁ ଦେଶରେ ଆଦୌ ଏଗ୍ରି ଷ୍ଟାର୍ଟଅପ ନ ଥିବା ବେଳେ ବର୍ତ୍ତମାନ ଆମ ଦେଶରେ ୩୦୦୦ରୁ ଅଧିକ ଏଗ୍ରି ଷ୍ଟାର୍ଟଅପ ରହିଛି”
“ମିଲେଟର ଆନ୍ତର୍ଜାତିକ ପରିଚୟ ଭାରତୀୟ ଚାଷୀଙ୍କ ନିମନ୍ତେ ବୈଶ୍ୱିକ ବଜାର ଖୋଲୁଛି”
“ଭାରତର ସମବାୟ କ୍ଷେତ୍ରରେ ଏକ ବିପ୍ଳବ ସଂଗଠିତ ହେଉଛି”

ଆପଣ ସମସ୍ତଙ୍କୁ ବଜେଟ ସହିତ ଏହି ମହତ୍ତ୍ୱପୂର୍ଣ୍ଣ ୱେବିନାରକୁ ସ୍ୱାଗତ । ଗତ ୮-୯ ବର୍ଷ ଭଳି, ଚଳିତଥର ମଧ୍ୟ ବଜେଟରେ କୃଷିକୁ ବହୁତ ଅଧିକ ମହତ୍ତ୍ୱ ଦିଆଯାଇଛି । ଗତ କିଛି ବର୍ଷରୁ ବଜେଟର ପରବର୍ତ୍ତୀ ଦିନରେ ସମ୍ବାଦପତ୍ରକୁ ଦେଖିବ ତେବେ ଆପଣ ପାଇବେ ଯେ ‘ପ୍ରତ୍ୟକ ବଜେଟକୁ ଗାଁ, ଗରୀବ ଏବଂ ଚାଷୀଙ୍କୁ ସୁହାଉଥିବା ବଜେଟ’ କୁହାଯାଉଛି । ୨୦୧୪ରେ କୃଷି ବଜେଟ ୨୫ ହଜାର କୋଟି ଟଙ୍କାରୁ ମଧ୍ୟ କମ ଥିଲା, ଆମେ ଆସିବା ପୂର୍ବରୁ । ଆଜି ଦେଶର କୃଷି ବଜେଟ ବୃଦ୍ଧି ଘଟି ୧ ଲକ୍ଷ ୨୫ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ହୋଇଯାଇଛି ।

ସାଥୀମାନେ,

ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମର କୃଷି କ୍ଷେତ୍ର ଅଭାବ ମଧ୍ୟରେ ରହିଥିଲା । ଆମେ ଆମର ଖାଦ୍ୟ ସୁରକ୍ଷା ପାଇଁ ଦୁନିଆ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆମର ଚାଷୀମାନେ ଆମକୁ କେବଳ ଆତ୍ମନିର୍ଭର କରିନାହାନ୍ତି ବରଂ ଆଜି ସେମାନଙ୍କ କାରଣରୁ ଆମେ ରପ୍ତାନୀ କରିବାରେ ମଧ୍ୟ ସକ୍ଷମ ହୋଇପାରିଛୁ । ଆଜି ଭାରତ ଅନେକ ପ୍ରକାରର କୃଷି ଉତ୍ପାଦଗୁଡ଼ିକୁ ରପ୍ତାନୀ କରୁଛି । ଆମେ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ଚାଷୀମାନଙ୍କୁ ପହଂଚିବାକୁ ହେବ ଯେ କଥା ସେ ଆତ୍ମନିର୍ଭରତାର ହେଉ କିମ୍ବା ରପ୍ତାନୀ, ଆମର ଲକ୍ଷ୍ୟ କେବଳ ଚାଉଳ, ଗହମ ପର୍ଯ୍ୟନ୍ତ ସୀମିତ ରହିବା ଉଚିତ ନୁହେଁ । ଉଦାହରଣ ପାଇଁ ୨୦୨୧-୨୨ରେ ଡାଲି ଜାତୀୟ ଫସଲ ଆମଦାନୀ ଉପରେ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ମୂଲ୍ୟ ବର୍ଦ୍ଧିତ ଖାଦ୍ୟ ଉତ୍ପାଦର ଆମଦାନୀ ଉପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହିଭଳି ଭାବରେ ୨୦୨୧-୨୨ରେ ଖାଇବା ତେଲର ଆମଦାନୀ ଉପରେ ଦେଢ଼ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । କେବଳ ଏତିକି ଜିନିଷଗୁଡ଼ିକ ଆମଦାନୀ ଉପରେ ପ୍ରାୟତଃ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଅର୍ଥାତ୍ ଏତେଗୁଡ଼ିଏ ପଇସା ଦେଶ ବାହାରକୁ ଚାଲିଥିଲା । ଏହି ପଇସା ଆମର ଚାଷୀମାନଙ୍କ ନିକଟରେ ପହଂଚିପାରିବ, ଯଦି ଆମେ ଏହି କୃଷି ଉତ୍ପାଦ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ହୋଇପାରିବେ । ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ବଜେଟରେ ଏହି କ୍ଷେତ୍ରକୁ ଆଗକୁ ନେବାରେ ନିଷ୍ପତ୍ତି ନିଆଯାଇଛି । ଆମେ ଏମଏସପିରେ ବୃଦ୍ଧି କରିଛୁ, ଡାଲି ଜାତୀୟ ଫସଲ ଉତ୍ପାଦନକୁ ଅଗ୍ରାଧିକାର ଦେଇଛୁ, ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା ଫୁଡ ପାର୍କଗୁଡ଼ିକର ସଂଖ୍ୟାରେ ବୃଦ୍ଧି କରାଯାଇଛି । ଏହା ସହିତ ଖାଇବା ତେଲ ମାମଲାରେ ସମ୍ପୂର୍ଣ୍ଣ ଭାବରେ ଆତ୍ମନିର୍ଭର ହେବା ପାଇଁ ମିଶନ ମୋଡରେ କାର୍ଯ୍ୟ ଜାରି ରହିଛି ।

ସାଥୀମାନେ,

ଯେତେବେଳ ପର୍ଯ୍ୟନ୍ତ ଆମେ କୃଷି କ୍ଷେତ୍ର ସହିତ ଜଡ଼ିତ ଆହ୍ୱାନଗୁଡ଼ିକୁ ଦୂର କରିନାହୁଁ, ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଆଜି ଭାରତରେ ଅନେକ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି, ଆମର ସାମର୍ଥବାନ ଯୁବକମାନେ ଆଗକୁ ବଢ଼ି ସେଥିରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି । କିନ୍ତୁ କୃଷି କ୍ଷେତ୍ରରେ ତାଙ୍କର ଭାଗିଦାରୀ କମ ରହିଛି, ଯାହାକି ସେଥିରେ ମଧ୍ୟ ତାହାର ମହତ୍ତ୍ୱ ଏବଂ ସେଥିରେ ଆଗକୁ ବଢ଼ିବାରେ ସମ୍ଭାବନାଗୁଡ଼ିକ ସମ୍ପର୍କରେ ଜାଣିଛନ୍ତି । ନିଜସ୍ୱ ନବାଚାର ଏବଂ ଏହି କ୍ଷେତ୍ର ଠାରୁ ଦୂରରେ ରହିଛନ୍ତି । ଏହି ଖାଲି ସ୍ଥାନକୁ ପୂରଣ କରିବା ପାଇଁ ଚଳିତ ବର୍ଷ ବଜେଟରେ ଅନେକ ପ୍ରକାରର ଘୋଷଣା କରାଯାଇଛି । ଉଦାହରଣ ସ୍ୱରୂପ, କୃଷି କ୍ଷେତ୍ରରେ ଓପନ ସୋର୍ସ ୱେଷ୍ଟ ପ୍ଲାଟଫର୍ମକୁ ଅଗ୍ରାଧିକାର । ଆମେ ଡିଜିଟାଲ ସାର୍ବଜନିକ ପାରମ୍ପରିକ ଢାଞ୍ଚାକୁ ଓପନ ସୋର୍ସ ପ୍ଲାଟଫର୍ମ ଭଳି ସମ୍ମୁଖରେ ରହିଛି । ତାହା ଠିକ ସେହିଭଳି ଯେମିତି ୟୁପିଆଇକୁ ନିଜ ପ୍ଲାଟଫର୍ମ, ଯାହା ମାଧ୍ୟମରେ ଆଜି ଡିଜିଟାଲ ନେଣଦେଣ ହେଉଛି । ଆଜି ଯେମିତି ଡିଜିଟାଲ ନେଣଦେଣରେ କ୍ରାନ୍ତି ହେଉଛି, ସେହିଭଳି ଭାବରେ ଏଗ୍ରିଟେକ ଡୋମେନରେ ମଧ୍ୟ ନିବେଶ ଏବଂ ନବାଚାରର ଅପାର ସମ୍ଭାବନାମାନ ସୃଷ୍ଟି ହେଉଛି । ଏଥିରେ ସମ୍ଭାବନା ରହିଛି ଲଜିଷ୍ଟିକ୍ସକୁ ଉନ୍ନତ କରିବାରେ, ଏଥିରେ ସୁଯୋଗ ରହିଛି ବଡ଼ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାରେ ସୁବିଧା କରିବାରେ, ଏଥିରେ ସୁଯୋଗ ଅଛି ଟେକ୍ନୋଲୋଜି ମାଧ୍ୟମରେ ବୁନ୍ଦା ଜଳସେଚନକୁ ବଢ଼ାଇବାରେ, ଏହା ସହିତ ପରାମର୍ଶ, ପ୍ରକୃତ ବ୍ୟକ୍ତିଙ୍କ ନିକଟରେ ସମୟ ପୂର୍ବରୁ ପହଞ୍ଚôବା ଦିଗରେ ଆମେ ଯୁବକମାନେ କାମ କରିପାରିବେ । ଯେଉଁଭଳି ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲ୍ୟାବ କାମ କରିଥାଏ ସେହିଭଳି ଭାବରେ ନିଜସ୍ୱ ମାଟି ପରୀକ୍ଷା ଲ୍ୟାବ ସ୍ଥାପନ କରାଯାଇ ପାରିବ । ଆମର ଯୁବକମାନେ ନିଜସ୍ୱ ନବାଚାର ଦ୍ୱାରା ସରକାର ଏବଂ ଚାଷୀଙ୍କ ମଧ୍ୟରେ ଯୋଗାଯୋଗର ସେତୁ ହୋଇପାରିବେ । ସେ ତାହା କହିପାରିବେ ଯେ କେଉଁ ଫସଲ ଅଧିକ ଲାଭ ଦେଇପାରିବ । ସେହି ଫସଲ ସମ୍ପର୍କରେ ଅନୁମାନ କରିବା ପାଇଁ ଡ୍ରୋନର ବ୍ୟବହାର କରିପାରିବ । ସେହି ନିୟମ ତିଆରି କରିବାରେ ସାହାଯ୍ୟ କରିପାରିବ । କୌଣସି ସ୍ଥାନରେ ପାଣିପାଗରେ ଆସୁଥିବା ପରିବର୍ତ୍ତନର ମଧ୍ୟ ପ୍ରକୃତ ସମୟର ସୂଚନା ଉପଲବ୍ଧ ହୋଇପାରିବ । ଅର୍ଥାତ ଆମର ଯୁବକମାନଙ୍କ ପାଇଁ ଏହି କ୍ଷେତ୍ରରେ କରିବା ପାଇଁ ବହୁତ କିଛି ଅଛି । ଏଥିରେ ସକ୍ରିୟ ଭାଗିଦାରୀ କରି ସେହି ଚାଷୀମାନଙ୍କୁ ସାହାଯ୍ୟ କରିବେ । ତାହା ସହିତ ସେମାନଙ୍କୁ ମଧ୍ୟ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ ।

ସାଥୀମାନେ,

ଚଳିତ ଥର ବଜେଟରେ ଆହୁରି ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଏଗ୍ରିଟେକ ଷ୍ଟାର୍ଟଅପ୍ସ ପାଇଁ ଏକ୍ସିଲେଟର ଫଣ୍ଡର ବ୍ୟବସ୍ଥା କରାଯାଇଛି । ଏଥିପାଇଁ, ଆମେ କେବଳ ଡିଜିଟାଲ ଭିତ୍ତିଭୂମିର ନିର୍ମାଣ କେବଳ କରୁନାହୁଁ, ବରଂ ଆମେ ଆପଣଙ୍କ ପାଇଁ ବିତ୍ତ ପୋଷଣର ପଥ ମଧ୍ୟ ପ୍ରସ୍ତୁତ କରୁଛୁ । ତେବେ ବର୍ତ୍ତମାନ ଆମର ଯୁବକମାନଙ୍କର ଉଦ୍ୟମର ସମୟ ଆସିଛି, ସେ ଉତ୍ସାହର ସହିତ ଆଗକୁ ବଢ଼ିବୁ ଏବଂ ଲକ୍ଷ୍ୟ ହାସଲ କରି ଦେଖାଇବୁ । ଆମକୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ୯ ବର୍ଷ ପୂର୍ବରୁ ଦେଶରେ ଏଗ୍ରି ଷ୍ଟାର୍ଟଅପ ନ ଥିବା ଭଳି ଥିଲା, କିନ୍ତୁ ଆଜି ଏହା ତିନି ହଜାରରୁ ମଧ୍ୟ ଅଧିକ ଅଛି । ତା’ପରେ ମଧ୍ୟ ଆମକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେବ ।

ସାଥୀମାନେ,

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତରେ ଚଳିତ ବର୍ଷକୁ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଛି । ମାଣ୍ଡିଆକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବାର ଅର୍ଥ ହେଉଛି ଯେ ଆମର ଛୋଟ ଛୋଟ ଚାଷୀମାନଙ୍କ ପାଇଁ ବୈଶ୍ୱିକ ବଜାର ପ୍ରସ୍ତୁତ ହେଉଛି । ମୋଟା ଶସ୍ୟକୁ ବର୍ତ୍ତମାନ ଦେଶ ଏହି ବଜେଟରେ ‘ଶ୍ରୀ ଅନ୍ନ’ର ପରିଚୟ ଦେଇଛନ୍ତି । ଆଜି ଯେଉଁଭଳି ଭାବରେ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦିଆଯାଉଛି, ତାହାଦ୍ୱାରା ଆମର ଛୋଟ ଚାଷୀମାନଙ୍କୁ ବହୁତ ଲାଭ ମିଳିବ । ଏହି କ୍ଷେତ୍ରରେ ଏମିତି ଷ୍ଟାର୍ଟଅପ୍ସର ବୃଦ୍ଧିର ସମ୍ଭାବନା ମଧ୍ୟ ବଢ଼ିଛି, ଯେଉଁ ବୈଶ୍ୱିକ ବଜାର ପର୍ଯ୍ୟନ୍ତ ଚାଷୀମାନଙ୍କୁ ପହଞ୍ଚôବାକୁ ସହଜ ହେବ ।

ସାଥୀମାନେ,

ଭାରତ ସହଭାଗିତା କ୍ଷେତ୍ରରେ ଏକ ନୂତନ କ୍ରାନ୍ତି ଆଣିବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶର କିଛି କିଛି ରାଜ୍ୟଗୁଡ଼ିକ ଏବଂ କିଛି କିଛି କ୍ଷେତ୍ରଗୁଡ଼ିକ ଏ ପର୍ଯ୍ୟନ୍ତ ସୀମିତ ରହିଛି । କିନ୍ତୁ ଏବେ ଏହାର ବିସ୍ତାର ସମଗ୍ର ଦେଶରେ କରାଯାଉଛି । ଚଳିତ ଥର ବଜେଟରେ ସମବାୟ କ୍ଷେତ୍ରକୁ ଟ୍ୟାକ୍ସ ସମ୍ବନ୍ଧିତ ଛାଡ଼ କରାଯାଇଛି ଯାହା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଉତ୍ପାଦନ କରୁଥିବା ନୂଆ ସମବାୟ ସମିତିଗୁଡ଼ିକ ଦ୍ୱାରା ୩ କୋଟି ଟଙ୍କା ପର୍ଯ୍ୟନ୍ତ ନଗଦ ଶୁଦ୍ଧତା ଉପରେ ଟିଡିଏସ ଲାଗିବ ନାହିଁ । ସହକାରୀ କ୍ଷେତ୍ରରେ ସବୁବେଳେ ଗୋଟିଏ ମନୋଭାବ ରହିଛି ଯେ ଅନ୍ୟ କମ୍ପାନୀଗୁଡ଼ିକ ତୁଳନାରେ ତାଙ୍କ ସହିତ ଭେଦଭାବ କରାଯାଉଛି । ଏହି ବଜେଟରେ ଏହି ଅନ୍ୟାୟକୁ ମଧ୍ୟ ଶେଷ କରାଯାଇଛି । ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଚିନି ସମବାୟ ଦ୍ୱାରା ୨୦୧୬-୧୭ ପୂର୍ବରୁ କରାଯାଇଥିବା ଦେୟ ଉପରେ ଟ୍ୟାକ୍ସକୁ ଛାଡ଼ି ଦିଆଯାଇଛି । ଏହାଦ୍ୱାରା ଚିନି ସମବାୟକୁ ୧୦ ହଜାର କୋଟିର ଲାଭ ହେବ ।

ସାଥୀମାନେ,

ଯେଉଁ କ୍ଷେତ୍ରରେ ସମବାୟ ସଂସ୍ଥାମାନ ପୂର୍ବରୁ ନାହିଁ, ସେଠାରେ ଦୁଗ୍ଧ ଏବଂ ମତ୍ସ୍ୟ ସହିତ ଜଡ଼ିତ ସମବାୟ ସଂସ୍ଥାଗୁଡ଼ିକ ଛୋଟ ଚାଷୀମାନଙ୍କୁ ବହୁତ ଲାଭ ହେବ । ବିଶେଷ କରି, ମତ୍ସ୍ୟ ଚାଷ କ୍ଷେତ୍ରରେ ଆମର ଚାଷୀମାନଙ୍କ ପାଇଁ ଅନେକ ବଡ଼ ସମ୍ଭାବନାମାନ ଭରି ରହିଛି । ଗତ ୮-୯ ବର୍ଷରେ ଦେଶରେ ମତ୍ସ୍ୟ ଉତ୍ପାଦନ ପ୍ରାୟତଃ ୭୦ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ଘଟିଛି । ୨୦୧୪ ପୂର୍ବରୁ, ଏତିକି ମାତ୍ର ଉତ୍ପାଦନ ବଢ଼ିବାରେ ପାଖାପାଖି ତିନି ବର୍ଷ ଲାଗି ଯାଇଥିଲା । ଚଳିତ ବଜେଟରେ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ୬ ହଜାର କୋଟିର ବିନିଯୋଗରେ ଏକ ନୂତନ ସବ-କମ୍ପୋନେଣ୍ଟର ଘୋଷଣା କରାଯାଇଛି । ଏହାଦ୍ୱାରା ମତ୍ସ୍ୟ ପାଳନ ମୂଲ୍ୟ ଶୃଙ୍ଖଳା ସହିତ ବଜାରକୁ ଅଗ୍ରାଧିକାର ଦେବ। ଏହାଦ୍ୱାରା ମତ୍ସ୍ୟଜୀବୀ ଏବଂ ଛୋଟ ଛୋଟ ଉଦ୍ୟମୀମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।

ସାଥୀମାନେ,

ଆମେ ପ୍ରାକୃତିକ ଚାଷକୁ ଅଗ୍ରାଧିକାର ଦେବା ଏବଂ ରାସାୟନିକ ସାର ଆଧାରିତ ଚାଷକୁ କମ କରିବା ଦିଗରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ପିଏମ ପ୍ରଣାମ ଯୋଜନା ଏବଂ ଗୋବର୍ଦ୍ଧନ ଯୋଜନା ଦ୍ୱାରା ଏହି ଦିଗରେ ବହୁତ ସାହାଯ୍ୟ ମିଳିବ । ମୁଁ ଆଶା କରୁଛି, ଆମେ ସମସ୍ତେ ଗୋଟିଏ ଟିମ ଭାବରେ ଏହି ସମସ୍ତ ବିଷୟକୁ ଆଗକୁ ବଢ଼ାଇବା। ମୁଁ ପୁଣିଥରେ ଆଜିର ୱେବିନାର ପାଇଁ ଆପଣମାନଙ୍କୁ ଶୁଭକାମନା ଜଣାଉଛି । ମୋତେ ବିଶ୍ୱାସ ଅଛି ଯେ ଆପଣ ସମସ୍ତେ ହିତାଧିକାରୀ ମିଶି ଏହି ବଜେଟରେ ଅଧିକତମ ଲାଭ ଅଧିକତମ ଲୋକମାନଙ୍କୁ କିଭଳି ଯଥାଶୀଘ୍ର ମିଳିପାରିବ, ବଜେଟରେ କରାଯାଇଥିବା ପ୍ରାବଧାନଗୁଡ଼ିକୁ ଏବଂ ଆପଣଙ୍କ ଶକ୍ତି ଆପଣଙ୍କର ସଂକଳ୍ପ ସହିତ ଯୋଡ଼ି ହୋଇଯିବ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମେ ଯେଉଁ ଶିଖରକୁ କୃଷି କ୍ଷେତ୍ରକୁ ନେବାକୁ ଚାହୁଁଛୁ, ମତ୍ସ୍ୟ ଉଦ୍ୟୋଗକୁ ନେବାକୁ ଚାହୁଁଛୁ ଆପଣ ନିଶ୍ଚିତ ନେଇଯିବେ । ଆପଣ ବହୁତ ଗଭୀରତାର ସହ ଚିନ୍ତା କରନ୍ତୁ, ମୌଳିକ ବିଚାରଗୁଡ଼ିକୁ ଯୋଗଦାନ ଦିଅନ୍ତୁ, ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ଏବଂ ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ୱେବିନାର ଗୋଟିଏ ବର୍ଷ ପାଇଁ ପୂରା ରୋଡମ୍ୟାପ ପ୍ରସ୍ତୁତ କରିବାରେ ସଫଳ ହେବ । ବହୁତ ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.