ଭାରତୀୟ ନୌସେନାରେ ସ୍ୱଦେଶୀ ବୈଷୟିକ ଜ୍ଞାନ ଉପଯୋଗ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ “‘SPRINT” ଆହ୍ୱାନ
“ଏକ ବିଂଶ ଶତାବ୍ଦୀ ଭାରତ ପାଇଁ ଭାରତୀୟ ପ୍ରତିରକ୍ଷା ବଳ ନିମନ୍ତେ ଆତ୍ମନିର୍ଭର ଲକ୍ଷ୍ୟ ହାସଲ ଖୁବ୍ ଗୁରୁତ୍ୱପୂର୍ଣ୍ଣ”
“ନବୋନ୍ମେଷ ସମାଲୋଚନାର ଶରବ୍ୟ ହେଲେ ମଧ୍ୟ ଏହାର ସ୍ୱଦେଶୀ ପ୍ରସ୍ତୁତ ହେବାଦରକାର, ଆମଦାନୀ ସାମଗ୍ରୀ ନବୋନ୍ମେଷର ଉତ୍ସ ହୋଇ ପାରିବ ନାହିଁ”
“ପ୍ରଥମ ସ୍ୱଦେଶୀ ପରିବହନକାରୀ ଏୟାରକ୍ରାଫ୍ଟର ସାମିଲ ହେବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ”
“ଜାତୀୟ ସୁରକ୍ଷା ପ୍ରତି ବିପଦ ମଧ୍ୟ ଅଧିକରୁ ଅôଧକ ହେଉଥିବାବେଳେ ଯୁଦ୍ଧ ବିଗ୍ରହ ପଦ୍ଧତି ମଧ୍ୟ ପରିବମର୍ତ୍ତିତ ହେବାରେ ଲାଗିଛି”
“ବୈଶ୍ୱିକ ମଞ୍ଚରେ ଭାରତ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଥିବାବେଳେ ଦୁସପ୍ରଚାର, ଅପପ୍ରଚାର ଓ ମିଥ୍ୟା ପ୍ରକାଶନ ଜରିଆରେ ଦେଶକୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି”
“ଦେଶର ସ୍ୱାର୍ଥକୁ ଦେଶ ଭିତରେ ବା ବାହାର କ୍ଷତି ପହଞ୍ଚାଉଥିବା ଶକ୍ତିମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ”
“ସମଗ୍ର ସରକାର ଯେପରି ଆତ୍ମ ନିର୍ଭର ଭାରତ ପାଇଁ ଉଦ୍ୟମରତ ସେହିପରି ସମଗ୍ର ଦେଶ ଦେଶର ପ୍ରତିରକ୍ଷା ପାଇଁ ଉଦ୍ୟମରତ ହେବା ହେଉଛି ବର୍ତ୍ତମାନର ଆବଶ୍ୟକତା”

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ NIIO (ନୌସେନା ନବୋନ୍ମେଷ ଏବଂ ସ୍ୱଦେଶୀକରଣ ସଂଗଠନ) ଆଲୋଚନାଚକ୍ର ‘ସ୍ୱାବଲମ୍ବନ’ର ଅଭିଭାଷଣ ପ୍ରଦାନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ପ୍ରତିରକ୍ଷା ବଳର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ଏକବିଂଶ ଶତାବ୍ଦୀ ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ନୌସେନାର ଆତ୍ମନିର୍ଭରଶୀଳତା ନିମନ୍ତେ ପ୍ରଥମ ସ୍ୱାବଲମ୍ବନ ଆଲୋଚନାଚକ୍ର ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି ସମୟରେ ୭୫ଟି ସ୍ୱଦେଶୀ ବୈଷୟିକ ଜ୍ଞାନଯୁକ୍ତ ଉଦ୍‌ଭାବନ ସୃଷ୍ଟି ପାଇଁ ଦିଆଯାଇଥିବା ସଂକଳ୍ପ ବେଶ ଉତ୍ସାହପଦ ଓ ଏହା ଖୁବ୍ ଶୀଘ୍ର ସଫଳ ହେବ ବୋଲି ତାଙ୍କର ଆତ୍ମବିଶ୍ୱାସ  ଥିବା ସେ ପ୍ରକାଶ କରିଥିଲେ । ତଥାପି ଏହା ହେଉଛି ପ୍ରଥମ ପଦକ୍ଷେପ ବୋଲି ସେ କହିଥିଲେ । “ଆମକୁ ନିରବଚ୍ଛିନ୍ନ ଭାବେ ସ୍ୱଦେଶୀ ବୈଷୟିକ ପ୍ରକଳ୍ପ ବୃଦ୍ଧି କରିବାକୁ ପଡିବ । ଆମର ଲକ୍ଷ୍ୟ ହେଉଛି, ଯେତେବେଳେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଆମର ନୌସେନା ଏକ ଅଭୂତପୂର୍ବ ଶିଖର ଛୁଇଁ ସାରିଥିବା”  ବୋଲି ସେ କହିଥିଲେ ।

ମହାସାଗର ଓ ଉପକୂଳ  ଭାରତୀୟ ଅର୍ଥନୀତିରେ ବିଶେଷ ଗୁରୁତ୍ୱବହନ କରେ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୌସେନାର ଭୂମିକା ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଥିବାରୁ ଏହାର ଆତ୍ମନିର୍ଭରଶୀଳତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଦେଶର ଗୌରବମୟ ସାମୁଦ୍ରିକ ପରମ୍ପରାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପ୍ରତିରକ୍ଷା କ୍ଷେତ୍ର ସ୍ୱାଧୀନତା ପୂର୍ବରୁ ମଧ୍ୟ ଶକ୍ତିଶାଳୀ ଥିଲା । ସ୍ୱାଧୀନତା ବେଳକୁ ଦେଶରେ ୧୮ଟି ଆୟୁଧ କାରଖାନାରୁ ତୋପ କମାଣ ସମେତ ଅନ୍ୟାନ୍ୟ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦିତ ହେଉଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ଏକ ମୁଖ୍ୟ ପ୍ରତିରକ୍ଷା ଉପକରଣ ଯୋଗାଣକାରୀ ଥିଲା ।

“ଇଚ୍ଛାପୁର ରାଇଫଲ କାରଖାନାରେ ନିର୍ମିତ ଆମର ହାୱିଜର,  ମେସିନଗନ୍ ସର୍ବୋତ୍ତମ ବିବେଚିତ ହେଉଥିଲା। ଆମେ ଏଥିରୁ ଅଧିକାଂଶ ରପ୍ତାନୀ କରୁଥିଲୁ । ତା’ ପରେ ହେଲା କ’ଣ? ଆମେ ସର୍ବବୃହତ୍ ଆମଦାନୀକାରୀରେ ଏ କ୍ଷେତ୍ରରେ ପରିଗଣିତ ହୋଇଗଲୁ । ଯେଉଁ ଦେଶମାନେ ବିଶ୍ୱ ଯୁଦ୍ଧର ଆହ୍ୱାନକୁ ଗ୍ରହଣ କରି ଏହାକୁ ଆର୍ଥିକ ସୁଯୋଗରେ ପରିଣତ କରି ପାରିଲେ ଭାରତ ମଧ୍ୟ କରୋନା କାଳରେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗ ଭାବେ ବିବେଚନା କରି ଅର୍ଥନୀତି, ନିର୍ମାଣ ଓ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷ ହାସଲ କଲା । କେବଳ ସରକାରୀ କ୍ଷେତ୍ରରେ ସୀମାବଦ୍ଧ ରହି ପ୍ରତିରକ୍ଷା ଉତ୍ପାଦନ, ଗବେଷଣା ଓ ବିକାଶ ସ୍ୱାଧୀନତା ପରବର୍ତ୍ତୀ କେଇ ଦଶନ୍ଧି ପର୍ଯ୍ୟନ୍ତ ଏହା ଉପରେ ଧ୍ୟାନ ଦିଆ ନ ଯିବା ପାଇଁ ସେ ଏହି ନୀତିର ସମାଲୋଚନା କରିଥିଲେ ।

ନବୋନ୍ମେଷ ସମାଲୋଚିତ ହୋଇପାରେ,ତଥାପି ଏହା ଦେଶୀୟ ଢଞ୍ଚା ପରିସରଭୁକ୍ତ ହେବା ଦରକାର । ଆମଦାନୀ ସାମଗ୍ରୀ କେବେ ମଧ୍ୟ ନବୋନ୍ମେଷର ସମକକ୍ଷ ହୋଇ ପାରିବ ନାହିଁ”ବୋଲି ସେ କହିଥିଲେ । ସେ ମଧ୍ୟ ଆମଦାନୀ ସାମଗ୍ରୀର ମାନସିକତା ପରିବର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ପଦ୍ଧତି ଉଭୟ ଅର୍ଥନୀତିକ ଓ ରଣନୀତିକ ଦୃଷ୍ଟିରୁ  ଖୁବ୍ ଗୁରୁତ୍ୱପୂର୍ଣ୍ଣ  । ୨୦୧୪ ମସିହା ପରେ ଭାରତ ନିର୍ଭରଶୀଳତା ହ୍ରାସ ପାଇଁ ଅଭିଯାନର ମଙ୍ଗ ଧରିଛନ୍ତି । ବିଭିନ୍ନ କ୍ଷେତ୍ରରେ ସଂଗଠିତ କରି ସରକାର ଆମର ସରକାରୀ ପ୍ରତିରକ୍ଷା କମ୍ପାନୀମାନଙ୍କୁ ନୂତନ ଶକ୍ତି ଯୋଗାଇଛନ୍ତି । ଆଜି ଆମେ ଆମର ଆଇଆଇଟି ଭଳି ପ୍ରମୁଖ ପ୍ରତିଷ୍ଠାନଗୁଡିକୁ ପ୍ରତିରକ୍ଷା ଗବେଷଣା ଓ ନବୋନ୍ମେଷୀ ପାଇଁ ଯୋଡିଛୁ । “ଅତୀତ ଦଶନ୍ଧି ଗୁଡିକରେ ଦୋଷତ୍ରୁଟିକୁ ବିଚାରକୁ ନେଇ ଆଜି ଆମେ ଏକ ନୂତନ ପ୍ରତିରକ୍ଷା ବାତାବରଣ ସମସ୍ତଙ୍କ ସହଯୋଗରେ ତିଆରି କରିଛୁ । ଆଜି ପ୍ରତିରକ୍ଷା ଗବେଷଣା ତ୍ତ୍ୱତ୍ତ୍ୱଓ ପରିପାଟୀ ଘରୋଇ କ୍ଷେତ୍ର, ଶିକ୍ଷା, ଏମଏସ୍‌ଏମଇ ଓ ଷ୍ଟାର୍ଟଅପ୍ କ୍ଷେତ୍ର ପାଇଁ ଉନ୍ମୁକ୍ତ ହୋଇଛି ବୋଲି ସେ କହିଥିଲେ । ଏହା ଦୀର୍ଘଦିନ ଧରି ପଡି ରହିଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡିକକୁ ଏକ ନୂତନ ଗତି ଦେଇଛି । ଏହାର ଫଳ ସ୍ୱରୂପ ସ୍ୱଦେଶ ଢାଞ୍ଚାରେ ଏୟାରକ୍ରାଫ୍ଟ  କ୍ୟାରିଅର ଖୁବ୍ ଶୀର୍ଘ ବିକଶିତ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ସରକାର କେବଳ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିନାହାଁନ୍ତି “ ବରଂ ଆମେ ସୁନିଶ୍ଚିତ କରିଛୁ ଯେ ପ୍ରତିରକ୍ଷା ଅନୁକୂଳ ବାତାବରଣ ଆମ ଦେଶରେ ହିଁ ବିକଶିତ ହେବ । ଆଜି ବଜେଟର ବହୁଳାଂଶ ସ୍ୱଦେଶୀ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିରକ୍ଷା ଉପକରଣ ଆହରଣରେ ଖର୍ଚ୍ଚ ହେଉଛି । ସେ ମଧ୍ୟ ପ୍ରତିରକ୍ଷା ବାହିନୀ ୩୦୦ ପ୍ରକାର ସାମଗ୍ରୀ ବାହାରୁ ଆମଦାନୀ ନ କରିବାକୁ ତାଲିକା ପ୍ରସ୍ତୁତି କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଗତ ଚାରିରୁ ପାଞ୍ଚବର୍ଷ ମଧ୍ୟରେ ପ୍ରତିରକ୍ଷା ଆମଦାନୀ ପ୍ରାୟ ଶତକଡା ୨୧ଭାଗ ହ୍ରାସ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଆମେ ଏକ ବୃହତ୍ତମ ପ୍ରତିରକ୍ଷା ଆମଦାନୀକାରୀ ପରିବର୍ତ୍ତେ ବିରାଟ ରପ୍ତାନୀକାରୀ ହେବାକୁ ଯାଉଛୁ । ଗତବର୍ଷ ୧୩ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରାଯାଇ ଥିବାବେଳେ, ସେଥିରୁ କେବଳ ଶତକଡା ୭୦ଭାଗ ଘରୋଇ କ୍ଷେତ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ସୁରକ୍ଷା ପ୍ରତି ଭୟ ବହୁଗୁଣ ବୃଦ୍ଧି ପାଇଥିବାବେଳେ, ଯୁଦ୍ଧ ବିଗ୍ରହ ପଦ୍ଧିତି ମଧ୍ୟ ବଦଳିଛି । ଆଗରୁ ଆମେ ପ୍ରତିରକ୍ଷାମାନେ ଜଳ, ସ୍ଥଳ ଓ ଆକାଶ କଥା ଚିନ୍ତା କରୁଥିଲୁ । ବର୍ତ୍ତମାନ ଏହା ମହାକାଶ, ସାଇବର ମହାକାଶ, ଆର୍ôଥକ ଓ ସାମାଜିକ କ୍ଷେତ୍ର ଆଡକୁ ଗତି କରୁଛି । ସେ ଦୃଷ୍ଟିରୁ ଆମକୁ ଭବିଷ୍ୟତରେ ଆହ୍ୱାନଗୁଡିକୁ ଆଖିଆଗରେ ରଖି ଅଗ୍ରସର ହେବାକୁ ପଡିବ । ଏ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳତା ହିଁ ସବୁଠାରୁ ଅଧିକ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ନୂତନ ବିଶଦ ସମ୍ପର୍କରେ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ “ ଭାରତର ଆତ୍ମନିର୍ଭରଶୀଳତା, ଆତ୍ମ ବିଶ୍ୱାସ ପ୍ରତି ଯେଉଁମାନେ ଆହ୍ୱାନ ସଦୃଶ ଆମକୁ ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ ତୀବ୍ର କରିବାକୁ ପଡିବ । ଭାରତ ବୈଶ୍ୱିକ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଥିବାବେଳେ, ଦୁସପ୍ରଚାର, ଅପପ୍ରଚାର  ଓ ମିଥ୍ୟା ପ୍ରକାଶନ ଜରିଆରେ ଦେଶକୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଦେଶର ସ୍ୱାର୍ଥକୁ ଦେଶ ଭିତରେ ବା ବାହାରେ କ୍ଷତି ପହଞ୍ଚାଉଥିବା ଶକ୍ତିଗୁଡିକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ । ଜାତୀୟ ପ୍ରତିରକ୍ଷା ଆଜି ଆଉ କେବଳ ନିଜସ୍ୱ ଭୂଖଣ୍ଡରେ ସୀମାବଦ୍ଧ ହୋଇ ରହିନାହିଁ, ଏହା ଆହୁରି ବ୍ୟାପକ ହୋଇଛି । ସେ ଦୃଷ୍ଟିରୁ ଦେଶର ପ୍ରତ୍ୟେକ ନାଗରିକ ଏଥିପାଇଁ ସଚେତନ ହେବା ଆବଶ୍ୟକ ।” ତେଣୁ “ ପୁରା ସରକାର ଯେପରି ଭାରତର ଆତ୍ମନିର୍ଭରଶୀଳତା ପାଇଁ ଉଦ୍ୟମରତ । ସେହିପରି ସମଗ୍ର  ଦେଶର ପ୍ରତିରକ୍ଷା ନିମନ୍ତେ ସଂକଳ୍ପବଦ୍ଧ   ହେବା ହେଉଛି ବର୍ତ୍ତମାନର ଆବଶ୍ୟକତା ।” ଏହି ସାମୁହିକ ଜାତୀୟ ଚେତନା ଭାରତର ସୁରକ୍ଷା ଓ ସମୃଦ୍ଧିର ମଜବୁତଭିତ୍ତି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏନଆଇଆଇଓ ଆଲୋଚନାଚକ୍ର ସ୍ୱାବଲମ୍ବନ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହେଉଛି ଆତ୍ମନିର୍ଭର ଭାରତର ଏକ ପ୍ରମୁଖସ୍ତମ୍ଭ । ଏହାକୁ ଆଗେଇ ନେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ ଉନ୍ମୋଚନ କରିଥିଲେ । ଭାରତୀୟ ନୌସେନା ସ୍ୱଦେଶୀ ବୈଷୟିକ ‌ଜ୍ଞାନ କୌଶଳ୍ ପ୍ରୟୋଗ ହେଉଛି ଏହାର ମୂଳଲକ୍ଷ୍ୟ । ଆଜା୍‌ଦୀ କା ଅମ୍ରିତ ମହୋତ୍ସବ ଅବସରରେ ଏନଆଇଆଇଓ, ପ୍ରତିରକ୍ଷା ନବୋନ୍ମେଷ ସଂଗଠନ (ଡିଆଇଓ) ସହଯୋଗରେ ଭାରତୀୟ ନୈସେନା  ପାଇଁ ୭୫ଟି ନୂତନ ବୈଷୟିକ ସାମଗ୍ରୀ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖିଛି । ଏହି ମିଳିତ ପ୍ରକଳ୍ପର ନାମ ସ୍ପ୍ରିଣ୍ଟ(SPRINT) ବା (ସପୋଟିଂ ପୋଲ-ଭଲଟିଂ ଇନ  R&D through iDEX, NllO and TADC)

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ନିମନ୍ତେ ଏହି ଆଲୋଚନାଚକ୍ର ଭାରତୀୟ ଶିଳ୍ପ ଓ ଶିକ୍ଷା ଅନୁଷ୍ଠାନଗୁଡିକୁ ସାମିଲ କରିଛି । ଏହି ଦୁଇଦିନିଆ (୧୮-୧୯) ଆଲୋଚନାଚକ୍ର ଶିଳ୍ପ, ଶିକ୍ଷା, ସେବା ଓ ସରକାରଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରି ପ୍ରତିରକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ସୁପାରିସ୍ କରିବ ।

ଅଧିବେଶନ କାଳରେ ନବୋନ୍ମେଷ, ସ୍ୱଦେଶୀ ଜ୍ଞାନ କୌଶଳ, ଅସ୍ତ୍ରଶସ୍ତ୍ର ଓ ଉଡାଣ କ୍ଷେତ୍ରରେ ଆଲୋଚନା ସ୍ଥାନ ପାଇବ ।

ଆଲୋଚନାଚକ୍ରର ଦ୍ୱିତୀୟ ଦିନରେ ଭାରତୀୟ ମହାସାଗରୀୟ ଅଞ୍ଚଳର ବିଭିନ୍ନ ଦିଗ ଯଥା ସୁରକ୍ଷା ଓ ଅଭିବୃଦ୍ଧି ଇତ୍ୟାଦି ବିଷୟ ସ୍ଥାନ ପାଇବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”