“ତୃତୀୟ ପାଳି ସରକାରରେ ବଜେଟ ଉପସ୍ଥାପନ କରାଯିବା ଘଟଣାକୁ ଦେଶ ଏକ ଗୌରବମୟ ଘଟଣା ଭାବରେ ଦେଖୁଛି”
“ଚଳିତ ବଜେଟ ବର୍ତ୍ତମାନର ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ପାଇଁ ଆଭିମୁଖ୍ୟକୁ ସ୍ପଷ୍ଟ କରିବ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ ”
“ଦଳୀୟ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଉଠ ଏବଂ ସଂସଦର ମର୍ଯ୍ୟାଦାଜନକ ମଞ୍ଚକୁ ରାଷ୍ଟ୍ର ନିର୍ମାଣ ନିମନ୍ତେ ଉପଯୋଗ କରିବା ସକାଶେ ପ୍ରତିବଦ୍ଧତା ପ୍ରଦର୍ଶନ କର”
“୨୦୨୯ ମସିହା ପର୍ଯ୍ୟନ୍ତ ଏକମାତ୍ର ପ୍ରମୁଖତା ରାଷ୍ଟ୍ର, ଏହାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗ”
“ଏକ ନିର୍ବାଚିତ ସରକାର ଓ ଏହାର ପ୍ରଧାନମନ୍ତ୍ରୀଙ୍କୁ ଦବାଇ ଦିଆଯିବା ଗଣତାନ୍ତ୍ରିକ ପରମ୍ପରା ନୁହେଁ”
“ପ୍ରଥମ ଥର ପାଇଁ ସଦସ୍ୟମାନଙ୍କୁ ଆଗେଇ ଆସି ସେମାନଙ୍କ ମତାମତ ଉପସ୍ଥାପନ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଛି ”
“ଏହି ଗୃହ ରାଜନୈତିକ ଦଳମାନଙ୍କ ପାଇଁ ନୁହେଁ, ଏହି ଗୃହ ଦେଶ ପାଇଁ ଉଦ୍ଦିଷ୍ଟ । ଏହା ସାଂସଦମାନଙ୍କ ସ୍ୱାର୍ଥ ସିଦ୍ଧି ନିମନ୍ତେ ନୁହେଁ, ଦେଶର ୧୪୦ କୋଟି ନାଗରିକଙ୍କ ପାଇଁ ଅଭିପ୍ରେତ”

ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣମାଧ୍ୟମ ନିକଟରେ ନିଜର ବିବୃତି ଉପସ୍ଥାପନ କରିଛନ୍ତି ।

ଏହି ଅବସରରେ ଗଣମାଧ୍ୟମ ନିକଟରେ ନିଜର ମତ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୬୦ ବର୍ଷ ବ୍ୟବଧାନ ପରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଏକ ସରକାର କ୍ଷମତାକୁ ଆସିଛି । ତୃତୀୟ ପାଳିରେ ସଂସଦରେ ବଜେଟ ଉପସ୍ଥାପନ କରାଯିବାକୁ ଦେଶ ଏକ ଗୌରବମୟ ଘଟଣା ବୋଲି ବିବେଚନା କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଏହା ଏକ ମାଇଲ ଖୁଣ୍ଟ ବଜେଟ ଏବଂ ସରକାର ଯେଉଁସବୁ ଗ୍ୟାରେଣ୍ଟିମାନ ଦେଇଥିଲା ତାହାକୁ ବାସ୍ତବରେ ରୂପାନ୍ତରିତ କରିବା ନିମନ୍ତେ ସବୁମତେ କାର୍ଯ୍ୟ କରୁଛି । ‘ଏହି ବଜେଟ ବର୍ତ୍ତମାନ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଦିଶା ନିର୍ଦ୍ଦେଶ କରିବ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ’ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ବିଶ୍ୱର ପ୍ରମୁଖ ଅର୍ଥନୀତି ମାନଙ୍କ ମଧ୍ୟରେ ଭାରତ ହେଉଛି ଦ୍ରୁତତମ ବିକଶିତ ଅର୍ଥନୀତି ଏବଂ ଗତ ତିନି ବର୍ଷ ଧରି ଲଗାତାର ଭାବରେ ଏହାର ବିକାଶ ଦର ୮ ପ୍ରତିଶତ ରହିଆସିଛି । ଆଜି, ସକାରାତ୍ମକ ମନୋଭାବ, ନିବେଶ ଏବଂ କାର୍ଯ୍ୟାନ୍ୱୟନ ଯୋଗୁ ସୁଯୋଗମାନ ଶୀର୍ଷରେ ପହଂଚିଛନ୍ତି, ବୋଲି ସେ ମତ ପୋଷଣ କରିଛନ୍ତି ।

 

ରାଜନୈତିକ ଦଳମାନଙ୍କ ମଧ୍ୟରେ ଏବେ ସବୁ ବିବାଦ ଲାଗିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ନାଗରିକମାନେ ଏକ ସରକାରଙ୍କୁ ଭୋଟ ମାଧ୍ୟମରେ ବାଛିଛନ୍ତି ଏବଂ ଲୋକସଭା ନିର୍ବାଚନ ଶେଷ ହେବା ପରେ ଏହି ସରକାର ଗଠିତ ହୋଇଛି । ତେଣୁ ସଂସଦର ସମସ୍ତ ସଦସ୍ୟଙ୍କ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ଏକଜୁଟ ହୋଇ ଆସନ୍ତୁ ଏବଂ ଆଗାମୀ ୫ ବର୍ଷ ନିମନ୍ତେ ଦେଶ ପାଇଁ ସଂଗ୍ରାମ କରନ୍ତୁ । ସେମାନଙ୍କର ନିଜ ନିଜ ସଂଗଠନଠାରୁ ଉର୍ଦ୍ଧ୍ୱକୁ ଉଠିବା ଲାଗି ପ୍ରଧାନମନ୍ତ୍ରୀ ରାଜନୈତିକ ଦଳମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଏବଂ ସେମାନେ ଆଗାମୀ ସାଢ଼େ ଚାରି ବର୍ଷକୁ ସଂସଦ ଭଳି ମର୍ଯ୍ୟାଦାବନ୍ତ ମଞ୍ଚକୁ ରାଷ୍ଟ୍ର ନିର୍ମାଣ ନିମନ୍ତେ ଉପଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ‘୨୦୨୯ ମସିହା ଜାନୁଆରୀ ମାସରେ ପୁଣି ଥରେ ନିର୍ବାଚନ ରଣାଙ୍ଗନକୁ ଯିବା । ସେ ପର୍ଯ୍ୟନ୍ତ ଆମମାନଙ୍କ ନିକଟରେ କେବଳ ରାଷ୍ଟ୍ର, ଏହାର ଗରିବ, କୃଷକ, ମହିଳା ଏବଂ ଯୁବଶକ୍ତି ଉତ୍ଥାନ ହିଁ ଅଗ୍ରାଧିକାର ଲାଭକରୁ’ ବୋଲି ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୪୭ ମସିହା ସୁଦ୍ଧା ଦେଶକୁ ବିକଶିତ ଭାରତରେ ପରିଣତ କରିବା ନିମନ୍ତେ ଥିବା ସ୍ୱପ୍ନ ଏବଂ ସଂକଳ୍ପକୁ ସାକାର କରିବା ସକାଶେ କୌଣସି ସୁଯୋଗକୁ ହାତଛଡ଼ା କରାଯିବ ନାହିଁ ।

ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକଟ କରି କହିଛନ୍ତି ଯେ କେତେକ ରାଜନୈତିକ ଦଳଙ୍କ ନକାରାତ୍ମକ ମନୋଭାବ ଯୋଗୁ ଅନେକ ସାଂସଦ ସେମାନଙ୍କର ମତକୁ ସଂସଦରେ ଉପସ୍ଥାପନ କରିବାର ସୁଯୋଗ ପାଇପାରୁନାହାନ୍ତି ଏବଂ ସେମାନଙ୍କର ସଂସଦୀୟ କ୍ଷେତ୍ରର ସମସ୍ୟାବଳୀ ଉପଯୁକ୍ତ ଭାବରେ ଉପସ୍ଥାପନ ହୋଇପାରୁନାହିଁ । ତେଣୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ସମସ୍ତ ସଦସ୍ୟଙ୍କୁ କହିବାର ସୁଯୋଗ ପ୍ରଦାନ କରନ୍ତୁ, ବିଶେଷ କରି ପ୍ରଥମ ଥର ପାଇଁ ନିର୍ବାଚିତ ସଂସଦମାନେ ସେମାନଙ୍କର ମତ ବ୍ୟକ୍ତ କରିବାର ସୁଯୋଗ ଲାଭ କରିବା ଉଚିତ । ଶ୍ରୀ ମୋଦୀ ଏକଥା ସ୍ମରଣ କରାଇ ଦେଇଛନ୍ତି ଯେ ଏକ ନିର୍ବାଚିତ ସରକାର ଏବଂ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରଦାନ କରିଥିବା ଭାଷଣକୁ କଦାପି ଦବାଇ ଦିଆଯାଇ ପାରିବନାହିଁ । ‘ଗଣତାନ୍ତ୍ରିକ ପରମ୍ପରାରେ ଏହାର ଆଦୌ ସ୍ଥାନ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ।

 

ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଛନ୍ତି ଯେ ଦେଶବାସୀ ସେମାନଙ୍କୁ ଦେଶ ସେବା କରିବା ସକାଶେ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ଏହା କୌଣସି ରାଜନୈତିକ ଦଳର କାର୍ଯ୍ୟସୂଚୀକୁ ସାକାର କରିବା ପାଇଁ ନୁହେଁ । ‘ଏହି ଗୃହ ରାଜନୈତିକ ଦଳମାନଙ୍କ ପାଇଁ ନୁହେଁ, ଏହି ପବିତ୍ର ଗୃହ କେବଳ ଦେଶ ପାଇଁ ଉଦ୍ଦିଷ୍ଟ । ଏହା କୌଣସି ସାଂସଦଙ୍କ ପାଇଁ ନୁହେଁ, ଏହା ଦେଶର ୧୪୦ କୋଟି ନାଗରିକଙ୍କ ପାଇଁ ଅଭିପ୍ରେତ’ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ ମତ ପୋଷଣ କରିଛନ୍ତି । ନିଜର ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦର ପ୍ରତ୍ୟେକ ସଦସ୍ୟ ସେମାନଙ୍କର ମୂଲ୍ୟବାନ ସମୟ ଫଳପ୍ରସୂ ଆଲୋଚନାରେ ବିନିଯୋଗ କରନ୍ତୁ । ସେ କହିଛନ୍ତି ଯେ ଦେଶ ଚାହେଁ ସକଳ ପ୍ରକାର ସକାରାତ୍ମକ ଭାବନା ଆଗକୁ ଅଗେଇ ନିଆଯାଉ । ‘ବିରୋଧାଭାଷ କିଛି ଖରାପ ନୁହେଁ, କେବଳ ନକାରାତ୍ମକ ମତ ହିଁ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଥାଏ’ ବୋଲି ସେ କହିଛନ୍ତି । ନିଜର ବକ୍ତବ୍ୟ ଶେଷରେ ସେ କହିଛନ୍ତି ଯେ ଏହା ହେଉଛନ୍ତି ଗଣତନ୍ତ୍ରର ମନ୍ଦିର ଏହାକୁ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଉପଯୋଗ କରାଯିବା ଆବଶ୍ୟକ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen