“ଶିଳ୍ପ ତାଲିମ ପ୍ରତିଷ୍ଠାନର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ସମାବର୍ତ୍ତନ ସମାରୋହରେ ଆଜି ଇତିହାସ ସୃଷ୍ଟି ହୋଇଛି”
“ବିଶ୍ୱକର୍ମା ଜୟନ୍ତୀ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନ, ଯିଏ ପ୍ରକୃତ ଅର୍ଥରେ କଠିନ ପରିଶ୍ରମ କରେ, ଏହା ହେଉଛି ଶ୍ରମ ଦିବସ”
“ଭାରତରେ, ଆମେ ସର୍ବଦା ଶ୍ରମିକଙ୍କ ଦକ୍ଷତାରେ ଭଗବାନଙ୍କ ଚିତ୍ର ଦେଖିଛୁ, ସେମାନେ ବିଶ୍ୱକର୍ମା ରୂପରେ ଦେଖାଯାଉଛନ୍ତି”
“ଏହାକୁ ଭାରତର ଶତାବ୍ଦୀ କରିବା ପାଇଁ ଭାରତର ଯୁବକମାନେ ଶିକ୍ଷା ତଥା ଦକ୍ଷତା ସହିତ ସମାନ ଭାବରେ ପାରଦର୍ଶୀ ହେବା ଅତ୍ୟନ୍ତ ଜରୁରୀ”
“ଆଇଟିଆଇରୁ ବୈଷୟିକ ତାଲିମ ନେଇଥିବା ଯୁବଗୋଷ୍ଠିଙ୍କୁ ସେନାରେ ନିଯୁକ୍ତି ପାଇଁ ବିଶେଷ ବ୍ୟବସ୍ଥା ହୋଇଛି”
“ଏଥିରେ ଆଇଟିଆଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମର ଯୁବକମାନେ ଏହି ସୁଯୋଗକୁ ଅଧିକ ଉପଯୋଗ କରିବା ଉଚିତ”
“ଭାରତରେ ଦକ୍ଷତାର ଗୁଣବତ୍ତା ଏବଂ ବିବିଧତା ମଧ୍ୟ ରହିଛି”
“ଯେତେବେଳେ ଜଣେ ଯୁବକଙ୍କର ଶିକ୍ଷା ଏବଂ ଦକ୍ଷତାରେ ଶକ୍ତି ଥାଏ, ସେତେବେଳେ ତାଙ୍କର ଆତ୍ମବିଶ୍ୱାସ ସ୍ୱତ୍ୟସ୍ପୁର୍ତ୍ତ ଭାବରେ ବଢିଯାଏ”
“ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ ଉପରେ ବିଶ୍ୱର ବିଶ୍ୱାସ ରହିଛି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତ ଆଗକୁ ବଢୁଥିବାବେଳେ ଆଜି ଶିଳ୍ପ ତାଲିମ ପ୍ରତିଷ୍ଠାନର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ସମାବର୍ତ୍ତନ ସମାରୋହରେ ଇତିହାସ ସୃଷ୍ଟି ହୋଇଛି ଯେତେବେଳେ କି ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆମ ସହିତ ଭର୍ଚୁଆଲରେ ଯୋଡି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପ୍ରଭୁ ବିଶ୍ୱକର୍ମାଙ୍କ ଜୟନ୍ତୀରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଦକ୍ଷତା ସହିତ ନବସୃଜନ ପଥରେ ପ୍ରଥମ ପଦକ୍ଷେପ ନେଉଛନ୍ତି । ସେ କହିଛନ୍ତି, ମୁଁ ଆତ୍ମବିଶ୍ୱାସର ସହ କହିପାରେ ଯେ ତୁମର ଆରମ୍ଭ ଯେତିକି ଆନନ୍ଦଦାୟକ, ତୁମର ଆଗାମୀ ଦିନର ଯାତ୍ରା ମଧ୍ୟ ଅଧିକ ସୃଜନଶୀଳ ହେବ ।

ବିଶ୍ୱକର୍ମା ଜୟନ୍ତୀ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ସମ୍ମାନ ଏବଂ ଦକ୍ଷତାର ପର୍ବ । ଭଗବାନଙ୍କ ମୂର୍ତ୍ତି ତିଆରି କରୁଥିବା ମୂର୍ତ୍ତି ଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱକର୍ମା ଜୟନ୍ତୀର ଶୁଭ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ସମ୍ମାନିତ ତଥା ମାନ୍ୟତା ପ୍ରଦାନ କରାଯିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ବିଶ୍ୱକର୍ମା ଜୟନ୍ତୀ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନ, ଯିଏ ପ୍ରକୃତ ଅର୍ଥରେ କଠିନ ପରିଶ୍ରମ କରେ, ଏହା ହେଉଛି ଶ୍ରମ ଦିବସ, ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଜାରି ରଖି କହିଛନ୍ତି ଭାରତରେ ଆମେ ସର୍ବଦା ଶ୍ରମିକଙ୍କ ଦକ୍ଷତାରେ ଭଗବାନଙ୍କ ରୂପ ଦେଖିଛୁ, ସେମାନେ ବିଶ୍ୱକର୍ମା ରୂପରେ ଦେଖାଯାଆନ୍ତି । ଶ୍ରୀ ମୋଦୀ ବର୍ଣ୍ଣନା କରିଛନ୍ତି ଯେ ସେମାନଙ୍କ ପାଖରେ ଥିବା କୌଶଳରେ ଭଗବାନଙ୍କର ଏକ ଅଂଶ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବୁଝିପାରୁଛି ଯେ ଏହି ଘଟଣା ଭଗବାନ ବିଶ୍ୱକର୍ମାଙ୍କୁ ‘କୌଶଳାଞ୍ଜଳି’ ପରି ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅଟେ ।

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ସଫଳତା ଉପରେ ଅଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ବିଶ୍ୱକର୍ମାଙ୍କ ପ୍ରେରଣା ସହିତ ଭାରତ ନୂତନ ଯୋଜନା ଆରମ୍ଭ କରିଛି ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ‘ଶ୍ରମେବ ଜୟତେ'ର ପରମ୍ପରାକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି । ଏହାକୁ ଭାରତର ଶତାବ୍ଦୀ କରିବା ପାଇଁ ଭାରତର ଯୁବକମାନେ ଶିକ୍ଷା ତଥା ଦକ୍ଷତା ସହିତ ସମାନ ଭାବରେ ପାରଦର୍ଶୀ ହେବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଯୁବପୀଢିଙ୍କ ଦକ୍ଷତା ବିକାଶ ଏବଂ ନୂତନ ଅନୁଷ୍ଠାନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଆମ ଦେଶରେ ପ୍ରଥମ ଆଇଟିଆଇ ୧୯୫୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ୧୦ ହଜାର ଆଇଟିଆଇ ଗଠନ କରାଯାଇଥିଲା । ଆମ ସରକାରଙ୍କ ୮ ବର୍ଷ ସମୟରେ ଦେଶରେ ପ୍ରାୟ ୫ ହଜାର ନୂତନ ଆଇଟିଆଇ ସୃଷ୍ଟି ହୋଇଛି । ଗତ ୮ ବର୍ଷ ମଧ୍ୟରେ ଆଇଟିଆଇରେ ୪ ଲକ୍ଷରୁ ଅଧିକ ନୂତନ ଆସନ ମଧ୍ୟ ଯୋଗ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ କହିଛନ୍ତି ଯେ ଆଇଟିଆଇ ବ୍ୟତୀତ ସମଗ୍ର ଦେଶରେ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ ଏବଂ ହଜାର ହଜାର ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଦ୍ୟାଳୟ ସ୍ତରରେ ଦକ୍ଷତା ବିକାଶ ପାଇଁ ସରକାର ୫୦୦୦ ରୁ ଅଧିକ ସ୍କିଲ୍ ହବ୍ ଖୋଲିବାକୁ ଯାଉଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ପରେ, ଅଭିଜ୍ଞତା ଭିତ୍ତିକ ଶିକ୍ଷଣକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି ଏବଂ ବିଦ୍ୟାଳୟରେ ଦକ୍ଷତା ପାଠ୍ୟକ୍ରମ ପ୍ରଚଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେତେବେଳେ ଛାତ୍ରମାନଙ୍କୁ ସୂଚନା ଦେଇଥିଲେ ଯେ ଦଶମ ପାସ୍ କରିବା ପରେ ଯେଉଁମାନେ ଆଇଟିଆଇକୁ ଆସୁଛନ୍ତି ସେମାନେ ଜାତୀୟ ଓପନ୍ ସ୍କୁଲ୍ ମାଧ୍ୟମରେ ସହଜରେ ସେମାନଙ୍କର ଦ୍ୱାଦଶ ଉତ୍ତୀର୍ଣ୍ଣ ସାର୍ଟିଫିକେଟ୍ ପାଇବେ । ପରବର୍ତ୍ତୀ ପାଠପଢା ପାଇଁ ଏହା ଆପଣଙ୍କୁ ଅଧିକ ସହଜ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଇଟିଆଇ ରୁ ବୈଷୟିକ ତାଲିମ ନେଇଥିବା ଯୁବଗୋଷ୍ଠିଙ୍କ ନିଯୁକ୍ତି ପାଇଁ ସେନାରେ ଏକ ବିଶେଷ ବ୍ୟବସ୍ଥା ରହିଛି ।

ଚତୁର୍ଥ ଶିଳ୍ପ ବିପ୍ଳବର ଯୁଗ 'ଶିଳ୍ପ ୪.୦' ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସଫଳତାରେ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିବ । ସେ ଦର୍ଶାଇଛନ୍ତି ଯେ ସମୟ ସହିତ ନିଯୁକ୍ତିର ପ୍ରକୃତି ବଦଳୁଛି, ତେଣୁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି ଯେ ଆମର ଆଇଟିଆଇଗୁଡିକରେ ପଢୁଥିବା ଛାତ୍ରମାନେ ମଧ୍ୟ ପ୍ରତ୍ୟେକ ଆଧୁନିକ ପାଠ୍ୟକ୍ରମର ସୁବିଧା ପାଇବା ଉଚିତ୍‍ । ପାଠ୍ୟକ୍ରମର ଉପଲବ୍ଧତା ଉପରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଇଟିଆଇରେ କୋଡିଂ, ଏଆଇ, ରୋବୋଟିକ୍ସ, ୩ଡି ପ୍ରିଣ୍ଟିଂ, ଡ୍ରୋନ୍ ଟେକ୍ନୋଲୋଜି ଏବଂ ଟେଲି ମେଡିସିନ୍ ସମ୍ବନ୍ଧୀୟ ଅନେକ ପାଠ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଅକ୍ଷୟ ଶକ୍ତି, ସୌର ଶକ୍ତି ଏବଂ ବୈଦ୍ୟୁତିକ ଯାନ କ୍ଷେତ୍ରରେ ଭାରତ ଆଗୁଆ ହେଉଥିବାରୁ ଆମର ଅନେକ ଆଇଟିଆଇରେ ଏହି କ୍ଷେତ୍ର ସହ ଜଡିତ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ସେ କହିଛନ୍ତି, ତୁମ ଭଳି ଛାତ୍ରମାନଙ୍କ ପାଇଁ ରୋଜଗାରର ସୁଯୋଗ ପାଇବା ସହଜ ହେବ ।

ପ୍ରତ୍ୟେକ ଗ୍ରାମକୁ ଅପ୍ଟିକାଲ୍ ଫାଇବର ଯୋଗାଇବା ଏବଂ ଲକ୍ଷ ଲକ୍ଷ ଜନ ସେବା କେନ୍ଦ୍ର ଖୋଲିବାର ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଜ୍ଞାନକୌଶଳର ବିସ୍ତାର ହେବା ସହିତ ନିଯୁକ୍ତିର ସୁଯୋଗ ମଧ୍ୟ ବଢୁଛି । ସେ କହିଛନ୍ତି ଯେ ଆଇଟିଆଇରୁ ପାସ୍ କରିଥିବା ଛାତ୍ରମାନଙ୍କ ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରାଯାଉଛି । ଗ୍ରାମାଞ୍ଚଳରେ ମୋବାଇଲ୍ ମରାମତି କାମ ହେଉ କିମ୍ବା କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା, ସାର ସିଞ୍ଚନ କରିବା କିମ୍ବା ଡ୍ରୋନ୍ ସାହାଯ୍ୟରେ ଔଷଧ ଯୋଗାଣ ହେଉ, ଗ୍ରାମୀଣ ଅର୍ଥନୀତିରେ ଏହିପରି ଅନେକ ନୂତନ ଚାକିରି ଯୋଗ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିରେ ଆଇଟିଆଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମର ଯୁବକମାନେ ଏହି ସମ୍ଭାବନାଗୁଡିକୁ ଅଧିକ ଉପଯୋଗ କରିବା ଉଚିତ୍‍ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସରକାର ମଧ୍ୟ ସମାନ ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇର ନବୀକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଦକ୍ଷତା ବିକାଶ ସହିତ ଯୁବକମାନଙ୍କ ପାଇଁ ସରଳ ଦକ୍ଷତା ରହିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏକ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା, ବ୍ୟାଙ୍କରୁ ଋଣ ପାଇବା ପାଇଁ ଯୋଜନା, ଆବଶ୍ୟକ ଫର୍ମ ପୂରଣ କରିବା ଏବଂ ଏକ ନୂତନ କମ୍ପାନୀ ପଞ୍ଜିକରଣ ଭଳି ଜିନିଷଗୁଡ଼ିକ ପାଠ୍ୟକ୍ରମର ଅଂଶବିଶେଷ ଅଟେ । ସରକାରଙ୍କ ଏହି ପ୍ରୟାସର ଫଳାଫଳ ହେଉଛି, ଆଜି ଭାରତରେ ଦକ୍ଷତାର ଗୁଣବତ୍ତା ଏବଂ ବିବିଧତା ମଧ୍ୟ ରହିଛି । ଗତ କିଛି ବର୍ଷ ମଧ୍ୟରେ ଆମର ଆଇଟିଆଇ ଉତ୍ତୀର୍ଣ୍ଣମାନେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅନେକ ବଡ଼ ପୁରସ୍କାର ଜିତିଛନ୍ତି ବୋଲି ସେ କହିଛନ୍ତି ।

ଦକ୍ଷତା ବିକାଶ ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଜଣେ ଯୁବକଙ୍କର ଶିକ୍ଷାର ଏବଂ ଦକ୍ଷତାର ଶକ୍ତି ବଢି ଥାଏ, ସେତେବେଳେ ତାଙ୍କର ଆତ୍ମବିଶ୍ୱାସ ସ୍ୱତଃସ୍ପୁର୍ତ୍ତ ଭାବେ ବଢିଯାଏ । ଯେତେବେଳେ ଯୁବକମାନେ ଦକ୍ଷତାର ସହିତ ସଶକ୍ତ ହୁଅନ୍ତି, ସେତେବେଳେ ସେ କିପରି ନିଜର କାର୍ଯ୍ୟ ଆରମ୍ଭ କରିବେ, ଏହି ଆତ୍ମର୍ନିଭରଶୀଳତାର ଆବେଗକୁ ସମର୍ଥନ କରିବେ ସେ ବିଷୟରେ ଏକ ଧାରଣା ପାଆନ୍ତି । ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଉଥିବା ମୁଦ୍ରା ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡଅପ୍ ଇଣ୍ଡିଆ ଭଳି ଯୋଜନାର ଶକ୍ତି ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ଲକ୍ଷ୍ୟ ସାମ୍ନାରେ ଅଛି, ଆପଣଙ୍କୁ ସେହି ଦିଗକୁ ଯିବାକୁ ପଡିବ । ଆଜି ଦେଶ ଆପଣଙ୍କ ହାତ ଧରିଛି, ଆସନ୍ତାକାଲି ଆପଣଙ୍କୁ ଦେଶକୁ ଆଗକୁ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଆଜାଦୀ କା ଅମୃତ କାଳ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆମ ଜୀବନର ଆଗାମୀ ୨୫ ବର୍ଷ ଭାରତ ପାଇଁ ଆଗାମୀ ୨୫ ବର୍ଷ ଭଳି ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ସମସ୍ତେ ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ଥାନୀୟ ଅଭିଯାନ ପାଇଁ ଭୋକାଲ୍ ଫର ଲୋକାଲ ମୁଖ୍ୟ ଅଟନ୍ତି । ତୁମେ ଭାରତର ଶିଳ୍ପର ମେରୁଦଣ୍ଡ ପରି ତେଣୁ ବିକଶିତ ଆତ୍ମନିର୍ଭର ଭାରତର ସଂକଳ୍ପ ପୂରଣ କରିବାରେ ତୁମର ଏକ ବଡ଼ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଶ୍ୱ ସ୍ତରରେ ସୁଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନେକ ବଡ଼ ବଡ ଦେଶ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ଏବଂ ଗତି ବଜାୟ ରଖିବା ପାଇଁ ଏକ ଦକ୍ଷ ଶ୍ରମଶକ୍ତି ଆବଶ୍ୟକ କରନ୍ତି । ଦେଶରେ ତଥା ବିଦେଶରେ ଅନେକ ସୁଯୋଗ ଅପେକ୍ଷା କରିଥିବା ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ, ଭାରତ ଉପରେ ବିଶ୍ୱର ଆତ୍ମବିଶ୍ୱାସ ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । କରୋନା ସମୟରେ ମଧ୍ୟ ଭାରତ ପ୍ରମାଣ କରିଛି ଯେ ଏହାର କୁଶଳୀ ଶ୍ରମଶକ୍ତି ଏବଂ ଯୁବକମାନେ ସବୁଠୁ ବଡ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ଅଟନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତୀୟମାନେ ସେମାନଙ୍କର ଦକ୍ଷତା ଏବଂ ପ୍ରତିଭା ଯୋଗୁଁ ପ୍ରତ୍ୟେକ ଦେଶରେ ଏକ ଛାପ ସୃଷ୍ଟି କରୁଛନ୍ତି, ତାହା ସ୍ୱାସ୍ଥ୍ୟ ସେବା ହେଉ କିମ୍ବା ହୋଟେଲ-ହସ୍ପିଟାଲ ପରିଚାଳନା, ଡିଜିଟାଲ୍ ସମାଧାନ ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହେଉ ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ସମାପ୍ତ କରି ଦକ୍ଷତାର ନବୀକରଣ ଜାରି ରଖିବାର ଆବଶ୍ୟକତା ଦୋହରାଇଛନ୍ତି ଯାହା ସେମାନଙ୍କ ଭବିଷ୍ୟତର ଆଧାର ହେବ । ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି, ଯେତେବେଳେ ଦକ୍ଷତା କଥା ଆସେ, ତୁମର ମନ୍ତ୍ର ‘ସ୍କିଲିଂ', ‘ରିସ୍କିଲିଂ' ଏବଂ 'ଅପସ୍କିଲିଂ'ହେବା ଉଚିତ! ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ନୂତନ କୌଶଳ ଶିଖିବାକୁ ଏବଂ ସେମାନଙ୍କ ଜ୍ଞାନ ସେୟାର କରିବାକୁ ଅନୁରୋଧ କରିଥିଲେ । ମୁଁ ନିଶ୍ଚିତ, ଆପଣ ଏହି ବେଗରେ ଆଗକୁ ବଢିବେ ଏବଂ ଆପଣଙ୍କ ଦକ୍ଷତା ସହିତ ଆପଣ ନୂତନ ଭାରତର ଉନ୍ନତ ଭବିଷ୍ୟତକୁ ଦିଗଦର୍ଶନ ଦେବେ ବୋଲି ସେ କହିଛନ୍ତି ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Make nutrition a true 'Jan Andolan': Union Minister Annpurna Devi

Media Coverage

Make nutrition a true 'Jan Andolan': Union Minister Annpurna Devi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”