ଆମ ସଂସ୍କୃତିରେ ସେବା ହିଁ ଶ୍ରେଷ୍ଠ ଧର୍ମ, ସେବାର ସ୍ଥାନ ଭକ୍ତି,ବିଶ୍ୱାସ ଓ ପୂଜାଠାରୁ ଉଚ୍ଚରେ: ପ୍ରଧାନମନ୍ତ୍ରୀ
ସମାଜ ଓ ଦେଶର ବଡ଼ ସମସ୍ୟା ସମାଧାନରେ ସଂସ୍ଥାଗତ ସେବାର କ୍ଷମତା ରହିଛି: ପ୍ରଧାନମନ୍ତ୍ରୀ
ମିଶନ ଲାଇଫ ଦୃଷ୍ଟିକୋଣ ସମଗ୍ର ବିଶ୍ୱକୁ ଭାରତର ଅବଦାନ, ଏହାର ପ୍ରାମାଣିକତା ଓ ପ୍ରଭାବ କେବଳ ଆମ ଦ୍ୱାରା ପ୍ରମାଣିତ ହୋଇପାରିବ: ପ୍ରଧାନମନ୍ତ୍ରୀ
“ମା’ଙ୍କ ନାମରେ ଗୋଟିଏ ଗଛ” ଅଭିଯାନ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ,ସତସଙ୍ଗୀ ପରିବାରର ଶ୍ରଦ୍ଧେୟ ସନ୍ଥ ଓ ସଦସ୍ୟମାନେ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କୁ ପ୍ରଣିପାତ କରିବା ସହ କହିଥିଲେ, ଆଜି ମଧ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ । ସେ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ଶିକ୍ଷା, ପ୍ରମୁଖ ସ୍ୱାମୀ ମହାରାଜଙ୍କ ସଂକଳ୍ପ ଆଜି ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ଫଳ ଆଣିପାରିଛି । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମର ସାକ୍ଷୀ ହୋଇପାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ୟକ୍ତିଗତ ଭାବେ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଯୁବକ ଓ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉତ୍ସବର ଉତ୍ସାହକୁ ଭଲ ଭ।।ବେ ଅନୁଭବ କରିପାରିଥିଲେ । ଏଭଳି ଭବ୍ୟ ଦିବ୍ୟ ସମାରୋହ ପାଇଁ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ ଓ ସମସ୍ତ ସନ୍ଥଙ୍କୁ ଅଭିନନ୍ଦନ ଜଣାଇଥିଲେ ।

୫୦ ବର୍ଷ ସେବାର ଯାତ୍ରାରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଏକ ଗୁରୁତ୍ୱପୂର୍ଣର୍ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ, ସ୍ୱେଚ୍ଛାସେବୀମାନଙ୍କୁ ପଂଜିକୃତ କରିବା ଏବଂ ସେମାନଙ୍କୁ ସେବାକାର୍ଯ୍ୟ ସହ ଯୋଡ଼ିବା ପ୍ରକ୍ରିୟା ଏକ ଅନନ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ କହିଲେ,ଲକ୍ଷାଧିକ ବାପ୍‌ସ (ବିଏପିଏସ୍‌) ସ୍ୱେଚ୍ଛାସେବୀ ଅତ୍ୟଧିକ ଭକ୍ତିି ଓ ସମର୍ପଣ ଭାବନାରେ ସେବା କାର୍ଯ୍ୟରେ ଯୋଡ଼ି ହୋଇଥିବା ଦେଖି ଖୁସି ଲାଗୁଛି । ସଂସ୍ଥା ପାଇଁ ଏହା ଏକ ବିରାଟ ସଫଳତା ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ବାପ୍‌ସକୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ ।

 

“କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଭଗବାନ ସ୍ୱାମୀ ନାରାୟଣଙ୍କ ମାନବତାବାଦୀ ଶିକ୍ଷାର ଏକ ଉତ୍ସବ” କହିଥିଲେ ଶ୍ରୀ ମୋଦୀ । ସେ କହିଥିଲେ ଯେ, ଏହା ସେବାର କେଇ ଦଶନ୍ଧିର ବୈଭବ, ଯାହାକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବଦଳାଇ ଦେଇଥିଲା । ଅତି ନିକଟରୁ ବାପ୍‌ସର ସେବା କାର୍ଯ୍ୟ ଦେଖିବାର ସୌଭାଗ୍ୟ ମିଳିଥିବାରୁ ଖୁସି ଜାହିର କରି ଶ୍ରୀ ମୋଦୀ କହିଥିଲେ, ଅନେକ ସମୟରେ ସେମାନଙ୍କ ସହ ସେବାକାର୍ଯ୍ୟରେ ସାମିଲ ହେବାର ସୁଯୋଗ ମଧ୍ୟ ମିଳିଛି । ବିଶେଷ କରି ଭୁଜରେ ଭୂକମ୍ପଜନିତ ଧ୍ୱଂସଲୀଳା ପରେ, ନରନାରାୟଣନଗର ଗ୍ରାମର ପୁନର୍ଗଠନ, କେରଳର ବନ୍ୟା, ଉତ୍ତରାଖଣ୍ଡ ଭୂସ୍ଖଳନ ପରର ଦୁଃଖ ଏବଂ ଏପରିକି ବିଶ୍ୱ ମହାମାରୀ କରୋନା ସମୟରେ ସେ ଏହି ସେବାକାର୍ଯ୍ୟରେ ସାମିଲ ହୋଇଥିଲେ । ଦୁଃଖର ସମୟରେ ପରିବାର ସଦସ୍ୟଙ୍କ ଭଳି ପାଖରେ ଛିଡ଼ା ହେବା ସହ ଦରଦୀ ଭାବରେ ସେବା କରିଥିବାରୁ କାର୍ଯ୍ୟକାରମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ ସମସ୍ତେ ଜାଣନ୍ତି ମହାମାରୀ ସମୟରେ କିପରି ବାପ୍‌ସ ମନ୍ଦିର ଗୁଡ଼ିକୁ କୋଭିଡ ସମୟରେ ସେବା କେନ୍ଦ୍ର ଭାବେ ରୂପାନ୍ତରିତ କରାଯାଇଥିଲା । ୟୁକ୍ରେନରେ ଯୁଦ୍ଧ ବଢ଼ିବା ସମୟରେ ସେଠାରୁ ଭାରତୀୟମାନଙ୍କୁ ପୋଲାଣ୍ଡକୁ ସ୍ଥାନାନ୍ତର କରିବା ଦିଗରେ ବାପ୍ସ କାର୍ଯ୍ୟକାର ମାନେ କିଭଳି ସହାୟତା କରିଥିଲେ ତାହା ମଧ୍ୟ ଶ୍ରୀ ମୋଦୀ ବର୍ଣ୍ଣନା କରିଥିଲେ । ଇଉରୋପର ଭିନ୍ନ ଭିନ୍ନ ସ୍ଥାନରୁ କିପରି ରାତାରାତି ବାପ୍ସ କାର୍ଯ୍ୟକାର ମାନଙ୍କୁ ପୋଲାଣ୍ଡରେ ପହଞ୍ଚିଥବା ଭାରତୀୟମାନଙ୍କୁ ସହାୟକା କରିବାକୁ ଏକାଠି କରାଯାଇଥିଲା ତାହା ବର୍ଣ୍ଣନା କରି ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ବାପ୍ସର ସାଂଗଠନିକ ଶକ୍ତିକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ମାନବତାର ସେବା ପାଇଁ ବିଶ୍ୱସ୍ତରରେ ସେମାନଙ୍କର ଅବଦାନ ପ୍ରଶଂସନୀୟ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ବାପ୍ସ କାର୍ଯ୍ୟକାରମାନଙ୍କୁ କୃତଜ୍ଞତା ଜଣାଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଆଜି ବିଶ୍ୱବ୍ୟାପୀ ବାପ୍ସ କର୍ମକର୍ତ୍ତା ମାନେ ଅକ୍ଲାନ୍ତ ସେବା କରି କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିଛନ୍ତି । ସେବା କାର୍ଯ୍ୟ ଦ୍ୱାରା ସେମାନେ କୋଟି କୋଟି ଲୋକଙ୍କ ଆତ୍ମାକୁ ଛୁଇଁ ପାରିଛନ୍ତି ଏବଂ ଦୁର୍ଗମ ଅଞ୍ଚଳରେ ବି ସମଜାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରୁଛନ୍ତି । ସେମାନେ ବାସ୍ତବରେ ସମସ୍ତଙ୍କ ପାଇଁ ପ୍ରେରଣା ଏବଂ ପୂଜନୀୟ ଓ ସମ୍ମାନୀୟ ମଧ୍ୟ ।

ବାପ୍ସର କାର୍ଯ୍ୟ ଭାରତର ଦକ୍ଷତାକୁ ଦୃଢ଼ କରିବା ସହ ବିଶ୍ୱକୁ ପ୍ରଭାବିତ କରିବା ଦିଗରେ ସାମର୍ଥ୍ୟ ବଢ଼ାଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ବିଶ୍ୱବ୍ୟପାୀ ୨୮ଟି ଦେଶରେ ୧୮ ହଜାର ଭଗବାନ ସ୍ୱାମୀ ନାରାୟଣ ମନ୍ଦିର ଓ ୨୧ ହଜାର ଆଧ୍ୟାତ୍ମିକ କେନ୍ଦ୍ର ରହିଛି । ଏସବୁ କେନ୍ଦ୍ରରେ ସେମାନେ ବହୁମୁଖୀ ସେବା କାର୍ଯ୍ୟ କରୁଛନ୍ତି, ଯାହାକି ବିଶ୍ୱ ସମ୍ମୁଖରେ ଭାରତର ଆଧ୍ୟାତ୍ମିକ ଐତିହ୍ୟ ଓ ପରିଚୟର ସାକ୍ଷୀ । ବାପ୍ସ ମନ୍ଦିର ଗୁଡ଼ିକୁ ଭାରତର ସାଂସ୍କୃତିକ ପ୍ରତିଫଳନ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ, ସେମାନେ ବିଶ୍ୱର ସର୍ବପ୍ରାଚୀନ ଜୀବନ୍ତ ସଂସ୍କୃତି । ତାଙ୍କର ସୌଭାଗ୍ୟ ଯେ କିଛି ମାସ ତଳେ ଆବୁଧାବିରେ ଭଗବାନ ସ୍ୱାମୀ ନାରାୟଣ ମନ୍ଦିରର ଅଭିଷେକ ସମାରୋହରେ ସେ ଯୋଗ ଦେଇଥିଲେ ଏବଂ ଏହା ବିଶ୍ୱବ୍ୟପୀ ଚର୍ଚ୍ଚାର କେନ୍ଦ୍ର ଥିଲା । ସମଗ୍ର ବିଶ୍ୱ ଭାରତର ଆଧ୍ୟାତ୍ମିକ ଐତିହ୍ୟ ଏବଂ ସାଂସ୍କୃତିକ ବିବିଧତାର ସାକ୍ଷୀ । ଏଭଳି ପ୍ରଚେଷ୍ଟା ଯୋଗୁ ସମଗ୍ର ବିଶ୍ୱ ଭାରତର ସାଂସ୍କୃତିକ ବୈଭବ ଏବଂ ମାନବୀୟ ଉଦାରତା ସମ୍ପର୍କରେ ଅବଗତ ହେଲା । ଏହି ପ୍ରଚେଷ୍ଟା ପାଇଁ ବାପ୍ସ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ତପସ୍ୟାର ଫଳ ଯୋଗୁ କାର୍ଯ୍ୟକାରଙ୍କ ସଂକଳ୍ପ ସହଜରେ ପୂର୍ଣ୍ଣ ହୋଇପାରିଛି । ପ୍ରତ୍ୟେକ ଜୀବନ୍ତ ବ୍ୟକ୍ତି ଓ ପୀଡ଼ିତ ବ୍ୟକ୍ତିଙ୍କର ଭାଗବାନ ସ୍ୱାମୀ ନାରାୟଣ ଯତ୍ନ ନେବା ସହ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ମାନବ କଲ୍ୟାଣ ଦିଗରେ ଉତ୍ସର୍ଗ କରିଥିଲେ । ଭଗବାନ ସ୍ୱାମୀ ନାରାୟଣ ପ୍ରତିଷ୍ଠା କରିଥିବା ନୈତିକ ମୂଲ୍ୟବୋଧ ବାପ୍‌ସ ଦ୍ୱାରା ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଥିଲା । ବାପ୍‌ସର କାର୍ଯ୍ୟ ଧାରା କହିବାକୁ ଯାଇ ଶ୍ରୀ ମୋଦୀ ଏକ ଗୀତର କିଛି ପଦ୍ୟାଂଶ ଆବୃତ୍ତି କରିଥିଲେ ।

ପିଲାଟି ବେଳୁ ଭଗବାନ ସ୍ୱାମୀ ନାରାୟଣ ଏବଂ ବାପ୍‌ସ ସହ ଜଡ଼ିତ ରହିବା ତାଙ୍କ ସୌଭାଗ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ପ୍ରମୁଖ ସ୍ୱାମୀ ମହାରାଜଙ୍କ ନିକଟରୁ ସେ ପାଇଥିବା ସ୍ନେହ ଓ ମମତା ତାଙ୍କ ଜୀବନର ବଡ଼ ପୁଞ୍ଜି । ପ୍ରମୁଖ ସ୍ୱାମୀଜୀଙ୍କ ସହ ତାଙ୍କର ଅନେକ ଏପରି ବ୍ୟକ୍ତିଗତ ଘଟଣାବଳୀ ରହିଛି ଯାହାକି ତାଙ୍କ ଜୀବନର ଅଭିନ୍ନ ଅଂଶ ହୋଇ ରହିଛି । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହେବାର ଯାତ୍ରାରେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରମୁଖ ସ୍ୱାମିଜୀ ତାଙ୍କୁ ଦିଗଦର୍ଶନ ଦେଉଥିଲେ । ନର୍ମଦାର ଜଳ ଯେତେବେଳେ ସାବରମତୀ ଆସିଲା, ସେତେବେଳେ କିପରି ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ଜୀ ନିଜେ ସ୍ୱୟଂ ଆସିଥିଲେ ତାହାକୁ ଶ୍ରୀ ମୋଦୀ ସ୍ମରଣ କରିଥିଲେ । ସ୍ୱାମୀ ଜୀ ଙ୍କ ନେତୃତ୍ୱରେ ଅତୀତରେ ହୋଇଥିବା ସ୍ୱାମୀନାରାୟଣ ମହାମନ୍ତ୍ର ମହୋତ୍ସବ ଏବଂ ସ୍ୱାମୀ ନାରାୟଣ ମନ୍ତ୍ର ଲେଖନ ମହୋତ୍ସବର ଅଭୁଲା ସ୍ମୃତିକୁ ସେ ମନେ ପକାଇଥିଲେ । ତାଙ୍କ ପ୍ରତି ସ୍ୱାମୀଜୀଙ୍କର ଥିବା ଆଧ୍ୟାତ୍ମିକ ସ୍ନେହ ପୁତ୍ର ଭଳି ମମତା ଅନୁଭବ କରାଇଥାଏ । ଜନସେବା ଦିଗରେ ସେ ସର୍ବଦା ପ୍ରମୁଖ ସ୍ୱାମୀ ମହାରାଜଙ୍କ ଆଶୀର୍ବାଦ ପ୍ରାପ୍ତ ହେଉଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ ।

ସଂସ୍କୃତର ଉକ୍ତି ‘ସେବା ପରମ ଧର୍ମ’ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହା କେବଳ ଏକ ଶବ୍ଦ ନୁହେଁ, ବରଂ ଏହା ଜୀବନର ମୂଲ୍ୟ ଏବଂ ଭକ୍ତି, ଆସ୍ଥା ଏବଂ ପୂଜାଠାରୁ ଏହାର ସ୍ଥାନ ଉଚ୍ଚରେ । ଜନସେବାକୁ ଲୋକଙ୍କ ସେବା ଭାବରେ ସମାନ ଭାବେ ଦର୍ଶାଇ ସେ କହିଥିଲେ,ସେବା ତାହାକୁ କୁହନ୍ତି ଯେଉଁଥିରେ ସ୍ୱାର୍ଥର ଭାବନା ନଥାଏ ଏବଂ ଏହା ବ୍ୟକ୍ତିକୁ ଆଧ୍ୟାତ୍ମିକ ଯାତ୍ରାର ପଥ ଦେଖାଇଥାଏ ଏବଂ ସମୟକ୍ରମେ ତାକୁ ମଜବୁତ୍ କରିଥାଏ । ସେ କହିଥିଲେ, ଏଠାରେ ଯେତେବେଳେ ଏଠାରେ ସେବାକୁ ଏକ ସଂସ୍ଥା ରୂପରେ ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ସାଙ୍ଗଠନିକ ରୂପରେ କରାଗଲା ବିସ୍ମୟକର ପରିଣାମ ମିଳିଲା । ଏହିଭଳି ଭାବେ ସମାଜ ଓ ଦେଶର ବଡ଼ ସମସ୍ୟା ସମାଧାନରେ ସଂସ୍ଥାଗତ ସେବାର କ୍ଷମତା ରହିଛି । ଯେତେବେଳେ ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଏକ ସାମାନ୍ୟ ଉଦ୍ଦେଶ୍ୟରେ ଯୋଡ଼ି ହୋଇଥାଆନ୍ତି, ଦେଶ ଓ ସମାଜ ପାଇଁ ଏକ ବଡ଼ ଶକ୍ତିରେ ପାଲଟିଯାଇଥାନ୍ତି । ଶ୍ରୀ ମୋଦୀ କହିଥିଲେ, ଆଜି ଯେତେବେଳେ ଦେଶ ବିକଶିତ ଭାରତ ଲକ୍ଷ୍ୟରେ ଆଗକୁ ବଢ଼ୁଛି, ସ୍ୱାଭାବିକ ଭାବେ ଲୋକେ ଏକଜୁଟ ହେଉଛନ୍ତି ଏବଂ ସମସ୍ତ କ୍ଷେତ୍ରରେ କିଛି ବଡ଼ କରିବାର ଭାବନା ଦେଖିବାକୁ ମିଳୁଛି । ସ୍ୱଚ୍ଛ ଭାରତ ମିଶନ, ପ୍ରାକୃତିକ କ୍ଷେତ, ପର୍ଯ୍ୟାବରଣ ପ୍ରତି ଜାଗରୁକତା, ବାଳିକା ଶିକ୍ଷା, ଆଦିବାସୀ କଲ୍ୟାଣ ଆଦି ପ୍ରସଙ୍ଗର ଉଦାହରଣ ଦେଇ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିବା ସହ କହିଥିଲେ, ଦେଶର ଲୋକମାନେ ଆଗକୁ ଆସୁଛନ୍ତି ଏବଂ ରାଷ୍ଟ୍ର ନିର୍ମାଣ ଯାତ୍ରାର ନେତୃତ୍ୱ ନେଉଛନ୍ତି । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସଂକଳ୍ପ ନେବାକୁ ଏବଂ ସମର୍ପଣ ଭାବନାରେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ । ପ୍ରାକୃତିକ ଚାଷ, ବିବିଧତାରେ ଏକତାର ଭାବନା, ଯୁବ ପିଢ଼ିଙ୍କୁ ରକ୍ଷା କରିବାକୁ ନିଶାର ଦୁରୁପଯୋଗ ବିରୋଧରେ ଲଢ଼େଇ, ନଦୀ ଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ପୃଥିବୀର ଭବିଷ୍ୟତ ବଞ୍ଚାଇବାକୁ ସ୍ଥାୟୀ ଜୀବନଶୈଳୀ ଭଳି ବିକଳ୍ପ ଉପରେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ସମଗ୍ର ବିଶ୍ୱକୁ ଭାରତ ଦେଇଥିବା ମିଶନ ଲାଇଫର ଦୃଷ୍ଟିକୋଣର ପ୍ରାମାଣିକତା ଓ ପ୍ରଭାବକୁ ପ୍ରମାଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ମା’ଙ୍କ ନାମରେ ଗୋଟିଏ ଗଛ, ଫିଟ୍ ଇଣ୍ଡିଆ, ଭୋକାଲ ଫର ଲୋକାଲ, ମିଲେଟ ଭଳି ଅଭିଯାନକୁ ସକ୍ରିୟ ରୂପ ଦିଆଯାଇପାରିବ, ଯାହାକି ଭାରତର ବିକାଶକୁ ଗତି ପ୍ରଦାନ କରୁଛି ।

 

ଶ୍ରୀ ମୋଦୀ କହିଥିଲେ, ୨୦୨୫ ଜାନୁଆରୀରେ ଆୟୋଜିତ ହେବାକୁ ଥିବା ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ’ରେ ଭାରତର ଯୁବପିଢ଼ି ନିଜସ୍ୱ ମତ ପ୍ରଦାନ କରିବେ ତଥା ବିକଶିତ ଭାରତ ସଂକଳ୍ପକୁ ପୂର୍ଣ୍ଣ କରିବାକୁ ନିଜ ଯୋଗଦାନର ରୂପରେଖ ପ୍ରସ୍ତୁତ କରିବେ । ଏଥିରେ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଭାଗ ନେବାକୁ ସେ ଆହ୍ୱାନ ଦେଇଥିଲେ ।

ଭାରତର ପରିବାର ସଂସ୍କୃତି ଉପରେ ଶ୍ରଦ୍ଧେୟ ପ୍ରମୁଖ ସ୍ୱାମୀ ମହାରାଜ ବିଶେଷ ଗୁରୁତ୍ୱ ଦେଉଥିଲେ ବୋଲି ଉଲ୍ଲେଖ କରି ସେ କହିଥିଲେ, ‘ଘରସଭା’ ମାଧ୍ୟମରେ ସେ ସମାଜରେ ସଂଯୁକ୍ତ ପରିବାର ଅବଧାରଣାକୁ ମଜବୁତ କରିଛନ୍ତି । ଏହି ଅଭିଯାନକୁ ଆଗକୁ ବଢ଼ାଇବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ । ସେ କହିଥିଲେ କି ଆଜି ଭାରତ ୨୦୪୭ର ବିକଶିତ ଲକ୍ଷ୍ୟ ନେଇ କାମ କରୁଛି । ସେ କହିଥିଲେ କି ଆସନ୍ତା ୨୫ ବର୍ଷ ପାଇଁ ଦେଶର ଯାତ୍ରା ଭାରତ ପାଇଁ ଯେତିକି ମହତ୍ୱପୂର୍ଣ୍ଣ ସେତିକି ପ୍ରତ୍ୟେକ ବାପ୍‌ସ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ । ଉଦବୋଧନ ଶେଷ କରି ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କ ଆଶୀର୍ବାଦରେ ବାପ୍‌ସ କାର୍ଯ୍ୟକର୍ତ୍ତାଙ୍କ ଏହି ସେବା ଅଭିଯାନ ବିନା ବାଧାରେ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଥିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV market to grow 12-fold to 30.4 mn units by 2032 under high-growth scenario: Report

Media Coverage

India's EV market to grow 12-fold to 30.4 mn units by 2032 under high-growth scenario: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.