“ବର୍ତ୍ତମାନ ପୁରୁଣା ଆହ୍ୱାନଗୁଡିକୁ ପଛରେ ଛାଡି ନୂତନ ସମ୍ଭାବନା ଗୁଡିକର ସୁବିଧା ନେବାର ସମୟ”
“ତ୍ୱରିତ ବିକାଶ ନିମନ୍ତେ ଆମକୁ ନୂତନ ଗତି ଓ ଚିନ୍ତାଧାରା ନେଇ କାର୍ଯ୍ୟ କରିବାକୁ ପଡିବ”
“ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମି ବିକାଶ ଓ ବର୍ଦ୍ଧିତ ସଂଯୋଗୀକରଣ ଯୋଗୁଁ ଉପରକୁ ଉଠିଛି”
“ଆମେ ସମାଜର ପ୍ରତ୍ୟେକ ଶ୍ରେଣୀ ଓ ନାଗରିକଙ୍କ ପର୍ଯ୍ୟନ୍ତ ସମାନଭାବେ ବିକାଶର ସୁବିଧା ଦେବାକୁ ଅଙ୍ଗୀକାରବଦ୍ଧ”
“ଜମ୍ମୁ ଓ କଶ୍ମୀର ଲୋକମାନେ ଦୁର୍ନୀତିକୁ ଘୃଣା କରନ୍ତି ଓ ମୁଁ ସେମାନଙ୍କ ଯନ୍ତ୍ରଣାକୁ ଅନୁଭବ କରିଛି”
“ଜମ୍ମୁ ଓ କଶ୍ମୀର ପ୍ରତ୍ୟେକ ଭାରତୀୟଙ୍କ ଗର୍ବ, ମିଳିମିଶି ଆମେ ଜମ୍ମୁ ଓ କଶ୍ମୀରକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇଯିବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୩୦.୧୦.୨୦୨୨) ଜମ୍ମୁ ଓ କଶ୍ମୀର ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

 ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନଟିକୁ ଜମ୍ମୁ ଓ କଶ୍ମୀରର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଭାବେ ଅବିହିତ କରିଛନ୍ତି । ଜମ୍ମୁ ଓ କଶ୍ମୀରର ୨୦ଟି ବିଭିନ୍ନ ସ୍ଥାନରେ ନିଯୁକ୍ତିପତ୍ର ପାଇଥିବା ତିନି ହଜାର ଯୁବକଯୁବତୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ପିଲାମାନେ ପିଡବ୍ଲଡି, ସ୍ୱାସ୍ଥ୍ୟବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଶୁସମ୍ପଦ, ଜଳଶକ୍ତି, ଶିକ୍ଷା ଓ ସଂସ୍କୃତି ବିଭାଗର କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଆଗାମୀ ଦିନରେ ଆହୁରି ସାତଶହ ନିଯୁକ୍ତି ପ୍ରଦାନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ । 

 ଜମ୍ମୁ ଓ କଶ୍ମୀର ଇତିହାସରେ ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ ପୁରୁଣା ସମସ୍ୟାଗୁଡିକୁ ପଛରେ ପକାଇ ନୂତନ ସମ୍ଭାବନାର ସମ୍ପୂର୍ଣ୍ଣ ସୁବିଧା ନେବା ପାଇଁ ସମୟ ଆସିଛି । ମୁଁ ଖୁସି ଯେ ଜମ୍ମୁ ଓ କଶ୍ମୀର ଯୁବଗୋଷ୍ଠୀ ବିପୁଳ ସଂଖ୍ୟାରେ ସେମାନଙ୍କ ଅଞ୍ଚଳ ଓ ଲୋକମାନଙ୍କ ବିକାଶ ପାଇଁ ଆଗେଇ ଆସୁଛନ୍ତି ।” ଆମର ଯୁବଗୋଷ୍ଠୀ ଜମ୍ମୁ ଓ କଶ୍ମୀରର ନୂତନ କାହାଣୀ ରଚନା କରି କେନ୍ଦ୍ରଶାସିତ ଅଞ୍ଚଳରେ ରୋଜଗାର ମେଳା ଆୟୋଜନକୁ ସ୍ୱତନ୍ତ୍ର କରି ଗଢି ତୋଳିବେ ବୋଲି ଶ୍ରୀ ମୋଦୀ କହିଥିଲେ । 

ଏକ ନୂତନ, ସ୍ୱଚ୍ଛ ଓ ସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ଜମ୍ମୁ ଓ କଶ୍ମୀରର ନିରବଚ୍ଛିନ୍ନ ବିକାଶ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଦ୍ରୁତ ବିକାଶ ଲାଗି ଆମକୁ ନୂତନ ପଦ୍ଧତି ଓ ଭାବନା ନେଇ କାର୍ଯ୍ୟ କରିବାକୁ ପଡିବ ।” ସେ କହିଥିଲେ ଯେ ୨୦୧୯ ଠାରୁ ତିରିଶ ହଜାର ସରକାରୀ ନିଯୁକ୍ତି ଦିଆଯାଇଥିବାବେଳେ ସେଥିରୁ କୋଡିଏ ହଜାର କେବଳ ଏଇ ଦେଢବର୍ଷ ମଧ୍ୟରେ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଓ ପ୍ରଶାସନ ଦ୍ୱାରା କରାଯାଇଥିବା କାର୍ଯ୍ୟର ପ୍ରଶଂସା କରିଥିଲେ । ଦକ୍ଷତା ବଳରେ କର୍ମନିଯୁକ୍ତି ମନ୍ତ୍ର ଜମ୍ମୁ ଓ କଶ୍ମୀରର ଯୁବଗୋଷ୍ଠୀ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ କହିଥିଲେ । 

କେନ୍ଦ୍ର ସରକାର ଗତ ଆଠବର୍ଷ ମଧ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ଅକ୍ଟୋବର ୨୨ତାରିଖ ଠାରୁ ଚାଲି ଆସୁଥିବା’ ରୋଜଗାର ମେଳା’ର ଏହା ଅଂଶବିଶେଷ । ଏହି ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଆଗାମୀ କିଛି ମାସ ମଧ୍ୟରେ ଦଶ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତି ଅଧିକ କରିବା ପାଇଁ ସରକାର ବ୍ୟାବସାୟିକ ବାତାବରଣର ସମ୍ପ୍ରସାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ନୂତନ ଶିଳ୍ପ ନୀତି ଓ ବ୍ୟବସାୟ ସଂସ୍କାର କାର୍ଯ୍ୟାନ୍ୱୟନ ଯୋଜନା ବ୍ୟାବସାୟିକ ସୁଗମତାର ପଥ ପରିସ୍କାର କରିବା ସହ ଏଠାରେ ପୁଞ୍ଜିନିବେଶକୁ ବ୍ୟାପକ ପ୍ରୋତ୍ସାହନ ଦେଇଛି । “ଯେଉଁ ଗତିରେ ଏଠାରେ ବିକାଶ ସମ୍ପର୍କୀତ ପ୍ରକଳ୍ପମାନ ଆଗେଇ ଚାଲିଛି । ତାହା ଏଠାକାର ଅର୍ଥନୀତିରେ ସମ୍ପୂର୍ଣ୍ଣ ଅବସ୍ଥାନ୍ତର ଆଣିପାରିବ” ବୋଲି ସେ କହିଥିଲେ । ସେ ଟ୍ରେନରୁ ଆରମ୍ଭ କରି ଆର୍ନ୍ତଜାତିକ ବିମାନ ସେବା ପର୍ଯ୍ୟନ୍ତ କ୍ଷେତ୍ରରେ ହୋଇଥିବା ସଂଯୋଗୀକରଣ ପ୍ରକଳ୍ପର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଶ୍ରୀନଗରରୁ ଶାରଜାହା ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ଆରମ୍ଭ ହୋଇସାରିଛି । ସଂଯୋଗୀକରଣ ବୃଦ୍ଧି ଯୋଗୁଁ ଜମ୍ମୁ ଓ କଶ୍ମୀରର ସେଓ ଚାଷୀମାନେ ବିଶେଷ ଉପକୃତ ହେବେ । ସେମାନେ ତାଙ୍କ ଉତ୍ପାଦିତ ସାମଗ୍ରୀ ସହଜରେ କାଶ୍ମୀର ବାହାରକୁ ପଠାଇ ପାରିବେ । ସରକାର ଡ୍ରୋନ ପରିବହନ ନେଇ ମଧ୍ୟ କାମ କରୁଛନ୍ତି ବୋଲି ସେ କହିଥିଲେ । 

ଜମ୍ମୁ ଓ କଶ୍ମୀରର ପର୍ଯ୍ୟଟକଙ୍କ ରେକର୍ଡ ସଂଖ୍ୟକ ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ଓ ସଂଯୋଗୀକରଣ ବୃଦ୍ଧି ଯୋଗୁଁ ଏହି କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ଯଥେଷ୍ଟ ଆଗକୁ ବଢିଛି ।” ବିନା ବାଛ ବିଚାରରେ ସରକାରୀ ଯୋଜନାର ସୁଫଳ କିପରି ସମାଜର ପ୍ରତ୍ୟେକ ଶ୍ରେଣୀ ନିକଟରେ ପହଞ୍ଚିବ ସେଥିପାଇଁ ଆମର ଉଦ୍ୟମ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିକାଶର ସୁଫଳ ପ୍ରତ୍ୟେକ ଶ୍ରେଣୀ ଓ ନାଗରିକଙ୍କ ନିକଟରେ ସମାନ ଭାବେ ପହଞ୍ଚୁ ବୋଲି ସରକାର ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ଦୁଇଟି ନୂତନ ଏମ୍ସ, ସାତଟି ମେଡିକାଲ କଲେଜ, ଦୁଇଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଓ ୧୫ଟି ନର୍ସିଂ ମହାବିଦ୍ୟାଳୟ ସହ ଜମ୍ମୁ ଓ କଶ୍ମୀରରେ ସ୍ୱାସ୍ଥ୍ୟ ଶିକ୍ଷା ଭିତ୍ତିଭୂମି ମଜବୁତ କରାଯାଇଛି ବୋଲି ସେ କହିଥିଲେ । କିପରି ଜମ୍ମୁ ଓ କଶ୍ମୀର ଜନସାଧାରଣ ସବୁବେଳେ ସ୍ୱଚ୍ଛତା ପସନ୍ଦ କରନ୍ତି ତା ଉପରେ ପ୍ରଧାନମନ୍ତ୍ରୀ ସରକାରୀ ଚାକିରିକୁ ଆସୁଥିବା ଯୁବଗୋଷ୍ଠୀ ଏହାକୁ ପ୍ରାଧାନ୍ୟ ଦେବେ ବୋଲି ଆଶାପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ଅତୀତର ସ୍ମୃତିଚାରଣ କରି କହିଥିଲେ ଯେ “ ମୁଁ ଆଗରୁ ଯେତେବେଳେ ଜମ୍ମୁ ଓ କଶ୍ମୀର ଜନସାଧାରଣଙ୍କୁ ଭେଟୁଥିଲି, ମୁଁ ସେତେବେଳେ ସେମାନଙ୍କ କଷ୍ଟ ଅନୁଭବ କରିଛି । ବ୍ୟବସ୍ଥାରେ ଦୁର୍ନୀତି ଥିଲା ସେମାନଙ୍କ ଯନ୍ତ୍ରଣାର କାରଣ । ଜମ୍ମୁ ଓ କଶ୍ମୀର ଜନସାଧାରଣ ଦୁର୍ନୀତିକୁ ଘୃଣା କରନ୍ତି ।” ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଓ ତାଙ୍କ ଦଳକୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ପୁଣି ପ୍ରଶଂସା କରିଥିଲେ । 

ସମ୍ବୋଧନ ସମାପନ କରି ପ୍ରଧାନମନ୍ତ୍ରୀ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ସମ୍ପୂର୍ଣ୍ଣ ନିଷ୍ଠା ଓ ଉତ୍ସର୍ଗର ସହ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ । “ଜମ୍ମୁ ଓ କଶ୍ମୀର ପ୍ରତ୍ୟେକ ଭାରତୀୟଙ୍କର ଗର୍ବ। ଆମେ ସମସ୍ତେ ମିଳିମିଶି ଜମ୍ମୁ ଓ କଶ୍ମୀରକୁ ଉନ୍ନତ ଶିଖରରେ ପହଞ୍ଚାଇବା । ୨୦୪୭ ସୁଦ୍ଧା ଆମର ଭାରତକୁ ଉନ୍ନତ ରାଷ୍ଟ୍ର କରିବା ନେଇ ଏକ ବିରାଟ ଲକ୍ଷ୍ୟ ରହିଛି । ଦୃଢସଂକଳ୍ପ ସହ ଆମକୁ ଦେଶ ଗଠନରେ ଲାଗିବାକୁ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength