“Now is the time to leave the old challenges behind, and take full advantage of the new possibilities”
“For a fast pace of development, we have to work with a new approach, with new thinking”
“Tourism sector in the state received a boost due to the infrastructural developments and increased connectivity”
“We are committed to taking benefits of development equally to all sections and citizens”
“People of J&K hate corruption, I always felt their pain”
“Jammu & Kashmir is the pride of every Indian. Together we have to take Jammu & Kashmir to new heights”

ଜାମ୍ମୁ-କାଶ୍ମୀରର ଉଦୀୟମାନ ଯୁବକମାନଙ୍କ ପାଇଁ, ଆମ ପୁଅ ଓ ଝିଅମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଜାମ୍ମୁ-କାଶ୍ମୀରରେ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ୩ ହଜାର ଯୁବକମାନଙ୍କୁ ସରକାରଙ୍କ ଠାରେ କାମ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଏହି ଯୁବକମାନଙ୍କୁ ପିଡବ୍ଲୁଡି, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ, ପଶୁପାଳନ, ଜଳଶକ୍ତି, ଶିକ୍ଷା-ସଂସ୍କୃତି ଭଳି ବିଭିନ୍ନ ବିଭାଗରେ ସେବା କରିବାର ସୁଯୋଗ ପାଇବାକୁ ଯାଉଛନ୍ତି । ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ରୋଜଗାର ମେଳାର ଏହି ଆୟୋଜନ ପାଇଁ ଶ୍ରୀମାନ ମନୋଜ ସିହ୍ନା ଜୀଙ୍କୁ ଏବଂ ତାଙ୍କର ପୁରା ଦଳକୁ ମଧ୍ୟ ଶୁଭକାମନା ଜଣାଉଛି । ମୋତେ କୁହାଯାଇଛି ଯେ ଆଗାମୀ ଦିନରେ ଅନ୍ୟ ବିଭାଗର ମଧ୍ୟ ୭୦୦ରୁ ଅଧିକ ନିଯୁକ୍ତିପତ୍ର ଦେବା ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହାର ଲାଭ ଯେଉଁ ଲୋକମାନଙ୍କୁ ମିଳିବ ଏବଂ ତାହା ମଧ୍ୟ କିଛି ଦିନ ମଧ୍ୟରେ ହେବାକୁଯାଉଛି ତାଙ୍କୁ ମଧ୍ୟ ମୁଁ ଆଗରୁ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧି ହେଉଛି ଜାମ୍ମୁ-କାଶ୍ମୀର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦଶକ ଅଟେ । ଏବେ ସମୟ ପୁରୁଣା ଆହ୍ୱାନଗୁଡ଼ିକୁ ପଛରେ ଛାଡ଼ି ନୂତନ ସମ୍ଭାବନାଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ନେବାର ସମୟ ବର୍ତ୍ତମାନ ଅଟେ । ମୁଁ ଖୁସି ଯେ ଜାମ୍ମୁ-କାଶ୍ମୀରର ଯୁବକମାନେ ନିଜ ରାଜ୍ୟର ବିକାଶ, ଜାମ୍ମୁ-କାଶ୍ମୀରବାସୀଙ୍କ ବିକାଶ ପାଇଁ ବହୁ ସଂଖ୍ୟାରେ ଆଗକୁ ଆସୁଛନ୍ତି । ଆମର ଜାମ୍ମୁ-କାଶ୍ମୀରର ଯୁବକମାନେ ହିଁ ବିକାଶର ଏକ ନୂଆ କାହାଣୀ ଲେଖିବେ । ତେଣୁ, ଆଜି ଏହି ରାଜ୍ୟରେ ନିଯୁକ୍ତିମେଳାର ଆୟୋଜନ ସ୍ୱତନ୍ତ୍ର ହୋଇପାରିଛି ।

ସାଥୀମାନେ,

ବିକାଶର ଦ୍ରୁତ ଗତି ପାଇଁ, ଆମକୁ ନୂତନ ଚିନ୍ତାଧାରା ସହିତ, ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବାକୁ ପଡ଼ିବ । ଜାମ୍ମୁ-କାଶ୍ମୀର ବର୍ତ୍ତମାନ ନୂତନ ପ୍ରଣାଳୀରେ, ସ୍ୱଚ୍ଛ ଏବଂ ସମ୍ବେଦନଶୀଳ ପ୍ରଣାଳୀରେ ନିରନ୍ତର ବିକାଶ ପାଇଁ ଉଦ୍ୟମ କରୁଛି । ମୋତେ କୁହାଯାଇଛି ଯେ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୩ଠ ହଜାର ସରକାରୀ ପଦବୀ ନିଯୁକ୍ତି ପାଇଛି । ଏଥିମଧ୍ୟରୁ ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୨ଠ ହଜାର ଚାକିରି ଦିଆଯାଇଛି । ଏହା ସ୍ୱାଗତଯୋଗ୍ୟ, ଏହା ଅଭିନନ୍ଦନର ଯୋଗ୍ୟ ଅଟେ । ମୁଁ ବିଶେଷ ଭାବେ ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାଇ ମନୋଜ ସିହ୍ନା ଜୀ ଏବଂ ତାଙ୍କର ପୂରା ଦଳକୁ ଅଶେଷ ଧନ୍ୟବାଦ ଜଣାଉଛି । ‘ଯୋଗ୍ୟତାରୁ ରୋଜଗାର’ର ଯେଉଁ ମନ୍ତ୍ରକୁ ନେଇ ସେ ଚାଲିଛନ୍ତି, ସେହି ରାଜ୍ୟର ଯୁବଗୋଷ୍ଠୀ ଠାରେ ନୂଆ ବିଶ୍ୱାସ ସୃଷ୍ଟି କରୁଛି ।

ସାଥୀମାନେ,

ଗତ ୮ ବର୍ଷରେ ରୋଜଗାର ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଅକ୍ଟୋବର ୨୨ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ‘ରୋଜଗାର ମେଳା’ ଏହାର ଏକ ଲିଙ୍କ୍ ଅଟେ । ଏହି ଅଭିଯାନ ଅଧିନରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା କିଛି ମାସ ମଧ୍ୟରେ କେନ୍ଦ୍ର ସରକାର ୧ଠ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରିବେ । ଜାମ୍ମୁ-କାଶ୍ମୀର ଭଳି ବିଭିନ୍ନ ରାଜ୍ୟ ମଧ୍ୟ ଏହି ଅଭିଯାନ ସହିତ ଜଡ଼ିତ ଥିବାରୁ, ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ଜାମ୍ମୁ-କାଶ୍ମୀରରେ ରୋଜଗାର ବୃଦ୍ଧି ପାଇଁ ଆମେ ଏଠାରେ ବ୍ୟବସାୟ ପରିବେଶକୁ ମଧ୍ୟ ବିସ୍ତାର କରିଛୁ । ଆମର ନୂତନ ଔଦ୍ୟୋଗିକ ନୀତି ଏବଂ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନରେ ବ୍ୟବସାୟରେ ସହଜତା ପାଇଁ ରାସ୍ତା ପରିସ୍କାର କରିଛି । ଏଠାରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ଜବରଦସ୍ତ ପ୍ରୋତ୍ସାହନ ମିଳିଛି । ଜାମ୍ମୁ-କାଶ୍ମୀରରେ ପୁଞ୍ଜି ବିନିଯୋଗର ବୃଦ୍ଧି ସହିତ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ବିକାଶ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ଉପରେ ଯେଉଁ ଗତିରେ କାର୍ଯ୍ୟ ହେଉଛି, ତାହା ଏଠିକାର ସମସ୍ତ ଅର୍ଥ ବ୍ୟବସ୍ଥାକୁ ପରିବର୍ତ୍ତନ କରିବ । ଯେମିତି, ଆମେ କାଶ୍ମୀର ପର୍ଯ୍ୟନ୍ତ ଟ୍ରେନ୍ ସଂଯୋଗ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଶ୍ରୀନଗରରୁ ଶାରଜାହ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇସାରିଛି । ଜାମ୍ମୁ-କାଶ୍ମୀରରୁ ରାତିରେ ମଧ୍ୟ ବିମାନ ଉଡ଼ାଣ ଆରମ୍ଭ କରିଛି । ଏଠାରେ ଥିବା କୃଷକମାନଙ୍କ ମଧ୍ୟରେ ଏହି ସଂଯୋଗୀକରଣ ଯୋଗୁ ବହୁ ଲାଭ ପାଇଛନ୍ତି । ଜାମ୍ମୁ-କାଶ୍ମୀରର ଆପଲ ଚାଷୀମାନଙ୍କ ପାଇଁ ଏବେ ସେମାନଙ୍କ ଉତ୍ପାଦକୁ ପଠାଇବା ସହଜ ହୋଇଛି । ଡ୍ରୋନ ମାଧ୍ୟମରେ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତାହାଦ୍ୱାରା ମଧ୍ୟ ଏଠିକାର ଫଳ ଉତ୍ପାଦକ ଚାଷୀଙ୍କୁ ବିଶେଷ ସହାୟତା ମିଳିବାକୁ ଯାଉଛି ।

ସାଥୀମାନେ,

ଜାମ୍ମୁ-କାଶ୍ମୀର ଯେଉଁଭଳି ଭାବରେ ଭିତ୍ତିଭୂମିର ବିକାଶ ହେଉଛି, ସଂଯୋଗ ବୃଦ୍ଧି ପାଉଛି, ଏହା ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ମଜବୁତ କରିଛି । ଆମେ ଦେଖିଛୁ ଯେ କେମିତି ଏଥର ଜାମ୍ମୁ-କାଶ୍ମୀରକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ରାଜ୍ୟରେ ଆଜି ଯେତିକି ରୋଜଗାର - ସ୍ୱରୋଜଗାର ପାଇଁ ଅବସର ଖୋଲିଛି, ତାହା କିଛି ବର୍ଷ ପୂର୍ବରୁ କେହି କଳ୍ପନା କରିପାରି ନ ଥିଲେ । ଏହା ହେଉଛି ଆମର ପ୍ରୟାସ ଯେ ସରକାରୀ ଯୋଜନାର ଲାଭ ସମାଜର ପ୍ରତ୍ୟେକ ବିଭାଗରେ କୌଣସି ଭେଦଭାବ ବିନା ପହଞ୍ଚôଥାଏ । ବିକାଶର ସମାନ ଲାଭ ସମସ୍ତ ବିଭାଗକୁ, ସମସ୍ତ ଲୋକଙ୍କ ପାଇଁ ନେବାକୁ ଆମେ ପ୍ରତିବଦ୍ଧ । ସାମଗ୍ରିକ ବିକାଶର ଏହି ମଡେଲ ସହିତ ସରକାରୀ ଚାକିରି ସହିତ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପ ମଧ୍ୟ ପ୍ରସ୍ତୁତ ହେଉଛି । ଜାମ୍ମୁ-କାଶ୍ମୀରରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ୨ଟି ନୂତନ ଏମ୍ସ, ୭ଟି ନୂତନ ମେଡିକାଲ କଲେଜ, ୨ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୧୫ଟି ନର୍ସିଂ କଲେଜ ଖୋଲିବା ସହିତ ଏଠାରେ ପ୍ରତିଭା ପାଇଁ ଅଧିକ ନୂତନ ସୁଯୋଗ ସୃଷ୍ଟି ହେବ ।

ସାଥୀମାନେ,

ଜାମ୍ମୁ-କାଶ୍ମୀରର ଲୋକମାନେ ସର୍ବଦା ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ସ୍ୱଚ୍ଛତାକୁ ପ୍ରଶଂସା କରିଛନ୍ତି । ଆଜି ଯେଉଁ ପୁଅ ଝିଅମାନେ ଆମର ଯୁବଗୋଷ୍ଠୀ ସରକାରୀ ସେବାରେ ଆସୁଛନ୍ତି, ସେମାନଙ୍କୁ ସ୍ୱଚ୍ଛତାକୁ ପ୍ରାଥମିକତା ଦେବାକୁ ପଡ଼ିବ । ଯେତେବେଳେ ବି ମୁଁ ଜାମ୍ମୁ-କାଶ୍ମୀରର ଲୋକଙ୍କୁ ଭେଟିଥିଲି, ମୁଁ ସବୁବେଳେ ସେମାନଙ୍କର ଯନ୍ତ୍ରଣା ଅନୁଭବ କରୁଥିଲି । ଏହି ଯନ୍ତ୍ରଣା ଥିଲା - ବ୍ୟବସ୍ଥାରେ ଭ୍ରଷ୍ଟାଚାର । ଜାମ୍ମୁ-କାଶ୍ମୀରର ଲୋକମାନେ ଦୁର୍ନୀତିକୁ ଘୃଣା କରିଥାନ୍ତି । ମୁଁ ମନୋଜ ସିହ୍ନା ଜୀ ଏବଂ ତାଙ୍କର ଦଳକୁ ଏହି କଥା ପାଇଁ ମଧ୍ୟ ପ୍ରଶଂସା କରିବି ଯେ ସେଇ ଭ୍ରଷ୍ଟାଚାରରୂପୀ ରୋଗକୁ ଶେଷ କରିବା ପାଇଁ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି । ଯେଉଁ ଯୁବଗୋଷ୍ଠୀ ବର୍ତ୍ତମାନ ରାଜ୍ୟ ଶାସନର ଅଂଶ ହୋଇଛନ୍ତି, ତାଙ୍କର ଏହି ଦାୟିତ୍ୱ ଯେ ସେହି ପାରଦର୍ଶିତାର ପ୍ରୟାସକୁ, ସ୍ୱଚ୍ଛ ଶାସନର ପ୍ରୟାସ ପାଇଁ ମନୋଜ ସିହ୍ନା ଜୀଙ୍କର ପ୍ରକୃତ ବନ୍ଧୁ ହୋଇ ନୂତନ ଶକ୍ତି ଦେବେ । ମୋତେ ବିଶ୍ୱାସ ଅଛି ଯେ ଯେଉଁ ଯୁବ ଗୋଷ୍ଠୀମାନଙ୍କୁ ଆଜି ନିଯୁକ୍ତିପତ୍ର ମିଳିଛି, ସେହି ନୂତନ ଦାୟିତ୍ୱକୁ ପୂରା ନିଷ୍ଠା ଏବଂ ଏକାଗ୍ରତାର ସହ ନିର୍ବାହ କରିବେ। ଜାମ୍ମୁ-କାଶ୍ମୀର ପ୍ରତ୍ୟେକ ଭାରତୀୟଙ୍କର ଗୌରବ ଅଟେ । ଆମେ ମିଳିମିଶି ଜାମ୍ମୁ-କାଶ୍ମୀରକୁ ନୂତନ ଶିଖରକୁ ନେବାକୁ ହେବ । ଆମ ସମ୍ମୁଖରେ ୨୦୪୭ର ବିକଶିତ ଭାରତର ବିରାଟ ଲକ୍ଷ୍ୟ ମଧ୍ୟ ଅଛି, ଯାହାକୁ ପୂରଣ କରିବାରେ ଆମକୁ ମଜବୁତ ସଂକଳ୍ପ ସହିତ ରାଷ୍ଟ୍ର ନିର୍ମାଣରେ ଜଡ଼ିତ ହେବାକୁ ପଡ଼ିବ । ପୁନର୍ବାର, ମୁଁ ଜାମ୍ମୁ-କାଶ୍ମୀରର ପୁଅ ଏବଂ ଝିଅମାନଙ୍କୁ ସେମାନଙ୍କ ଜୀବନର ଏହି ନୂତନ ଆରମ୍ଭ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରୁଛି । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts