The Rule of Law has been a core civilizational value of Indian society since ages: PM Modi
About 1500 archaic laws have been repealed, says PM Modi
No country or society of the world can claim to achieve holistic development or claim to be a just society without Gender Justice: PM Modi

ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସୁପ୍ରିମକୋର୍ଟ ଓ ହାଇକୋର୍ଟର ସମ୍ମାନିତ ବିଚାରପତି ବୃନ୍ଦ, ବିଶିଷ୍ଟ ଆଇନଜୀବୀମାନେ ଓ ବିଦେଶାଗତ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।

ବିଶ୍ୱର କୋଟି କୋଟି ନାଗରିକଙ୍କ ଆସ୍ଥା ଓ ବିଶ୍ୱାସ ସୁନିଶ୍ଚିତ କରୁଥିବା ନ୍ୟାୟ ବ୍ୟବସ୍ଥାର ଏହି ସମ୍ମିଳନୀରେ ଉପସ୍ଥିତ ହୋଇ ପାରିଥିବାରୁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ସମ୍ମିଳନୀଟି ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭରୁ ପାଳିତ ହେଉଛି ।

ଏହି ଦଶନ୍ଧିରେ କେବଳ ଭାରତ ନୁହେଁ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ହେବାକୁ ଯାଉଛି । ସାମାଜିକ, ଅର୍ଥନୈତିକ ଓ ପ୍ରଯୁକ୍ତି କ୍ଷେତ୍ରରେ ଏସବୁ ପରିବର୍ତ୍ତନ ହେବ । ତେବେ ଏହା ତର୍କ ଓ ନ୍ୟାୟ ସଙ୍ଗତ ହେବା ଉଚିତ । ତେଣୁ ସମ୍ମିଳନୀର ଶୀର୍ଷକ ‘ନ୍ୟାୟତନ୍ତ୍ର ଓ ବଦଳୁଥିବା ବିଶ୍ୱ’ ଯଥାର୍ଥ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଜାତିର ପିତା ମହାତ୍ମାଗାନ୍ଧିଙ୍କ 150ତମ ଜନ୍ମ ଜୟନ୍ତୀ ଦେଶ ପାଳୁଥିବା ଅବସରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ମାମଲା ପାଇବାକୁ କମିଶନ ଦେବାକୁ ପଡ଼ିବାରୁ ମହାତ୍ମା କିପରି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଧୁତା ଓ ସେବା ଉପରେ ମହାତ୍ମାଙ୍କ ବିଶ୍ୱାସ ତାଙ୍କ ଲାଳନପାଳନ ତଥା ଭାରତୀୟ ପରମ୍ପରା ଓ ସଂସ୍କୃତି ଅଧ୍ୟୟନରୁ ଆସିଥିଲା ।

ଆଇନ ରାଜାଙ୍କ ରାଜା, ଆଇନ ସର୍ବୋପରି ବୋଲି ଥିବା ଧାରଣା ଉପରେ ଭାରତର ଦର୍ଶନ ପର୍ଯ୍ୟବସିତ ।

ଏହି ଦର୍ଶନକୁ ବିଶ୍ୱାସ କରି ସମସ୍ତ 130 କୋଟି ଭାରତୀୟ ନିକଟରେ ନ୍ୟାୟପାଳିକା ପ୍ରଦାନ କରିଥିବା ରାୟକୁ ନୀରବ ଓ ଶାନ୍ତିପୂର୍ଣ୍ଣ ଭାବେ ଗ୍ରହଣ କରିଥିଲେ ।

ସମ୍ବିଧାନ କେବଳ ଆଇନଜୀବୀଙ୍କ ଦସ୍ତାବିଜ ନୁହେଁ, ଏହା ଜୀବନକୁ ଆଗେଇ ନେବାର ମାଧ୍ୟମ ଓ ଏହାର ଆଧାର ସବୁବେଳେ ବିଶ୍ୱାସ ବୋଲି ଡଃ ବି.ଆର. ଆମ୍ବେଦକରଙ୍କ ଉକ୍ତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଭାବନାକୁ ଆମ ଦେଶର ଅଦାଲତଗୁଡ଼ିକ ଆଗେଇ ନେଇଛନ୍ତି ତଥା ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଜୀବନ୍ତ ରଖିଛନ୍ତି ।

 

ପରସ୍ପରର ସୀମାକୁ ବୁଝି ସମସ୍ତ ଆହ୍ୱାନର ସମ୍ମୁଖୀନ ହୋଇ ଅନେକ ସମୟରେ ସମ୍ବିଧାନର ତିନିଟି ସ୍ତମ୍ଭ ଦେଶ ପାଇଁ ପ୍ରକୃତ ରାସ୍ତା ଖୋଜି ପାଇଥାନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ସଂସ୍ଥାନ ଏହି ପରମ୍ପରାକୁ ମଜବୁତ କରିଛନ୍ତି ।

ଦେଶରୁ ପ୍ରାୟ 15ଶହ ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ ହୋଇଛି ଓ ସମାଜକୁ ମଜବୁତ କରିବା ପାଇଁ ଅନେକ ନୂତନ ଆଇନ ପ୍ରଣୟନ ହୋଇଛି ।

ଏହି ସମ୍ମିଳନୀରେ “ବିଶ୍ୱରେ ଲିଙ୍ଗଗତ ନ୍ୟାୟ” ଥିମ୍ ସାମିଲ କରା ଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଲିଙ୍ଗଗତ ନ୍ୟାୟ ବିନା ବିଶ୍ୱର କୌଣସି ଦେଶ, କୌଣସି ସମାଜ ପୂର୍ଣ୍ଣ ବିକଶିତ ହୋଇ ପାରିନାହିଁ କିମ୍ବା ନ୍ୟାୟ ପାଇ ପାରିନାହିଁ । ଲିଙ୍ଗଗତ ସମାନତା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯଥା- ସେନାରେ ଝିଅମାନଙ୍କ ନିଯୁକ୍ତି, ଫାଇଟର ପାଇଲଟ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଓ ଖଣିଗୁଡ଼ିକରେ ରାତିରେ କାମ କରିବାର ସ୍ୱାଧୀନତା ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । କର୍ମଜୀବୀ ମହିଳାଙ୍କୁ 26 ସପ୍ତାହ ସବୈତନିତ ଛୁଟି ପ୍ରଦାନ କରୁଥିବା ବିଶ୍ୱର କିଛି ଦେଶଙ୍କ ମଧ୍ୟରେ ଭାରତ ସାମିଲ ଥିବା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ସେ ପରିବେଶ ଓ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସହ ନିରନ୍ତର ଦିଗଦର୍ଶନ ଦେଉଥିବାରୁ ନ୍ୟାୟପାଳିକାକୁ ଧନ୍ୟବାଦ ଦେଇଥିଲେ । ଭିତ୍ତିଭୂମି ନିର୍ମାଣ ସହିତ ପରିବେଶ ରକ୍ଷା ହୋଇପାରିବ ବୋଲି ଭାରତ ଦେଖାଇ ଦେଇଛି ।

ତ୍ୱରିତ ନ୍ୟାୟ ପାଇଁ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ସରକାର ଦେଶର ସମସ୍ତ ଅଦାଲତକୁ ଇ-କୋର୍ଟ ସମନ୍ୱିତ ମିଶନ ମୋଡ ପ୍ରକଳ୍ପରେ ଯୋଡିବାକୁ ପ୍ରୟାସ ଚାଲିଛି । ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ ସ୍ଥାପନ ଦ୍ୱାରା ଅଦାଲତ ପ୍ରକ୍ରିୟା ସହଜ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମାନବୀୟ ବିବେକବୋଧର ସମନ୍ୱୟ ଭାରତର ନ୍ୟାୟ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the King of Jordan
March 02, 2026

Prime Minister Narendra Modi spoke with His Majesty King Abdullah II, the King of Jordan.

The Prime Minister conveyed deep concern at the evolving situation in the region. He reaffirmed support for the peace, security, and well-being of the people of Jordan.

The Prime Minister also thanked His Majesty for taking care of the Indian community in Jordan in this difficult hour.

The Prime Minister shared on X;

"Spoke with His Majesty King Abdullah II, the King of Jordan. Conveyed our deep concern at the evolving situation in the region. We reaffirm our support for peace, security and the well-being of the people of Jordan. I thanked him for taking care of the Indian community in Jordan in this difficult hour."