ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମର ବ୍ୟବହାର ପଦ୍ଧତି ଏବଂ ପରିବେଶ ଉପରେ ଏହାର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ ସେ ବିଷୟରେ ବିଚାର କରିବା ଆବଶ୍ୟକ ।ସେ କହିଛନ୍ତି ଏ କ୍ଷେତ୍ରରେ ଆସୁଥିବା ଅନେକ ଆହ୍ୱାନର ସମାଧାନ ଦିଗରେ ସର୍କୁଲାର ଇକୋନୋମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିବ ।ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ଅଷ୍ଟ୍ରେଲିଆ ବୃତ୍ତିଗତ ହାକାଥନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିନିଷଗୁଡିକର ପୁନଃ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ଦୂର କରିବା ଓ ସମ୍ପଦର ଦକ୍ଷତା ବୃଦ୍ଧି ଆମ ଜୀବନଶୈଳୀର ଏକ ଅଂଶ ହେବା ଆବଶ୍ୟକ । ସେ ଆଶା ପ୍ରକଟ କରିଛନ୍ତି ଯେ ହ୍ୟାକଥନରେ ପ୍ରଦର୍ଶିତ ଉଦ୍ଭାବନ ଦୁଇ ଦେଶକୁ ସର୍କୁଲାର ଇକୋନୋମୀ ସମାଧାନରେ ନେତୃତ୍ୱ ନେବାକୁ ପ୍ରେରଣା ଯୋଗାଇବ । ଏହି ଚିନ୍ତାଧାରାକୁ ଆକଳନ ଏବଂ ଅନ୍ତର୍ଭୁକ୍ତ କରିବାର ଉପାୟ ଖୋଜିବାକୁ ମଧ୍ୟ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଧରିତ୍ରୀ ମା’ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଜିନିଷର ମାଲିକ ନୁହଁ, ବରଂ ଭବିଷ୍ୟତ ପୀଢି ପାଇଁ କେବଳ ଏହାର ଟ୍ରଷ୍ଟି ଅଟୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହାକାଥନରେ ଆଜିର ଯୁବ ଅଂଶଗ୍ରହଣକାରୀଙ୍କ ଶକ୍ତି ଏବଂ ଉତ୍ସାହ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ଭାଗିଦାରୀର ପ୍ରତୀକ ଅଟେ । କୋଭିଡ ପରବର୍ତ୍ତୀ ବିଶ୍ୱ ଗଠନରେ ଶକ୍ତିଶାଳୀ ଭାରତ-ଅଷ୍ଟ୍ରେଲିଆ ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆମର ଯୁବକ, ଆମର ଯୁବ ଉଦ୍ଭାବକ, ଆମର ଷ୍ଟାର୍ଟଅପ୍ ଏହି ସହଭାଗୀତାର ଅଗ୍ରଭାଗରେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships