ବନ୍ଧୁଗଣ,

ଗତ ବର୍ଷ ଜୁନ ମାସରେ ଚକ୍ରୀୟ ଅର୍ଥ ବ୍ୟବସ୍ଥା ଉପରେ ଏକ ହକାଥନ ଆୟୋଜନ ସମ୍ଭାବନା ଦେଇ ମୁଁ ପ୍ରଧାନମନ୍ତ୍ରୀ ମୋରିସନଙ୍କ ସହ ଆଲୋଚନା କରିଥିଲି ।

ମୁଁ ଖୁସି ଯେ ଆମର ଚିନ୍ତାଧାରା ଖୁବ ଶୀଘ୍ର ସାକାର ହୋଇପାରିଛି । ଏଭଳି ମିଳିତ ଉଦ୍ୟମ ପାଇଁ ସହାୟତା କରିଥିବାରୁ ମୁଁ ମୋ ବନ୍ଧୁ ତଥା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଉଛି ।

କୋଭିଡ-19 ବୈଶ୍ୱିକ ମହାମାରୀ ସତ୍ତ୍ୱେ ଏଥିରେ ଯୋଗ ଦେବାପାଇଁ ଅଙ୍ଗୀକାରବଦ୍ଧ ହୋଇଥିବା ଯୋଗୁଁ ଅଂଶଗ୍ରହଣକାରୀମାନଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି ।

ମୋ ଦୃଷ୍ଟିରେ ଆପଣମାନେ ସମସ୍ତେ ବିଜେତା ।

ବନ୍ଧୁଗଣ,

ଆଜି ଯେତେବେଳେ ଜଳବାୟୁ ପରିବର୍ତ୍ତନ ଲାଗି ସମଗ୍ର ମାନବ ସମାଜ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି, ସାରା ପୃଥିବୀ ନିମନ୍ତେ ଏହି ହକାଥନର ବିଷୟବସ୍ତୁ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ।

ବ୍ୟବହାର ଭିତ୍ତିକ ଆର୍ଥିକ ମଡେଲ ଗୁଡିକ ଆମ ପୃଥିବୀ ପାଇଁ ଅନେକ ଯନ୍ତ୍ରଣା ସୃଷ୍ଟି କରିଛି ।

ଆମେ ଏ କଥା ଭୂଲିବା ଅନୁଚିତ ଯେ ଧରିତ୍ରୀ ମାତା ଅବଦାନର ଆମେ ମାଲିକ ନୁହେଁ ଆମେ କେବଳ ଆମ ଉତ୍ତରପୀଢ଼ିର ଭବିଷ୍ୟତ ପାଇଁ ଏହାର ରକ୍ଷାକର୍ତ୍ତା । ଆମେ ଆମର ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ କମ ପ୍ରଦୂଷଣକ୍ଷମ କରିଦେବା ଯଥେଷ୍ଟ ନୁହେଁ । ଜଣେ ଯେତେ ଦୃତ ଗତିରେ ଗାଡିଚାଳନା କଲେ ମଧ୍ୟ ଯଦି ଅବାଟରେ ଯାଉଥାଏ ତେବେ ସେ ନିଶ୍ଚିତ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ନାହିଁ । ସେ ଦୃଷ୍ଟିରୁ ଆମକୁ ଆମର ଲକ୍ଷ୍ୟ ସ୍ଥିର କରିବାକୁ ପଡିବ । ଆମକୁ ନିଶ୍ଚିତ ଭାବେ ଆମର ବ୍ୟାବହାରିକ ଧାରା ପ୍ରତି ଦୃଷ୍ଟି ଦେବାକୁ ପଡିବ ଯାହା ଦ୍ୱାରା ଆମେ ତାହାର ପରିବେଶୀୟ ପ୍ରଭାବକୁ ହ୍ରାସ କରିପାରିବା ।

ଏହିଠାରେ ଚକ୍ରୀୟ ଅର୍ଥ ବ୍ୟବସ୍ଥାର ପ୍ରଶ୍ନ ଉଠେ । ଏହା ହିଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାପାଇଁ ମୁଖ୍ୟ ରାସ୍ତା ଦେଖାଇବ । ପୁନଃ ପ୍ରକ୍ରିୟାକରଣ ଓ ଜିନିଷର ପୁନଃ ବ୍ୟବହାର, ବଜ୍ୟବସ୍ତୁ ପରିତ୍ୟାଗ ଓ ଆମର ସମ୍ପଦ ଦକ୍ଷତା ବୃଦ୍ଧି ଆମ ଜୀବନଧାରଣର ଅଂଶ ହେବା ଦରକାର ।

ଭାରତୀୟ ଓ ଅଷ୍ଟ୍ରେଲୀୟ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ ଏବଂ ଉଦ୍ୟୋଗୀମାନଙ୍କ ଠାରୁ ଏହି ହକାଥନ ଯୋଗୁଁ ଅନେକ ସମାଧାନର ସୂତ୍ର ମିଳିପାରିଛି । ଏହି ସମାଧାନର ସୂତ୍ର ସମୂହ ଚକ୍ରୀୟ ଅର୍ଥ ବ୍ୟବସ୍ଥା ତତ୍ତ୍ୱ ପ୍ରତି ଆପଣଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି ।

ମୁଁ ନିଃସନ୍ଦେହ ଯେ ଆପଣମାନଙ୍କ ସମାଧାନର ସୂତ୍ର ଆମ ଦୁଇ ଦେଶକୁ ଚକ୍ରୀୟ ଅର୍ଥ ବ୍ୟବସ୍ଥାର ସମାଧାନ ପାଇଁ ପ୍ରୋତ୍ସାହିତ କରିବ ।

ସେ ଦୃଷ୍ଟିରୁ ଆମେ ଏବେ ନିଶ୍ଚିତ ଭାବେ ଏହି ବିଚାରଧାରାକୁ ଅଧିକ ମାର୍ଜିତ କରିବାକୁ ଚେଷ୍ଟା କରିବା ।

ବନ୍ଧୁଗଣ,

ଯୁବଗୋଷ୍ଠୀକୁ ନୂତନ ଚିନ୍ତାଧାରା ଓ ଉଦ୍ଭାବନ ପ୍ରତି ଖୋଲା ମନୋଭାବ ଓ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ମିଳିଥାଏ ।

ଆଜିର ଯୁବଗୋଷ୍ଠୀଙ୍କ ଶକ୍ତି ଓ ଉତ୍ସାହ ଭାରତ-ଅଷ୍ଟ୍ରେଲିଆ ଭାଗୀଦାରିତା ଓ ସହଯୋଗର ଏକ ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ।

ଆମ ଯୁବଗୋଷ୍ଠୀର ଶକ୍ତି, ସୃଜନଶୀଳତା ଓ ଉନ୍ନତ ଚିନ୍ତାଧାରା ଉପରେ ମୋର ଗଭୀର ଆସ୍ଥା ରହିଛି ।

ସେମାନେ ଏକ ନିରନ୍ତର ଓ ସାମଗ୍ରୀକ ସମାଧାନ ଦେଇପାରିବେ ଯାହା କେବଳ ଦୁଇ ଦେଶକୁ ନୁହଁ ବରଂ ସମଗ୍ର ବିଶ୍ୱର ଉପକାରର ଆସିବ । କୋଭିଡ-19 ପରବର୍ତ୍ତୀ ସମୟରେ ଭାରତ-ଅଷ୍ଟ୍ରେଲିଆ ଦୃଢ଼ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଅଂଶୀଦାରିତାରେ ଆମର ଯୁବ ସମାଜ, ଷ୍ଟାର୍ଟଅପ ଓ ଯୁବ ଉଦ୍ଭାବକ ଅଗ୍ରଦୂତ ଭାବେ କାର୍ଯ୍ୟ କରିବେ ।

ଧନ୍ୟବାଦ

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.