ଆନ୍ତର୍ଜାତୀୟ ବିଗ୍‍ କ୍ୟାଟ୍‍ ଆଲାଏନ୍ସର ଶୁଭାରମ୍ଭ କରିଛନ୍ତି
ବାଘ ସଂଖ୍ୟା ୩୧୬୭ ଥିବା ଘୋଷଣା କରିଛନ୍ତି
ବାଘ ସଂରକ୍ଷଣ ଉପରେ ସ୍ମରଣୀୟ ମୁଦ୍ରା ଏବଂ ଅନେକ ପୁସ୍ତକର ଉନ୍ମୋଚନ କରିଛନ୍ତି
“ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗର୍ବର ମୁହୂର୍ତ୍ତ”
“ଭାରତ ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ଥିବା ବିବାଦକୁ ବିଶ୍ୱାସ କରେ ନାହିଁ, ଉଭୟଙ୍କ ସହଭାଗିତାକୁ ସମାନ ଗୁରୁତ୍ୱ ଦେଇଥାଏ”
“ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରକୃତିର ସୁରକ୍ଷା ହେଉଛି ସଂସ୍କୃତିର ଏକ ଅଂଶ”
“ବାଘଙ୍କ ଉପସ୍ଥିତି ସବୁଠାରେ ସ୍ଥାନୀୟ ଲୋକଙ୍କ ଜୀବନ ଏବଂ ପରିବେଶ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଛି”
“ବନ୍ୟଜନ୍ତୁ ସୁରକ୍ଷା ଗୋଟିଏ ଦେଶର ପ୍ରସଙ୍ଗ ନୁହେଁ ବରଂ ଏକ ଆର୍ନ୍ତଜାତୀୟ ପ୍ରସଙ୍ଗ”
“ବିଶ୍ୱର ୭ ଟି ପ୍ରଜାତିର ବାଘଙ୍କ ସଂରକ୍ଷଣ ଉପରେ ଆନ୍ତର୍ଜାତୀୟ ବିଗ୍‍ କ୍ୟାଟ ଆଲାଏନ୍ସର ଧ୍ୟାନ ରହିବ”
“ମାନବ ଜାତିର ଉଜ୍ୱଳ ଭବିଷ୍ୟତ ସେତେବେଳେ ସମ୍ଭବ ହେବ ଯେତେବେଳେ ପରିବେଶ ସୁରକ୍ଷିତ ରହିବ ଏବଂ ଜୈବ ବିବିଧତା ନିୟମିତ ଭାବେ ବୃଦ୍ଧି ପାଇବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ସ୍ଥିତ ମହୀଶୂର ବିଶ୍ୱବିଦ୍ୟାଳୟ ଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଟରନେସନାଲ ବିଗ୍‍ କ୍ୟାଟ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବ୍ୟାଘ୍ର ସଂରକ୍ଷଣର ପରିଚାଳନା ପ୍ରଭାବର ମୂଲ୍ୟାଙ୍କନର ୫ ମ ଚକ୍ରର ଏକ ସାରାଂଶ ରିପୋର୍ଟ "ଅମୃତ କାଲ କା ଭିଜନ ଫର ଟାଇଗର କନଜରଭେସନ” ପୁସ୍ତକର ଉନ୍ମୋଚନ କରିଥିଲେ, ବାଘ ସଂଖ୍ୟା ଘୋଷଣା କରି ସର୍ବ ଭାରତୀୟ ବ୍ୟାଘ୍ର ଆକଳନ (୫ମ ଚକ୍ର) ର ସାରାଂଶ ରିପୋର୍ଟ ଉନ୍ମୋଚନ କରିଥିଲେ । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ଜାରି କରିଥିଲେ ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତରେ ବାଘ ସଂଖ୍ୟା ବୃଦ୍ଧିର ଶୁଭ ମୁହୂର୍ତ୍ତ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଠିଆ ହୋଇ ବାଘମାନଙ୍କୁ ସମ୍ମାନ ଜଣାଇଥିଲେ । ସେ କହିଛନ୍ତି ଯେ ପ୍ରୋଜେକ୍ଟ ଟାଇଗରର ଆଜି ୫୦ ବର୍ଷ ପୂରଣ ହେବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ସମସ୍ତେ ସାକ୍ଷୀ ଅଟନ୍ତି ଏବଂ ଏହାର ସଫଳତା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗର୍ବର ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ କେବଳ ବାଘ ଜନସଂଖ୍ୟାକୁ ହ୍ରାସକୁ ରୋକି ନାହିଁ ବରଂ ଏକ ପରିବେଶ ମଧ୍ୟ ଯୋଗାଇ ଦେଇଛି ଯେଉଁଠାରେ ବାଘମାନେ ବଂଶ ବିସ୍ତାର କରିପାରିବେ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଭାରତୀୟ ସ୍ୱାଧୀନତାର ୭୫ ତମ ବର୍ଷରେ ଭାରତରେ ବିଶ୍ୱର ୭୫% ବାଘ ରହିଛନ୍ତି । ଏହା ମଧ୍ୟ ଏକ ସଂଯୋଗର ବିଷୟ, ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଭାରତରେ ବାଘ ସଂରକ୍ଷଣ ୭୫,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ଏବଂ ଗତ ଦଶରୁ ବାର ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫% ବୃଦ୍ଧି ପାଇଛି ।

ଭାରତରେ ବୃଦ୍ଧି ପାଉଥିବା ବାଘ ସଂଖ୍ୟା ବିଷୟରେ ଅନ୍ୟ ଦେଶ ସହିତ ଏହାର ତୁଳନା କରି ଏହି ସଂଖ୍ୟା ବଢୁଛି ନା କମୁଛି, ବିଶ୍ୱର ବନ୍ୟଜନ୍ତୁ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବାବେଳେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଉତ୍ତର ଭାରତର ପରମ୍ପରା ଓ ସଂସ୍କୃତି ମଧ୍ୟରେ ଲୁଚି ରହିଛି ଏବଂ ଜୈବ ବିବିଧତା ଏବଂ ପରିବେଶ ପ୍ରତି ଏହାର ପ୍ରାକୃତିକ ଉତ୍ସାହ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ଥିବା ବିବାଦକୁ ଭାରତ ବିଶ୍ୱାସ କରେ ନାହିଁ ଏବଂ ଉଭୟଙ୍କ ସହଭାଗିତାକୁ ସମାନ ଗୁରୁତ୍ୱ ଦେଇଥାଏ । ଭାରତର ଇତିହାସରେ ବାଘର ଗୁରୁତ୍ୱକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରଦେଶର ଦଶ ହଜାର ବର୍ଷ ପୁରୁଣା ପଥର ଉପରେ ବାଘର ଛବି ଉପସ୍ଥାପନା ଦେଖିବାକୁ ମିଳିଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଭାରତର ଭାରିଆ ସମ୍ପ୍ରଦାୟ ଏବଂ ମହାରାଷ୍ଟ୍ରର ୱର୍ଲି ସମ୍ପ୍ରଦାୟ ବାଘକୁ ପୂଜା କରୁଥିବାବେଳେ ଭାରତର ଅନେକ ସମ୍ପ୍ରଦାୟ ଏହି ବାଘକୁ ବନ୍ଧୁ ଏବଂ ଭାଇ ଭାବରେ ବିବେଚନା କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମା ଦୁର୍ଗା ଏବଂ ଭଗବାନ ଆୟାପ୍ପା ବାଘ ଉପରେ ବସି ଯାତାୟତ କରୁଥିଲେ ।

 

ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଭାରତର ଅନନ୍ୟ ସଫଳତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରକୃତିର ସୁରକ୍ଷା ହେଉଛି ସଂସ୍କୃତିର ଏକ ଅଂଶ । ସେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ବିଶ୍ୱର ମାତ୍ର ୨.୪ ପ୍ରତିଶତ ଭୂମି ଅଛି, କିନ୍ତୁ ବିଶ୍ୱର ଜୈବ ବିବିଧତା କ୍ଷେତ୍ରରେ ଏହାର ୮ ପ୍ରତିଶତ ଅବଦାନ ରହିଛି । ସେ ପ୍ରକାଶ କରିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସର୍ବବୃହତ ବାଘ ଅଞ୍ଚଳ ଥିବା ଦେଶ, ପ୍ରାୟ ତିରିଶ ହଜାର ହାତୀ ସହିତ ଏସିଆର ହାତୀ କ୍ଷେତ୍ରର ବୃହତ୍ତମ ଦେଶ ଏବଂ ପ୍ରାୟ ତିନି ହଜାର ସଂଖ୍ୟା ବିଶିଷ୍ଟ ବୃହତ୍ତମ ଏକ ଶିଙ୍ଗ ଥିବା ଗଣ୍ଡାର ଦେଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସୀୟ ସିଂହ ଥିବା ଭାରତ ହେଉଛି ଏକମାତ୍ର ଦେଶ ଏବଂ ଏମାନଙ୍କ ସଂଖ୍ୟା ୨୦୧୫ ମସିହାରେ ପ୍ରାୟ ୫୨୫ ରୁ ୨୦୨୦ ରେ ୬୭୫ କୁ ବୃଦ୍ଧି ପାଇଛି । ସେ ଭାରତୀୟ କଲରାପତରିଆ ବାଘ ବଂଶ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ ଯେଉଁମାନଙ୍କ ସଂଖ୍ୟା ୪ବର୍ଷରେ ୬୦ ପ୍ରତିଶତ ବୃଦ୍ଧି ପାଇଛି । ଗଙ୍ଗା ଭଳି ନଦୀକୁ ସଫା କରିବା ପାଇଁ କରାଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ କେତେକ ଜଳଜାତୀୟ ପ୍ରଜାତି, ଯାହା ଏକଦା ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା, ସେଥିରେ ଉନ୍ନତି ଦେଖାଇଛି । ଏହି ସଫଳତା ପାଇଁ ସେ ଲୋକଙ୍କ ଅଂଶଗ୍ରହଣ ଏବଂ ସଂରକ୍ଷଣ ସଂସ୍କୃତିକୁ ଶ୍ରେୟ ଦେଇଛନ୍ତି ।

ଭାରତରେ କରାଯାଇଥିବା କାର୍ଯ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି “ବନ୍ୟଜନ୍ତୁଙ୍କ ଉନ୍ନତି ପାଇଁ ଇକୋସିଷ୍ଟମରେ ଉନ୍ନତି ହେବା ଜରୁରୀ ଅଟେ”। ସେ ଉଲ୍ଲେଖ କରିଛନ୍ତି ଯେ ଦେଶ ରାମସର ସାଇଟ ତାଲିକାରେ ୧୧ ଟି ଆର୍ଦ୍ରଭୂମି ଯୋଡି ହୋଇଛି ଯାହା ସମୁଦାୟ ରାମସର ସାଇଟକୁ ୭୫ ରେ ପହଞ୍ଚାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ୨୦୧୯ ତୁଳନାରେ ଭାରତ ୨୦୨୧ ସୁଦ୍ଧା ୨୨୦୦ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଏବଂ ଗଛ ଆବରଣ ଯୋଡିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ଗୋଷ୍ଠି ସଂରକ୍ଷିତ ଜଙ୍ଗଲ ସଂଖ୍ୟା ୪୩ ରୁ ୧୦୦ କୁ ବୃଦ୍ଧି ପାଇଛି ଏବଂ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟର ସଂଖ୍ୟା ଯେଉଁଠାରେ ସମ୍ବେଦନଶୀଳ ପରିବେଶ ଜୋନ୍ ଗୁଡିକ ୯ ରୁ ୪୬୮ କୁ ବୃଦ୍ଧି କରାଯାଇଥିଲା, ତାହା ମଧ୍ୟ ଏକ ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ।

 

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସିଂହ ବଂଶ ପାଇଁ କାର୍ଯ୍ୟ କରିବା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଗୋଟିଏ ଭୌଗୋଳିକ କ୍ଷେତ୍ରରେ ସୀମିତ ରଖି ବନ୍ୟଜନ୍ତୁଙ୍କୁ ବଞ୍ଚାଯାଇ ପାରିବ ନାହିଁ ବୋଲି କହିଥିଲେ । ସ୍ଥାନୀୟ ଲୋକ ଏବଂ ପଶୁ ମଧ୍ୟରେ ଭାବପ୍ରବଣତା ତଥା ଅର୍ଥନୀତିର ସମ୍ପର୍କ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗୁଜୁରାଟରେ ବନ୍ୟଜନ୍ତୁ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେଉଁଠାରେ ଶିକାର ଭଳି କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନଗଦ ପୁରସ୍କାରର ପ୍ରୋତ୍ସାହନ ଦିଆଯାଇଥିଲା । ଗିର୍‍ ର ସିଂହଙ୍କ ପାଇଁ ଏକ ପୁନର୍ବାସ କେନ୍ଦ୍ର ଖୋଲିବା ଏବଂ ଗିର୍‍ ଅଞ୍ଚଳରେ ଜଙ୍ଗଲ ବିଭାଗରେ ମହିଳା- ରାକ୍ଷୀ ଏବଂ ବନ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ପର୍ଯ୍ୟଟନ ତଥା ପରିବେଶ ପର୍ଯ୍ୟଟନର ବିଶାଳ ସୁଯୋଗ ଉପରେ ଆଲୋକପାତ କରିଛନ୍ତି ଯାହା ବର୍ତ୍ତମାନ ଗିରରେ ପ୍ରତିଷ୍ଠା ହୋଇଛି ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ପ୍ରୋଜେକ୍ଟ ଟାଇଗରର ସଫଳତାର ଅନେକ ପରିମାଣ ରହିଛି ଏବଂ ଏହା ପର୍ଯ୍ୟଟନ କାର୍ଯ୍ୟକଳାପ, ସଚେତନତା କାର୍ଯ୍ୟକ୍ରମ ତଥା ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ମାନବ-ପଶୁ ବିବାଦ ହ୍ରାସ କରିବାରେ ଲାଗିଛି । ବାଘଙ୍କ ଉପସ୍ଥିତି ସ୍ଥାନୀୟ ଲୋକଙ୍କ ଜୀବନ ଏବଂ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦଶନ୍ଧି ପୂର୍ବରୁ ଭାରତରେ ଚିତା ବିଲୁପ୍ତ ହୋଇଥିବାର ଦର୍ଶାଇ ପ୍ରଧାନମନ୍ତ୍ରୀ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆଣିଥିବା ଚିତା ସଂକ୍ରାନ୍ତରେ ଉଲ୍ଲେଖ କରି ଏହା ବାଘଙ୍କ ପ୍ରଥମ ସଫଳ ଉପ ମହାଦେଶୀୟ ସ୍ଥାନାନ୍ତରଣ ବୋଲି ସେ କହିଛନ୍ତି । ସେ ମନେ ପକାଇଲେ ଯେ କିଛି ଦିନ ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ୪ ଟି ସୁନ୍ଦର ଚିତା ଛୁଆ ଜନ୍ମ ହୋଇଛନ୍ତି ଏବଂ କହିଛନ୍ତି ଯେ ପ୍ରାୟ ୭୫ ବର୍ଷ ପୂର୍ବେ ବିଲୁପ୍ତ ହେବା ପରେ ଚିତା ଭାରତରେ ଜନ୍ମ ନେଇଛି । ଜୈବ ବିବିଧତାର ସୁରକ୍ଷା ତଥା ସମୃଦ୍ଧତା ପାଇଁ ଆନ୍ତର୍ଜାତୀୟ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ଅନ୍ତର୍ଜାତୀୟ ମିଳିତ ମଞ୍ଚର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବନ୍ୟଜନ୍ତୁ ସୁରକ୍ଷା ଏକ ଦେଶ ପ୍ରସଙ୍ଗ ନୁହେଁ ବରଂ ଆର୍ନ୍ତଜାତୀୟ ପ୍ରସଙ୍ଗ । ସେ ସୂଚନା ଦେଇଛନ୍ତି ଯେ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାଘ ଦିବସରେ ଏସିଆରେ ଶିକାର ତଥା ବେଆଇନ ବନ୍ୟଜନ୍ତୁ କାରବାର ବିରୋଧରେ ଏକ ମିଳିତ ମଞ୍ଚରଞ୍ଚ ଆହ୍ୱାନ ଦେଇଥିଲେ ଏବଂ ଆନ୍ତର୍ଜାତୀୟ ବିଗ୍‍ କ୍ୟାଟ୍‍ ଆଲାଏନ୍ସ ଏହି ଆବେଗର ପରିପ୍ରକାଶ ବୋଲି ସେ କହିଛନ୍ତି । ଏହାର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାଘ ସହିତ ଜଡିତ ସମଗ୍ର ଇକୋସିଷ୍ଟମ ପାଇଁ ଆର୍ଥିକ ଏବଂ ବୈଷୟିକ ସମ୍ବଳ ସଂଗ୍ରହ କରିବା ସହଜ ହେବ ଏବଂ ଭାରତ ସମେତ ବିଭିନ୍ନ ଦେଶର ଅନୁଭୂତିରୁ ଉତ୍ପନ୍ନ ସଂରକ୍ଷଣ ତଥା ସୁରକ୍ଷା ଏଜେଣ୍ଡାକୁ ସହଜରେ କାର୍ଯ୍ୟକାରୀ କରିବ । ବାଘ, ସିଂହ, ଚିତାବାଘ, ତୁଷାର  ଚିତାବାଘ, ପୁମା, ଜାଗୁଆର ଏବଂ ଚିତା ସମେତ ବିଶ୍ୱର ୭ ଟି ପ୍ରଜାତିର ବାଘଙ୍କ ସଂରକ୍ଷଣ ଉପରେ ଆନ୍ତର୍ଜାତୀୟ ମଞ୍ଚର ଧ୍ୟାନ ରହିବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଏବଂ ବୁଝାଇଛନ୍ତି । ଏହି ବାଘମାନେ ଉକ୍ତ ମିଳିତ ମଞ୍ଚର ଏକ ଅଂଶ ହେବେ । ସେ ଆହୁରି ବିସ୍ତାର କରି କହିଛନ୍ତି ଯେ ସଦସ୍ୟ ଦେଶମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିପାରିବେ, ସହଯୋଗୀ ଦେଶକୁ ଶୀଘ୍ର ସାହାଯ୍ୟ କରିବେ ଏବଂ ଅନୁସନ୍ଧାନ, ତାଲିମ ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଆମେ ମିଳିତ ଭାବରେ ଏହି ପ୍ରଜାତିଗୁଡିକୁ  ବିଲୁପ୍ତରୁ ରକ୍ଷା କରିବୁ ଏବଂ ଏକ ନିରାପଦ ତଥା ସୁସ୍ଥ ପରିବେଶ ସୃଷ୍ଟି କରିବୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ "ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ର ଆଭିମୁଖ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବାର୍ତ୍ତାକୁ ଆହୁରି ବଢାଇ ଦେଇଛି ଯେ ଯେତେବେଳେ ଆମ ପରିବେଶ ସୁରକ୍ଷିତ ରହିବ ଏବଂ ଆମର ଜୈବ ବିବିଧତା ବିସ୍ତାର ହୋଇ ରହିବ ସେତେବେଳେ ମାନବ ସମାଜ ପାଇଁ ଏକ ଉତ୍ତମ ଭବିଷ୍ୟତ ସମ୍ଭବ ହେବ । ସେ କହିଛନ୍ତି, ଏହି ଦାୟିତ୍ୱ ଆମ ସମସ୍ତଙ୍କର, ଏହା ସମଗ୍ର ବିଶ୍ୱର ଅଟେ । ସିଓପି୨୬ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବଡ଼ ଏବଂ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଛି ଏବଂ ପାରସ୍ପରିକ ସହଯୋଗ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି ଯାହା ପରିବେଶ ସଂରକ୍ଷଣର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

 

ଏହି ଉତ୍ସବରେ ଉପସ୍ଥିତ ବିଦେଶୀ ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରତି ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରତର ଆଦିବାସୀ ସମାଜର ଜୀବନ ଏବଂ ପରମ୍ପରାରୁ କିଛି ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ସେ ସାହ୍ୟଦ୍ରି ଏବଂ ପାଶ୍ଚାତ୍ୟ ଘାଟର ଅଞ୍ଚଳଗୁଡିକ ଉପରେ ଆଲୋକପାତ କରିଥିଲେ ଯାହା ଆଦିବାସୀମାନଙ୍କ ଦ୍ୱାରା ବସାଯାଇଥିଲା ଏବଂ ଶତାବ୍ଦୀ ଧରି ବାଘ ସମେତ ପ୍ରତ୍ୟେକ ଜୈବ ବିବିଧତାକୁ ସମୃଦ୍ଧ କରିବାରେ ନିୟୋଜିତ ଥିବା କହିଥିଲେ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ପ୍ରକୃତିକୁ ଦେବା ଏବଂ ଗ୍ରହଣ କରିବାର ସନ୍ତୁଳନ ଥିବା ଆଦିବାସୀ ସମାଜର ପରମ୍ପରା ଏଠାରେ ଗ୍ରହଣ କରାଯାଇପାରିବ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ "ଦି ଏଲିଫାଣ୍ଟ ହ୍ୱିସପର୍ସ” ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏହା ପ୍ରକୃତି ଏବଂ ପ୍ରାଣୀ ମଧ୍ୟରେ ଥିବା ଚମତ୍କାର ସମ୍ପର୍କର ଆମର ପରମ୍ପରାକୁ ପ୍ରତିଫଳିତ କରିଥାଏ । ଆଦିବାସୀ ସମାଜର ଜୀବନଶୈଳୀ ମଧ୍ୟ ମିଶନ୍ ଲାଇପ୍‍ ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀକୁ ବୁଝିବାରେ ବହୁତ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ବିଗ୍‍ କ୍ୟାଟ୍‍ ଆଲାଇନ୍ସ (ଆଇବିସିଏ) ର ଶୁଭାରମ୍ଭ କରିଛନ୍ତି । ଜୁଲାଇ ୨୦୧୯ ରେ, ପ୍ରଧାନମନ୍ତ୍ରୀ ଏସିଆରେ ଶିକାର ଏବଂ ବେଆଇନ ବନ୍ୟଜନ୍ତୁ କାରବାରକୁ ଦୃଢ ଭାବରେ ରୋକିବା ପାଇଁ ବିଶ୍ୱ ନେତୃତ୍ୱଙ୍କ ପାଇଁ ଏକ ମିଳିତ ମଞ୍ଚର ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍‍ ଆଲାଇନ୍ସ ଆରମ୍ଭ କରାଯାଇଛି ଯାହାକି ବିଶ୍ୱର ସାତୋଟି ପ୍ରଜାତିର ବାଘଙ୍କ ସୁରକ୍ଷା ତଥା ସଂରକ୍ଷଣ ଉପରେ ଧ୍ୟାନ ଦେବ । ବାଘ, ସିଂହ, ଚିତାବାଘ, ତୁଷାର ଚିତାବାଘ, ପୁମା, ଜାଗୁଆର ଏବଂ ଚିତା ଥିବା ପ୍ରଜାତିର ଦେଶଗୁଡିକର ସଦସ୍ୟତା ସହିତ ଏହାର ସଂରକ୍ଷଣ ପାଇଁ କାର୍ଯ୍ୟ କରିବେ । 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”