ଗୁଜରାଟର ଏକତା ନଗର ଠାରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସର୍ବଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବ ସମ୍ମିଳନୀରେ ଅଭିଭାଷଣ
“ଯେତେବେଳେ ନ୍ୟାୟ ପାଇବା ଭଳି ଲାଗେ, ସେତେବେଳେ ଦେଶବାସୀଙ୍କ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ଦୃଢ଼ ହୁଏ ।”
“ଦେଶବାସୀ ସରକାରଙ୍କ ଅନୁପସ୍ଥିତତା ବା ଚାପ ନେଇ ଅନୁଭବ ରହିବା ଉଚିତ ।”
“ଗତ ଆଠବର୍ଷ ମଧ୍ୟରେ ଭାରତ ଦେଢ଼ ହଜାରରୁ ଅଧିକ ପୁରୁଣା ଓ ଅଦରକାରୀ ଆଇନକୁ ଉଠାଇ ଦେବା ସହ ୩୨ ହଜାରରୁ ଅଧିକ ମୂଳ ଦଲିଲ ହ୍ରାସ କରିଛନ୍ତି ।”
“ରାଜ୍ୟର ସ୍ଥାନୀୟ ସ୍ତରରେ ବିକଳ୍ପ ବିବାଦ ସମସ୍ୟା ପଦ୍ଧତିକୁ ଆଇନ ପରିଧି ମଧ୍ୟକୁ ଆଣିବାକୁ କିପରି ହେବ ତାହା ବୁଝିବାକୁ ପଡ଼ିବ ।”
“ଗରିବରୁ ଗରିବ ବ୍ୟକ୍ତି କିପରି ସହଜରେ ଆଇନ ବୁଝିପାରିବ ତା’ ଉପରେ ଆମ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ।”
“ନ୍ୟାୟର ସୁବିଧା ଦୃଷ୍ଟିରୁ ସ୍ଥାନୀୟ ଭାଷା ଆମର ଆଇନ ପଦ୍ଧତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।”
“ରାଜ୍ୟ ସରକାରମାନେ ବିଚାରାଧୀନ କଏଦୀମାନଙ୍କ ପ୍ରତି ମାନବିକ ମନୋଭାବ ଦେଖାଇବା ଉଚିତ । ତା’ହେଲେ ମାନବିକ ଆଦର୍ଶ ରାସ୍ତାରେ ନ୍ୟାୟିକ ପଦ୍ଧତି ଗତି କରିବ ।”
“ଆମେ ଯଦି ସମ୍ବିଧାନର ଆତ୍ମା ପ୍ରତି ଦୃଷ୍ଟି ଦେଉ ତାହାହେଲେ ଦେଖିବା ନ୍ୟାୟପାଳିକା, ଆଇନ ପ୍ରଣୟନ ଓ ନ୍ୟାୟାଳୟ ମଧ୍ୟରେ ଅଲଗା ଅଲଗା କାର୍ଯ୍ୟ ସତ୍ତ୍ୱେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବଙ୍କ ସମ୍ମିଳନୀରେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଉଦବୋଧନ ଦେଇଛନ୍ତି ।

ସମବେତ ବ୍ୟକ୍ତି ବିଶେଷଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ରାଜ୍ୟର ଆଇନ ମନ୍ତ୍ରୀ ଓ ସଚିବମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଏକତାର ପ୍ରତିମୂର୍ତ୍ତିର ବର୍ଣ୍ଣାଢ଼୍ୟ ପରିବେଶ ତଳେ ହେଉଛି । ଆଜାଦୀ କା ଅମୃତ ମହୋତ୍ସବ କାଳରେ ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଆମର ଲକ୍ଷ୍ୟ ସାଧନ ଦିଗରେ ନିର୍ଣ୍ଣୟ ସାହାଯ୍ୟ କରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଭଳି ବିକାଶଶୀଳ ଦେଶର ସୁସ୍ଥ ଓ ବିଶ୍ୱସ୍ତ ସମାଜ ପାଇଁ ଏକ ନିର୍ଭରଯୋଗ୍ୟ ଓ ଦୃଢ଼ ନ୍ୟାୟିକ ବ୍ୟବସ୍ଥା ଆବଶ୍ୟକତା ରହିଛି । ସମୟର ଆବଶ୍ୟକତା ଅନୁସାରେ ନ୍ୟାୟିକ ବ୍ୟବସ୍ଥା ଓ ବିଭିନ୍ନ ପ୍ରଥାକୁ ପାଥେୟ କରି ନ୍ୟାୟିକ ବ୍ୟବସ୍ଥା ବିକଶିତ ହେବାରେ ଲାଗିଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ଯେତେବେଳେ ନ୍ୟାୟ ପାଇବା ଭଳି ଲାଗେ, ସେତେବେଳେ ଦେଶବାସୀଙ୍କ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ଦୃଢ଼ ହୋଇଥାଏ ।” ଦେଶର ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ନିମନ୍ତେ ଏଭଳି ଘଟଣା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସମାଜର ବିକାଶ ଯାତ୍ରା ହଜାର ହଜାର ବର୍ଷ ପ୍ରାଚୀନ ଓ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ଆମେ ଦୃଢ଼ ଭାବେ ଆଗେଇ ଚାଲୁଛି । “ଆମ ସମାଜର ସବୁଠାରୁ ବଡ଼ ଗୁଣ ହେଲା ଭିତରେ ଭିତରେ ଉନ୍ନତ ହୋଇ ପ୍ରଗତି ପଥରେ ଆଗେଇବା” ବୋଲି ଶ୍ରୀ ମୋଦୀ କହିଥିଲେ । ନିରବଚ୍ଛିନ୍ନ ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରି ପ୍ରତ୍ୟେକ ବ୍ୟବସ୍ଥାର ଅଗ୍ରଗତି ନିମନ୍ତେ ଏହି ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଶ୍ରୀ ମୋଦୀ କହିଥିଲେ । “ଆମର ସମାଜ ବାଛି ବାଛି ଅନାବଶ୍ୟକ ଆଇନ ଭୂଲ ପ୍ରଥାଗୁଡ଼ିକ ବାଦ ଦେଉଛି । ଏହା ବ୍ୟତୀତ ଯଦି କୌଣସି ପ୍ରଥମା କେବଳ ଧର୍ମପରାୟଣତା ଦିଗରେ ଗତି କରେ, ତେବେ ଏହା ସମାଜ ଉପରେ ବୋଝ ହୋଇପଡ଼େ” ବୋଲି ସେ କହିଥିଲେ । ଦେଶର ଜନସାଧାରଣ କଦାପି ସରକାରଙ୍କ ଅନୁପସ୍ଥିତ କିମ୍ବା ଚାପ ଅନୁଭବ କରୁଥିବା ଅନୁଚିତ ।”

ଭାରତୀୟ ନାଗରିକମାନଙ୍କ ବୋଝ ଲାଘବ କରିବା ପାଇଁ ଦିଆଯାଉଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ଭାରତ ଦେଢ଼ ହଜାରରୁ ଅଧିକ ପୁରୁଣାକାଳିଆ ଆଇନ ରଦ୍ଦ କରିବା ସହ ୩୨ ହଜାରରୁ ଅଧିକ ମୂଳ ଦଲିଲ ଉଚ୍ଛେଦ କରି ନବୋନ୍ମେଷ ଓ ଉତ୍ତମ ଜୀବନଧାରଣର ବାଧା ସୃଷ୍ଟିକାରୀ ବିଷୟଗୁଡ଼ିକୁ ବାଦ ଦେଇଛନ୍ତି । “ଏହିପରି ଅନେକ ଆଇନ ଦାସତ୍ୱ ପ୍ରଥା ଅମଳରୁ ଚଳି ଆସୁଥିଲା” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପୁରୁଣା ଆଇନ ଦାସତ୍ୱ ଅମଳର ଏହାର ମଧ୍ୟ କାର୍ଯ୍ୟ କରୁଛି ଓ ସମ୍ମିଳନୀରେ ଉପସ୍ଥିତ ଗଣମାନ୍ୟ ଅତିଥିମାନଙ୍କୁ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । “ଆଜାଦୀ କା ଅମୃତ କାଳରେ ଦାସତ୍ୱ ପ୍ରଥା ଅମଳରୁ ଚଳି ଆସୁଥିବା ଆଇନଗୁଡ଼ିକୁ ଉଚ୍ଛେଦ କରି ନୂଆ ଆଇନ କରାଯିବା ଉଚିତ” ବୋଲି ସେ କହିଥିଲେ । ଜନସାଧାରଣଙ୍କ ଜୀବନଧାରଣରେ ମାନ ଓ ସୁବିଧାରେ ନ୍ୟାୟ ପ୍ରଦାନକୁ ସହଜ କରିବା ପାଇଁ ପ୍ରଚଳିତ ଆଇନଗୁଡ଼ିକର ସମୀକ୍ଷା ନିମନ୍ତେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଳମ୍ବିତ ନ୍ୟାୟ ପ୍ରଦାନ ଏକ ବିରାଟ ଆହ୍ୱାନ ହୋଇ ଠିଆ ହୋଇଥିବା ବେଳେ ନ୍ୟାୟପାଳିକା ଗୁରୁତ୍ୱର ସହ ଏ ଦିଗରେ ପଦକ୍ଷେପ ନେଉଛି । ବିବାଦ ମୀମାଂସାର ବିକଳ୍ପ ପନ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଏହା ଆମର ଗ୍ରାମାଞ୍ଚଳରେ ବହୁକାଳ ଧରି ରହିଆସିଛି ଓ ଏବେ ରାଜ୍ୟସ୍ତରରେ ମଧ୍ୟ ଅଣାଯାଇ ପାରିବ । “ଏହାକୁ ଆଇନ ବ୍ୟବସ୍ଥାର କିପରି ଅଧିକାଂଶ ଭାବେ ବିବେଚନା କରାଯିବ ତାହା ଆମକୁ ବୁଝିବାକୁ ପଡ଼ିବ” ବୋଲି ସେ କହିଥିଲେ ।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳର ଏଠିକାର ମୁଖ୍ୟ ଅଦାଲତ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ । ଯେଉଁ ମାମଲାଗୁଡ଼ିକ ଧାରା ଅନୁସାରେ କମ୍ ଗୁରୁତ୍ୱପୂର୍ଣ୍ଣ ସେଗୁଡ଼ିକର ବିଚାର ସାନ୍ଧ୍ୟ ଅଦାଲତ ଦ୍ୱାରା କରାଯିବା ଯୋଗୁ ବିଗତ ବର୍ଷରେ ନଅ ଲକ୍ଷରୁ ଅଧିକ ମାମଲା ଗୁଜରାଟରେ ସମାଧାନ କରାଯାଇପାରିଛି । ବିଭିନ୍ନ ରାଜ୍ୟରେ ଲୋକ ଅଦାଲତ ଜରିଆରେ ମଧ୍ୟ ଲକ୍ଷ ଲକ୍ଷ ମାମଲାର ସମାଧାନ କରାଯାଇ ଅଦାଲତଙ୍କ ବୋଝ ହାଲୁକା କରାଯାଇପାରିଛି । “ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ଏହା ଦ୍ୱାରା ବିଶେଷ ଲାଭବାନ ହୋଇଥିବା” ସେ କହିଥିଲେ ।

ସଂସଦରେ ଆଇନ ତିଆରି ନେଇ ମନ୍ତ୍ରୀମାନଙ୍କ ଦାୟିତ୍ୱ ଥିବାବେଳେ ଆଇନରେ କିଛି ତ୍ରୁଟିବିଚୁତି ରହିଥିଲେ ଅଭିପ୍ରୟ ଯେତେ ଭଲ ହୋଇଥାଉ ନା କାହିଁକି ସାଧାରଣ ନାଗରିକ ଅସୁବିଧାର ଶିକାର ନହୁଅନ୍ତୁ ବୋଲି ସେ କହିଥିଲେ । ସାଧାରଣ ନାଗରିକ ନ୍ୟାୟ ପାଇବା ପାଇଁ ଅନେକ ଖର୍ଚ୍ଚାନ୍ତ ହେବା ସହ ବହୁ ହନ୍ତସନ୍ତ ହୋଇଥାନ୍ତି । “ଯେତେବେଳେ ଆଇନ ସାଧାରଣ ଲୋକ ବୁଝିବା ଭଳି ହୁଏ, ତାହାର ଫଳାଫଳ ପୁରା ଅଲଗା ହୋଇଥାଏ”ବୋଲି ସେ କହିଥିଲେ।

ଅନ୍ୟାନ୍ୟ ଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆଇନ ସଂସଦ ବା ବିଧାନସଭାରେ ତିଆରି ହୁଏ ଏଥିରେ ଆଇନର ସଂଜ୍ଞାର ମଧ୍ୟରେ ସବିଶେଷ ବର୍ଣ୍ଣନା ସହ ପ୍ରସ୍ତୁତ କରାଯାଇଥାଏ ଓ ଦ୍ୱିତୀୟତଃ ଏହାର ମସୁଧା ଏପରି ତିଆରି ହେବା ଦରକାର ଯାହା ସାଧାରଣ ଲୋକ ବୁଝିପାରିବେ । ଆଇନକୁ କାର୍ଯ୍ୟକାରୀ କରିବା ନେଇ ସମୟସୀମା ମଧ୍ୟ ନିର୍ଦ୍ଧାରିତ ହୋଇଥାଏ, ଯେପରି ନୂତନ ପରିସ୍ଥିତିରେ ଏହାର ସମୀକ୍ଷା କରାଯାଇପାରିବ । “ନ୍ୟାୟର ସହଜ ଉପଲବ୍ଧତା ନିମନ୍ତେ ସ୍ଥାନୀୟ ଭାଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶୈକ୍ଷିକ ବାତାବରଣ ମଧ୍ୟ ଯୁବକ ଯୁବତୀମାନଙ୍କ ନିମନ୍ତେ ମାତୃଭାଷାରେ ହେବା ଆବଶ୍ୟକ । ଆମର ଆଇନ ପାଠ୍ୟକ୍ରମ ମଧ୍ୟ ମାତୃଭାଷାରେ ସରଳ ଭାଷାରେ ଲେଖା ହେବା ତଥା ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟ ସ୍ଥାନୀୟ ଭାଷାରେ ଡିଜିଟାଲ ଲାଇବ୍ରେରୀରେ ଉପଲବ୍ଧା ହେବା ଦରକାର” ବୋଲି ସେ କହିଥିଲେ । “ସମାଜ ସହିତ ନ୍ୟାୟିକ ବ୍ୟବସ୍ଥାର ପରିସର ଯେତେବେଳେ ବୃଦ୍ଧିପାଏ ଆଧୁନିକତାକୁ ଗ୍ରହଣ କରିନେବା ଏହାର ଏକ ସ୍ୱାଭାବିକ ପ୍ରବୃତ୍ତି । ଫଳରେ ସମାଜରେ ଯେଉଁ ପରିବର୍ତ୍ତନ ଆସେ ତାହା ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ପ୍ରତିଫଳିତ ହୋଇଥାଏ” ବୋଲି ଶ୍ରୀ ମୋଦୀ କହିଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ପ୍ରଯୁକ୍ତି ସମନ୍ୱିତ କରିବା ନେଇ ପ୍ରଧାନମନ୍ତ୍ରୀ ଇ-କୋର୍ଟ ଏବଂ ଆଭାସୀ ଶୁଣାଣି ଓ ଇ-ଦାଖଲ ଇତ୍ୟାଦିର ଉଦାହରଣ ଦେଇଥିଲେ । ଦେଶରେ ୫-ଜିର ଆଗମନ ହେବାଦ୍ୱାରା ଏହି ପଦ୍ଧତିଗୁଡ଼ିକ ଅଧିକ କ୍ରିୟାଶୀଳ ହେବ ବୋଲି ସେ କହିଥିଲେ । “ପ୍ରତ୍ୟେକ ରାଜ୍ୟ ଏହାକୁ ଉନ୍ନୀତ ଓ ଅଧୁନାତନ କରିବାକୁ ହେବ । ପ୍ରଯୁକ୍ତିବିଦ୍ୟା ସହ ଆମ ଆଇନ ଶିକ୍ଷାକୁ ସେହି ଅନୁସାରେ ବିକଶିତ କରିବା ଆମର ଲକ୍ଷ୍ୟ ହେବା ଉଚିତ” ବୋଲି ସେ କହିଥିଲେ ।

ଉଚ୍ଚ ନ୍ୟାୟଗୁଡ଼ିକର ମୁଖ୍ୟ ବିଚାରପତିମାନଙ୍କ ମିଳିତ ବୈଠକର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ବିଚାରାଧୀନ କଏଦୀମାନଙ୍କ ପ୍ରସଙ୍ଗ ଉତଥାପନ କାଳରେ ଏହିସବୁ ମାମଲାର ତ୍ୱରିତ ବିଚାର ଓ ମାମଲା ରଫା ଦଫା ନେଇ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରମାନେ ମଧ୍ୟ ବିଚାରାଧୀନ କଏଦୀମାନଙ୍କକ କ୍ଷେତ୍ରରେ ଏକ ମାନବିକତାର ଦୃଷ୍ଟିକୋଣ ନେଇ କାର୍ଯ୍ୟ କରିବା ଉଚିତ ଓ ତା’ହେଲେ ଯାଇ ନ୍ୟାୟିକ ବ୍ୟବସ୍ଥାରେ ମାନବିକ ଆଦର୍ଶ ପ୍ରତିଫଳିତ ହେବ । “ଏକ ସମ୍ବେଦନଶୀଳ ନ୍ୟାୟ ଅବସ୍ଥା ଏକ ସାମର୍ଥ୍ୟ ଦେଶ ଓ ମଧୁମୟ ସମାଜ ନିମନ୍ତେ ଆବଶ୍ୟକ” ବୋଲି ଶ୍ରୀ ମୋଦୀ କହିଥିଲେ ।

ସମ୍ବିଧାନର ପ୍ରାଧାନ୍ୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ହେଉଛି ନ୍ୟାୟପାଳିକା, ଆଇନ ପ୍ରଣୟନ, କାର୍ଯ୍ୟକାରିତାର ମୂଳ ଉତ୍ସ । “ସେ ସରକାର ହୁଅନ୍ତୁ ବା ସଂସଦ, ଆମର ଅଦାଲତ ସମସ୍ତେ ଏକ ମାଆର ସନ୍ତାନ । କାର୍ଯ୍ୟପନ୍ଥା ଅଲଗା ହେଲେ ମଧ୍ୟ ଆମେ ଯଦି ସମ୍ବିଧାନର ଆତ୍ମାକୁ ଅବଲୋକନ କରୁ, ଏ ଦିଗରେ କୌଣସି ଯୁକ୍ତି ବା ପ୍ରତିଯୋଗୀ ନାହିଁ । ମାଆର ସନ୍ତାନ ଭଳି ତିନିଜଣଯାକ ମା’ ଭାରତୀଙ୍କ ସେବା କରି ଦେଶକୁ ଏକବିଂଶ ଶତାବ୍ଦୀରେ ନୂତନ ଶିଖରକୁ ନେଇଯିବବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରନ ରିଜିଜୁ ଓ କେନ୍ଦ୍ର ଆଇନ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ.ପି. ସିଂ ବାଘେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୁଜରାଟର ଏକତା ନଗରୀରେ ଏହି ଦୁଇଦିନିଆ ସମ୍ମିଳନୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି । ଭାରତୀୟ ଆଇନ ଓ ବିଚାର ବ୍ୟବସ୍ଥା ନେଇ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାଧାରଣ ମଞ୍ଚ ଏହି ସମ୍ମିଳନୀ ଜରିଆରେ ପ୍ରଦାନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଏ ଦିଗରେ ସେମାନଙ୍କ ସୁନିଶ୍ଚିତ ମତାମତ ଏଥିରେ ରଖିପାରିବେ ।

ବିକଳ୍ପ ବିବାଦ ମୀମାଂସା ସୂତ୍ର ଯେପରିକି ମଧ୍ୟସ୍ଥତା, ଆଲୋଚନା ଭଳି ତ୍ୱରିତ ଓ କମ ବ୍ୟୟସାପେକ୍ଷ ନ୍ୟାୟ ବ୍ୟବସ୍ଥା ନେଇ ସମ୍ମିଳନୀରେ ଆଲୋଚନା ହେବ । ଆଇନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପୁରୁଣା ଆଇନର ସଂସ୍କାର, ନ୍ୟାୟିକ ବ୍ୟବସ୍ଥାକୁ ସହଜରେ ପ୍ରାପ୍ତ କରିବା, ଦ୍ରୁତ ନ୍ୟାୟ ପ୍ରଦାନ ଓ ଆଇନ ବ୍ୟବସ୍ଥା ମଜଭୁୂତ କରିବା ଏହି ସମ୍ମିଳନୀର ଉଦେଶ୍ୟ ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.