ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା
ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ
ଆମେ ପରିବର୍ତ୍ତନର କାଳରେ ରହିଛୁ, ସୌଭାଗ୍ୟବଶତଃ, ଆମ ପାଖରେ ଆଧୁନିକ ଏବଂ ନୂତନ ଜାତୀୟ ଶିକ୍ଷା ନୀତି ରହିଛି : ପ୍ରଧାନମନ୍ତ୍ରୀ
ଜନ ଭାଗିଦାରୀ ପୁଣି ଥରେ ଭାରତର ଜାତୀୟ ସ୍ବଭାବ ପାଲଟିଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ପ୍ରତ୍ୟେକ ଅଲିମ୍ପିଆନ ଓ ପାରା ଅଲିମ୍ପିଆନ ୭୫ଟି ବିଦ୍ୟାଳୟ ପରିଦର୍ଶନ କରିବେ।
ଶିକ୍ଷା କ୍ଷେତ୍ରରେ ନୂତନ ପରିବର୍ତ୍ତନ କେବଳ ନୀତି ଆଧାରିତ ନୁହେଁ, ବରଂ ଜନଭାଗିଦାରୀ ଆଧାରିତ : ପ୍ରଧାନମନ୍ତ୍ରୀ
‘ବିଦ୍ୟାଞ୍ଜଳି ୨.୦’ ଦେଶର ସଂକଳ୍ପ ‘ସବକା ପ୍ରୟାସ’ ସହିତ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସକୁ ଏକ ମଞ୍ଚ ଯୋଗାଇବ : ପ୍ରଧାନମନ୍ତ୍ରୀ
ଏନ-ଡିଅର ସମସ୍ତ ଶିକ୍ଷାଗତ କାର୍ଯ୍ୟରେ ଏକ ସୁପର କନେକ୍ଟ ଭାବେ କାମ କରିବ : ପ୍ରଧାନମନ୍ତ୍ରୀ
ନିଷ୍ଠା ୩.୦ ଦକ୍ଷତା ଆଧାରିତ ଶିକ୍ଷାଦାନ, କଳାର ସମନ୍ବୟ ଏବଂ ଜଟିଳ ଓ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ଉଦବୋଧନ ଦେଇଛନ୍ତି।

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜାତୀୟ ପୁରସ୍କାର ଜିତିଥିବା ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଙ୍କଟ ସମୟରେ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିବାରେ ଯୋଗଦାନ ଦେଇଥିବା ଶିକ୍ଷକମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଜି, ଶିକ୍ଷକ ପର୍ବ ଅବସରରେ, ବହୁଗୁଡ଼ିଏ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏଗୁଡ଼ିକ ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ, କାରଣ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ସ୍ବାଧୀନତାର 100 ବର୍ଷ ପୂର୍ତ୍ତି ପୂର୍ବରୁ ନୂତନ ଭାରତ ନିର୍ମାଣ ଲାଗି ନୂତନ ସଂକଳ୍ପ ନେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ମହାମାରୀ ସମୟର ଆହ୍ବାନକୁ ସ୍ବୀକାର କରି ଆଗେଇ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ସମ୍ପୂର୍ଣ୍ଣ ଶିକ୍ଷା ସମୁଦାୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏଥିସହିତ ସଙ୍କଟର ମୁକାବିଲା କରିବା ଲାଗି ଏହି ସାମର୍ଥ୍ୟକୁ ଆଗେଇ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ବର୍ତ୍ତମାନ ପରିବର୍ତ୍ତନର କାଳରେ ରହିଛୁ। ସୌଭାଗ୍ୟବଶତଃ, ଆମ ପାଖରେ ଆଧୁନିକ ଏବଂ ଭବିଷ୍ୟଉନ୍ମୁଖି ନୂତନ ଜାତୀୟ ଶିକ୍ଷା ନୀତି ରହିଛି।

ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଏବଂ ଏହାର କାର୍ଯ୍ୟକାରିତାରେ ପ୍ରତ୍ୟେକ ସ୍ତରରେ ଯୋଗଦାନ ପାଇଁ ଶିକ୍ଷାବିତ, ବିଶେଷଜ୍ଞ, ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ସମସ୍ତଙ୍କୁ ଏହି ସହଭାଗିତାକୁ ଏକ ନୂତନ ସ୍ତରକୁ ନେଇଯିବା ଏବଂ ସମାଜକୁ ଏଥିରେ ସମ୍ପୃକ୍ତ କରିବା ଲାଗି ସେ ପ୍ରତ୍ୟେକଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ, ଶିକ୍ଷା କ୍ଷେତ୍ରରେ ଏସବୁ ପରିବର୍ତ୍ତନ କେବଳ ନୀତି ଆଧାରିତ ନୁହେଁ ବରଂ ସହଭାଗିତା ଆଧାରିତ। ‘ବିଦ୍ୟାଞ୍ଜଳି ୨.୦’ ଦେଶର ସଂକଳ୍ପ ‘ସବକା ପ୍ରୟାସ’ ସହିତ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସକୁ ଏକ ମଞ୍ଚ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏ ସମାଜରେ, ଆମର ଘରୋଇ କ୍ଷେତ୍ର ଆଗେଇ ଆସିଛି ଏବଂ ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତାରେ ସୁଧାର ଦିଗରେ ଯୋଗଦାନ ଦେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ହେବ ଜନ ଭାଗିଦାରୀ ପୁଣି ଥରେ ଭାରତର ଜାତୀୟ ସ୍ବଭାବ ପାଲଟିଛି। ଗତ ୬-୭ ବର୍ଷରେ ଜନଭାଗିଦାରୀର ଶକ୍ତି ବଳରେ, ଭାରତରେ ଅନେକ କାର୍ଯ୍ୟ ସିଦ୍ଧି ହୋଇଛି, ପୂର୍ବରୁ ଏସବୁ କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ଯେତେବେଳେ ସମାଜ ମିଳିମିଶି କିଛି କରିଥାଏ, ଆଶାନୁରୂପ ପରିଣାମ ସୁନିଶ୍ଚିତ ହୋଇଥାଏ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଲୋକ ଜୀବନର ଯେକୌଣସି କ୍ଷେତ୍ରରେ ଯୁବକମାନଙ୍କ ଭବିଷ୍ୟତ ନିର୍ମାଣ ଲାଗି ଯୋଗଦାନ ଦେଇପାରିବେ। ନିକଟରେ ଅନୁଷ୍ଠିତ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ କାଳରେ ପ୍ରତ୍ୟେକ ଖେଳାଳୀ ଅତିକମରେ 75 ଟି ବିଦ୍ୟାଳୟ ପରିଦର୍ଶନ କରିବେ। ଏଥିପାଇଁ ତାଙ୍କ ଅନୁରୋଧକୁ କ୍ରୀଡ଼ାବିତମାନେ ସ୍ବୀକାର କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ଅନୁପ୍ରାଣିତ କରିବ ଏବଂ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ କ୍ରୀଡ଼ା କ୍ଷେତ୍ରକୁ ଆଗକୁ ଯିବା ପ୍ରେରଣା ଲାଭ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶର ପ୍ରଗତି ପାଇଁ ଶିକ୍ଷା କେବଳ ସମାବେଶୀ ନୁହେଁ ବରଂ ସମାନତାପୂର୍ଣ୍ଣ ମଧ୍ୟ ହେବା ଉଚିତ୍‌। ସେ କହିଥିଲେ ଯେ ଏନ-ଡିଅର ଭଳି ଜାତୀୟ ଡିଜିଟାଲ ଢାଞ୍ଚା ଶିକ୍ଷା କ୍ଷେତ୍ରରେ ଅସମାନତା ଦୂର କରିବ ଏବଂ ଏହାକୁ ଆଧୁନିକ କରିବ। ୟୁପିଆଇ ଇଣ୍ଟରଫେସ ଯେପରି ଭାବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିପ୍ଳବ ଆଣିଛି, ଏନ-ଡିଅର ସେହିପରି ଭାବେ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟରେ ‘ସୁପର କନେକ୍ଟ’ (ଗୁରୁତ୍ବପୂର୍ଣ୍ଣ ସଂଯୋଗ) ଭାବେ କାମ କରିବ। ଶିକ୍ଷାର ଅଂଶବିଶେଷ ଭାବେ ଟକିଂ ବୁକ୍ସ ଏବଂ ଅଡିଓ ବୁକ୍ସ ଭଳି ପ୍ରଯୁକ୍ତି ଦେଶ ନିର୍ମାଣ କରିଛି।

ସେ କହିଥିଲେ ଯେ ଆଜି ବିଦ୍ୟାଳୟ ଗୁଣବତ୍ତା ଆକଳନ ଏବଂ ସୁନିଶ୍ଚିତତା ବ୍ୟବସ୍ଥା (ଏସକ୍ୟୁଏଏଏଫ) ଆଜି ପ୍ରଚଳନ କରାଯାଇଛି। ଏହି ପାଠ୍ୟକ୍ରମ, ଶିକ୍ଷାଶାସ୍ତ୍ର, ମୂଲ୍ୟାଙ୍କନ, ମୌଳିକ ଭିତ୍ତିଭୂମି, ସମାବେଶୀ ବ୍ୟବସ୍ଥା ଏବଂ ଶାସନ ପ୍ରକ୍ରିୟା ଭଳି ଦିଗରେ ଏକପ୍ରକାର ବୈଜ୍ଞାନିକ ଢାଞ୍ଚାର ଅଭାବକୁ ଦୂର କରିବ। ଏସକ୍ୟୁଏଏଏଫ ଏହି ଅସମାନତାକୁ ଦୂର କରିବାରେ ସହାୟକ ହେବ।

ସେ କହିଥିଲେ ଯେ ଦ୍ରୁତ ଗତିରେ ବଦଳୁଥିବା ଏହି ଯୁଗରେ ଆମର ଶିକ୍ଷକମାନଙ୍କୁ ନୂଆ ବ୍ୟବସ୍ଥା ଓ ଜ୍ଞାନକୌଶଳ ବିଷୟରେ ଅତିଶୀଘ୍ର ଶିକ୍ଷା ଲାଭ କରିବାକୁ ହେବ। ସେ କହିଥିଲେ ଯେ ଦେଶ ‘ନିଷ୍ଠା’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ମାଧ୍ୟମରେ ଆମର ଶିକ୍ଷକମାନଙ୍କୁ ଏସବୁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶିକ୍ଷକ ମାନେ କେବଳ କୌଣସି ବିଶ୍ବସ୍ତରୀୟ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, ବରଂ ସେମାନଙ୍କ ପାଖରେ ସେମାନଙ୍କର ବିଶେଷ ସାମର୍ଥ୍ୟ ମଧ୍ୟ ରହିଛି। ସେମାନଙ୍କର ଏହି ବିଶେଷ ସାମର୍ଥ୍ୟ ତଥା ବିଶେଷ ଶକ୍ତି ହେଉଛି ସେମାନଙ୍କ ଭିତରେ ଭାରତୀୟ ସଂସ୍କାର ପୂରି ରହିଛି। ସେ କହିଥିଲେ ଯେ ଆମର ଶିକ୍ଷକମାନେ ନିଜ କାମକୁ କେବଳ ପେସା ଭାବେ ଗ୍ରହଣ କରିନାହାନ୍ତି, ଶିକ୍ଷାଦାନ ସେମାନଙ୍କ ପାଇଁ ଏକ ମାନବୀୟ ସମ୍ବେଦନଶୀଳତା ଏବଂ ଏକ ପବିତ୍ର ନୈତିକ କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଥିପାଇଁ ଆମ ଦେଶରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଙ୍କ ମଧ୍ୟରେ କେବଳ ପେସାଗତ ସମ୍ପର୍କ ନୁହେଁ, ବରଂ ଏକ ପାରିବାରିକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ସାରା ଜୀବନ ପର୍ଯ୍ୟନ୍ତ ରହିଥାଏ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KUSUM 2.0 aims to help farmers generate RE alongside crops: Joshi

Media Coverage

PM-KUSUM 2.0 aims to help farmers generate RE alongside crops: Joshi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”