“ଭାରତ ଏବେ ‘ସମ୍ଭାବନା ଏବଂ କ୍ଷମତା’କୁ ଅତିକ୍ରମ କରି ଆଗକୁ ବଢ଼ୁଛି ଏବଂ ବିଶ୍ୱ କଲ୍ୟାଣ ନିମନ୍ତେ ଏକ ମହତ ଉଦ୍ଦେଶ୍ୟ ସଂପାଦନ କରୁଛି”
“ଆଜି ଦେଶ ପ୍ରତିଭା, ବାଣିଜ୍ୟ ଏବଂ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରୁଛି”
“ଆତ୍ମନିର୍ଭର ଭାରତ ଆମର ମାର୍ଗ ଏବଂ ସଂକଳ୍ପ”
ପୃଥିବୀ ନିମନ୍ତେ କାର୍ଯ୍ୟ - ପର୍ଯ୍ୟାବରଣ, କୃଷି, ପୁନଃଚକ୍ରଣ, ପ୍ରଯୁକ୍ତି ଏବଂ ସ୍ୱାସ୍ଥ୍ୟ ସେବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ‘ସମସ୍ତଙ୍କର ପ୍ରୟାସ’ର ଭାବନାକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଆଜି ସମଗ୍ର ବିଶ୍ୱ ଭାରତର ବିକାଶ ପ୍ରସ୍ତାବ ଗୁଡିକୁ ନିଜର ଲକ୍ଷ୍ୟ ହାସଲ କରିବାର ଉଦ୍ଦେଶ୍ୟ ଭାବେ ବିଚାର କରୁଛି । ବିଶ୍ୱ ସ୍ତରରେ ଶାନ୍ତି ପ୍ରତିଷ୍ଠା କଥା ହେଉ କି ବିଶ୍ୱ ସ୍ତରରେ ସମୃଦ୍ଧିର କଥା ହେଉ, ବିଶ୍ୱ ସ୍ତରରେ ଦେଖା ଦେଉଥିବା ଆହ୍ୱାନ ସହିତ ସମ୍ବନ୍ଧିତ ସମାଧାନ କଥା ହେଉ କିମ୍ବା ବିଶ୍ୱ ସ୍ତରରେ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବା ନିମନ୍ତେ ହେଉ, ସମଗ୍ର ବିଶ୍ୱ ଭାରତ ଆଡକୁ ବହୁତ ବିଶ୍ୱାସର ସହିତ ଦେଖୁଛି । ସେ କହିଥିଲେ ଯେ, “ମୁଁ ଅନେକ ୟୁରୋପୀୟ ଦେଶକୁ ‘ଅମୃତ କାଳ’ ନିମନ୍ତେ ଭାରତର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେବା ପରେ ଏବେ ଦେଶକୁ ଫେରିଛି ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିଶେଷଜ୍ଞତା କ୍ଷେତ୍ର ଯାହା ବି ହେଉ, ଚିନ୍ତାର କ୍ଷେତ୍ର ହେଉ ଏବଂ ଲୋକ ମାନଙ୍କ ମଧ୍ୟରେ ଯାହା ବି ମତଭେଦ ହେଉ, ସେସବୁ ନୂତନ ଭାରତର ଉଦୟ ସହିତ ଏକାଠି ହୋଇ ରହିଛି । ଆଜି ସମସ୍ତେ ଏହା ଅନୁଭବ କରୁଛନ୍ତି ଯେ, “ଭାରତ ଏବେ ‘ସମ୍ଭାବନା ଏବଂ କ୍ଷମତା’କୁ ଅତିକ୍ରମ କରି ଆଗକୁ ବଢ଼ୁଛି ଏବଂ ବିଶ୍ୱ କଲ୍ୟାଣ ନିମନ୍ତେ ଏକ ମହତ ଉଦ୍ଦେଶ୍ୟ ସଂପାଦନ କରୁଛି” । ନିର୍ମଳ ଉଦ୍ଦେଶ୍ୟ, ସ୍ପଷ୍ଟ ଚିନ୍ତାଧାରା ଏବଂ ଅନୁକୂଳ ନୀତି ଗୁଡିକ ସମ୍ପର୍କରେ ତାଙ୍କର ପୂର୍ବରୁ କରିଥିବା ଦାବିକୁ ପୁଣି ଥରେ ଦୋହରାଇ ସେ କହିଥିଲେ ଯେ, ଆଜି ଦେଶ ଯେତେ ସମ୍ଭବ ହୋଇ ପାରିବ ପ୍ରତିଭା, ବାଣିଜ୍ୟ ଏବଂ ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହିତ କରୁଛି । ସେ କହିଥିଲେ ଯେ, ଆଜି ଦେଶରେ ପ୍ରତିଦିନ ଡଜନ ଡଜନ ଷ୍ଟାର୍ଟଅପ୍ ପଞ୍ଜୀକୃତ ହେଉଛି, ପ୍ରତି ସପ୍ତାହରେ ଏକ ୟୁନିକର୍ଣ୍ଣ  ସୃଷ୍ଟି ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେବେଠାରୁ ସରକାରୀ ଇ- ମାର୍କେଟପ୍ଲେସ୍ ଅର୍ଥାତ୍ ଜେମ୍ ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଛି, ସମସ୍ତଙ୍କ ସାମନାରେ ଗୋଟିଏ ପ୍ଲାଟଫର୍ମରେ ସବୁ ପ୍ରକାରର କ୍ରୟ କରି ପାରୁଛନ୍ତି । ଏବେ ଦୂରଦୂରାନ୍ତରେ ଥିବା ଗ୍ରାମ ଗୁଡିକର ଲୋକ, ଛୋଟ ଦୋକାନୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦକୁ ସିଧାସଳଖ ସରକାରଙ୍କୁ ବିକ୍ରି କରି ପାରୁଛନ୍ତି । ଆଜି ୪୦ ଲକ୍ଷରୁ ଅଧିକ ବିକ୍ରେତା ଜେମ୍ ପୋର୍ଟାଲ୍ ସହିତ ଯୋଡି ହୋଇ ସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେ ପାରଦର୍ଶୀ ‘ଫେସ୍‌ଲେସ୍‌’ କର ନିର୍ଦ୍ଧାରଣ, ଏକ ଦେଶ – ଏକ କର, ଉତ୍ପାଦକତା ସହିତ ଯୋଡି ହୋଇ ରହିଥିବା ପ୍ରୋତ୍ସାହନ ଯୋଜନା ଗୁଡିକ ସମ୍ପର୍କରେ ମଧ୍ୟ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଭବିଷ୍ୟତ ନିମନ୍ତେ ଆମର ରାସ୍ତା ଏବଂ ଲକ୍ଷ୍ୟ ସ୍ପଷ୍ଟ ଅଟେ । “ଆତ୍ମନିର୍ଭର ଭାରତ ଆମର ମାର୍ଗ ଏବଂ ସଙ୍କଳ୍ପ ଅଟେ । ଚଳିତ ବର୍ଷ ମାନଙ୍କରେ, ଆମେ ଏଥି ପାଇଁ ଯେତେ ସମ୍ଭବ ଆବଶ୍ୟକ ପରିବେଶ ସୃଷ୍ଟି କରିବା ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରିଛୁ ।”

ପ୍ରଧାନମନ୍ତ୍ରୀ ସଭାରେ ଉପସ୍ଥିତ ଲୋକ ମାନଙ୍କୁ ପୃଥିବୀ (EARTH) ପାଇଁ କାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିଥିଲେ । ସେ ବିସ୍ତୃତ ଭାବରେ କହିଥିଲେ ଯେ, ‘ଇ’ ର ଅର୍ଥ ପର୍ଯ୍ୟାବରଣର ସମୃଦ୍ଧି । ଆସନ୍ତା ବର୍ଷ ୧୫ ଅଗଷ୍ଟ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ୭୫ଟି ଅମୃତ ପୁଷ୍କରିଣୀ କରିବା ପାଇଁ ପ୍ରୟାସକୁ ସେମାନେ କିପରି ସମର୍ଥନ କରି ପାରିବେ ସେ ସମ୍ପର୍କରେ ଆଲୋଚନା କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ । ‘ଏ’ ର ଅର୍ଥ କୃଷିକୁ ଅଧିକ ଲାଭଦାୟକ କରିବା ଏବଂ ପ୍ରାକୃତିକ କୃଷି, କୃଷି ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବା । ‘ଆର୍‌’ ର ଅର୍ଥ ରିସାଇକ୍ଳିଂ (ପୁନଃଚକ୍ରଣ) ଏବଂ ଚକ୍ରାକାର (ସର୍କୁଲାର) ଅର୍ଥ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା, ପୁନଃ ଉପଯୋଗ, କମ୍ କରିବା ଏବଂ ପୁନଃଚକ୍ରଣ ନିମନ୍ତେ କାର୍ଯ୍ୟ କରିବା । ‘ଟି’ ର ଅର୍ଥ ହେଉଛି ଟେକ୍ନୋଲୋଜିକୁ ଅଧିକରୁ ଅଧିକ ଲୋକ ମାନଙ୍କ ନିକଟରେ ପହଂଚାଇବା । ସେ ଦର୍ଶକ ମାନଙ୍କ ସହିତ ଏହି କଥା ଉପରେ ବିଚାର କରିବା ନିମନ୍ତେ ଅନୁରୋଧ କରିଥିଲେ ଯେ, ଡ୍ରୋନ୍ ଟେକ୍ନୋଲୋଜି ଭଳି ଅନ୍ୟ ଉନ୍ନତ ପ୍ରଯୁକ୍ତିକୁ କିଭଳି ଆହୁରି ଅଧିକ ସୁଗମ କରା ଯାଇ ପାରିବ । ‘ଏଚ୍‌’ ର ଅର୍ଥ – ସ୍ୱାସ୍ଥ୍ୟ, ସେ କହିଥିଲେ ଯେ, ଆଜି ସରକାର ଦେଶର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏବଂ ମେଡିକାଲ୍ କଲେଜ୍ ଭଳି ବ୍ୟବସ୍ଥା ଗୁଡିକ ନିମନ୍ତେ ବହୁତ କାମ କରୁଛନ୍ତି । ସେମାନଙ୍କର ସଙ୍ଗଠନ କିପରି ଏହାକୁ ପ୍ରୋତ୍ସାହିତ କରି ପାରିବ, ସେ ବିଷୟରେ ଚିନ୍ତା କରିବାକୁ ସମାବେଶକୁ କହିଥିଲେ । 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi speaks with the President of Iran
March 12, 2026
President Pezeshkian shares his perspective on the situation in Iran and the region.
PM reiterates India’s consistent position on resolving all issues through dialogue and diplomacy.
PM highlights India’s priority regarding safety and well-being of Indian nationals and unhindered transit of energy and goods.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the current situation in Iran and shared his perspective on recent developments in the region.

The Prime Minister expressed deep concern about the evolving security situation in the region and reiterated India’s consistent position that all issues must be resolved through dialogue and diplomacy.

The Prime Minister highlighted India’s priority regarding the safety and well-being of Indian nationals in the region, including in Iran, as also the importance of unhindered transit of energy and goods.

The two leaders agreed to remain in touch.