“୧୪ ଟି ଏନଡିଏ ଶାସିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ନିରନ୍ତର ଭାବେ ନିଯୁକ୍ତି ମେଳା ଆୟୋଜନ କରାଯାଉଛି”
“ପ୍ରଯୁକ୍ତି ସହାୟତାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରାଯାଇଛି , ଯେଉଁଠାରେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ, ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲ୍ ବିକଶିତ ହୋଇଛି ”
“ଗତ ୫ ବର୍ଷ ମଧ୍ୟରେ ଗୁଜରାଟରେ ୧.୫ ଲକ୍ଷରୁ ଅଧିକ ଯୁବକଯୁବତୀ ମାନଙ୍କୁ ରାଜ୍ୟ ସରକାରୀ ଚାକିରି ମିଳିଛି”
“ଯେତେବେଳେ ବିକାଶର ଚକ ଗତିଶୀଳ ହୁଏ, ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ”
“ସମଗ୍ର ବିଶ୍ୱରୁ ବିଶେଷଜ୍ଞ ମାନେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ଆଗାମୀ ବର୍ଷ ଗୁଡ଼ିକରେ ଭାରତ ସବୁଠୁ ବଡ଼ ଉତ୍ପାଦନ କେନ୍ଦ୍ର ହେବ”
“ସରକାରଙ୍କ ଦ୍ୱାରା ବିକାଶର ସାମଗ୍ରିକ ଦୃଷ୍ଟିକୋଣ ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରୁଛି ”
“ଯୁବକ ମାନଙ୍କର ଦକ୍ଷତା ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଉଛି”
“କର୍ମଯୋଗୀ ଭାରତ ଅନ୍‌ଲାଇନ୍ ପ୍ଲାଟଫର୍ମରେ ଥିବା ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମରୁ ଅଧିକ ଲାଭ ଉଠାଉ ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ରାଜ୍ୟ ସରକାରଙ୍କ ରୋଜଗାର ମେଳାକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ହୋଲିର ପର୍ବ କୋଣ ଅନୁକୋଣରେ ଅନୁଭୂତ ହେଉଛି ଏବଂ ଗୁଜରାଟ ରୋଜଗାର ମେଳାର ଆୟୋଜନ ସେମାନଙ୍କ ନିଯୁକ୍ତି ପତ୍ର ଗ୍ରହଣ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉତ୍ସବକୁ ଦ୍ୱିଗୁଣିତ କରିବ । ଗୁଜରାଟରେ ଦ୍ୱିତୀୟ ଥର ପାଇଁ ରୋଜଗାର ମେଳା ଅନୁଷ୍ଠିତ ହେଉଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କ ପାଇଁ ନିରନ୍ତର ସୁଯୋଗ ପ୍ରଦାନ କରିବା ଏବଂ ଦେଶର ବିକାଶ କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଏନଡିଏ ଶାସିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସର୍ବାଧିକ ସଂଖ୍ୟକ ଚାକିରି ଯୋଗାଇବା ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ , କେନ୍ଦ୍ର ସରକାରଙ୍କ ବ୍ୟତୀତ ୧୪ ଟି ଏନଡିଏ ଶାସିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ନିରନ୍ତର ନିଯୁକ୍ତି ମେଳା ଆୟୋଜନ କରାଯାଉଛି । ସେ ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ନୂତନ ଦାୟିତ୍ୱ ଗ୍ରହଣ କରୁଥିବା ଯୁବକମାନେ ଅମୃତ କାଳର ସଂକଳ୍ପ ପୂରଣ କରିବାରେ ସମ୍ପୂର୍ଣ୍ଣ ରୂପେ ନିଜର ଯୋଗଦାନ ଦେବେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଯୁବକ ରାଜ୍ୟ ସରକାରୀ ଚାକିରି ପାଇଛନ୍ତି , ଏହା ବ୍ୟତୀତ ୧୮ ଲକ୍ଷ ଯୁବକ ଗତ କିଛି ବର୍ଷ ମଧ୍ୟରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜରାଟ ସରକାର ଏକ ନିଯୁକ୍ତି କ୍ୟାଲେଣ୍ଡର ସୃଷ୍ଟି କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାରରେ ୨୫ ହଜାରରୁ ଅଧିକ ଯୁବକଙ୍କୁ ଚାକିରି ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ, ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲ୍ ଭଳି ବିକଶିତ ହୋଇଥିବା ବିଭିନ୍ନ ଟେକ୍ନୋଲୋଜି ସାହାଯ୍ୟରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇଛି । 

ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ବର୍ତ୍ତମାନର ସରକାରଙ୍କ ଉଦ୍ୟମକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ସଂରଚନା ତଥା ବିକାଶମୂଳକ ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ବୃଦ୍ଧି, ଉତ୍ପାଦନ ବୃଦ୍ଧି କରିବା ଏବଂ ଦେଶରେ ସଠିକ୍ ପରିବେଶ ସୃଷ୍ଟି କରିବା ଉପରେ ଧ୍ୟାନ ଦେଇ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ଠୋସ୍ ରଣନୀତି ଉପରେ ଆଲୋକପାତ କରିଛନ୍ତି । ଚାକିରିର ପରିବର୍ତ୍ତିତ ପ୍ରକୃତି ଅନୁଯାୟୀ ଯୁବକ ମାନଙ୍କ ନିମନ୍ତେ ନିଶ୍ଚିତ ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ ଉପରେ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯେତେବେଳେ ବିକାଶର ଚକ ଗତି କରେ, ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିତ୍ତିଭୂମି, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ବିକାଶମୂଳକ ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେ ଦର୍ଶାଇଛନ୍ତି ଯେ, ବର୍ତ୍ତମାନ କେବଳ ଗୁଜରାଟରେ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି ଏବଂ ଚଳିତ ବର୍ଷର ବଜେଟରେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଆସନ୍ତା ବର୍ଷରେ ଭାରତ ସବୁଠୁ ବଡ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ ବୋଲି ନିଜର ବିଶ୍ୱାସ ପ୍ରକଟ କରିଥାନ୍ତି । ସେ କହିଛନ୍ତି ଯେ, ଭାରତରେ ଏହି ବିପ୍ଳବକୁ ଯୁବକମାନେ ଆଗେଇ ନେବେ । ଗୁଜରାଟର ଦାହୋଡ ଠାରେ ୨୦ ହଜାର କୋଟି ଟଙ୍କା ନିବେଶରେ ରେଳ ଇଞ୍ଜିନ କାରଖାନା ନିର୍ମାଣ କରାଯାଉଛି ଏବଂ ନିକଟ ଭବିଷ୍ୟତରେ ଏହା ସେମିକଣ୍ଡକ୍ଟରର ଏକ ବୃହତ୍ କେନ୍ଦ୍ର ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ବିକାଶର ସାମଗ୍ରିକ ଉପାୟ ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରୁଛି । ନୀତି ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଗୁଡିକ ସମ୍ପର୍କରେ ସେ ଉଲ୍ଲେଖ କରି କହିଛନ୍ତି ଯେ, ସେଗୁଡିକ ଏକ ପାରିବେଶିକ ବ୍ୟବସ୍ଥା ପ୍ରସ୍ତୁତ କରିଛି ଯେଉଁଠାରେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପ୍ରାପ୍ତ ହେଉଛି । ସେ ସୂଚନା ଦେଇଛନ୍ତି ଯେ , ଆଜି ଦେଶରେ ୯୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି ଏବଂ ଏହାର ଫଳସ୍ୱରୂପ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଏହା ଲକ୍ଷ ଲକ୍ଷ ଯୁବକ ମାନଙ୍କୁ ଆତ୍ମନିଯୁକ୍ତି ପାଇଁ ଉତ୍ସାହିତ କରୁଛି । 

ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ୟାଙ୍କ ଗ୍ୟାରେଣ୍ଟି ବିନା ସରକାର ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ଲକ୍ଷ ଲକ୍ଷ ମହିଳା ନିଜ ଗୋଡରେ ମଜଭୁତ ଭାବରେ ଠିଆ ହୋଇଛନ୍ତି ଏବଂ ସରକାର ଏଥିପାଇଁ ମଧ୍ୟ ଶହ ଶହ କୋଟି ଟଙ୍କା ଆର୍ôଥକ ସହାୟତା ଆକାରରେ ପ୍ରଦାନ କରୁଛନ୍ତି ।

ଦେଶର ନୂତନ ସମ୍ଭାବନା ପାଇଁ ବଡ଼ ଆକାରର କୁଶଳୀ ମାନବ ବଳ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ , ଭାରତ ନିକଟରେ ତୃତୀୟ ପ୍ରମୁଖ ଅର୍ଥନୀତି ହେବାର ସମ୍ଭାବନା ରହିଛି । ସମାଜର ପ୍ରତ୍ୟେକ ବିଭାଗ ଦକ୍ଷତା ବିକାଶରୁ ଉପକୃତ ହେବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କରା ଯାଉଥିବା ଉଦ୍ୟମକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ପ୍ରତ୍ୟେକ ଅଞ୍ଚଳର ଦଳିତ, ଅବହେଳିତ, ଆଦିବାସୀ ଏବଂ ମହିଳା ମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବ । ଯୁବବର୍ଗଙ୍କ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ପିଏମ୍ କୌଶଳ ବିକାଶ ଯୋଜନା ଅଧୀନରେ ୩୦ ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ର ବିକଶିତ ହେବ ଯେଉଁଠାରେ ଯୁବକ ମାନଙ୍କୁ ନୂତନ ଯୁଗର ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ତାଲିମ ପ୍ରଦାନ କରାଯିବ । ସେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏହା ମଧ୍ୟ କହିଛନ୍ତି ଯେ, ଏଥିରେ କ୍ଷୁଦ୍ର କାରିଗର ମାନଙ୍କୁ ତାଲିମ ପ୍ରଦାନ କରାଯିବ, ଯାହା ଦ୍ୱାରା ଛୋଟ ବ୍ୟବସାୟ ସହ ଜଡିତ ଲୋକ ମାନଙ୍କୁ ବିଶ୍ୱ ବଜାର ପ୍ରବେଶ ପାଇଁ ଏକ ଗେଟୱେ ଯୋଗାଇ ଦିଆଯିବ । ଚାକିରିର ପରିବର୍ତ୍ତିତ ପ୍ରକୃତି ପାଇଁ ଯୁବକ ମାନଙ୍କୁ ନିରନ୍ତର ପ୍ରସ୍ତୁତ କରିବାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡ଼ିକର ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଗୁଜରାଟରେ ଆଇଟିଆଇ ସଂଖ୍ୟା ଏବଂ ସେମାନଙ୍କ ଆସନରେ କ୍ରମାଗତ ବୃଦ୍ଧି ଘଟିଛି । ଗୁଜରାଟରେ ପ୍ରାୟ ୬୦୦ ଆଇଟିଆଇର ପ୍ରାୟ ୨ ଲକ୍ଷ ଆସନରେ ବିଭିନ୍ନ କୌଶଳ ପାଇଁ ତାଲିମ ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇ ଗୁଜରାଟରେ ଆଇଟିଆଇ ସ୍ଥାପିତ ହେବା ସମ୍ପର୍କରେ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଥିବା ବିଭିନ୍ନ ନିଯୁକ୍ତି ସୃଷ୍ଟି ପାଇଁ ସରକାର ପ୍ରତ୍ୟେକ ସୁଯୋଗକୁ ବିକଶିତ କରିବା ଉପରେ ଧ୍ୟାନ ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ବଜେଟରେ କେୱଡିଆ - ଆଟା ନଗରରେ ଥିବା ୟୁନିଟି ମଲ୍ ଲାଇନରେ ୫୦ ଟି ନୂତନ ପର୍ଯ୍ୟଟନ କେନ୍ଦ୍ର ଏବଂ ଏକ ୟୁନିଟି ମଲ୍ ବିକାଶ ପାଇଁ ଘୋଷଣା କରାଯାଇଛି , ଯେଉଁଠାରେ ଦେଶରେ ଅନନ୍ୟ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏକଲବ୍ୟ ବିଦ୍ୟାଳୟ ଗୁଡିକରେ ପ୍ରାୟ ୪୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ଏକ ବ୍ୟବସ୍ଥା କରାଯାଇଛି ।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ , ଯଦି ସରକାରୀ ଚାକିରି ପାଇବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହୋଇଯାଏ, ତେବେ ଯୁବପିଢ଼ିଙ୍କର ବ୍ୟକ୍ତିଗତ ବିକାଶ ବନ୍ଦ ହୋଇଯିବ । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ , ଏହା କଠିନ ପରିଶ୍ରମ ଏବଂ ନିଷ୍ଠା , ଯାହା ସେମାନଙ୍କୁ ଏଠାକୁ ଆଣିଛି ଏବଂ କିଛି ନୂଆ ଶିଖିବାର ଉତ୍ସାହ ସେମାନଙ୍କୁ ଜୀବନସାରା ଆଗକୁ ବଢ଼ିବାରେ ସାହାଯ୍ୟ କରିବ । କର୍ମଯୋଗୀ ଭାରତ ଅନ୍‌ଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମରୁ ଅଧିକ ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, “ଯେଉଁଠାରେ ଆପଣ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି, ସେହି କ୍ଷେତ୍ରରେ ଆପଣ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ । ପ୍ରତ୍ୟେକ ସରକାରୀ କର୍ମଚାରୀ ଉନ୍ନତ ପ୍ରଶିକ୍ଷଣ ପାଇବା ଆମର ପ୍ରୟାସ । ”

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India