"ଆଜି ଯେତେବେଳେ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛେ, ଆମେ ସମସ୍ତେ ବାପୁଙ୍କର ‘ଗ୍ରାମୀଣ ବିକାଶ'ର ସ୍ୱପ୍ନ ସାକାର କରିବା ଉଚିତ୍ ।’
"ଦେଢ଼ ଲକ୍ଷ ପଂଚାୟତ ପ୍ରତିନିଧି ଯେତେବେଳେ ଏକାଠି ବିଚାର ବିମର୍ଶ କରୁଛନ୍ତି, ସେତେବେଳେ ଏହାଠାରୁ ବଳି ଭାରତୀୟ ଗଣତନ୍ତ୍ରର ଅଧିକ ଶକ୍ତିର ପ୍ରତୀକ ଆଉ କିଛି ହୋଇ ନପାରେ ।’ ୧୧ ମାର୍ଚ୍ଚ ୨୦୨୨, ପିଆଇବି, ଦିଲ୍ଲୀ

"ଆଜି ଯେତେବେଳେ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛେ, ଆମେ ସମସ୍ତେ ବାପୁଙ୍କର ‘ଗ୍ରାମୀଣ ବିକାଶ'ର ସ୍ୱପ୍ନ ସାକାର କରିବା ଉଚିତ୍ ।’

"ଦେଢ଼ ଲକ୍ଷ ପଂଚାୟତ ପ୍ରତିନିଧି ଯେତେବେଳେ ଏକାଠି ବିଚାର ବିମର୍ଶ କରୁଛନ୍ତି, ସେତେବେଳେ ଏହାଠାରୁ ବଳି ଭାରତୀୟ ଗଣତନ୍ତ୍ରର ଅଧିକ ଶକ୍ତିର ପ୍ରତୀକ ଆଉ କିଛି ହୋଇ ନପାରେ ।’

୧୧ ମାର୍ଚ୍ଚ ୨୦୨୨, ପିଆଇବି, ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦରେ ଗୁଜରାଟ ପଂଚାୟତ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ପଂଚାୟତିରାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ବାପୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମମାଟି । ସେ କହିଛନ୍ତି ଯେ "ବାପୁ ସର୍ବଦା ଗ୍ରାମୀଣ ବିକାଶ ଏବଂ ଆତ୍ମ- ନିର୍ଭର ଗ୍ରାମଗୁଡ଼ିକ ସମ୍ପର୍କରେ କହୁଥିଲେ । ଆଜି ଯେତେବେଳେ ଆମେ ଅମୃତ ମହୋତ୍ସବ ପାଳନ କରୁଛେ, ଆମେ ସମସ୍ତେ ବାପୁଙ୍କ ଗ୍ରାମୀଣ ବିକାଶର ସ୍ୱପ୍ନକୁ ସାକାର କରିବା ଉଚିତ୍ ।’

ପ୍ରଧାନମନ୍ତ୍ରୀ ମହାମାରୀର ଶୃଙ୍ଖଳିତ ତଥା ଉନ୍ନତ ପରିଚାଳନା ନିମନ୍ତେ ଗୁଜରାଟର ପଂଚାୟତ ଗୁଡିକର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ ଗୁଜରାଟରେ ମହିଳା ପଂଚାୟତ ପ୍ରତିନିଧିମାନଙ୍କ ସଂଖ୍ୟା ପୁରୁଷ ପ୍ରତିନିଧିମାନଙ୍କ ତୁଳନାରେ ଅଧିକ ଅଟେ । ସେ କହିଥିଲେ ଯେ ଦେଢ଼ ଲକ୍ଷ ପଂଚାୟତ ପ୍ରତିନିଧି ଯେତେବେଳେ ଏକାଠି ବିଚାର ବିମର୍ଶ କରୁଛନ୍ତି, ସେତେବେଳେ ଏହାଠାରୁ ବଳି ଭାରତୀୟ ଗଣତନ୍ତ୍ରର ଅଧିକ ଶକ୍ତିର ପ୍ରତୀକ ଆଉ କିଛି ହୋଇ ନପାରେ ।

ସେଠାରେ ଗ୍ରାମୀଣ ବିକାଶ କିପରି ଛୋଟ ଛୋଟ ଅଥଚ, ଅତି ମୌଳିକ ପଦକ୍ଷେପଗୁଡ଼ିକ ଦ୍ୱାରା ସୁନିଶ୍ଚିତ କରାଯାଇ ପାରିବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଂଚାୟତର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସେ ସେମାନଙ୍କୁ ନିଜ ନିଜ ସ୍କୁଲ୍‌ର ଜନ୍ମଦିନ କିମ୍ବା ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ । ଏହା ଦ୍ୱାରା ସ୍କୁଲ ହତା ଏବଂ ଶ୍ରେଣୀଗୃହ ଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ  ସ୍କୁଲ ପାଇଁ ଭଲ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେଇହେବ ।  ଦେଶ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା କହି ସେ ଏହି ସମୟ ମଧ୍ୟରେ ଗ୍ରାମ ଗୁଡ଼ିକରେ ୭୫ଟି ପ୍ରଭାତ ଫେରି (ପ୍ରାତଃକାଳୀନ ପଦଯାତ୍ରା) କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

ଏହି ସମୟରେ ୭୫ଟି କାର୍ଯ୍ୟକ୍ରମ ଆୟୋଜିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ସମଗ୍ର ଗ୍ରାମର ଜନତା ଏକା ସାଙ୍ଗରେ ବସି ମିଳିତ ଭାବେ ଗ୍ରାମର ସାମଗ୍ରିକ ବିକାଶ ସମ୍ପର୍କରେ ଚିନ୍ତା କରିବେ । ଆଉ ଏକ ପରାମର୍ଶ ଦେଇ ସେ କହିଛନ୍ତି ଯେ, ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଉପଲକ୍ଷେ ଗ୍ରାମ ଗୁଡିକରେ ୭୫ଟି ବୃକ୍ଷ ରୋପଣ କରି ଛୋଟ ଜଙ୍ଗଲଟିଏ ସୃଷ୍ଟି କରିବା ଉଚିତ୍ । ପ୍ରତ୍ୟେକ ଗ୍ରାମରେ ଅତି କମ୍‌ରେ ୭୫ ଜଣ କୃଷକ ଏମିତି ହେବା ଉଚିତ୍ ଯେଉଁମାନେ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବାର ଉପାୟକୁ ଗ୍ରହଣ କରୁଥିବେ । ସେ କହିଥିଲେ ଯେ ଧରିତ୍ରୀ ମାତା ରାସାୟନିକ ସାର ଏବଂ ରାସାୟନିକ ପଦାର୍ଥରୁ ମୁକ୍ତ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏଥି ସହିତ ବର୍ଷା ଜଳକୁ ସଂରକ୍ଷିତ କରି ରଖିବା ନିମନ୍ତେ ୭୫ଟି କୃଷି ପୋଖରୀ ତିଆରି ହେବା ଉଚିତ୍ ଯାହା ଫଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବ ଏବଂ ଖରା ଦିନରେ ଲୋକମାନଙ୍କୁ ଏଥିରୁ ସହାୟତା ମିଳିବ ।

ସେ ମଧ୍ୟ କୌଣସି ଗୋରୁଗାଈଙ୍କୁ ଟୀକାକରଣରୁ ବାଦ୍ ନ କରିବା ସମ୍ପର୍କରେ ସୁନିଶ୍ଚିତ ହେବାକୁ ପରାମର୍ଶ ପ୍ରଦାନ କରିଛନ୍ତି, ଯଦ୍ଦ୍ୱାରା ସେମାନଙ୍କୁ ପାଦ ଓ ପାଟିର ସଂକ୍ରାମକ ରୋଗ (ଏଫ୍‌ଏମ୍‌ଡି)ରୁ ସୁରକ୍ଷିତ ରଖାଯାଇ ପାରିବ । ପ୍ରଧାନମନ୍ତ୍ରୀ ବିଦ୍ୟୁତ୍ ସଂଚୟ ନିମନ୍ତେ ପଂଚାୟତର ସଦସ୍ୟମାନଙ୍କୁ ପଂଚାୟତର ଗୃହ ଏବଂ ଗଳିକନ୍ଦିରେ ଏଲ୍‌ଇଡି ବଲ୍‌ବ ଲଗାଇବା ନିମନ୍ତେ ନିବେଦନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସେବାରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନେ ଗ୍ରାମକୁ ଯିବା ଉଚିତ୍ ଏବଂ ଗ୍ରାମର ଜନ୍ମଦିନ ପାଳନ କରିବା ଉଚିତ୍‌, ଯେଉଁଥିରେ ଗ୍ରାମର ସମସ୍ତ ଲୋକ ଏକତ୍ରିତ ହେବେ ଏବଂ ଲୋକ ମାନଙ୍କର ମଙ୍ଗଳ ସମ୍ପର୍କରେ ଆଲୋଚନା କରିବେ । ସେ ପଂଚାୟତର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଜଣେ ସଦସ୍ୟ ନିହାତି କମ୍‌ରେ ଦିନରେ ଥରେ ୧୫ ମିନିଟ୍ ନିମନ୍ତେ ସ୍ଥାନୀୟ ସ୍କୁଲ୍‌କୁ ନିଶ୍ଚିତ ଯାଆନ୍ତୁ, ଯାହା ଫଳରେ ଗ୍ରାମର ସ୍କୁଲ୍ ଉପରେ କଡା ନଜର ରଖାଯାଇ ପାରିବ । ସେ ପଂଚାୟତ ସଦସ୍ୟମାନଙ୍କୁ ସାଧାରଣ ସେବା କେନ୍ଦ୍ର  (ସିଏସ୍‌ସି)ର ଅଧିକରୁ ଅଧିକ ଲାଭ ଉଠାଇବା ନିମନ୍ତେ ଲୋକ ମାନଙ୍କୁ ସଚେତନ କରିବା ନିମନ୍ତେ ନିବେଦନ କରିଛନ୍ତି, ଯାହା ବାସ୍ତବରେ ସରକାରଙ୍କ ନିକଟକୁ ଏକ ରାଜପଥ ଭଳି ମାଧ୍ୟମ ଅଟେ ।  ଏଥିରେ ଲୋକମାନଙ୍କୁ ରେଲୱେ ବୁକିଂ ଇତ୍ୟାଦି ନିନ୍ତେ ବଡ ସହରକୁ ଯିବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ସହାୟତା ମିଳିବ । ଶେଷରେ ପ୍ରଧାନମନ୍ତ୍ରୀ ପଂଚାୟତ ସଦସ୍ୟମାନଙ୍କୁ ଏହା ସୁନିଶ୍ଚିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଯେ କୌଣସି ବି ପିଲା ସ୍‌ୁଲ୍ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ ଅଧାରୁ ଯେପରି ସ୍କୁଲ୍ ନଛାଡ଼େ ଏବଂ କୌଣସି ବି ଛାତ୍ର/ଛାତ୍ରୀ ଯୋଗ୍ୟତା ଅନୁସାରେ ସ୍କୁଲ୍ କିମ୍ବା ଅଙ୍ଗନୱାଡିରେ ଭର୍ତି ହେବା ସୁଯୋଗରୁ ବଂଚିତ ନହୁଏ । ପ୍ରଧାନମନ୍ତ୍ରୀ ଉପସ୍ଥିତ ପଂଚାୟତ ସଦସ୍ୟମାନଙ୍କଠାରୁ ଏସବୁ କରିବା ପାଇଁ ପ୍ରତିଶ୍ରୁତି ନେଇଥିଲେ ଏବଂ କରତାଳି ସହିତ ଉପସ୍ଥିତ ପଂଚାୟତ ସଦସ୍ୟମାନେ ଏଥିପାଇଁ ସେମାନଙ୍କର ସହମତି ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi