ସାମ୍ବା ଜିଲ୍ଲାର ପାଲ୍ଲି ପଞ୍ଚାୟତରୁ ଦେଶର ସବୁ ଗ୍ରାମସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଜାମ୍ମୁ ଓ କାଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଲେ ପ୍ରଧାନମନ୍ତ୍ରୀ
ବନିହାଲ-କାଜିଗଣ୍ଡ ରୋଡ ଟନେଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ; ଏହା ଫଳରେ ଜାମ୍ମୁ-କାଶ୍ମୀରର ଅନେକ ଅଞ୍ଚଳ ସହିତ ଦୂରତ୍ୱ ହ୍ରାସ ପାଇବ ଓ ସଡକ ଯୋଗଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ-ଅମୃତସର-କାଟରା ଥ୍ରୀରୋଡ ପ୍ୟାକେଜ ଏକ୍ସପ୍ରେସ ସଡକ ଓ ହଟ୍‌ଲେ ଏବଂ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ
ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ; ଏହି ଯୋଜନାରେ ଦେଶର ସବୁ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସର ଜୀଣ୍ଣୋଦ୍ଧାର କରାଯିବ
“ଜାମ୍ମୁ ଓ କାଶ୍ମୀରରେ ଜାତୀୟ ପଞ୍ଚାୟତିରାଜ ଦିବସର ଉତ୍ସବ ପାଳନ ଏକ ବଡ ପରିବର୍ତ୍ତନର ସୂଚନା ଦିଏ”
“ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଆଜି ଜାମ୍ମୁ ଓ କାଶ୍ମୀର ଏକ ନୂଆ ଉଦାହରଣ ଉପସ୍ଥାପନ କରିଛି: ବିଗତ ୨-୩ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ବିକାଶର ନୂଆ ଦିଗନ୍ତ ସୃଷ୍ଟି ହୋଇଛି”
“ଜାମ୍ମୁ ଓ କାଶ୍ମୀରରେ ଯେଉଁମାନେ ସଂରକ୍ଷଣର ସୁବିଧା ଦୀର୍ଘକାଳ ଧରି ପାଇ ନ ଥିଲେ ଏବେ ତାହା ସେମାନେ ପାଉଛନ୍ତି”
ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ ।
ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।
ସେ କହିଥିଲେ ଯେ ୨୦ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଯେଉଁ ଶୁଭାରମ୍ଭ ଓ ଉଦ୍‌ଘାଟନ ହୋଇଛି ତାହା ମୁଖ୍ୟତଃ ସଡକ ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ ।

ନୂଆଦିଲ୍ଲୀ, ୨୪-୪(ପିଆଇବି):  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗନେବାକୁ ଆଜି ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି । ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ । ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରର ବିକାଶ ଯାତ୍ରାରେ ଆଦି ଦିବସଟି ଏକ ଐତିହାସିକ ଦିନ । ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ସେମାନଙ୍କ ଉତ୍ସାହ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ରାଜ୍ୟ ସହିତ ତାଙ୍କର ଦୀର୍ଘ କାଳର ସମ୍ପର୍କ ଦୃଷ୍ଟିରୁ ସେ ସେଠାକାର ସମସ୍ୟା ସହିତ ଅବଗତ । ରାଜ୍ୟର ଯୋଗାଯୋଗ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା  ଉଦ୍ୟମରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ଆଜିର ଯେଉଁ ରାସ୍ତା ଓ ସଡକ ପ୍ରକଳ୍ପର  ଶୁଭାରମ୍ଭ  ଏବଂ ଉଦ୍‌ଘାଟନ ହେଲା ତାହା ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବାରେ ବିଶେଷ ସହାୟକ ହେବ । ସେ କହିଥିଲେ ଯେ ୨୦ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଯେଉଁ ଶୁଭାରମ୍ଭ ଓ ଉଦ୍‌ଘାଟନ ହୋଇଛି ତାହା ମୁଖ୍ୟତଃ ସଡକ ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ । ଜାମ୍ମୁ-କାଶ୍ମୀରର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ  ବେଗରେ ଚାଲିଛି । ଏହିସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକଯୁବତୀ ନିଯୁକ୍ତି ସୁଯୋଗ  ପାଇବେ । 

ସେ ଆହୁରି କହିଥିଲେ ଯେ ଆଜି ଅନେକ ପରିବାରଙ୍କୁ ସମ୍ପତ୍ତିକାର୍ଡ ପ୍ରଦାନ କରାଯାଇଛି ଯେଉଁଥିରେ ଗାଁରେ ଥିବା ସେମାନଙ୍କର ଘର ଅନ୍ତର୍ଭୁକ୍ତ । ଏହି ମାଲିକାନା ଗ୍ରାମଗୁଡିକରେ ନୂଆ ପ୍ରୟାସକୁ ପ୍ରୋତ୍ସାହିତ କରିବ । ଏକ ଶହ ଜନଔଷଧୀ କେନ୍ଦ୍ର ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣରେ ସହାୟକ ହେବ। ଜାମ୍ମୁ ଓ କାଶ୍ମୀରର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଏହା ଦ୍ୱାରା ବିଶେଷ  ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଏବେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟକାରୀ ହେଉଛି ଏବଂ ଲୋକେ ଏହାର ଲାଭ ପାଉଛନ୍ତି । ଗ୍ରାମାଞ୍ଚଳରେ ଲୋକଙ୍କୁ ରନ୍ଧନ ଗ୍ୟାସ, ଶୌଚାଳୟ, ବିଜୁଳି, ଜମି ଅଧିକାର ଓ ପାନୀୟ ଜଳ ସୁବିଧା ମିଳୁଛି ଏବଂ ଏହା ଦ୍ୱାରା ସେମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ ।

ସଭାମଞ୍ଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସରୁ ଆସିଥିବା ଏକ ପ୍ରତିନିଧିଦଳକୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ବିକାଶର ଏକ ନୂଆ କାହାଣୀ ରଚିତ ହେଉଛି ଏବଂ ଅନେକ ଘରୋଇ ନିବେଶକ ଏଠାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ଧରି ସମଗ୍ର ଜାମ୍ମୁ ଓ କାଶ୍ମୀରରେ ମାତ୍ର ୧୭ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହୋଇଥିଲା । ଏବେ କିନ୍ତୁ ତାହା ପ୍ରାୟ ୩୮ହଜାର କୋଟି ଟଙ୍କାରେ ପହଞ୍ଚିଛି । ପୁନର୍ବାର ପର୍ଯଟନ କ୍ଷେତ୍ର ସ୍ୱାଭାବିକ ହେଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ କାମ କରିବାର ପରିବର୍ତ୍ତିତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ଉଦାହରଣ ଛଳରେ ସେ କହିଥିଲେ ଯେ ଏଠାରେ ୫୦୦ କିଲୋୱାଟର ଏକ ସୌରଶକ୍ତି ପ୍ଲାଣ୍ଟ ମାତ୍ର ତିନିସପ୍ତାହ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବାବେଳେ ପୂର୍ବରୁ ଦିଲ୍ଲୀରୁ ଫାଇଲ ଆସିବାକୁ ଦୁଇରୁ ତିନି ସପ୍ତାହ ସମୟ ଲାଗୁଥିଲା । ପାଲ୍ଲୀ ପଞ୍ଚାୟତ ସମ୍ପର୍କରେ ସେ କହିଥିଲେ ଯେ ସେଠାରେ ସବୁ ଘରକୁ ସୌରଶକ୍ତିରୁ ଉତ୍ପାଦିତ ବିଜୁଳି ଯୋଗାଇ ଦିଅ।।ଉଛି ଓ ଏହା ଗ୍ରାମ ଊର୍ଜା ସ୍ୱରାଜ ତଥା କାମ କରିବାର ନୂଆ ଧାରାର ପ୍ରକୃଷ୍ଠ ଉଦାହରଣ । ଏହି ପ୍ରୟାସ ଜାମ୍ମୁ ଓ କାଶ୍ମୀରୀକୁ ବିକାଶର ନୂଆ ସୋପାନରେ ପହଂଚାଇବ  ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଜାମ୍ମୁ-କାଶ୍ମୀରର ଯୁବ ସମାଜକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଧୁଗଣ, ମୋ କଥାରେ ବିଶ୍ୱାସ କରନ୍ତୁ ଓ ପ୍ରତ୍ୟେକ ଶବ୍ଦକୁ ତର୍ଜମା କରନ୍ତୁ  । ଆପଣଙ୍କର ପିତା, ପ୍ର୍ରପିତାମହମାନେ ଯେଉଁ ସମସ୍ୟାରେ ସମ୍ମୁଖୀନ ହେଉଥିଲେ ସେ ଦୁର୍ଦ୍ଦଶା ଆପଣମାନଙ୍କୁ ଆଉ ଭୋଗିବାକୁ ପଡିବ ନାହିଁ । ମୁଁ କଥା ଦେଉଛି, ଏହାକୁ ପ୍ରମାଣ କରି ଦେଖାଇବି ଏବଂ ସେହି ପ୍ରତିଶ୍ରୁତି ଦେବାକୁ ମୁଁ ଆଜି ଏଠାକୁ ଆସିଛି ।”

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ,ବିଶେଷତଃ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ନେତୃତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପାଲ୍ଲି ପଞ୍ଚାୟତ  ଦେଶର ସର୍ବପ୍ରଥମ କାର୍ବନମୁକ୍ତ ପଞ୍ଚାୟତ ହେବାକୁ ଯାଉଥିବା ଆମ ପାଇଁ ଏକ ବିରାଟ ଉପଲବ୍ଧି । “ଏହି ପଞ୍ଚାୟତରୁ ମୁଁ ଆଜି ଦେଶର ସବୁ ଗ୍ରାମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲି ଏବଂ ଏହା ଏକ ପରମ ସୌଭାଗ୍ୟ । ଏଥିପାଇଁ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ।

ସେ ଆହୁରି କହିଥିଲେ ଯେ ଜାମ୍ମୁ-କାଶ୍ମୀରରେ ଜାତୀୟ ପଞ୍ଚାୟତରାଜ ଦିବସ ପାନଳ ଏକ ବଡ ପରିବର୍ତ୍ତନର ସୂଚନା ବହନ କରୁଛି । ଗଣତନ୍ତ୍ର ତୃଣମୂଳସ୍ତରରେ ପହଞ୍ଚି ସୁଦୃଢ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହା ଏକ ଗର୍ବ ଓ ଗୌରବର ବିଷୟ ବୋଲି ମତ ଦେଇଥିଲେ ।  ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଜାମ୍ମୁ-କାଶ୍ମୀର ଆଜି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିଗତ ୨-୩ ବର୍ଷ ମଧ୍ୟରେ ଏଠାରେ ବିକାଶର ନୂତନ ଦିଗନ୍ତ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରଥମ ଥର ଏଠାରେ ନିର୍ବାଚନ ସଫତଳାର ସହିତ ସମ୍ପନ୍ନ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଦେଶର ବିକାଶ ପ୍ରକ୍ରିୟାରେ ଜାମ୍ମୁ-କାଶ୍ମୀରରକୁ ସମ୍ପୃକ୍ତ କରିବା ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଏହି ଅଞ୍ଚଳରେ ୧୭୫ରୁ ଅଧିକ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରାଯାଇଛି । ଏହାର ସବୁଠୁ ବଡ ଲାଭ ମିଳିଛି ଏଠାକାର ମହିଳା, ଗରିବ ଓ  ଉପେକ୍ଷିତ ବର୍ଗଙ୍କୁ । ସେହିଭଳି ସଂରକ୍ଷଣ ନିୟମରେ ଥିବା ତ୍ରୁଟିବିଚ୍ୟୁତି ଓ ଅସଂଗତିକୁ ଦୂର କରାଯାଇ ତାହାକୁ ଏଠାରେ କିପରି ପ୍ରୟୋଗ କରାଯାଇଛି ସେ ବିଷୟରେ ସେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବାଲ୍ମୀକି ସମାଜକୁ ଯୁଗଯୁଗର ବନ୍ଧନରୁ ମୁକ୍ତ କରାଯାଇଛି । ଏବେ ସବୁ ସମ୍ପ୍ରଦାୟ ଓ ବର୍ଗର ପୁଅଝିଅମାନେ ସେମାନଙ୍କ ସ୍ୱପ୍ନ ସାର୍ଥକ କରିବାର ସୁଯୋଗ ପାଇଛନ୍ତି ।  ଜାମ୍ମୁ-କାଶ୍ମୀରରେ ଯେଉଁମାନେ ଦୀର୍ଘକାଳ ଧରି ସଂରକ୍ଷଣର ସୁବିଧା ପାଇ ନ ଥିଲେ ଏବେ ସେମାନଙ୍କୁ ସେ ସୁଯୋଗ ମିଳିଛି ।

“ଏକ ଭାରତ ଶ୍ରେଷ୍ଠ ଭାରତ” ଲକ୍ଷ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ସଂଯୋଗ ବ୍ୟବସ୍ଥା ଓ ଦୂରତ୍ୱର ଅବସାନ ଗୁରୁତ୍ୱ ପାଇଛି । ଦୂରତ୍ୱ, ହୃଦୟ, ଭାଷା, ପ୍ରଥା, ପରମ୍ପରା ଓ ସମ୍ବଳ ଆଦି ଯେକୌଣସି କ୍ଷେତ୍ରରେ ହେଉ ନା କାହିଁକି ତାହାର ଅବସାନ ଉପରେ ଆମେ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛୁ ।

ଦେଶର ବିକାଶରେ ପଞ୍ଚାୟତିରାଜର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ଏହି ଅମୃତକାଳ ଭାରତର ସୁବର୍ଣ୍ଣ ଯୁଗରେ ପରିଣତ ହେବାକୁ ଯାଉଛି । ଏଥିରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ‘ସବ୍‌କା ପ୍ରୟାସ’ମାଧ୍ୟମରେ ଆମେ ଏହି ସୁବର୍ଣ୍ଣ ଯୁଗ ଆଣିପାରିବା । ଗଣତନ୍ତ୍ରକୁ  ସୁଦୃଢ କରି ବିକାଶ ପ୍ରକ୍ର୍ରିୟାକୁ ସାର୍ବଜନୀନ କରିବାରେ ପଞ୍ଚାୟତିରାଜ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ଏଥିରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଯେଉଁ ବିଶେଷ ଭୂମିକା ରହିଛିି ସେ କଥା ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ଉଭୟ ଯୋଜନା ଓ ରୂପାୟନ ପ୍ରକ୍ରିୟାରେ ପଞ୍ଚାୟତିରାଜର ଗଭୀର ସମ୍ପୃକ୍ତି ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୩ ଅଗଷ୍ଟ ୧୫ତାରିଖଠାରୁ ଦେଶର ପ୍ରତି ଜିଲ୍ଲାରେ ୭୫ଟି ସରୋବର ଖନନ ଓ ଜୀଣ୍ଣୋଦ୍ଧାରହେବ । ଏସବୁୁ ସରୋବରର  ହୁଡାରେ ବୃକ୍ଷରୋପଣ କରି ସେସବୁକୁ ସହିଦ ଓ ମୁକ୍ତି ସଂଗ୍ରାମୀମାନଙ୍କ ନାମରେ ନାମିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନୂଆ ଟେକ୍‌ନୋଲୋଜି  ପ୍ରୟୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଇ-ଗ୍ରାମ ସ୍ୱରାଜ, ଅନ୍‌ଲାଇନ ଅଡିଟ୍‌, ନାଗରିକ ସଂହିତା ବା ସିଟିଜେନ ଚାର୍ଟର ଆଦିକୁ ଅଗ୍ରାଧିକାରଭିତ୍ତିରେ  କାର୍ଯ୍ୟକାରୀ କରି ଗ୍ରାମଶାସନ ଓ ଜଳ ପରିଚାଳନାରେ ଅଧିକରୁ ଅଧିକ ମହିଳାଙ୍କୁ ସମ୍ପୃକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ପ୍ରାକୃତିକ  ଚାଷ ଉପରେ ଗୁରୁତ୍ୱ ଦେଇ ଧରିତ୍ରୀମାତାକୁ ରାସାୟନିକ ସାର ଓ କୀଟନାଶକର  କୁପ୍ରଭାବରୁ ସୁରକ୍ଷିତ କରିବାକୁ   ମଧ୍ୟ ଏହି ଅବସରରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାକୃତିକ  ଚାଷ ଯୋଗୁଁ ପରିବେଶ, ମାଟି, ପାଣି ଓ ପବନ ସୁରକ୍ଷିତ ରହିବ । ସବୁ ଗାଁ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଲେ ସମଗ୍ର ମାନବଜାତି ଉପକୃତ ହେବ । ଗ୍ରାମ ପଞ୍ଚାୟତ ସ୍ତରରେ ‘ସବ୍‌କା ପ୍ର୍ର୍ରୟାସ’ ମାଧ୍ୟମରେ ପ୍ରାକୃତିକ କୃଷି ଲୋକପ୍ରିୟ ହୋଇପାରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶକୁ କୁପୋଷଣରୁ ମୁକ୍ତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି । ସେଥିପାଇଁ ଚାଉଳର ଦ୍ରବ୍ୟଗୁଣ ବଢାଇବାକୁ ଏଥିରେ ଅଧିକ ପୋଷକତତ୍ୱ ଦିଆଯାଇ ଏହାକୁ ସମୃଦ୍ଧ(ଫଟିଫାଏଡ୍‌) କରାଯାଉଛି ଓ ସେହି ଚାଉଳ ସରକାର କୁପୋଷଣ ଦୂର ପାଇଁ ଯୋଗାଇ ଦେଉଛନ୍ତି ।

ସେ କହିଛନ୍ତି, ୨୦୧୯ରେ ହୋଇଥିବା ଜାମ୍ମୁ-କାଶ୍ୱୀର ସଂକ୍ରାନ୍ତ ସାମ୍ବାଧାନିକ ସଂସ୍କାର ପରଠାରୁ କେନ୍ଦ୍ର ସରକାର ଏହି ଅଞ୍ଚଳର ବିକାଶ  ଏବଂ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ଏଠାକାର ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ସେମାନଙ୍କ ଜୀବନକୁ ସହଜ କରିବା । ସେଥିପାଇଁ ବିକାଶ ପ୍ରକ୍ରିୟା ଅଭୂତ ପୂର୍ବ ଗତିରେ ଚାଲିଛି । ଆଜି ଯେଉଁ ପ୍ରକଳ୍ପ ସବୁ ଉଦ୍‌ଘାଟିତ ହେଲା ଓ ଯାହାର ଶୁଭ ଦିଆଗଲା ତାହା ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଲୋକଙ୍କ ଗମନାଗମନ ଓ ଜୀବନଯାପନ ସୁଗମ ହେବ ।

ଆଜି ପ୍ରଧାନମନ୍ତ୍ରୀ ବନିହାଲ-କାଜିଗଣ୍ଡ ରୋଡ ଟନେଲକୁ ଉଦ୍‌ଘାଟନ କରିଥିଲେ । ଏହି ଟନେଲଟି ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହାର ଦୈର୍ଘ୍ୟ ୮.୪୫ କିଲୋମିଟର । ଏହାଫଳରେ ବନିହାଲ ଓ କାଜିଗଣ୍ଡ ମଧ୍ୟରେ ସଡକ ଦୂରତ୍ୱ ୧୬କି.ମି. ହ୍ରାସ ପାଇବ ଏବଂ ଯାତ୍ରା ସମୟ ଏକରୁ ଦେଢଘଣ୍ଟା କମିବ । ଏହା ଏକ ଟ୍ୱାଇନଟ୍ୟୁବ ଟନେଲ । ପ୍ରତ୍ୟେକ ଟନେଲ ଗୋଟିଏ ଗୋଟିଏ ଦିଗ ପାଇଁ ଉଦ୍ଦିଷ୍ଟ । ଏଥିରେ ପ୍ରତି ୫୦୦ମିଟର ବ୍ୟବଧାନରେ କ୍ରସ ପ୍ୟାସେଜ ରହିଛି । ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହି ଟନେଲ ଫଳରେ ଜାମ୍ମୁ ଓ କାଶ୍ମୀର ମଧ୍ୟ ସବୁଦିନିଆ ସଡକ ସଂଯୋଗ ସ୍ଥାପନ ହୋଇଛି ଏବଂ ଦୁଇ ଅଂଚଳ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଛି ।

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ତିନିଟି ସଡକ ପ୍ରକଳ୍ପର ଶୁଭ ଦେଇଛନ୍ତି । ସେଗୁଡିକ ହେଲା ଦିଲ୍ଳୀ-ଅମୃତସର-କାଟ୍ରା ଏକ୍ସପ୍ରେସ ସଡକ । ଏହି ପ୍ରକଳ୍ପ ପାଇଁ ୭୫୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ସଡକଗୁଡିକୁ ୪/୬ ଲେନ୍ ବିଶିଷ୍ଟ କରାଯିବ । ଏହାଫଳରେ ଦିଲ୍ଲୀ-ଅମୃତସର-କାଟ୍ରା ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ । ଏହି ତିନିଟି ଏକ୍ସପ୍ରେସ ସଡକ ୪୪ନଂ ଜାତୀୟ ରାଜପଥର ବଲସୁଆରୁ ଗୁର୍‌ହାବେଲଦରାନ୍‌, ହୀରାନଗର, ଜଖ୍‌, ବିଜୟପୁର, କୁଞ୍ଜୱାନି, ଜାମ୍ମୁ ଓ ଜାମ୍ମୁ ବିମାନ ବନ୍ଦରକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ରଟଲେ ଓ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶୁଭ ଦେଇଛନ୍ତି । କିସ୍ତୱାର ଜିଲ୍ଲାରେ ଚେନାବ ନଦୀ ଉପରେ  ୮୫୦ ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ରଟଲେ ପ୍ରକଳ୍ପ ୫୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ସେହିଭଳି କିସ୍ତୱାର ଜିଲ୍ଲାର କ୍ୱରଠାରେ ଚେନାବ ଉପରେ ଦ୍ୱିତୀୟ ପ୍ରକଳ୍ପ ନିର୍ମିତ ହେବ ଏବଂ ଏହାର  ବିଜୁଳି ଉତ୍ପାଦନ କ୍ଷମତା ୫୪୦ ମେଗାୱାଟ । ଏଥିପାଇଁ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ଜାମ୍ମୁ-କାଶ୍ମୀରର ବିଜୁଳି ଆବଶ୍ୟକତା ପୂରଣ ହୋଇପାରିବ ।

ଆଜି ମଧ୍ୟରେ ଜାମ୍ମୁ-କାଶ୍ମୀରରେ ୧୦୦ ଜନଔଷଧୀ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହାଦ୍ୱାରା ଏହି ଅଞ୍ଚଳରେ ଗରିବ ଓ ମଧ୍ୟବିତ୍ତବର୍ଗର ଲୋକଙ୍କୁ ସରକାର ସୁଲଭ ମୂଲ୍ୟରେ ଉଚ୍ଚମାନର ଜେନେରିକ ଔଷଧ ଯୋଗାଇ ଦେବେ । ଏସବୁ କେନ୍ଦ୍ର ଏହି କେନ୍ଦ୍ରଶାସିତ ଅଞ୍ଚଳର ଅଗମ୍ୟ ଇଲାକାରେ ପ୍ରତିଷ୍ଠା କରାଯାଇଛି । ସେ ମଧ୍ୟ ଆଜି ପାଲ୍ଲିଠାରେ ୫୦୦କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଏଥିସହିତ ପାଲ୍ଳି ଦେଶର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତର ମାନ୍ୟତା ଲାଭ କରିଛି ।

 ି ପ୍ରଧାନମନ୍ତ୍ରୀ ଏହି ଅବସରରେ ହିତାଧିକାରୀମାନଙ୍କୁ ସେମାନଙ୍କ ଜମିଜମା ଅଧିକାର ସଂକ୍ରାନ୍ତ ‘ସ୍ୱାମୀତ୍ୱ କାର୍ଡ’ ପ୍ରଦାନ କରିଥିଲେ । ଏହାଛଡା ପଞ୍ଚାୟତିରାଜ ଦିବସ ଉପଲକ୍ଷେ ବିଭିନ୍ନ ବର୍ଗର ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କାର ବାବଦ ଅର୍ଥ ହସ୍ତାନ୍ତର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ‘ଇନ୍‌ଟାକ୍‌’ ପକ୍ଷରୁ ଆୟୋଜିତ ଫଟୋ ଗ୍ୟାଲେରୀକୁ ବୁଲି ଦେଖିଥିଲେ । ଏଥିରେ ଏହି ଅଞ୍ଚଳର ଗ୍ରାମୀଣ ଐତିହ୍ୟର ଚିତ୍ର ସ୍ଥାନ ପାଇଛି । ଏହାଛଡା ସେ ମଧ୍ୟ ଦେଶରେ ଆଦର୍ଶ ସ୍ମାର୍ଟ ଗ୍ରାମ ପ୍ରତିଷ୍ଠା ପାଇଁ ଉଦ୍ଧିଷ୍ଟ ଏକ ନୋକିଆ ସ୍ମାର୍ଟପୁର ଉଦ୍ୟମିତା ଭିତ୍ତିକ ମଡେଲ ଡିଜାଇନ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅମୃତ ସରୋବର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସବର ନିର୍ମାଣ କିମ୍ବା ଜିଣ୍ଣୋଦ୍ଧାର କରାଯିବ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।