“କ୍ରୀଡା ଭାବନା ଭବିଷ୍ୟତରେ କ୍ରୀଡାବିତମାନଙ୍କ ପାଇଁ ସଫଳତାର ଦ୍ୱାର ଖୋଲି ଦେବ”
“ଆଞ୍ଚଳିକ ସ୍ତରରେ ପ୍ରତିଯୋଗିତା କେବଳ ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରୁନାହିଁ ବରଂ ସମଗ୍ର ଅଞ୍ଚଳର କ୍ରୀଡାବିତମାନଙ୍କ ମନୋବଳ ବଢାଉଛି”
“ସାଂସଦ ଖେଳ ମହାକୁମ୍ଭ ଏକ ନୂଆ ରାସ୍ତା, ଏକ ନୂଆ ବ୍ୟବସ୍ଥା”
“ବିଶ୍ୱ କ୍ରୀଡାରେ ଦେଶର କ୍ଷମତା ପ୍ରଦର୍ଶିତ କରିବାରେ ସାଂସଦ ଖେଳ ମହାକୁମ୍ଭର ବହୁତ ବଡ ଭୂମିକା ରହିଛି”
“ସାଂସଦ ଖେଳ ମହାକୁମ୍ଭ କ୍ରୀଡାର ଭବିଷ୍ୟତ ପାଇଁ ବିଶାଳ ଭିତ୍ତିଭୂମି ସୃଷ୍ଟି କରିବାକୁ ଏକ ମଜବୁତ ମୂଳଦୁଆ ପକାଇଛି”
“୨୦୧୪ ତୁଳନାରେ କ୍ରୀଡା ମନ୍ତ୍ରଣାଳୟର ବଜେଟ ଆବଣ୍ଟନ ପ୍ରାୟ ୩ ଗୁଣ ଅଧିକ ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୋରଖପୁର ସାଂସଦ ଖେଳ ମହାକୁମ୍ଭକୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ କ୍ରୀଡାବିତ ଏହି ପର୍ଯ୍ୟାୟରେ ପହଞ୍ଚିବାକୁ କଠିନ ପରିଶ୍ରମ କରିଛନ୍ତି । ଜିତିବା ଓ ହାରିବା ଖେଳ ପଡିଆ ସହ ଜୀବନର ମଧ୍ୟ ଅଂଶ ବୋଲି ସେ ଗୁରୁତ୍ୱାରୋପ କରିବା ସହ କ୍ରୀଡାବିତମାନେ କେବଳ ଜିତିବା ଶିଖିଛନ୍ତି ବୋଲି କହିଛନ୍ତି । କ୍ରୀଡା ଭାବନା ଭବିଷ୍ୟତରେ କ୍ରୀଡାବିତମାନଙ୍କ ପାଇଁ ସଫଳତାର ଦ୍ୱାର ଖୋଲି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଖେଳ ମହାକୁମ୍ଭର ପ୍ରଶଂସନୀୟ ଓ ପ୍ରେରଣାଦାୟୀ ଉପକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୁସ୍ତି, କବାଡି ଓ ହକି ଭଳି ଖେଳ ସହ ଚିତ୍ରକଳା, ଲୋକଗୀତ, ଲୋକନୃତ୍ୟ ଓ ତବଲା-ବଂଶୀ କଳାକାରମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଖେଳ ପ୍ରତିଭା ହେଉ ଅବା କଳା-ସଂଗୀତ, ସେଗୁଡିକର ଭାବନା ଓ ଶକ୍ତି ଏକାଭଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ପରମ୍ପରା ଓ ଲୋକକଳାଗୁଡିକୁ ଆଗେଇ ନେବାର ନୈତିକ ଦାୟିତ୍ୱ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଜଣେ କଳାକାର ଭାବେ ଗୋରଖପୁର ସାଂସଦ ଶ୍ରୀ ରବି କିଶନ ଶୁକ୍ଲାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଗତ କିଛି ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିବା ସାଂସଦ ଖେଳ ମହାକୁମ୍ଭର ଏହା ତୃତୀୟ କାର୍ଯ୍ୟକ୍ରମ । ଭାରତକୁ ବିଶ୍ୱ କ୍ରୀଡା ମହାଶକ୍ତିରେ ପରିଣତ କରିବା ପାଇଁ ନୂଆ ଉପାୟ ଓ ବ୍ୟବସ୍ଥା ସୃଷ୍ଟି ବିଚାରକୁ ସେ ଦୋହରାଇଥିଲେ । ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିବା ସହ ଆଞ୍ଚଳିକ ସ୍ତରରେ ହେଉଥିବା ପ୍ରତିଯୋଗିତା ଦ୍ୱାରା କେବଳ ସ୍ଥାନୀୟ ପ୍ରତିଭା ବିକଶିତ ହୋଇନଥାଏ ବରଂ ସମଗ୍ର ଅଞ୍ଚଳର କ୍ରୀଡାବିତମାନଙ୍କ ମନୋବଳ ବୃଦ୍ଧି ପାଇଥାଏ ବୋଲି କହିଛନ୍ତି । ସାଂସଦ ଖେଳ ମହାକୁମ୍ଭ ଏକ ନୂଆ ରାସ୍ତା, ଏକ ନୂଆ ବ୍ୟବସ୍ଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୋରଖପୁର ଖେଳ ମହାକୁମ୍ଭର ପ୍ରଥମ ସଂସ୍କରଣରେ ୨୦ ହଜାର କ୍ରୀଡାବିତ ଭାଗ ନେଇଥିଲେ ଓ ଏହି ସଂଖ୍ୟା ଏବେ ୨୪ ହଜାରରେ ପହଞ୍ଚିଛି ଯେଉଁଥିରେ ୯ ହଜାର ମହିଳା କ୍ରୀଡାବିତ ଅଛନ୍ତି । ଖେଳ ମହାକୁମ୍ଭରେ ଭାଗ ନେଇଥିବା ହଜାର ହଜାର ଯୁବକଯୁବତୀ ଛୋଟ ସହର ବା ଗାଁରୁ ଆସିଛନ୍ତି, ସାଂସଦ ଖେଳ ମହାକୁମ୍ଭ ଯୁବ କ୍ରୀଡାବିତମାନଙ୍କୁ ନୂଆ ମଂଚ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବୟସ ନିର୍ବିଶେଷରେ ଫିଟ ରହିବାକୁ ସମସ୍ତଙ୍କର ଆନ୍ତରିକ ଇଚ୍ଛା ଥାଏ । ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ପୂର୍ବରୁ ଗାଁରେ ଆୟୋଜିତ ମେଳାର ଅଂଶ କ୍ରୀଡା ଥିଲା, ସେତେବେଳେ ଆଖଡାଗୁଡିକରେ ବିଭିନ୍ନ ଖେଳ ଆୟୋଜିତ ହେଉଥିଲା । ଆଜିର ପରିବର୍ତ୍ତନରେ ସେ ଦୁଃଖ ବ୍ୟକ୍ତ କରିବା ସହ ସମସ୍ତ ପୂରାତନ ବ୍ୟବସ୍ଥା ଅବକ୍ଷୟମୁଖୀ ବୋଲି କହିଛନ୍ତି । ସେତେବେଳେ ସ୍କୁଲଗୁଡିକରେ ହେଉଥିବା ପିଟି ପିରିୟଡକୁ ଏବେ ଏହାକୁ ଟାଇମ-ପାସ ପିରିୟଡ ଭାବେ ବିବେଚନା କରାଯାଉଛି । ଯାହାଦ୍ୱାରା ଦେଶରେ ତିନି- ଚାରି ପୀଢି ପର୍ଯ୍ୟନ୍ତ କ୍ରୀଡାରେ ଅଂଶଗ୍ରହଣକାରୀଙ୍କ ସଙ୍କଟ ସୃଷ୍ଟି ହୋଇଥିଲା । ଛୋଟ ସହରଗୁଡିକରୁ ଅନେକ ପିଲା ଭାଗ ନେଉଥିବା ଟିଭିରେ ପ୍ରଦର୍ଶିତ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ବହୁ ଲୁକ୍କାୟିତ ପ୍ରତିଭା ରହିଛନ୍ତି ଓ ଖେଳ ଜଗତରେ ଦେଶର କ୍ଷମତା ପ୍ରଦର୍ଶିତ କରିବାରେ ସାଂସଦ ଖେଳ ମହାକୁମ୍ଭର ଏକ ବଡ ଭୂମିକା ରହିଛି ।

ଦେଶର ଶହ ଶହ ସାଂସଦ ଏଭଳି କ୍ରୀଡା ପ୍ରତିଯୋଗିତା ଆୟୋଜନ କରୁଛନ୍ତି, ଯାହା ବହୁ ସଂଖ୍ୟାରେ ଯୁବ କ୍ରୀଡାବିତମାନଙ୍କୁ ଆଗକୁ ଯିବାର ସୁଯୋଗ ଦେଉଛି । ବହୁ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବେ ଏବଂ ଦେଶ ପାଇଁ ଅଲମ୍ପିକ ଭଳି ଆନ୍ତର୍ଜାତିକ ପ୍ରତିଯୋଗିତାରେ ମେଡାଲ ଜିତିବେ । ସାଂସଦ ଖେଳ ମହାକୁମ୍ଭ କ୍ରୀଡାର ଭବିଷ୍ୟତ ପାଇଁ ଏକ ବିଶାଳ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୋରଖପୁର ଆଞ୍ଚଳିକ କ୍ରୀଡା ଷ୍ଟାଡିୟମ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ସହରଗୁଡିକରେ ସ୍ଥାନୀୟ ସ୍ତରରେ କ୍ରୀଡା ସୁବିଧା ବିକଶିତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗୋରଖପୁରର ଗ୍ରାମାଞ୍ଚଳରେ ଯୁବପୀଢିଙ୍କ ପାଇଁ ୧ ଶହରୁ ଅଧିକ ଖେଳ ପଡିଆ ପ୍ରସ୍ତୁତ କରାଯାଇଛି ଓ ଚୌରିଚୌରାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯାଇଛି । ଅନ୍ୟ କ୍ରୀଡା ସୁବିଧା ବ୍ୟତୀତ ଖେଲୋ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଖେଳାଳିମାନଙ୍କ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଦେଶ ଏକ ସାମଗ୍ରିକ ଦୃଷ୍ଟିକୋଣ ନେଇ ଆଗକୁ ବଢୁଛି ।

ଚଳିତ ବର୍ଷର ବଜେଟ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ତୁଳନାରେ କ୍ରୀଡା ମନ୍ତ୍ରଣାଳୟର ବଜେଟ ଆବଣ୍ଟନ ପ୍ରାୟ ୩ ଗୁଣ ଅଧିକ ରହିଛି । ଦେଶରେ ବହୁ ଆଧୁନିକ ଷ୍ଟାଡିୟମ ନିର୍ମିତ ହେଉଥିବା ତଥା ଟପ୍ସ (ଟାର୍ଟେଟ ଅଲମ୍ପିକ ପୋଡିୟମ ସ୍କିମ) ଅନ୍ତର୍ଗତ କ୍ରୀଡାବିତମାନଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ସେହିପରି ଖେଲୋ ଇଣ୍ଡିଆ, ଫିଟ ଇଣ୍ଡିଆ ଓ ଯୋଗ ଭଳି ଅଭିଯାନ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମିଲେଟକୁ ଦେଶ ଶ୍ରୀ ଅନ୍ନ ପରିଚୟ ଦେଇଛି, ଯଅ ଓ ବାଜରା ଭଳି ମୋଟା ଶସ୍ୟ ସୁପରଫୁଡ ଶ୍ରେଣୀରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଭିଯାନରେ ସାମିଲ ହୋଇ ଏହି ମିଶନର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ଯୁବପୀଢିଙ୍କୁ ଆହ୍ୱାନ ଦେଇଛନ୍ତି ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି, ଅଲମ୍ପିକ୍ସ ଠାରୁ ଆରମ୍ଭ କରି ବଡ ଟୁର୍ଣ୍ଣାମେଣ୍ଟରେ ଆପଣମାନଙ୍କ ଭଳି ଯୁବ କ୍ରୀଡାବିତ ପଦକ ଜିତିବାର ପରମ୍ପରା ଆଗକୁ ବଢାଇବେ । ଯୁବପୀଢି ଏହିଭଳି ନିଜର ଚମକ ବଜାୟ ରଖିବେ ଓ ସେମାନଙ୍କ ସଫଳତାର ଚମକରେ ଦେଶ ପାଇଁ ସୁନାମ ଆଣିବେ ।

ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୋରଖପୁର ସାଂସଦ ଶ୍ରୀ ରବି କିଶନ ଶୁକ୍ଲାଙ୍କ ସହିତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.