ପର୍ଯ୍ୟଟନ ପ୍ରତି ଭାରତର ଆଭିମୁଖ୍ୟ ସଂସ୍କୃତ ପଦ୍ୟ ‘ଅତିଥି ଦେବୋ ଭବ’ ଉପରେ ଆଧାରିତ ଯାହାର ଅର୍ଥ ହେଉଛି ‘ଅତିଥି ହିଁ ଭଗବାନ’ : ପ୍ରଧାନମନ୍ତ୍ରୀ
‘‘ପର୍ଯ୍ୟଟନ କ୍ଷେତ୍ରରେ ଭାରତର ପ୍ରୟାସ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଏହାର ସମୃଦ୍ଧ ଐତିହ୍ୟକୁ ସୁରକ୍ଷା ଦେବା ପ୍ରତି କେନ୍ଦ୍ରିତ’’
‘‘ବିଗତ ୯ ବର୍ଷ ମଧ୍ୟରେ ଆମେ ପର୍ଯ୍ୟଟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକଶିତ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ଆସିଛୁ’’
‘‘ଦ୍ରୁତ ଗତିରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଭାରତ ପର୍ଯ୍ୟଟନର ପ୍ରାସଙ୍ଗିକତାକୁ ମାନ୍ୟତା ଦେଉଛି’’
‘‘ସରକାର, ଉଦ୍ୟମୀ, ନିବେଶକ ଏବଂ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ସହଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯାଇ ପାରିବ’’
‘‘ଆତଙ୍କବାଦ ଭାଙ୍ଗିଥାଏ କିନ୍ତୁ ପର୍ଯ୍ୟଟନ ଯୋଡ଼ିଥାଏ’’
‘‘ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି, ‘ବସୁଧୈବ କୁଟୁମ୍ବକମ୍‌’ - ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’, ଏହା ବିଶ୍ୱ ପର୍ଯ୍ୟଟନର ଲକ୍ଷ୍ୟ ହୋଇପାରିବ’’
‘‘ଗଣତନ୍ତ୍ରର ଜନନୀରେ ହେଉଥିବା ଗଣତନ୍ତ୍ରର ପର୍ବ ଦେଖିବାକୁ ଆପଣମାନେ ଆସିବା ଉଚିତ୍’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ହେଉଥିବା ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅତୁଲ୍ୟ ଭାରତର ଭାବନା ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ, ପର୍ଯ୍ୟଟନ ମନ୍ତ୍ରୀମାନେ ବିଶ୍ୱସ୍ତରରେ ଦୁଇ ଟ୍ରିଲିୟନ ଡଲାର ମୂଲ୍ୟର ଏକ କ୍ଷେତ୍ରକୁ ପରିଚାଳନା କରିବା ସତ୍ତ୍ୱେ ସେମାନେ ନିଜେ ପର୍ଯ୍ୟଟନ ହେବାକୁ କମ୍‌ ସୁଯୋଗ ପାଇଥାନ୍ତି । ଭାରତରେ ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଗୋଆ ଠାରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ ହେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ, ବିଦେଶାଗତ ଅତିଥିମାନଙ୍କୁ ନିଜ ଗମ୍ଭୀର ଆଲୋଚନାରୁ କିଛି ସମୟ ବାହାର କରି ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ପର୍ଯ୍ୟଟନ ପ୍ରତି ଭାରତର ଆଭିମୁଖ୍ୟ ସଂସ୍କୃତ ପଦ୍ୟ ‘ଅତିଥି ଦେବୋ ଭବ’ ଉପରେ ଆଧାରିତ ଯାହାର ଅର୍ଥ ହେଉଛି ‘ଅତିଥି ହିଁ ଭଗବାନ। ପର୍ଯ୍ୟଟନର ଅର୍ଥ କେବଳ ନୂଆ ସ୍ଥାନ ଦେଖିବା ନୁହେଁ ବରଂ ଏହା ଏକ ବ୍ୟାପକ ଅନୁଭୂତି ପ୍ରଦାନ କରିଥାଏ। ସଙ୍ଗୀତ ହେଉ କିମ୍ବା ଖାଦ୍ୟ, କଳା କିମ୍ବା ସଂସ୍କୃତି, ଭାରତର ବିବିଧତା ବାସ୍ତବରେ ଭବ୍ୟତାପୂର୍ଣ୍ଣ। ଶ୍ରୀ ମୋଦୀ ଆହୁରି କହିଥିଲେ, ହିମାଳୟର ଉଚ୍ଚତା ଠାରୁ ଆରମ୍ଭ କରି ଘନ ଜଙ୍ଗଲ, ଶୁଷ୍କ ମରୁଭୂମି ଠାରୁ ଆରମ୍ଭ କରି ସୁନ୍ଦର ବେଳାଭୂମି ପର୍ଯ୍ୟନ୍ତ, ଦୁଃସାହସିକ କ୍ରୀଡ଼ା ଠାରୁ ଆରମ୍ଭ କରି ଧ୍ୟାନ କେନ୍ଦ୍ର ପର୍ଯ୍ୟନ୍ତ, ଭାରତରେ ସମସ୍ତଙ୍କ ପାଇଁ ସବୁକିଛି ପୂରି ରହିଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ, ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ସମୟରେ ସାରା ଦେଶର ୧୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୨୦୦ ବୈଠକ ଆୟୋଜନ କରୁଛି, ଏହା ଆଗନ୍ତୁକମାନଙ୍କୁ ଭିନ୍ନ ଭିନ୍ନ ଅନୁଭୂତି ପ୍ରଦାନ କରୁଛି । ସେ ଆହୁରି କହିଥିଲେ, ପୂର୍ବରୁ ଭାରତ ଭ୍ରମଣ କରିଥିବା ନିଜର ବନ୍ଧୁମାନଙ୍କୁ ଯଦି ଆପଣ ପଚାରନ୍ତି, ସେ ନିଶ୍ଚିତ ଭାବେ କହିବେ ଯେ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ଏଭଳି ଅନୁଭୂତି ତାଙ୍କୁ ମିଳିନାହିଁ। 

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଭାରତର ପ୍ରୟାସ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଏହାର ସମୃଦ୍ଧ ଐତିହ୍ୟକୁ ସୁରକ୍ଷା ଦେବା ପ୍ରତି କେନ୍ଦ୍ରିତ। ଭାରତ ବିଶ୍ୱର ପ୍ରତ୍ୟେକ ପ୍ରମୁଖ ଧର୍ମର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଆଧ୍ୟାତ୍ମିକ ପର୍ଯ୍ୟଟନ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ । ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ପ୍ରାଚୀନ ସହର ବାରଣାସୀରେ ଭିତ୍ତିଭୂମି ଉନ୍ନତିକରଣ କାରଣରୁ ପର୍ଯ୍ୟଟକମାନଙ୍କ ଆଗମନ ଦଶଗୁଣ ବୃଦ୍ଧି ପାଇ ଆଜି ୭୦ ନିୟୁତରେ ପହଞ୍ଚିଛି । ସେ ଆହୁରି ଆଲୋକପାତ କରି କହିଥିଲେ ଯେ, ଭାରତ ଏବେ ନୂଆ ପର୍ଯ୍ୟଟନ ଆକର୍ଷଣ ନିର୍ମାଣ କରୁଛି। ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟୀ ବିଷୟରେ କହିଥିଲେ, ଯାହାକି ଉଦଘାଟନର ଗୋଟିଏ ବର୍ଷ ମଧ୍ୟରେ ୨୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ନଅ ବର୍ଷ ମଧ୍ୟରେ, ଦେଶରେ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଇକୋସିଷ୍ଟମର ବିକାଶ ଉପରେ ଆମେ ବିଶେଷ ଗୁରୁତ୍ୱାରୋପ କରିଛୁ । ପରିବହନ ଭିତ୍ତିଭୂମି ଠାରୁ ଆରମ୍ଭ କରି ହସ୍ପିଟାଲିଟୀ ବା ଆତିଥେୟତା କ୍ଷେତ୍ର ପର୍ଯ୍ୟନ୍ତ, ଆହୁରି କୌଶଳ ବିକାଶ ଏବଂ ଆମର ଭିସା ପ୍ରଦାନ ପ୍ରଣାଳୀରେ, ଆମେ ପର୍ଯ୍ୟଟନ କ୍ଷେତ୍ରକୁ ଆମ ସଂସ୍କାରର କେନ୍ଦ୍ରରେ ରଖିଛୁ, ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ ଅନ୍ୟ କ୍ଷେତ୍ର ତୁଳନାରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ସାମାଜିକ ଏକତା ଏବଂ ଆର୍ଥିକ ପ୍ରଗତି ଏବଂ ଅଧିକରୁ ଅଧିକ ମହିଳା ଓ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଅଧିକ ସମ୍ଭାବନା ଭରି ରହିଛି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ପ୍ରାସଙ୍ଗିକତାକୁ ଭାରତ ମାନ୍ୟତା ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସବୁଜ ପର୍ଯ୍ୟଟନ, ଡିଜିଟାଲକରଣ, ଦକ୍ଷତା ବିକାଶ, ପର୍ଯ୍ୟଟନ ଏମଏସଏମଇ ଏବଂ ଲକ୍ଷ୍ୟସ୍ଥଳୀ ପରିଚାଳନା ଆଦି ପାଞ୍ଚଟି ଆନ୍ତଃସଂଯୁକ୍ତ ପ୍ରାଥମିକତା କ୍ଷେତ୍ର ଭାରତ ଏବଂ ତୃତୀୟ ବିଶ୍ୱର ପ୍ରାଥମିକତାକୁ ମଧ୍ୟ ପ୍ରତିଫଳିତ କରୁଛି । ଅଭିନବତାକୁ ଆଗେଇ ନେବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଗମେଣ୍ଟେଡ୍‌ ରିଅଲିଟୀ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ନିମନ୍ତେ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ଦେଶରେ ବିଭିନ୍ନ କଥିତ ଭାଷାର ତୁରନ୍ତ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଦିଗରେ ଭାରତ କାମ କରୁଥିବା ସେ ସୂଚନା ଦେଇଥିଲେ ।

ସରକାର, ଉଦ୍ୟମୀ, ନିବେଶକ ଏବଂ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ସହଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ପର୍ଯ୍ୟଟନ କମ୍ପାନୀମାନଙ୍କ ପାଇଁ ବ୍ୟବସାୟ ନିୟାମକକୁ ସହଜ କରିବା ଏବଂ ସେମାନଙ୍କୁ ପାଣ୍ଠି ହାସଲ କରିବା ତଥା ଦକ୍ଷତା ବିକାଶରେ ନିବେଶ ଲାଗି ସହାୟତା ଲାଗି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

‘‘ଆତଙ୍କବାଦ ଭାଙ୍ଗିଥାଏ କିନ୍ତୁ ପର୍ଯ୍ୟଟନ ଯୋଡ଼ିଥାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ସମାଜର ସବୁ ବର୍ଗର ଲୋକମାନଙ୍କୁ ଯୋଡ଼ିବା ଏବଂ ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିବା ଲାଗି ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ୟୁଏନଡବ୍ଲୁଟିଓର ସହଭାଗିତାରେ ଜି୨୦ ପର୍ଯ୍ୟଟନ ଡାଶ୍‌ବୋର୍ଡ ବିକଶିତ କରାଯାଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ଏହି ପ୍ଲାଟଫର୍ମ ପ୍ରଥମ ଥର ପାଇଁ ଶ୍ରେଷ୍ଠ ପଦ୍ଧତି, ଘଟଣା ଅଧ୍ୟୟନ ଏବଂ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଏକସଙ୍ଗେ ଯୋଡ଼ି ପାରିବ ।

ଏହି ବୈଠକରେ ହେଉଥିବା ବିଚାରବିମର୍ଶ ଓ ‘ଗୋଆ ରୋଡମ୍ୟାପ୍‌’ ପର୍ଯ୍ୟଟନର ରୂପାନ୍ତରଣକାରୀ ପ୍ରଭାବକୁ ସାକାର ରୂପ ଦେବା ପାଇଁ ହେଉଥିବା ପ୍ରୟାସକୁ ବହୁଗୁଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ‘‘ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି, ‘ବସୁଧୈବ କୁଟୁମ୍ବକମ୍‌’ - ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’, ଏହା ବିଶ୍ୱ ପର୍ଯ୍ୟଟନର ଲକ୍ଷ୍ୟ ହୋଇପାରିବ’’, ସେ କହିଥିଲେ ।

ଗୋଆରେ ଆଗାମୀ ସାଓଜାଓ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେ କହିଥିଲେ ଯେ, ଭାରତ ହେଉଛି ପାର୍ବଣର ଦେଶ। ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସବୁ ବିଦେଶୀ ଅତିଥିମାନଙ୍କୁ ଗଣତନ୍ତ୍ରର ଜନନୀରେ ହେଉଥିବା ଗଣତନ୍ତ୍ରର ପର୍ବ ଦେଖିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଗଣତନ୍ତ୍ରର ଏହି ପର୍ବରେ ୧୦୦ କୋଟିରୁ ଅଧିକ ମତଦାତା ଅଂଶଗ୍ରହଣ କରିବେ ଏବଂ ଗଣତନ୍ତ୍ରର ଆଦର୍ଶ ପ୍ରତି ସେମାନଙ୍କର ଅତୁଟ ବିଶ୍ୱାସକୁ ପୁନଃସୁନିଶ୍ଚିତ କରିବେ । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଦଶ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହାର ବିବିଧତାକୁ ଦେଖିବା ଲାଗି ଆପଣଙ୍କ ପାଇଁ ସ୍ଥାନାଭାବ ଦେଖିବାକୁ ମିଳିବ ନାହିଁ । ଗଣତନ୍ତ୍ର ପର୍ବରେ ଭାରତ ଆସିବା ପାଇଁ ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"