"India’s approach to tourism is based on the ancient Sanskrit verse ‘Atithi Devo Bhavah’ which means ‘Guest is God’”
“India’s efforts in the tourism sector are centered on preserving its rich heritage while creating a world-class infrastructure for tourism”
“In the last nine years, we have placed special emphasis on developing the entire ecosystem of tourism in the country”
“India is also recognizing the relevance of the tourism sector for the speedy achievement of Sustainable Development Goals”
“Collaboration among governments, entrepreneurs, investors and academia can accelerate technological implementation in the tourism sector”
“Terrorism divides but Tourism unites”
“The motto of India's G20 Presidency, ‘Vasudhaiva Kutumbakam’ - ‘One Earth, One Family, One Future’ can itself be a motto for global tourism”
“You must visit the festival of democracy in the mother of democracy”

ମହାମହିମ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର !

ମୁଁ ଆପଣ ସମସ୍ତଙ୍କୁ ଅବିଶ୍ୱସନୀୟ ଭାରତକୁ ସ୍ୱାଗତ କରୁଛି ! ପର୍ଯ୍ୟଟନ ମନ୍ତ୍ରୀ ଭାବରେ, ବୈଶ୍ବିକ ସ୍ତରରେ ଦୁଇ ଟ୍ରିଲିୟନ ଡଲାରରୁ ଅଧିକ ଏକ ବ୍ୟାପକ କ୍ଷେତ୍ରର ପରିଚାଳନା କରୁଥିବାବେଳେ, ଆପଣମାନେ ନିଜେ ପର୍ଯ୍ୟଟକ ହେବାର ସୁଯୋଗ ପାଇବା ଏକ ବିରଳ ଘଟଣା। କିନ୍ତୁ, ଆପଣମାନେ ଗୋଆରେ ଅଛନ୍ତି – ଯାହା ହେଉଛି ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ତେଣୁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ଦିଗକୁ ଅନୁସନ୍ଧାନ କରିବା ବିଷୟରେ ଆପଣମାନେ ଗମ୍ଭୀର ଆଲୋଚନାରୁ କିଛି ସମୟ ବାହାର କରନ୍ତୁ !

ମହାମହିମ,

ଆମର ପ୍ରାଚୀନ ଶାସ୍ତ୍ରଗୁଡ଼ିକର ଏକ କଥା ଅଛି । ଅତିଥି ଦେବୋ ଭବ। ଅର୍ଥାତ, ‘ଅତିଥି ହେଉଛନ୍ତି ଭଗବାନ’। ଆଉ ତାହା ହେଉଛି ପର୍ଯ୍ୟଟନ ପ୍ରତି ଆମର ଆଭିମୁଖ୍ୟ। ଆମର ପର୍ଯ୍ୟଟନ କେବଳ ବିଭିନ୍ନ ସ୍ଥାନର ଦୃଶ୍ୟ ଦେଖିବା ବିଷୟରେ ନୁହେଁ । ଏହା ଏକ ପ୍ରଭାବଶାଳୀ ଅଭିଜ୍ଞତା । ସେ ସଙ୍ଗୀତ ହେଉ କି ଖାଦ୍ୟ, କଳା କିମ୍ବା ସଂସ୍କୃତି, ଭାରତର ବିବିଧତା ବାସ୍ତବରେ ମହାନ୍। ସୁଉଚ୍ଚ ହିମାଳୟ ଠାରୁ ଆରମ୍ଭ କରି ଘଞ୍ଚ ଜଙ୍ଗଲ, ଶୁଷ୍କ ମରୁଭୂମି, ସୁନ୍ଦର ବେଳାଭୂମି, ଦୁଃସାହସିକ କ୍ରୀଡା ଠାରୁ ଆରମ୍ଭ କରି ଯୋଗ ଓ ଧ୍ୟାନ ଏବଂ ଚିକିତ୍ସା ପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କ ପାଇଁ କିଛି ନା କିଛି ଅଛି । ଆମର ଜି -20 ଅଧ୍ୟକ୍ଷତା ସମୟରେ, ଆମେ ସମଗ୍ର ଭାରତର 100ଟି ବିଭିନ୍ନ ସ୍ଥାନରେ ପ୍ରାୟ 200ଟି ବୈଠକ ଆୟୋଜନ କରୁଛୁ । ଯଦି ଆପଣମାନେ ଆପଣମାନଙ୍କର ବନ୍ଧୁମାନଙ୍କୁ ପଚାରିବେ, ଯେଉଁମାନେ ଏହି ବୈଠକ ଗୁଡ଼ିକ ପାଇଁ ପୂର୍ବରୁ ଭାରତ ଗସ୍ତ କରିସାରିଛନ୍ତି, ମୁଁ ନିଶ୍ଚିତ ଯେ କୌଣସି ଦୁଇଟି ଅନୁଭୂତି ସମାନ ହେବ ନାହିଁ।

ମହାମହିମ,

ଭାରତରେ, ଏହି କ୍ଷେତ୍ରରେ ଆମର ପ୍ରୟାସ ଆମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଉପରେ ପର୍ଯ୍ୟବେସିତ ଏବଂ ତା’ ସହିତ ପର୍ଯ୍ୟଟନ ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା। ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ଆମର ଧ୍ୟାନ କେନ୍ଦ୍ରୀତ ରହିଛି । ପ୍ରକାରାନ୍ତରେ ଭାରତ ପୃଥିବୀର ପ୍ରତ୍ୟେକ ପ୍ରମୁଖ ଧର୍ମର ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ଭିତ୍ତିଭୂମିରେ ନବୀକରଣ ପରେ ପବିତ୍ର ସହର ବାରାଣାସୀ, କେବଳ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ, ବର୍ତ୍ତମାନ 70 ନିୟୁତ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଛି, ଯାହା ପୂର୍ବ ତୁଳନାରେ ଦଶଗୁଣ ବୃଦ୍ଧି ପାଇଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି(ଏକତାର ପ୍ରତିମୁର୍ତ୍ତି) ଭଳି ଆମେ ମଧ୍ୟ ନୂତନ ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରୁଛୁ । ଦୁନିଆର ସବୁଠାରୁ ସୁଉଚ୍ଚ ପ୍ରତିମୂର୍ତ୍ତି ଭାବେ ଏହା ନିର୍ମାଣ ହେବାର ଏକ ବର୍ଷ ମଧ୍ୟରେ ପ୍ରାୟ ଦୁଇ ଦଶମିକ ସାତ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥିଲା । ଗତ ନଅ ବର୍ଷ ମଧ୍ୟରେ ଆମେ ଦେଶରେ ପର୍ଯ୍ୟଟନର ସମଗ୍ର ଇକୋ-ସିଷ୍ଟମର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛୁ । ପରିବହନ ଭିତ୍ତିଭୂମି ଠାରୁ ଆରମ୍ଭ କରି ଆତିଥ୍ୟ (ହସପିଟାଲିଟି) କ୍ଷେତ୍ର, ଦକ୍ଷତା ବିକାଶ ପର୍ଯ୍ୟନ୍ତ, ଏବଂ ଆମର ଭିସା ବ୍ୟବସ୍ଥାରେ ମଧ୍ୟ ଆମେ ପର୍ଯ୍ୟଟନ କ୍ଷେତ୍ରକୁ ଆମର ସଂସ୍କାରର କେନ୍ଦ୍ରବିନ୍ଦୁ ଭାବରେ ରଖିଛୁ । ରୋଜଗାର ସୃଷ୍ଟି, ସାମାଜିକ ଅନ୍ତର୍ଭୁକ୍ତିକରଣ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଆତିଥ୍ୟ (ହସପିଟାଲିଟି) କ୍ଷେତ୍ରରେ ବହୁତ ବଡ଼ ସମ୍ଭାବନା ରହିଛି। ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଏହା ଅଧିକରୁ ମହିଳା ଏବଂ ଯୁବକଙ୍କୁ ନିଯୁକ୍ତିର ସୁଯୋଗ ଦେଇଥାଏ। ମୁଁ ଖୁସି ଯେ ଦ୍ରୁତ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପର୍ଯ୍ୟଟନ କ୍ଷେତ୍ରର ପ୍ରାସଙ୍ଗିକତାକୁ ଆମେ ସ୍ୱୀକୃତି ପ୍ରଦାନ କରିଛୁ।

ମହାମହିମ,

ଆପଣମାନେ ପାଞ୍ଚଟି ଆନ୍ତଃ-ସଂଯୁକ୍ତ ଅଗ୍ରାଧିକାର କ୍ଷେତ୍ର ଉପରେ କାର୍ଯ୍ୟ କରୁଛନ୍ତି : ସବୁଜ ପର୍ଯ୍ୟଟନ, ଡିଜିଟାଲାଇଜେସନ୍, ଦକ୍ଷତା ବିକାଶ, ପର୍ଯ୍ୟଟନ ଏମଏସଏମଇ ଏବଂ ଗନ୍ତବ୍ୟ ସ୍ଥଳ ପରିଚାଳନା । ଗ୍ଲୋବାଲ୍ ସାଉଥ୍ ତଥା ଭାରତର ପ୍ରାଥମିକତା କ୍ଷେତ୍ରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି। ଆମେ କୃତ୍ରିମ ବୁଦ୍ଧିମତା ଏବଂ ବର୍ଦ୍ଧିତ ବାସ୍ତବତା ପରି ଉଦୀୟମାନ ପ୍ରଯୁକ୍ତିକୁ ନୂତନତ୍ୱ ଭାବେ ଅଧିକ ବ୍ୟବହାର କରିବା ଉଚିତ । ଉଦାହରଣ ସ୍ୱରୂପ, ଭାରତରେ, ଆମେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଭାରତରେ କଥିତ ବିଭିନ୍ନ ଭାଷାର ବାସ୍ତବ ସମୟର ଅନୁବାଦ କରିବା ପାଇଁ କାର୍ଯ୍ୟ କରୁଛୁ। ମୋର ବିଶ୍ୱାସ ଯେ ସରକାର, ଉଦ୍ୟୋଗୀ, ନିବେଶକ ଏବଂ ଏକାଡେମୀ ମଧ୍ୟରେ ସହଯୋଗ ଦ୍ବାରା ପର୍ଯ୍ୟଟନରେ ଏହିପରି ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା ପାଇଁ ତ୍ୱରାନ୍ୱିତ କରିପାରିବା। ଆମର ପର୍ଯ୍ୟଟନ କମ୍ପାନୀଗୁଡିକୁ ଆର୍ଥିକ ସୁବିଧା, ବ୍ୟବସାୟ ନିୟମାବଳୀକୁ ସହଜ ଓ ସରଳ କରିବା ଏବଂ ଦକ୍ଷତା ବିକାଶରେ ବିନିଯୋଗ କରିବାରେ ସାହାଯ୍ୟ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍।

ମହାମହିମ,

କୁହାଯାଏ ଯେ ଆତଙ୍କବାଦ ବିଭାଜନ କରେ, କିନ୍ତୁ ପର୍ଯ୍ୟଟନ ଏକାଠି କରାଏ । ପ୍ରକୃତରେ, ବିଭିନ୍ନ ବର୍ଗର ଲୋକଙ୍କୁ ଏକ ସମନ୍ୱିତ ସମାଜ ଗଠନ କରିବା ଦିଗରେ ପର୍ଯ୍ୟଟନର ସାମର୍ଥ୍ୟ ଅଛି। ମୁଁ ଖୁସି ଯେ UNWTO ସହଭାଗିତାରେ ଏକ ଜି-20 ଟୁରିଜିମ୍ ଡ୍ୟାସବୋର୍ଡ ବିକଶିତ ହେଉଛି। ବିଭିନ୍ନ ପ୍ରକାର ଅଧ୍ୟୟନ ଏବଂ ପ୍ରେରଣାଦାୟକ କାହାଣୀଗୁଡ଼ିକୁ ଏକତ୍ର କରିବାରେ ଏହା ସର୍ବୋତ୍ତମ ଅଭ୍ୟାସ ହେବ। ଏହା ଏ ପ୍ରକାରର ପ୍ରଥମ ପ୍ଲାଟଫର୍ମ ବା ମଞ୍ଚ ହେବ ଏବଂ ଏହା ଆପଣମାନଙ୍କର ସ୍ଥାୟୀ ଉତ୍ତରାଧିକାରୀ ହେବ। ମୁଁ ଆଶା କରୁଛି ଯେ ଆପଣମାନଙ୍କର ବିଚାର ବିମର୍ଶ ଏବଂ 'ଗୋଆ ରୋଡମ୍ୟାପ୍' ପର୍ଯ୍ୟଟନର ପରିବର୍ତ୍ତନଶୀଳ ଶକ୍ତି ହାସଲ କରିବା ପାଇଁ ଆମର ସାମୂହିକ ପ୍ରୟାସକୁ ବହୁଗୁଣିତ କରିବ। ଭାରତର ଜି -20 ଅଧ୍ୟକ୍ଷତାର ଉଦ୍ଦେଶ୍ୟ, 'ବସୁଧୈବ କୁଟୁମ୍ବକମ୍' – ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଏହା ନିଜକୁ ନିଜେ ବିଶ୍ୱ ପର୍ଯ୍ୟଟନ ପାଇଁ ଏକ ଲକ୍ଷ୍ୟ ହୋଇପାରେ।

ମହାମହିମ,

ଭାରତ ଏକ ପର୍ବର ଭୂମି । ଆମ ଦେଶରେ ବର୍ଷସାରା ପର୍ବପର୍ବାଣୀ ପାଳିତ ହୋଇଥାଏ। ଗୋଆରେ, ସାଓ ଜୋଆ ପର୍ବ ଖୁବ୍ ଶୀଘ୍ର ପାଳନ କରାଯିବ । କିନ୍ତୁ, ଆଉ ଏକ ପର୍ବ ଅଛି ଯାହାକୁ ଆପଣମାନେ ନିଶ୍ଚୟ ପରିଦର୍ଶନ କରିବେ। ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ମହୋତ୍ସବ। ଆସନ୍ତା ବର୍ଷ ଭାରତ ଏହାର ପରବର୍ତ୍ତୀ ସାଧାରଣ ନିର୍ବାଚନ କରିବ । ଏକ ମାସରୁ ଅଧିକ ସମୟ ପାଇଁ, ପ୍ରାୟ ଏକ ବିଲିୟନ ଭୋଟର ଏହି ଉତ୍ସବ ପାଳନ କରିବେ, ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ସେମାନଙ୍କର ଅବିରତ ବିଶ୍ୱାସକୁ ପୁନଃସ୍ଥାପିତ କରିବେ। ଏକ ମିଲିୟନରୁ ଅଧିକ ମତଦାନ କେନ୍ଦ୍ର ସହିତ, ଏହାର ବିଭିନ୍ନ ବିବିଧତା ମଧ୍ୟରେ ଏହି ପର୍ବ ପ୍ରତ୍ୟେକ୍ଷ କରିବା ପାଇଁ ସ୍ଥାନଗୁଡିକର ଅଭାବ ରହିବ ନାହିଁ । ଏହି ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ମହୋତ୍ସବ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରୁଛି, ଏବଂ ସେହି ନିମନ୍ତ୍ରଣ ସହିତ, ମୁଁ ଆପଣ ସମସ୍ତଙ୍କ ଚିନ୍ତାଧାରାର ସଫଳତା କାମନା କରୁଛି।

ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Urban India's consumer confidence rebounds in July, retains top global spot: Report

Media Coverage

Urban India's consumer confidence rebounds in July, retains top global spot: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”