ପ୍ରଧାନମନ୍ତ୍ରୀ ଆଜି "ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା" ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।

 

କୃତ୍ରିମ ବୁଦ୍ଧିମତା ଉପରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନ୍ୟାୟସଙ୍ଗତ ଉପଲବ୍ଧତା, ଜନସଂଖ୍ୟା ସ୍ତରୀୟ ଦକ୍ଷତା ଏବଂ ଦାୟିତ୍ୱବାନ ନିୟୋଜନ ଉପରେ ଆଧାରିତ ଭାରତର ଆଭିମୁଖ୍ୟକୁ ଉଲ୍ଲେଖ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତ-ଏଆଇ ମିଶନ ଅଧୀନରେ, ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଲାଭ ପହଁଚାଇବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସୁଲଭ ଉଚ୍ଚ-କାର୍ଯ୍ୟଦକ୍ଷତା କମ୍ପ୍ୟୁଟିଂ କ୍ଷମତା ନିର୍ମାଣ କରାଯାଉଛି। କୃତ୍ରିମ ବୁଦ୍ଧିମତାକୁ ବୈଶ୍ୱିକ ସ୍ୱାର୍ଥରେ ରୂପାନ୍ତରିତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ମାନବ ତଦାରଖ, ସୁରକ୍ଷା-ଦ୍ୱାରା-ଡିଜାଇନ ଏବଂ ଅପବ୍ୟବହାର ରୋକିବା ନୀତି ଉପରେ ଆଧାରିତ ଏକ ବୈଶ୍ୱିକ ଚୁକ୍ତି ପାଇଁ ଆହ୍ୱାନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ କୃତ୍ରିମ ବୁଦ୍ଧିମତା ମାନବ ସାମର୍ଥ୍ୟକୁ ସମ୍ପ୍ରସାରିତ କରିବା ଉଚିତ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ମଣିଷ ନିଜେ ନେବା ଉଚିତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ୨୦୨୬ ମସିହା ଫେବୃଆରୀ ମାସରେ 'ସର୍ବଜନମ୍‍ ହିତାୟ, ସର୍ବଜନମ୍ ସୁଖାୟ’ (ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଖୁସି) ବିଷୟବସ୍ତୁ ସହିତ କୃତ୍ରିମ ବୁଦ୍ଧିମତା ଇମ୍ପାକ୍ଟ ସମ୍ମିଳନୀର ଆୟୋଜନ କରିବ ଏବଂ ଏହି ପ୍ରୟାସରେ ସାମିଲ ହେବା ପାଇଁ ସମସ୍ତ ଜି-୨୦ ଦେଶକୁ ଆମନ୍ତ୍ରଣ କରିଥିଲେ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କୃତ୍ରିମ ବୁଦ୍ଧିମତା ଯୁଗରେ ଆମର ଆଭିମୁଖ୍ୟକୁ 'ଆଜିର ଚାକିରି'ରୁ 'କାଲିର ସାମର୍ଥ୍ୟ'କୁ ଦ୍ରୁତ ଗତିରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ପ୍ରତିଭା ଗତିଶୀଳତା କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ମରଣ କରି ସେ ପ୍ରସ୍ତାବ ଦେଇଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ଏହି ଗୋଷ୍ଠୀ ପ୍ରତିଭା ଗତିଶୀଳତା ପାଇଁ ଏକ ବୈଶ୍ୱିକ ଢାଞ୍ଚା ବିକଶିତ କରିବା ଉଚିତ।

 

ପ୍ରଧାନମନ୍ତ୍ରୀ ବିଶ୍ୱ କଲ୍ୟାଣ ପାଇଁ ଭାରତର ବାର୍ତ୍ତା ଏବଂ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ ଏବଂ ଯାହା ପାଇଁ ଏହା ଛିଡ଼ା ହୋଇଛି-ବିକାଶ ଯାହା ସ୍ଥାୟୀ, ବାଣିଜ୍ୟ ଯାହା ବିଶ୍ୱାସଯୋଗ୍ୟ, ଆର୍ଥିକ ଯାହା ନିରପେକ୍ଷ, ଏବଂ ପ୍ରଗତି ଯେଉଁଥିରେ ସମସ୍ତେ ସମୃଦ୍ଧ ହୁଅନ୍ତି ବୋଲି କହିବା ସହିତ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।  ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ମନ୍ତବ୍ୟ ଦେଖାଯାଇପାରେ। (ଏଠାରେ)

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
STEM Enrolment Crosses 1 Crore Mark, Women's Share Rises To 44%: Government Report

Media Coverage

STEM Enrolment Crosses 1 Crore Mark, Women's Share Rises To 44%: Government Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥