“ବ୍ୟକ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ, ଶକ୍ତି ସବୁ ସ୍ତରରେ ବିକାଶକୁ ପ୍ରଭାବିତ କରିଥାଏ”
“ଧାର୍ଯ୍ୟ ସମୟର ନଅ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ବୈଦ୍ୟୁତିକ କ୍ଷମତା ଲକ୍ଷ୍ୟ ହାସଲ କରିଛି”
“ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ କରିବା ଆମର ପ୍ରୟାସ”
“ଆନ୍ତଃ - ସଂଯୁକ୍ତ ସବୁଜ ଗ୍ରୀଡଗୁଡିକର ଗୁରୁତ୍ୱକୁ ହୃଦୟଙ୍ଗମ କରିବା ଆମ ସମସ୍ତଙ୍କୁ ଜଳବାୟୁ ଲକ୍ଷ୍ୟ ପୂରଣ, ସବୁଜ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବାକୁ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାକୁ ସକ୍ଷମ କରିବ”
“ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସର୍ବଦା ଆମର "ଗୋଟିଏ ପୃଥିବୀ” କୁ ସୁରକ୍ଷିତ କରିବାରେ ସହାୟକ ହେବ, ଆମର " ଗୋଟିଏ ପରିବାର” ର ସ୍ୱାର୍ଥ ରକ୍ଷା କରିବ ଏବଂ "ଗୋଟିଏ ସବୁଜ ଭବିଷ୍ୟତ” ଆଡକୁ ଆଗେଇନେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ଜି -୨୦ ଶକ୍ତି ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ।

ଭାରତକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ, ସ୍ଥିରତା, ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ଅସମ୍ପୂର୍ଣ୍ଣ ଅଟେ କାରଣ ଏହା ସବୁ ସ୍ତରରେ ବ୍ୟକ୍ତିବିଶେଷ ଏବଂ ରାଷ୍ଟ୍ରର ବିକାଶ ଉପରେ ପ୍ରଭାବ ପକାଇଥାଏ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ । ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି ଏହାର ଜଳବାୟୁ ପ୍ରତିଶ୍ରୁତି ପୂରଣ ଆଡକୁ ଦୃଢ ଭାବରେ ଗତି କରୁଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ନଅ ବର୍ଷ ପୂର୍ବରୁ ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ଲକ୍ଷ୍ୟ ହାସଲ କରିଛି ଏବଂ ନିଜ ପାଇଁ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି । ୨୦୩୦ ସୁଦ୍ଧା ଦେଶ ୫୦ ପ୍ରତିଶତ ଅଣ-ଜୀବାଶ୍ମ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାକୁ ଯୋଜନା କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟ ଗୋଷ୍ଠିର ଅତିଥିମାନଙ୍କ ପାଇଁ ପାଭଗଡ ସୋଲାର ପାର୍କ ଏବଂ ମୋଧେରା ସୌର ଗ୍ରାମ ପରିଦର୍ଶନ କରି ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ସ୍ତର ଏବଂ ଲକ୍ଷ୍ୟ ଦେଖିବାର ସୁଯୋଗ ମିଳିଲା ।

ଗତ ୯ ବର୍ଷ ମଧ୍ୟରେ ଦେଶର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ୧୯୦ ମିଲିୟନରୁ ଅଧିକ ପରିବାରକୁ ଏଲପିଜି ସହିତ ଯୋଡିଛି ଏବଂ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାର ଐତିହାସିକ ମାଇଲଖୁଣ୍ଟକୁ ମଧ୍ୟ ରେକର୍ଡ କରିଛି । ଲୋକଙ୍କୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ କାର୍ଯ୍ୟ କରିବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯାହାକି କିଛି ବର୍ଷ ମଧ୍ୟରେ ୯୦% ରୁ ଅଧିକ ଜନସଂଖ୍ୟା ନିକଟରେ ପହଞ୍ଚିବାର କ୍ଷମତା ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ କରିବା ଆମର ପ୍ରୟାସ ।

 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୫ ରେ, ଏଲଇଡି ଲାଇଟ୍ ବ୍ୟବହାର ପାଇଁ ଏକ ଯୋଜନା ଆରମ୍ଭ କରି ଭାରତ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଥିଲା ଯାହା ଆମକୁ ବିଶ୍ୱର ସବୁଠୁ ବଡ ଏଲଇଡି ବିତରଣ କାର୍ଯ୍ୟକ୍ରମ ଭାବରେ ପରିଣତ କରିଥିଲା ଏବଂ ବାର୍ଷିକ ୪୫ ବିଲିୟନ ୟୁନିଟ୍ ଶକ୍ତିରୁ ଅଧିକ ସଞ୍ଚୟ କରୁଛି । ସେ ବିଶ୍ୱର ସର୍ବବୃହତ କୃଷି ପମ୍ପର ସୌର ଶକ୍ତି ରୂପାନ୍ତରଣ ପଦକ୍ଷେପ ଏବଂ ୨୦୩୦ ସୁଦ୍ଧା ଭାରତର ଘରୋଇ ବୈଦ୍ୟୁତିକ ଯାନ ବଜାରର ବାର୍ଷିକ ୧୦ ନିୟୁତ ବିକ୍ରୟ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସେ ଚଳିତ ବର୍ଷ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଭାରତକୁ କାର୍ବନ ମୁକ୍ତ କରିବା ପାଇଁ ମିଶନ ମୋଡରେ ଗ୍ରୀନ୍ ହାଇଡ୍ରୋଜେନକୁ ବିକଳ୍ପ ଭାବେ ବ୍ୟବହାର ସହିତ ଭାରତକୁ ଗ୍ରିନ ହାଇଡ୍ରୋଜେନ୍‍ର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନି ହବ୍‍ କରିବାଲାଗି କାର୍ଯ୍ୟ ଜାରି ରହିଛି ।

ନିରନ୍ତର, ଯଥାର୍ଥ, ସୁଲଭ, ଅନ୍ତର୍ଭୂକ୍ତ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ଆଗକୁ ବଢାଇବା ପାଇଁ ବିଶ୍ୱ ଜି -୨୦ ଗୋଷ୍ଠୀକୁ ଦୃଷ୍ଟିରେ ରଖୁଥିବାରୁ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥକୁ ନେଇ ବିକାଶଶୀଳ ଦେଶମାନଙ୍କ ପାଇଁ ସ୍ୱଳ୍ପ ସୁଧ ହାରରେ ଅର୍ଥ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜ୍ଞାନକୌଶଳର ପାର୍ଥକ୍ୟକୁ ଦୂର କରିବା, ଶକ୍ତି ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଭବିଷ୍ୟତ ପାଇଁ ଇନ୍ଧନ ଉପରେ ସହଯୋଗକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ହାଇଡ୍ରୋଜେନ ଉପରେ ଉଚ୍ଚ ସ୍ତରୀୟ ନୀତିଗୁଡିକ ସଠିକ୍ ଦିଗରେ ଏକ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆର୍ନ୍ତଜାତୀୟ ଗ୍ରିଡ୍‍ ଆନ୍ତଃ ସଂଯୋଗ ଶକ୍ତି ସୁରକ୍ଷାକୁ ବଢାଇପାରେ ଏବଂ ଭାରତ ଏହାର ପଡ଼ୋଶୀ ଦେଶମାନଙ୍କ ସହ ଏହି ପାରସ୍ପରିକ ଲାଭଦାୟକ ସହଯୋଗକୁ ପ୍ରୋତ୍ସାହିତ କରୁଛି । ଆନ୍ତଃ- ସଂଯୁକ୍ତ ସବୁଜ ଗ୍ରୀଡଗୁଡିକର ଦୃଷ୍ଟିକୁ ହୃଦୟଙ୍ଗମ କରିବା ପରିବର୍ତ୍ତନ ଆଣିପାରେ । ଏହା ଆମ ସମସ୍ତଙ୍କୁ ଆମର ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ, ସବୁଜ ନିବେଶକୁ ଉତ୍ସାହିତ କରିବାରେ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କୁ ଗ୍ରୀନ୍ ଗ୍ରୀଡ୍ ଇନିସିଏଟିଭ୍ - ଆନ୍ତର୍ଜାତୀୟ ସୌର ମଞ୍ଚର “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍‌” ରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ ।

 

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପରିବେଶର ଯତ୍ନ ନେବା ପ୍ରାକୃତିକ କିମ୍ବା ସାଂସ୍କୃତିକ ହୋଇପାରେ କିନ୍ତୁ ଏହା ହେଉଛି ଭାରତର ପାରମ୍ପାରିକ ଜ୍ଞାନ ଯାହା ମିଶନ୍ ଲାଇଫ୍‍ - ଜୀବନଶୈଳୀ ପାଇଁ ପରିବେଶକୁ ଦୃଢ କରିଥାଏ, ଯାହା ଆମ ପ୍ରତ୍ୟେକଙ୍କୁ ଜଳବାୟୁ ଚାମ୍ପିଅନ୍ କରିବ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସର୍ବଦା ଆମର "ଗୋଟିଏ ପୃଥିବୀ” କୁ ବଞ୍ଚାଇବାରେ ସାହାଯ୍ୟ କରିବ, ଆମର "ଗୋଟିଏ ପରିବାର” ର ସ୍ୱାର୍ଥ ରକ୍ଷା କରିବ ଏବଂ ଆମେ ଯେକୌଣସି ପରିବର୍ତ୍ତନ କରୁ ନା କାହିଁକି ତାହା ସବୁଜ "ଗୋଟିଏ ଭବିଷ୍ୟତ” ଆଡକୁ ଗତି କରିବା ଆବଶ୍ୟକ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."