“ବ୍ୟକ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ, ଶକ୍ତି ସବୁ ସ୍ତରରେ ବିକାଶକୁ ପ୍ରଭାବିତ କରିଥାଏ”
“ଧାର୍ଯ୍ୟ ସମୟର ନଅ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ବୈଦ୍ୟୁତିକ କ୍ଷମତା ଲକ୍ଷ୍ୟ ହାସଲ କରିଛି”
“ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ କରିବା ଆମର ପ୍ରୟାସ”
“ଆନ୍ତଃ - ସଂଯୁକ୍ତ ସବୁଜ ଗ୍ରୀଡଗୁଡିକର ଗୁରୁତ୍ୱକୁ ହୃଦୟଙ୍ଗମ କରିବା ଆମ ସମସ୍ତଙ୍କୁ ଜଳବାୟୁ ଲକ୍ଷ୍ୟ ପୂରଣ, ସବୁଜ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବାକୁ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାକୁ ସକ୍ଷମ କରିବ”
“ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସର୍ବଦା ଆମର "ଗୋଟିଏ ପୃଥିବୀ” କୁ ସୁରକ୍ଷିତ କରିବାରେ ସହାୟକ ହେବ, ଆମର " ଗୋଟିଏ ପରିବାର” ର ସ୍ୱାର୍ଥ ରକ୍ଷା କରିବ ଏବଂ "ଗୋଟିଏ ସବୁଜ ଭବିଷ୍ୟତ” ଆଡକୁ ଆଗେଇନେବ”

ସମସ୍ତ ମାନ୍ୟଗଣ୍ୟ, ମହିଳା ଏବଂ ଭଦ୍ର ଲୋକମାନଙ୍କୁ ନମସ୍କାର! ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଭବିଷ୍ୟତ, ସ୍ଥିରତା କିମ୍ବା ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏହା ବ୍ୟକ୍ତିବିଶେଷଙ୍କ ଠାରୁ ନେଇ ରାଷ୍ଟ୍ର ପର୍ଯ୍ୟସ୍ତ ସମସ୍ତ ସ୍ତରରେ ବିକାଶକୁ ପ୍ରଭାବିତ କରିଥାଏ ।

ସାଥୀମାନେ,

ଆମର ବିଭିନ୍ନ ବାସ୍ତବିକତା କାରଣରୁ ଶକ୍ତି ଉତ୍ସକୁ ପରିବର୍ତ୍ତନ ପାଇଁ ଆମର ପଥ ଭିନ୍ନ ଭିନ୍ନ ଅଛି । ତଥାପି ମଧ୍ୟ, ମୋର ଦୃଢ଼ ଭାବରେ ବିଶ୍ୱାସ ଅଛି ଯେ ଆମର ଲକ୍ଷ୍ୟ ସମାନ ଅଟେ । ଭାରତ ହେଉଛି ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ତଥାପି, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଆମେ ଆମର ପ୍ରତିଶ୍ରୁତି ଆଡ଼କୁ ଦୃଢ଼ ଭାବରେ ଗତି କରୁଛୁ । ଜଳବାୟୁ ପରିବର୍ତ୍ତନ ଦିଗରେ ଭାରତ ନେତୃତ୍ୱର ସାକ୍ଷୀ ହୋଇଛି । ଆମେ ଆମର ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ଲକ୍ଷ୍ୟକୁ ନଅ ବର୍ଷ ପୂର୍ବରୁ ହାସଲ କରିଛୁ । ଆମେ ବର୍ତ୍ତମାନ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛୁ । ଆମେ ୨୦୩୦ ସୁଦ୍ଧା ୫୦% ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ହାସଲ କରିବାକୁ ଯୋଜନା କରୁଛୁ । ଭାରତ ମଧ୍ୟ ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ବିଶ୍ୱ ଅଗ୍ରଣୀମାନଙ୍କ ମଧ୍ୟରୁ ଅନ୍ୟତମ। ମୁଁ ଖୁସୀ ଯେ କାର୍ଯ୍ୟ ସମୁହ ପ୍ରତିନିଧିମଣ୍ଡଳ ପାୱାଗଡ଼ ସୌର ପାର୍କ ଏବଂ ମେଡେରା ଗ୍ରାମ ପରିଦର୍ଶନ କରିଛନ୍ତି । ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ସ୍ତର ଏବଂ ଅନୁପାତକୁ ସେ ଦେଖିଛନ୍ତି ।

ସାଥୀମାନେ,

ଭାରତରେ ଆମେ ଗତ ନଅ ବର୍ଷ ମଧ୍ୟରେ ଏଲପିଜି ସହିତ ୧୯୦ ନିୟୁତ ପରିବାରକୁ ସଂଯୋଗ କରିଛୁ । ଆମେ ଦ୍ୟ ପ୍ରତ୍ୟେକ ଗାଁକୁ ବିଦ୍ୟୁତକରଣର ଐତିହାସିକ ଲକ୍ଷ୍ୟ ହାସଲ କରିଛୁ । ଆମେ ଲୋକମାନଙ୍କୁ ପାଇପଲାଇନ ମାଧ୍ୟମରେ ରନ୍ଧନ ଗ୍ୟାସ ଯୋଗାଇବା ଉପରେ ମଧ୍ୟ କାର୍ଯ୍ୟ କରୁଛୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ କିଛି ଯୋଗାଇବାରେ ସକ୍ଷମ ହୋଇପାରିବୁ । ଆମର ପ୍ରୟାସ ହେଉଛି ସମସ୍ତଙ୍କ ପାଇଁ ସମାବେଶୀ, ନ୍ୟାୟସଂଗତ, ନମନୀୟ ଏବଂ ନିରନ୍ତର ଶକ୍ତି ସେବା ଯୋଗାଇବା ଦିଗରେ କାର୍ଯ୍ୟ କରିବା ।

ସାଥୀମାନେ,

ଛୋଟ ପଦକ୍ଷେପଗୁଡ଼ିକ ବଡ଼ ଫଳାଫଳ ଦେଇଥାଏ । ୨୦୧୫ ମସିହାରେ ଆମେ ଏଲଇଡି ଲାଇଟ ବ୍ୟବହାର ପାଇଁ ଯୋଜନା ଆରମ୍ଭ କରିବା ପାଇଁ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଥିଲୁ । ଏହା ଆମକୁ ବାର୍ଷିକ ୪୫ ବିଲିଅନ ୟୁନିଟ୍ ଶକ୍ତି ସଞ୍ଚୟ କରି ବିଶ୍ୱର ସର୍ବବୃହତ୍ ଏଲଇଡି ବିତରଣ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଆମେ ବିଶ୍ୱର ସବୁଠାରୁ ବଡ଼ କୃଷି ପମ୍ପ ସୌରୀକରଣ ପଦକ୍ଷେପ ମଧ୍ୟ ଆରମ୍ଭ କରିଛୁ । ୨୦୩୦ ସୁଦ୍ଧା ଭାରତର ବୈଦ୍ୟୁତିକ ଯାନ ବାର୍ଷିକ ୧୦ ନିୟୁତ ବ୍ରିକ୍ରିରେ ପହଞ୍ଚôବ ବୋଲି ଆଶା କରାଯାଉଛି । ଆମେ ଚଳିତ ବର୍ଷ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲର ଶୁଭାରମ୍ଭ କରିଛୁ । ଆମେ ୨୦୨୫ ସୁଦ୍ଧା ସମଗ୍ର ଦେଶକୁ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ । ଭାରତକୁ ଏକ କାର୍ବନ ନିରପେକ୍ଷ ଶକ୍ତିର ଗନ୍ତବ୍ୟସ୍ଥଳ କରିବା ପାଇଁ ବିକଳ୍ପ ଭାବରେ ଆମେ ଗ୍ରୀନ ହାଇଡ୍ରୋଜେନ ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛୁ । ସବୁଜ ହାଇଡ୍ରୋଜେନ ଏବଂ ଏହାର ଉପ-ଉତ୍ପାଦନ (ଡେରିଭେଟିବ)ର ଉତ୍ପାଦନ, ଉପଯୋଗ ଏବଂ ରପ୍ତାନୀ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଆମର ଶିକ୍ଷାକୁ ବାଣ୍ଟିବାକୁ ନେଇ ଖୁସୀ ଅଛୁ ।

ସାଥୀମାନେ,

ବିଶ୍ୱ ଦୀର୍ଘକାଳୀନ, ନ୍ୟାୟପୂର୍ଣ୍ଣ, ନିରନ୍ତର ଏବଂ ସ୍ୱଚ୍ଛ ଶକ୍ତିର ଉତ୍ସକୁ ଆଗକୁ ନେବା ପାଇଁ ଏହି ସମୁହ ଆଡ଼କୁ ଚାହିଁଛି । ଏଭଳି କରିବା ସମୟରେ, ଏହା ମହତ୍ତ୍ୱପୂର୍ଣ୍ଣ ଯେ ବିକାଶଶୀଳ ଦେଶ (ଗ୍ଲୋବାଲ ସାଉଥ)ରେ ଆମର ଭାଇ ଓ ଭଉଣୀମାନେ ମଧ୍ୟ ପଛରେ ନ ରହିବା ଜରୁରୀ ଅଟେ । ବିକାଶଶୀଳ ଦେଶ ଗୁଡ଼ିକ ପାଇଁ ଆମେ ସ୍ୱଳ୍ପ ମୂଲ୍ୟରେ ଅର୍ଥ ନିଶ୍ଚିତ କରିବା ଉଚିତ । ଟେକ୍ନୋଲୋଜିର ଫାଟକୁ ଦୂର କରିବା, ଶକ୍ତି ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା ଏବଂ ‘ଭବିଷ୍ୟତ ପାଇଁ ଇନ୍ଧନ’ ଉପରେ ସହଯୋଗକୁ ଦୃଢ଼ କରିବା ପାଇଁ ଆମକୁ ଉପାୟ ଖୋଜିବା ଉଚିତ । ‘ହାଇଡ୍ରୋଜେନ ଉପରେ ଉଚ୍ଚସ୍ତରୀୟ ଧାରଣା ସଠିକ୍ ଦିଗରେ ଏକ ପଦକ୍ଷେ’ ଟ୍ରାନ୍ସ- ନାସନାଲ ଗ୍ରୀଡ୍ ଆନ୍ତଃ ସଂଯୋଗ ଶକ୍ତି ସୁରକ୍ଷାକୁ ବଢ଼ାଇ ପାରେ । ଆମେ ଏହି ପଡ଼ୋଶୀମାନଙ୍କ ସହିତ ଏହି ପାରସ୍ପରିକ ଲାଭଦାୟକ ସହଯୋଗକୁ ପ୍ରୋତ୍ସାହିତ କରୁଛି । ମୁଁ ଆପଣଙ୍କୁ କହିପାରେ, ଆମେ ଉତ୍ସାହଜନକ ଫଳାଫଳ ଦେଖିଛୁ । ଏକ ଆନ୍ତଃ-ସଯୋଗ ସବୁଜ ଗ୍ରୀଡ଼ର ଦୃଷ୍ଟିକୁ ହୃଦୟଙ୍ଗମ କରିବା ପରିବର୍ତ୍ତନଶୀଳ ହୋଇପାରେ । ଏହା ଆମ ସମସ୍ତଙ୍କୁ ଆମର ଜଳବାୟୁ ଲକ୍ଷ୍ୟକୁ ପୂରଣ କରିବାକୁ, ସବୁଜ ବିନିଯୋଗକୁ ଉତ୍ସାହିତ କରିବାକୁ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାକୁ ସକ୍ଷମ କରିବ । ଆନ୍ତର୍ଜାତିକ ସୋଲାର ଆଲାଏନ୍ସର ଗ୍ରୀନ ଗ୍ରୀଡ୍ ପଦକ୍ଷେପ ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ’ରେ ଯୋଗ ଦେବାକୁ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି ।

ସାଥୀମାନେ,

ଆପଣଙ୍କ ଆଖ ପାଖରେ ଯତ୍ନ ନେବା ସ୍ୱାଭାବିକ ହୋଇପାରେ । ଏହା ମଧ୍ୟ ସାଂସ୍କୃତିକ ହୋଇପାରେ । ଭାରତରେ ଏହା ଆମର ପାରମ୍ପରିକ ଜ୍ଞାନର ଏକ ଅଂଶ ବିଶେଷ ଏବଂ ଏହି ଠାରେ ମିଶନ ଲାଇଫ୍ (ଏଲଆଇଏଫଇ)କୁ ଶକ୍ତି ମିଳୁଛି । ପରିବେଶ ପାଇଁ ଜୀବନଶୈଳୀ ଆମ ପ୍ରତ୍ୟେକଙ୍କୁ ଜଳବାୟୁ ବିଜେତା କରିବ ।

ସାଥୀମାନେ,

କୌଣସି ଅନ୍ତର ହେବ ନାହିଁ ଯେ ଆମକୁ କୌଣସି ଶକ୍ତିର ଉତ୍ସରେ ପରିବର୍ତ୍ତନ କରୁନାହୁଁ, ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସବୁବେଳେ ଆମର ‘ଗୋଟିଏ ପୃଥିବୀକୁ ସଂରକ୍ଷିତ କରିବା, ଆମର ‘ଗୋଟିଏ ପରିବାର’ର ହାତକୁ ରକ୍ଷା କରିବା ଏବଂ ସବୁଜ ବିକାଶ ‘ଗୋଟିଏ ଭବିଷ୍ୟତ’ ଆଡ଼କୁ ଯିବା ଉଚିତ । ମୁଁ ଆପଣଙ୍କ ବିଚାରବିମର୍ଶ ପାଇଁ ସଫଳତା କାମନା କରୁଛି । ଧନ୍ୟବାଦ! ନମସ୍କାର!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."