ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି ଦକ୍ଷତା ହାରକୁ ଦୁଇ ଗୁଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବାକୁ ବ୍ରାଜିଲର ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ ।

ଦୀର୍ଘସ୍ଥାୟୀ ବିକାଶକୁ ଆଗେଇ ନେବାକୁ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସେ କହିଥିଲେ ବିଗତ ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି, ବିଗତ ପାଞ୍ଚ ବର୍ଷରେ ୧୨୦ ନିୟୁତ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇଛି ଏବଂ ୧୦୦ ନିୟୁତ ପରିବାରଙ୍କୁ ସ୍ୱଚ୍ଛ ଇନ୍ଧନ ଏବଂ ୧୧୫ ନିୟୁତ ପରିବାରଙ୍କୁ ଶୌଚାଳୟ ସୁବିଧା ଦିଆଯାଇଛି ।

 

ପ୍ୟାରିସ ପ୍ରତିବଦ୍ଧତାକୁ ପୂରଣ କରିବାରେ ଭାରତ ପ୍ରଥମ ଜି-୨୦ ଦେଶ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି, ଯେଉଁଥିରୁ କି ୨୦୦ ଗିଗାୱାଟ ହାସଲ କରାଯାଇସାରିଲାଣି । ଭାରତ ପକ୍ଷରୁ ନିଆଯାଇଥିବା ବୈଶ୍ୱିକ ପଦକ୍ଷେପ ଗୁଡ଼ିକ ସଂକ୍ରାନ୍ତରେ ସେ କହିଥିଲେ, ଯେପରିକି ଆନ୍ତର୍ଜାତିକ ସୌର ମେଣ୍ଟ, ଆପଦା ପ୍ରତିରୋଧୀ ମୌଳିକ ଢାଞ୍ଚା ପାଇଁ ମେଣ୍ଟ, ମିଶନ ଲାଇଫ, ଗୋଟିଏ ସୂର୍ଯ୍ୟ ଗୋଟିଏ ବିଶ୍ୱ ଗୋଟିଏ ଗ୍ରୀଡ଼, ସଷ୍ଟେନବୁଲ ପ୍ଲାନେଟ ସୃଷ୍ଟି ପାଇଁ ବୈଶ୍ୱିକ ଜୈବ ମେଣ୍ଟ । ଗ୍ଲୋବାଲ ସାଉଥ୍ ପାଇଁ  ଆବଶ୍ୟକ ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବା, ବିଶେଷ କରି ଛୋଟ ଦ୍ୱୀପ ଗୁଡ଼ିକର ବିକାଶ ସଂକ୍ରାନ୍ତରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଘୋଷଣା କରାଯାଇଥିବା ଗ୍ଲୋବାଲ ଡେଭଲପମେଣ୍ଟ କମ୍ପାକ୍ଟକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ।

 

ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ଏଠାରେ ଦେଖିପାରନ୍ତି

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India