ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ବ୍ରାଜିଲର ଜି-୨୦ ଏଜେଣ୍ଡାକୁ ସେ ପ୍ରଶଂସା କରି କହିଥିଲେ ଯେ ଏହି ଆଭିମୁଖ୍ୟ  ଦକ୍ଷିଣ ବିଶ୍ୱର ସମସ୍ୟାଗୁଡିକ ଉପରେ ଆଲୋକପାତ କରିଛି ଏବଂ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ଲୋକାଭିମୁଖୀ ନିଷ୍ପତ୍ତିକୁ ଆଗେଇ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜି-୨୦ ଅଧ୍ୟକ୍ଷତାରେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଆହ୍ୱାନ ରିଓ ଆଲୋଚନାରେ ପ୍ରତିଫଳିତ ହେଉଛି।

 

କ୍ଷୁଧା ଏବଂ ଦାରିଦ୍ର୍ୟ ମୁକାବିଲା ପାଇଁ ଭାରତର ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଗତ ଦଶ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛି ଏବଂ ଦେଶର ୮୦୦ ନିୟୁତ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରୁଛି । ଖାଦ୍ୟ ନିରାପତ୍ତା ମୁକାବିଲାରେ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ 'ବ୍ୟାକ୍ ଟୁ ବେସିକ୍ସ ଆଣ୍ଡ ମାର୍ଚ୍ଚ ଟୁ ଫ୍ୟୁଚର' ଉପରେ ଆଧାରିତ ଏହାର ଆଭିମୁଖ୍ୟର ପରିଣାମ ଦେଖିବାକୁ ମିଳୁଛି । ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ।

 

ଆଫ୍ରିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଏକ ବିଶ୍ଵସ୍ତରୀୟ ମେଂଟ ପ୍ରତିଷ୍ଠା ପାଇଁ ବ୍ରାଜିଲର ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଚାଲିଥିବା ସଂଘର୍ଷ ଦ୍ୱାରା ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ କାରଣରୁ ଦକ୍ଷିଣ ବିଶ୍ୱ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ତେଣୁ ସେମାନଙ୍କ ଚିନ୍ତାକୁ ପ୍ରାଥମିକତା ଦିଆଯିବା ଉଚିତ୍ ।

 

Full remarks of Prime Minister may be seen here.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi