From the plants to your plate, from matters of physical strength to mental well-being, the impact and influence of Ayurveda and traditional medicine is immense: PM
People are realising the benefits of Ayurveda and its role in boosting immunity: PM Modi
The strongest pillar of the wellness tourism is Ayurveda and traditional medicine: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ ମାଧ୍ୟମରେ ଚତୁର୍ଥ ବିଶ୍ୱ ଆୟୁର୍ବେଦ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରରେ ଆୟୁର୍ବେଦ ପ୍ରତି ଆଗ୍ରହ ବୃଦ୍ଧି ପାଉଛି ଏବଂ ସାରା ବିଶ୍ୱରେ ଆୟୁର୍ବେଦ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, “ଆୟୁର୍ବେଦକୁ ସଠିକ ଭାବେ ଏକ ସାମଗ୍ରିକ ମାନବୀୟ ବିଜ୍ଞାନ ଭାବେ ବର୍ଣ୍ଣନା କରାଯାଇପାରିବ। ବୃକ୍ଷ ଠାରୁ ଆରମ୍ଭ କରି ଖାଇବା ଥାଳି ପର୍ଯ୍ୟନ୍ତ, ଶାରୀରିକ ସାମର୍ଥ୍ୟ ଠାରୁ ଆରମ୍ଭ କରି ମାନସିକ କଲ୍ୟାଣ ପର୍ଯ୍ୟନ୍ତ, ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧର ପ୍ରଭାବ ଏବଂ ଉପଯୋଗିତା ଅତ୍ୟନ୍ତ ବ୍ୟାପକ।”

କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁର୍ବେଦ ଉତ୍ପାଦ ପାଇଁ ଚାହିଦା ସ୍ଥିର ଭାବେ ବୃଦ୍ଧି ପାଉଛି। “ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧକୁ ବିଶ୍ୱସ୍ତରରେ ଅଧିକ ଲୋକପ୍ରିୟ କରିବା ଲାଗି ବର୍ତ୍ତମାନର ପରିସ୍ଥିତି ହେଉଛି ଉପଯୁକ୍ତ ସମୟ। ଏଗୁଡ଼ିକ ପ୍ରତି ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଛି। ଅଧିକ ଆରୋଗ୍ୟ ପାଇଁ ଆଧୁନିକ ଓ ପାରମ୍ପରିକ ଔଷଧ ଉଭୟ କିପରି ଗୁରୁତ୍ବପୂର୍ଣ୍ଣ ହୋଇପାରିବ ତାହା ବିଶ୍ୱ ଏବେ ଦେଖିପାରୁଛି। ଆୟୁର୍ବେଦର ଲାଭ ଏବଂ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାରେ ଏହାର ଭୂମିକାକୁ ଏବେ ଲୋକମାନେ ହୃଦୟଙ୍ଗମ କରିପାରୁଛନ୍ତି”, ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ଆରୋଗ୍ୟ ପର୍ଯ୍ୟଟନର ସମ୍ଭାବନା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆରୋଗ୍ୟ ପର୍ଯ୍ୟଟନର ମୂଳରେ ଥିବା ସିଦ୍ଧାନ୍ତ ହେଉଛି-ରୋଗର ଚିକିତ୍ସା, ସହିତ ଆରୋଗ୍ୟ। ତେଣୁ, ଆରୋଗ୍ୟ ପର୍ଯ୍ୟଟନର ଦୃଢ଼ ସ୍ତମ୍ଭ ହେଉଛି ଆୟୁର୍ବେଦ ଓ ପାରମ୍ପରିକ ଔଷଧ।  ଚାପରୁ ମୁକ୍ତି ଏବଂ ଆରୋଗ୍ୟ ପ୍ରଦାନ ଲାଗି ଭାରତରେ ରହିଥିବା ସଂସ୍କୃତିର ଲାଭ ଉଠାଇବା ଲାଗି ସେ ଦର୍ଶକମାନଙ୍କୁ ଆହ୍ବାନ କରିଥିଲେ। “ଆପଣ ନିଜ ଶରୀରର ଚିକିତ୍ସା କରିବାକୁ ଚାହୁଁଛନ୍ତି କିମ୍ବା ନିଜର ମାନସିକତାର ପୁନଃ ଚିକିତ୍ସା କରିବାକୁ ଚାହୁଁଛନ୍ତି, ଭାରତକୁ ଆସନ୍ତୁ”, ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।

ଆଧୁନିକ ଏବଂ ପାରମ୍ପରିକ ଔଷଧର ମିଶ୍ରଣରୁ ଆସିଥିବା ଆୟୁର୍ବେଦର ଲୋକପ୍ରିୟତା ଓ ସୁଯୋଗର ଲାଭ ଉଠାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ବର୍ତ୍ତମାନର ଯୁବପିଢ଼ି ବ୍ୟାପକ ଆୟୁର୍ବେଦ ଉତ୍ପାଦ ବ୍ୟବହାର କରିବା ଏବଂ ପ୍ରମାଣ-ଆଧାରିତ ଚିକିତ୍ସା ବିଜ୍ଞାନ ସହିତ ଆୟୁର୍ବେଦର ମିଶ୍ରଣ ଲାଗି ବୃଦ୍ଧି ପାଉଥିବା ସଚେତନତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଆୟୁର୍ବେଦ ଓ ପାରମ୍ପରିକ ଔଷଧ ଉପରେ ଅଧିକ ଗବେଷଣା କରିବା ଲାଗି ଗବେଷକମାନଙ୍କୁ ଆହ୍ବାନ କରିଥିଲେ। ଆୟୁର୍ବେଦ ଉତ୍ପାଦ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବା ନିମନ୍ତେ ସେ ଉତ୍ସାହୀ ଷ୍ଟାର୍ଟଅପ୍ ସମୁଦାୟକୁ ନିବେଦନ କରିଥିଲେ। ବିଶ୍ୱସ୍ତରରେ ବୁଝି ହୋଇପାରୁଥିବା ଭାଷାରେ ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନକୁ ଉପସ୍ଥାପିତ କରିଥିବା କାରଣରୁ ଯୁବପିଢ଼ିଙ୍କୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଆୟୁର୍ବେଦ ଜଗତ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଇଥିଲେ। ଶସ୍ତା ମୂଲ୍ୟରେ ଆୟୁଷ ସେବା ଯୋଗାଇ ଦେବା ମାଧ୍ୟମରେ ଆୟୁଷ ଚିକିତ୍ସା ବ୍ୟବସ୍ଥାର ପ୍ରୋତ୍ସାହନ ନିମନ୍ତେ ଜାତୀୟ ଆୟୁଷ ମିଶନ ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆୟୁର୍ବେଦ, ସିଦ୍ଧ, ୟୁନାନି ଏବଂ ହୋମିଓପାଥି ଔଷଧର ଗୁଣବତ୍ତା ନିୟନ୍ତ୍ରଣ ପ୍ରବର୍ତ୍ତନ ନିମନ୍ତେ ସୁବିଧା ଯୋଗାଇ ଦେବା ତଥା କଞ୍ଚାମାଲର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରାଯାଉଛି। ସରକାର ମଧ୍ୟ ଏକାଧିକ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଥିଲେ। “ଆୟୁର୍ବେଦ ଏବଂ ଅନ୍ୟ ଭାରତୀୟ ଚିକିତ୍ସା ବ୍ୟବସ୍ଥା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପାରିକ ଔଷଧ ରଣନୀତି 2014-2023 ସହିତ ଆମ ନୀତିର ସାମଞ୍ଜସ୍ୟ ରହିଛି। ଡବ୍ଲୁଏଚ୍ଓ ମଧ୍ୟ ଭାରତରେ ପାରମ୍ପରିକ ଔଷଧର ଏକ ବିଶ୍ୱ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଘୋଷଣା କରିଛି”, ପ୍ରଧାନମନ୍ତ୍ରୀ କହିଥିଲେ।

ଅନ୍ୟ ଦେଶଗୁଡ଼ିକର ଛାତ୍ରଛାତ୍ରୀ ଆୟୁର୍ବେଦ ଏବଂ ପାରମ୍ପରିକ ଚିକିତ୍ସା ବିଜ୍ଞାନ ପଢ଼ିବା ଲାଗି ଭାରତ ଆସୁଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ବିଶ୍ୱସ୍ତରୀୟ ଆରୋଗ୍ୟ ସମ୍ପର୍କରେ ଚିନ୍ତା କରିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ। ଏହି ବିଷୟବସ୍ତୁକୁ ନେଇ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଆୟୋଜନ କରାଯାଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ।

ଆୟୁର୍ବେଦ ସହ ଜଡ଼ିତ ଖାଦ୍ୟ ସାମଗ୍ରୀ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ଜଡ଼ିତ ଖାଦ୍ୟ ସାମଗ୍ରୀର ପ୍ରୋତ୍ସାହନ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମିଳିତ ଜାତିସଂଘ 2023କୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା କରିଛି। ବାଜରାର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।

ଆୟୁର୍ବେଦ କ୍ଷେତ୍ରରେ ଆମର ସଫଳତାକୁ ଆହୁରି ଆଗେଇ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। “ଆସନ୍ତୁ ଆୟୁର୍ବେଦକୁ ଆକୃଷ୍ଟ ଶକ୍ତିରେ ପରିଣତ କରିବା, ଯାହା ସାରା ବିଶ୍ୱକୁ ଆମ ଦେଶକୁ ଟାଣି ଆଣିବ। ଏହା ଆମ ଯୁବକମାନଙ୍କ ପାଇଁ ସମୃଦ୍ଧି ମଧ୍ୟ ସୃଷ୍ଟି କରିବ”, ଶେଷରେ ସେ କହିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Sree Narayana Guru on his birth anniversary
August 28, 2026

The Prime Minister, Shri Narendra Modi, paid tributes to Sree Narayana Guru on his birth anniversary, today. Shri Modi described Sree Narayana Guru as a towering social reformer, spiritual leader and thinker who devoted his life to building a society rooted in dignity and compassion.

The Prime Minister posted on X:

Tributes to Sree Narayana Guru on his birth anniversary!

A towering social reformer, spiritual leader and thinker, he devoted his life to building a society rooted in dignity and compassion. His thoughts gave strength to countless people. Equally noteworthy was his focus on education and learning.