“ବିପଦ ସମୟରେ କିଭଳି ପରିବର୍ତ୍ତନ ହୋଇପାରେ ତାହା ଭାରତ ବିଶ୍ୱକୁ ଦେଖାଇଛି” “୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସଙ୍କଟ ସମୟରେ ଭାରତ ଦ୍ୱାରା ପ୍ରଦର୍ଶିତ
କ୍ଷମତାକୁ ଅଧ୍ୟୟନ କରି ୧୦୦ ବର୍ଷ ପରେ ମାନବିକତା ନିଜ ପାଇଁ ଗର୍ବିତ ହେବ”
“ଆମେ ୨୦୧୪ ପରେ ଶାସନର ପ୍ରତ୍ୟେକ ଉପାଦାନକୁ ପୁନଃ କଳ୍ପନା, ପୁନଃ ଉଦ୍ଭାବନ କରିବାକୁ ନିଷ୍ପତ୍ତି ନେଇଛୁ”
“ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ସରକାର କିପରି କଲ୍ୟାଣକାରୀ ବିତରଣରେ ଉନ୍ନତି କରିପାରିବେ ତାହା ଆମେ ପୁନ ସଜ୍ଞ କଳ୍ପନା କରିଛୁ”
“ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ପୂର୍ଣ୍ଣ ସମ୍ଭାବନା ଥିବା ଦେଶର ଦ୍ରୁତ ଅଭିବୃଦ୍ଧି ଦିଗରେ ସେମାନଙ୍କୁ ସହଯୋଗ କରିବାକୁ ସରକାରଙ୍କ ଧ୍ୟାନ ଥିଲା”
“ଆମ ସରକାର ଏପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ବିଭିନ୍ନ ଯୋଜନାରେ ୨୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି”
“ଆମେ ଶୂନ୍ୟରେ ଭିତ୍ତିଭୂମି ଦେଖିବାର ଅଭ୍ୟାସ ବନ୍ଦ କରିଛୁ ଏବଂ ଭିତ୍ତିଭୂମି ର୍ନିମାଣକୁ ଏକ ବୃହତ ରଣନୀତି ଭାବରେ ପୁନଃ ଚିତ୍ରିତ କରିଛୁ”
“ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୩.୫ ଲକ୍ଷ କିଲୋମିଟର ଗ୍ରାମାଞ୍ଚଳ ରାସ୍ତା ଏବଂ ୮୦ ହଜାର କିଲୋମିଟର ଜାତୀୟ ରାଜପଥ ର୍ନିମାଣ କରାଯାଇଛି”
“ମେଟ୍ରୋ ରେଳ ଲାଇନ୍‍ ଦୃଷ୍ଟିରୁ ଆଜି ଭାରତ ୫ ନମ୍ବରରେ ଅଛି ଏବଂ ଖୁବ୍ ଶୀଘ୍ର ଭାରତ ୩ ନମ୍ବର ହେବ”
“ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ କେବଳ ଭିତ୍ତିଭୂମି ର୍ନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇକୋନୋମିକ୍ ଟାଇମ୍ସ ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସଙ୍କଟ ସମୟରେ ଭାରତ ଦ୍ୱାରା ପ୍ରଦର୍ଶିତ କ୍ଷମତାକୁ ଅଧ୍ୟୟନ କରି ମାନବିକତା ମଧ୍ୟ ନିଜ ପାଇଁ ଗର୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶର ନାଗରିକଙ୍କ ସହ ସରକାରଙ୍କର କି ପ୍ରକାର ସମ୍ପର୍କ ରହିବା ଉଚିତ ତାହା ଆମେ ପୁନର୍ବାର ଅନୁଧ୍ୟାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କିନ୍ତୁ ଆଜି ଏହା ମଧ୍ୟ ଗରିବ ଲୋକଙ୍କ ନିକଟରେ ପହଞ୍ଚୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ୪୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ନେବାପାଇଁ ୨୦୧୪ ପରେ ୧୦ କୋଟି ଶୌଚାଳୟ ର୍ନିମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇକୋନୋମିକ୍ ଟାଇମ୍ସ ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତିନି ବର୍ଷ ପୂର୍ବେ ଇଟି ଗ୍ଲୋବାଲ ବିଜିନେସ୍‍ ସମ୍ମିଳନୀରେ ତାଙ୍କର ଶେଷ ଯୋଗଦାନ ପରେ ଘଟିଥିବା ପରିବର୍ତ୍ତନଗୁଡିକ ଉଲ୍ଲେଖ କରିଛନ୍ତି । ସେ ସ୍ମରଣ କରିଛନ୍ତି ଯେ ଗତ ସମ୍ମିଳନୀ ଶେଷ ହେବାର ତିନି ଦିନ ପରେ ଡବ୍ଳୁଏଚଓ କୋଭିଡକୁ ମହାମାରୀ ଘୋଷଣା କରିଥିଲା ଯାହା ବିଶ୍ୱ ତଥା ଭାରତରେ ବ୍ୟାପକ ଦ୍ରୁତ ପରିବର୍ତ୍ତନ ଘଟାଇଥିଲା ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରସଙ୍ଗ "ଆଣ୍ଟିଫ୍ରାଗିଲ”  ଆଲୋଚନାକୁ ବଢାଇଥିଲା ଯାହା କେବଳ ପ୍ରତିକୂଳ ପରିସ୍ଥିତିରେ ସ୍ଥିର ନୁହେଁ ବରଂ ସେହି ପ୍ରତିକୂଳ ପରିସ୍ଥିତିକୁ ବ୍ୟବହାର କରି ଅଧିକ ଶକ୍ତିଶାଳୀ ହୁଏ । ସେ କହିଛନ୍ତି ଯେ ବିପଦ ସମୟରେ କିଭଳି ପରିବର୍ତ୍ତନ ହୋଇପାରେ ସେହି ସଂକଳ୍ପ ତାଙ୍କ ମନରେ ୧୪୦ କୋଟି ଭାରତୀୟଙ୍କ ସାମୂହିକ ନିଷ୍ଠା ଆଣିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ତିନି ବର୍ଷର ଲଢେଇ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏବଂ ଭାରତୀୟମାନେ ଜବରଦସ୍ତ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ବିପଦ ସମୟରେ କିଭଳି ପରିବର୍ତ୍ତନ ହୋଇପାରେ ତାହା ଭାରତ ବିଶ୍ୱକୁ ଦେଖାଇଛି । ଯେଉଁଠାରେ ପୂର୍ବରୁ ଫ୍ରାଗିଲ୍ ଫାଇଭ୍ ବିଷୟରେ ଚର୍ଚ୍ଚା ହେଉଥିଲା, ବର୍ତ୍ତମାନ ଭାରତକୁ ଆଣ୍ଟିଫ୍ରାଗିଲ ସହିତ ଚିହ୍ନଟ କରାଯାଉଛି । ବିପର୍ଯ୍ୟୟକୁ କିପରି ସୁଯୋଗରେ ପରିଣତ କରାଯିବ ତାହା ଭାରତ ବିଶ୍ୱକୁ ଦର୍ଶାଇଛି । ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସଙ୍କଟ ସମୟରେ ଭାରତ ଦ୍ୱାରା ପ୍ରଦର୍ଶିତ କ୍ଷମତାକୁ ଅଧ୍ୟୟନ କରି ମାନବିକତା ମଧ୍ୟ ନିଜ ପାଇଁ ଗର୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ‘ପୁନଃକଳ୍ପନା ବ୍ୟବସାୟ, ପୁନଃକଳ୍ପନା ବିଶ୍ୱ' ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୨୦୧୪ ରେ ଦେଶ ବର୍ତ୍ତମାନର ସରକାରଙ୍କୁ ସେବା କରିବାର ସୁଯୋଗ ଦେଇଥିବା ବେଳେ ପୁନଃ କଳ୍ପନା କିପରି କାର୍ଯ୍ୟକାରୀ ହୋଇଛି । ସେ ଦେଶର ପ୍ରତିଷ୍ଠା ପାଇଁ କଠିନ ସମୟକୁ ମନେ ପକାଇଥିଲେ । ଦୁର୍ନୀତି, ଭ୍ରଷ୍ଟାଚାର ହେତୁ ଗରିବ ଲୋକ ବଞ୍ଚିତ ହେଉଥିଲେ, ରାଜବଂଶର ଯଜ୍ଞରେ ଯୁବବର୍ଗଙ୍କ ସ୍ୱାର୍ଥ ବଳି ଦିଆଯାଉଥିଲା ଏବଂ ପ୍ରକଳ୍ପରେ ବିଳମ୍ବ ଏବଂ ପକ୍ଷାଘାତ ନୀତି ବିଳମ୍ବ କରୁଥିଲା । ସେଥିପାଇଁ ଆମେ ଶାସନର ପ୍ରତ୍ୟେକ ଉପାଦାନକୁ ପୁନଃ କଳ୍ପନା କରିବାକୁ, ପୁନଃ ଉଦ୍ଭାବନ କରିବାକୁ ନିଷ୍ପତ୍ତି ନେଇଛୁ । ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ସରକାର କିପରି କଲ୍ୟାଣ ବିତରଣରେ ଉନ୍ନତି କରିପାରିବେ ତାହା ଆମେ ପୁନଃ କଳ୍ପନା କରିଛୁ । ସରକାର କିପରି ଅଧିକ ଦକ୍ଷ ଉପାୟରେ ଭିତ୍ତିଭୂମି ସୃଷ୍ଟି କରିପାରିବେ ତାହା ଆମେ ପୁନର୍ବାର ଅନୁଧ୍ୟାନ କରିଛୁ । ଦେଶର ନାଗରିକଙ୍କ ସହ ସରକାରଙ୍କର କି ପ୍ରକାର ସମ୍ପର୍କ ରହିବା ଉଚିତ ତାହା ଆମେ ପୁନର୍ବାର ଅନୁଧ୍ୟାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କଲ୍ୟାଣ ଯୋଜନାକୁ ପହଞ୍ଚାଇବାର ପୁନଃ କଳ୍ପନା ଉପରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବ୍ୟାଙ୍କ ଆକାଉଣ୍ଟ, ଋଣ, ଗୃହ, ସମ୍ପତ୍ତି ଅଧିକାର, ଶୌଚାଳୟ, ବିଦ୍ୟୁତ୍‍ ଏବଂ ସ୍ୱଚ୍ଛ ରନ୍ଧନ ଇନ୍ଧନ ବିତରଣ ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି, ଆମର ଧ୍ୟାନ ଥିଲା ଗରିବମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ସହିତ ଦେଶର ଦ୍ରୁତ ଅଭିବୃଦ୍ଧିରେ ଯୋଗଦାନ କରିବାକୁ ସକ୍ଷମ କରାଇବା । ଡାଇରେକ୍ଟ ବେନିଫିଟ୍‍ ଟ୍ରାନ୍ସଫରର ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀଙ୍କ ଗଳାବାଟ ଉପରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇ ଦେଇଛନ୍ତି ଯେ ଗୋଟିଏ ଟଙ୍କାରୁ ୧୫ ପଇସା ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଥିଲା । ଆମ ସରକାର ଏପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ଡିବିଟି ମାଧ୍ୟମରେ ୨୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଯଦି ରାଜୀବ ଗାନ୍ଧୀଙ୍କ ମନ୍ତବ୍ୟ ଆଜି ମଧ୍ୟ ସତ୍ୟ ହୋଇଥାନ୍ତା, ତା'ହେଲେ ଏହାର ୮୫ ପ୍ରତିଶତ ଅର୍ଥାତ୍‍ ୨୪ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଥାନ୍ତା । କିନ୍ତୁ ଆଜି ଏହା ମଧ୍ୟ ଗରିବ ଲୋକଙ୍କ ନିକଟରେ ପହଞ୍ଚୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେହେରୁ ଜୀ ମଧ୍ୟ ଜାଣିଥିଲେ ଯେ ଯେତେବେଳେ ପ୍ରତ୍ୟେକ ଭାରତୀୟଙ୍କର ଶୌଚାଳୟ ସୁବିଧା ରହିବ, ଏହାର ଅର୍ଥ ହେବ ଯେ ଭାରତ ବିକାଶର ଏକ ନୂତନ ଉଚ୍ଚତାରେ ପହଞ୍ଚିଛି । ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ୪୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ନେବାପାଇଁ ୨୦୧୪ ପରେ ୧୦ କୋଟି ଶୌଚାଳୟ ର୍ନିମାଣ କରାଯାଇଛି ।

ଆକାଂକ୍ଷୀ ଜିଲ୍ଲାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ରେ ୧୦୦ ରୁ ଅଧିକ ଜିଲ୍ଲା ବହୁତ ପଛୁଆ ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ପଛୁଆବର୍ଗର ଏହି ଧାରଣାକୁ ପୁନର୍ବାର ଅନୁଧ୍ୟାନ କରି ଏହି ଜିଲ୍ଲାଗୁଡ଼ିକୁ ଆକାଂକ୍ଷା ଜିଲ୍ଲା ଭାବେ ପରିଣତ କରିଛୁ । ପ୍ରଧାନମନ୍ତ୍ରୀ ଅନେକ ଉଦାହରଣ ଦେଇଛନ୍ତି ଯେପରିକି ୟୁପିର ଆକାଂକ୍ଷୀ ଜିଲ୍ଲା ଫତେହପୁରରେ ଅନୁଷ୍ଠାନିକ ପ୍ରସବ ୪୭ ପ୍ରତିଶତରୁ ୯୧ ପ୍ରତିଶତକୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶର ଆକାଂକ୍ଷୀ ଜିଲ୍ଲା ବାରୱାନୀରେ ସମ୍ପୂର୍ଣ୍ଣ ଟିକାକରଣ ଶିଶୁଙ୍କ ସଂଖ୍ୟା ବର୍ତ୍ତମାନ ୪୦ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରର ଆକଂକ୍ଷୀ ଜିଲ୍ଲା ୱାଶିମ୍ ରେ, ୨୦୧୫ ରେ ଯକ୍ଷ୍ମା ଚିକିତ୍ସାର ସଫଳତା ହାର ୪୮ ପ୍ରତିଶତରୁ ପ୍ରାୟ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସଂଯୋଗ ଥିବା ଗ୍ରାମ ପଞ୍ଚାୟତ ସଂଖ୍ୟା କର୍ଣ୍ଣାଟକର ଯାଦଗିରର ଆକାଂକ୍ଷୀ ଜିଲ୍ଲାରେ ୨୦ ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି ଅନେକ ମାନଦଣ୍ଡ ଅଛି ଯେଉଁଥିରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର କଭରେଜ ସମଗ୍ର ଦେଶର ହାରାହାରି ଅପେକ୍ଷା ଭଲ ହୋଇଯାଇଛି । ବିଶୁଦ୍ଧ ଜଳ ଯୋଗାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ରେ କେବଳ ୩ କୋଟି ଟ୍ୟାପ୍ ସଂଯୋଗ ଥିଲା । ଗତ ସାଢେ ତିନି ବର୍ଷ ମଧ୍ୟରେ ୮ କୋଟି ନୂତନ ଟ୍ୟାପ୍ ସଂଯୋଗ ଯୋଡିହୋଇଛି ।

ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ଦେଶର ଆବଶ୍ୟକତା ଉପରେ ରାଜନୈତିକ ଅଭିଳାଷକୁ ପ୍ରାଧାନ୍ୟ ଦିଆଯାଇଥିଲା ଏବଂ ଭିତ୍ତିଭୂମି ଶକ୍ତିକୁ ପ୍ରଶଂସା କରାଯାଇ ନଥିଲା । ଆମେ ଶୂନ୍ୟରେ ଭିତ୍ତିଭୂମି ଦେଖିବାର ଅଭ୍ୟାସ ବନ୍ଦ କରିଛୁ ଏବଂ ଭିତ୍ତିଭୂମି ର୍ନିମାଣକୁ ଏକ ବୃହତ ରଣନୀତି ଭାବରେ ପୁନଃ ଚିତ୍ରିତ କରିଛୁ । ଆଜି ଭାରତରେ ଦିନକୁ ୩୮ କିଲୋମିଟର ବେଗରେ ରାଜପଥ ର୍ନିମାଣ କରାଯାଉଛି ଏବଂ ପ୍ରତିଦିନ ୫ କିଲୋମିଟରରୁ ଅଧିକ ରେଳ ଲାଇନ ର୍ନିମାଣ କରାଯାଉଛି । ଆମର ବନ୍ଦର କ୍ଷମତା ଆସନ୍ତା ୨ ବର୍ଷରେ ୩୦୦୦ ଏମପିଟିଏ ରେ ପହଞ୍ଚିବାକୁ ଯାଉଛି । ୨୦୧୪ ତୁଳନାରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ୭୪ ରୁ ୧୪୭ କୁ ଦ୍ୱିଗୁଣିତ ହୋଇଛି । ଏହି ୯ ବର୍ଷ ମଧ୍ୟରେ ପ୍ରାୟ ୩.୫ ଲକ୍ଷ କିଲୋମିଟର ଗ୍ରାମାଞ୍ଚଳ ରାସ୍ତା ଏବଂ ୮୦ ହଜାର କିଲୋମିଟର ଜାତୀୟ ରାଜପଥ ର୍ନିମାଣ କରାଯାଇଛି । ଏହି ୯ ବର୍ଷରେ ୩ କୋଟି ଗରିବଙ୍କ ଘର ର୍ନିମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୮୪ ରୁ ଭାରତରେ ମେଟ୍ରୋ ପାରଦର୍ଶୀତା ଥିଲା କିନ୍ତୁ ୨୦୧୪ ପର୍ଯ୍ୟନ୍ତ ପ୍ରତି ମାସରେ ମାତ୍ର ଅଧ କିଲୋମିଟର ମେଟ୍ରୋ ଲାଇନ ନିର୍ମାଣ ହେଉଥିଲା । ତାହା ମାସକୁ ୬ କିଲୋମିଟରକୁ ବୃଦ୍ଧି ପାଇଛି । ମେଟ୍ରୋ ରୁଟ୍ ଲମ୍ବ ଦୃଷ୍ଟିରୁ ଆଜି ଭାରତ ୫ ନମ୍ବରରେ ଅଛି ଏବଂ ଖୁବ୍ ଶୀଘ୍ର ଭାରତ ୩ ନମ୍ବର ହେବ ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ପ୍ଲାଟଫର୍ମରେ ଉପଲବ୍ଧ ୧୬୦୦ ପ୍ଲସ୍ ଡାଟା ସ୍ତର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ କେବଳ ଭିତ୍ତିଭୂମି ର୍ନିମାଣକୁ ଗତି ଦେଉନାହିଁ ବରଂ କ୍ଷେତ୍ର ବିକାଶ ତଥା ଲୋକଙ୍କ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ସେ ଦର୍ଶାଇଛନ୍ତି ଯେ ଭାରତର ଏକ୍ସପ୍ରେସୱେ କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ସ୍ୱଳ୍ପ ଏବଂ ସବୁଠାରୁ ଦକ୍ଷ ମାର୍ଗ ସ୍ଥିର କରିବାକୁ ଏଆଇ ସହିତ ସଂଯୁକ୍ତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସଂଖ୍ୟାର ଘନତା ଏବଂ ଯେକୌଣସି ଅଞ୍ଚଳରେ ବିଦ୍ୟାଳୟର ଉପଲବ୍ଧତା ମଧ୍ୟ ମ୍ୟାପିଂ ହୋଇପାରିବ । ଜ୍ଞାନକୌଶଳର ବ୍ୟବହାର ସହିତ ଚାହିଦା କିମ୍ବା ରାଜନୈତିକ ବିଚାର ଆଧାରରେ ଆବଣ୍ଟନ କରିବା ପରିବର୍ତ୍ତେ ଆବଶ୍ୟକ ସ୍ଥଳରେ ବିଦ୍ୟାଳୟ ର୍ନିମାଣ କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି ।

ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଭିତ୍ତିଭୂମିର ପୁନଃ ପରିକଳ୍ପନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପୂର୍ବରୁ ବାୟୁସୀମାର ଏକ ବଡ଼ ଅଂଶ ପ୍ରତିରକ୍ଷା ପାଇଁ ସୀମିତ ରହିଥିଲା ଯାହା ଦ୍ୱାରା ବିମାନଗୁଡ଼ିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସମୟ ନେଉଥଲେ । ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ ସରକାର ସଶସ୍ତ୍ର ବାହିନୀ ସହ ଆଲୋଚନା କରିଥିଲେ ଯାହା ଦ୍ୱାରା ଆଜି ବେସାମରିକ ବିମାନ ଚଳାଚଳ ପାଇଁ ୧୨୮ ଟି ଏୟାର ରୁଟ୍ ଖୋଲାଯାଇଛି । ଏହାଦ୍ୱାରା ଉଡ଼ାଣ ପଥ ଛୋଟ ହୋଇଗଲା ଯାହା ଦ୍ୱାରା ଉଭୟ ସମୟ ଏବଂ ଇନ୍ଧନ ସଞ୍ଚୟ ହେଲା । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସହିତ ପ୍ରାୟ ୧ ଲକ୍ଷ ଟନ୍ ସିଓ୨ ର୍ନିଗମନ ମଧ୍ୟ ହ୍ରାସ ପାଇଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ପୂର୍ବରୁ ଶାରୀରିକ ଏବଂ ସାମାଜିକ ଭିତ୍ତିଭୂମି ବିକାଶର ଏକ ନୂତନ ମଡେଲ ଆଣିଛି ଯେଉଁଠାରେ ଭାରତର ଡିଜିଟାଲ ଭିତ୍ତିଭୂମି ଏହାର ମିଳିତ ଉଦାହରଣ ଅଟେ । ଗତ ୯ ବର୍ଷ ମଧ୍ୟରେ ହୋଇଥିବା ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶରେ ୬ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଯାଇଛି, ମୋବାଇଲ୍ ଉତ୍ପାଦନ ୟୁନିଟ୍ ସଂଖ୍ୟା ବହୁଗୁଣିତ ହୋଇଛି ଏବଂ ଦେଶରେ ଇଣ୍ଟରନେଟ୍ ଡାଟା ଦର ୨୫ ଗୁଣ ହ୍ରାସ ପାଇଛି ଯାହା ଦୁନିଆରେ ସବୁଠାରୁ ଶସ୍ତା । ପାଶ୍ଚାତ୍ୟ ବଜାରରେ ୭୫% ଯୋଗଦାନ ତୁଳନାରେ ୨୦୧୨ ରେ ବିଶ୍ୱର ମୋବାଇଲ୍ ଡାଟା ଟ୍ରାଫିକ୍‌ର ୨ ପ୍ରତିଶତ ଭାରତର ଅବଦାନ ଥିବା ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ୨୦୨୨ ମସିହାରେ ବିଶ୍ୱର ମୋବାଇଲ୍ ଡାଟା ଟ୍ରାଫିକରେ ଭାରତର ୨୧% ଅଂଶଧନ ଥିବାବେଳେ ଉତ୍ତର ଆମେରିକା ଏବଂ ୟୁରୋପରେ କେବଳ ଏକ ଚତୁର୍ଥାଂଶ ଅଂଶରେ ସୀମିତ ରହିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଜି ବିଶ୍ୱର ୪୦% ରିଅଲ ଟାଇମ ଡିଜିଟାଲ ପେମେଣ୍ଟ ଭାରତରେ ହୋଇଥାଏ ।

ଅତୀତର ସରକାରମାନଙ୍କର ପ୍ରଚଳିତ "ମାଇ-ବାପ୍‍” ସଂସ୍କୃତି ସଂକ୍ରାନ୍ତରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯେଉଁମାନେ ଶାସନ କରୁଥିଲେ ସେମାନେ ନିଜ ଦେଶର ନାଗରିକଙ୍କ ସହିତ ମାଲିକ ଭଳି ବ୍ୟବହାର କରୁଥିଲେ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ‘ପରିବାରବାଦ’ ଏବଂ "ଭାଇ-ଭତିଜାବାଦ”  ସହିତ ବିଭ୍ରାନ୍ତ କରାଯିବା ଉଚିତ ନୁହେଁ । ସେହି ସମୟର ଅଜବ ପରିବେଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିସ୍ଥିତି ଏପରି ଥିଲା ଯେ ସରକାର ନିଜ ନାଗରିକଙ୍କୁ ସନ୍ଦେହରେ ଦେଖୁଥିଲେ ମଧ୍ୟ ସେମାନେ ଯାହା କରୁଥିଲେ ତାହା ବିଷୟ ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକମାନେ କିଛି କରିବା ପୂର୍ବରୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିଲା ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହା ସରକାର ଏବଂ ନାଗରିକଙ୍କ ମଧ୍ୟରେ ପାରସ୍ପରିକ ଅବିଶ୍ୱାସ ଏବଂ ସନ୍ଦେହର ବାତାବରଣ ସୃଷ୍ଟି କରିଛି । ଏହି ଅବସରରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକମାନଙ୍କୁ ଟିଭି ଏବଂ ରେଡିଓ କିମ୍ବା ଅନ୍ୟ କୌଣସି କ୍ଷେତ୍ର ଚଳାଇବା ପାଇଁ ଆବଶ୍ୟକ ହେଉଥିବା ନବୀକରଣ ଯୋଗ୍ୟ ଲାଇସେନ୍ସ ବିଷୟରେ ମନେ ପକାଇ ଦେଇଥିଲେ । ବାଧ୍ୟତାମୂଳକ କାରଣରୁ ନବେ ଦଶକରୁ ପୁରୁଣା ଭୁଲଗୁଡ଼ିକୁ ସଂଶୋଧନ କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରୁଣା "ମାଇ-ବାପ”  ମାନସିକତା ସମ୍ପୂର୍ଣ୍ଣ ରୂପେ ଲୋପ ପାଇନାହିଁ । ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ ୨୦୧୪ ପରେ, "ସରକାର-ଆଗ”  ମାନସିକତାକୁ ଏକ "ଲୋକେ-ଆଗ” ଆଭିମୁଖ୍ୟ ଭାବରେ ପୁନଃ କଳ୍ପନା କରାଯାଇଥିଲା ଏବଂ ସରକାର ଏହାର ନାଗରିକଙ୍କ ଉପରେ ବିଶ୍ୱାସ କରିବା ନୀତିରେ କାର୍ଯ୍ୟ କରିଥିଲେ । ଛୋଟ ଛୋଟ ଚାକିରି ପାଇଁ ସାକ୍ଷାତକାରକୁ ରଦ୍ଦ କରିବା, ଛୋଟ ଅର୍ଥନୈତିକ ଅପରାଧକୁ ଅପରାଧୀକରଣ ନକରିବା, ଜନ ବିଶ୍ୱାସ ବିଲ୍‌, ବନ୍ଧକମୁକ୍ତ ମୁଦ୍ରା ଋଣ ଏବଂ ସରକାର ଏମଏସଏମଇ ପାଇଁ ଏକ ଗ୍ୟାରେଣ୍ଟି ହେବାର ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ କାର୍ଯ୍ୟକ୍ରମ ଏବଂ ନୀତିରେ ଲୋକମାନଙ୍କୁ ବିଶ୍ୱାସକୁ ନେବା ଆମର ମନ୍ତ୍ର ହୋଇଛି ।

ଟିକସ ସଂଗ୍ରହର ଉଦାହରଣ ସଂକ୍ରାନ୍ତରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ୨୦୧୩-୧୪ ରେ ଦେଶର ମୋଟ ଟିକସ ରାଜସ୍ୱ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୋଲି ଆଲୋକପାତ କରିଥିଲେ, କିନ୍ତୁ ୨୦୨୩-୨୪ ମସିହାରେ ଏହା ୩୩ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ମୋଟ ଟିକସ ରାଜସ୍ୱ ବୃଦ୍ଧି ପାଇଁ ଟିକସ ହ୍ରାସକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇ କହିଛନ୍ତି ଯେ ୯ ବର୍ଷ ମଧ୍ୟରେ ମୋଟ ଟିକସ ରାଜସ୍ୱ ୩ ଗୁଣ ବୃଦ୍ଧି ପାଇଛି ଏବଂ ଯେତେବେଳେ ଆମେ ଟିକସ ହାର ହ୍ରାସ କରିଛୁ ସେତେବେଳେ ଏହା ଘଟିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଟିକସଦାତାମାନେ ଉତ୍ସାହିତ ହେବେ ଯେତେବେଳେ ସେମାନେ ଜାଣିବେ ଯେ ଟିକସ ଫଳପ୍ରଦ ଭାବରେ ଖର୍ଚ୍ଚ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆପଣ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି ଲୋକମାନେ ଆପଣଙ୍କୁ ବିଶ୍ୱାସ କରନ୍ତି । ସେ ମଧ୍ୟ ମୂଲ୍ୟାଙ୍କନ ଉପରେ କହିଛନ୍ତିି ଯେଉଁଠାରେ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ପାଇଁ ପ୍ରୟାସ କରାଯାଉଛି ।

ହାରାହାରି ୯୦ ଦିନରେ ଆୟକର ଦାଖଲ ପ୍ରକ୍ରିୟା କରାଯାଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆୟକର ବିଭାଗ ଚଳିତ ବର୍ଷ ୬.୫ କୋଟିରୁ ଅଧିକ ଦାଖଲ ପ୍ରକ୍ରିୟା କରିଛି ଯେଉଁଠାରେ ୨୪ ଘଣ୍ଟା ମଧ୍ୟରେ ୩ କୋଟି ଆୟକର ଦାଖଲ କରାଯାଇଛି ଏବଂ କିଛି ଦିନ ମଧ୍ୟରେ ଟଙ୍କା ଫେରସ୍ତ କରାଯାଇଛି ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତର ସମୃଦ୍ଧତା ହେଉଛି ବିଶ୍ୱର ସମୃଦ୍ଧତା ଏବଂ ଭାରତର ଅଭିବୃଦ୍ଧି ହେଉଛି ବିଶ୍ୱର ଅଭିବୃଦ୍ଧି । ଜି -୨୦ ପାଇଁ ମନୋନୀତ ହୋଇଥିବା ଏକ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ବିଷୟବସ୍ତୁରେ ବିଶ୍ୱର ଅନେକ ଆହ୍ୱାନର ସମାଧାନ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କେବଳ ସାଧାରଣ ସଂକଳ୍ପ ଗ୍ରହଣ କରି ସମସ୍ତଙ୍କ ସ୍ୱାର୍ଥ ରକ୍ଷା କରି ବିଶ୍ୱ ଉନ୍ନତ ହୋଇପାରିବ । ଏହି ଦଶନ୍ଧି ଏବଂ ପରବର୍ତ୍ତୀ ୨୫ ବର୍ଷ ଭାରତରେ ଅଭୂତପୂର୍ବ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ "ସବକା ପ୍ରୟାସ”  (ସମସ୍ତଙ୍କ ଉଦ୍ୟମ) ଦ୍ୱାରା ଭାରତର ଲକ୍ଷ୍ୟ ଶୀଘ୍ର ହାସଲ ହୋଇପାରିବ ଏବଂ ଉପସ୍ଥିତ ସମସ୍ତଙ୍କୁ ଯଥାସମ୍ଭବ ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଆପଣ ଭାରତର ଅଭିବୃଦ୍ଧି ଯାତ୍ରା ସହିତ ଜଡିତ ହୁଅନ୍ତି, ସେତେବେଳେ ଭାରତ ଆପଣଙ୍କୁ ଅଭିବୃଦ୍ଧିର ଗ୍ୟାରେଣ୍ଟି ଦେଇଥାଏ ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi