ଅତୀତରେ ଯେତେବେଳେ କୌଣସି ବିରାଟ ମାନବୀୟ ସଂକଟ ଦେଖାଦେଇଛି ସେତେବେଳେ ବିଜ୍ଞାନ ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଛି : ପ୍ରଧାନମନ୍ତ୍ରୀ
ଆଜିର ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ହେବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ ମୋଦୀ
ଚଳିତ ଦଶନ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଆଗାମୀ ଦଶନ୍ଧିର ଆବଶ୍ୟକତା ଅନୁସାରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ସୋସାଇଟିର ବୈଠକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ଚାଲେଞ୍ଜ ଭାବେ ମାନବସମାଜ ଆଗରେ ଉଭା ହୋଇଛି । କିନ୍ତୁ ଅତୀତରେ ଯେତେବେଳେ କୌଣସି ବିରାଟ ମାନବୀୟ ସଂକଟ ଦେଖାଦେଇଛି ସେତେବେଳେ ବିଜ୍ଞାନ ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଛି । ବିଜ୍ଞାନର ମୌଳିକ ସ୍ୱଭାବ ହେଲା ନୂତନ ଶକ୍ତି ସୃଷ୍ଟି କରିବା ଓ ସଂକଟର ଘଡ଼ିରେ ସମସ୍ତ ସମ୍ଭାବ୍ୟ ସମାଧାନ ସୂତ୍ର ଓ ସମ୍ଭାବନା ସୃଷ୍ଟି କରିବା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବୈଜ୍ଞାନିକମାନେ ଯେଉଁ ମାତ୍ରାରେ ଏବଂ ଯେତିକି ବ୍ୟଗ୍ରତାର ସହିତ ମାତ୍ର ଏକ ବର୍ଷରୁ କମ୍‍ ସମୟ ଭିତରେ କୋଭିଡ଼ ୧୯ ମହାମାରୀର ପ୍ରତିଷେଧକ ଟିକା ଉଦ୍ଭାବନ କରିପାରିଲେ ଏବଂ ଏହି ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିପାରିଲେ ତାହା ଅତୀବ ପ୍ରଶଂସନୀୟ । ସେ କହିଲେ ଯେ ପ୍ରଥମ ଥର ପାଇଁ ମାନବ ଇତିହାସରେ ଏଭଳି ଏକ ବିରାଟ ସଂକଟ ଦେଖାଦେଇଛି । ବିଗତ ଶତାବ୍ଦୀରେ ଅନ୍ୟ ରାଷ୍ଟ୍ରମାନଙ୍କରେ ବିଭିନ୍ନ ପ୍ରକାର ଉଦ୍ଭାବନ ହେଉଥିଲା ଏବଂ ଭାରତକୁ ଏହାର ସୁଫଳ ପାଇବା ଲାଗି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଆଜି ଆମ ଦେଶର ବୈଜ୍ଞାନିକମାନେ ଅନ୍ୟ ରାଷ୍ଟ୍ରର ବିଜ୍ଞାନୀମାନଙ୍କ ପରି ସମାନ ମାତ୍ରାରେ ଏବଂ ସମାନ ବେଗରେ କାର୍ଯ୍ୟ କରିପାରୁଛନ୍ତି । କୋଭିଡ଼ ୧୯ ଟିକା ଆବଶ୍ୟକତା ପୂରଣ ନିମନ୍ତେ ଦେଶକୁ ଆତ୍ମ ନିର୍ଭରଶୀଳ କରାଇପାରିଥିବାରୁ ସେ ଦେଶର ବୈଜ୍ଞାନିକ ସମାଜକୁ ଭୂୟସୀ ପ୍ରଶଂସା କରିଥିଲେ । କେବଳ ଟିକା ନୁହେଁ, ଟେଷ୍ଟିଂ କିଟ୍‍, ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଏବଂ ନୂତନ ତଥା ସକ୍ରିୟ ଔଷଧ ଯାହାକି କରୋନା ବିରୋଧରେ ଲଢ଼ିବା ସକାଶେ ଏକାନ୍ତ ଆବଶ୍ୟକ ତାହା ମଧ୍ୟ ସେମାନେ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ବିଜ୍ଞାନ ଓ ପ୍ରଯୁକ୍ତିକୁ ସମାନ ଗତିରେ ବିକଶିତ ରାଷ୍ଟ୍ରମାନେ ଆଣିପାରିଛନ୍ତି ଯାହାକି ସେମାନଙ୍କର ଶିଳ୍ପସଂସ୍ଥା ଏବଂ ବଜାର ପାଇଁ ବେଶ୍‍ ଉପକାରୀ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମ ଦେଶରେ, ସିଏସଆଇଆର ଏକ ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟରେ ବିଜ୍ଞାନ, ସମାଜ ଏବଂ ଶିଳ୍ପକୁ ଏକା କ୍ଷେତ୍ରରେ ସମନ୍ୱିତ କରି କାର୍ଯ୍ୟ କରୁଛି । ଆମର ଏହି ଅନୁଷ୍ଠାନ ଅନେକ ପ୍ରତିଭାଧର ଏବଂ ବୈଜ୍ଞାନିକଙ୍କୁ ଦେଶକୁ ଉପହାର ଦେଇଛି । ସେମାନଙ୍କ ମଧ୍ୟରୁ ଶାନ୍ତିସ୍ୱରୂପ ଭଟ୍ଟନାଗର ଅନ୍ୟତମ ଯିଏ ଏହି ଅନୁଷ୍ଠାନକୁ ହିଁ ନେତୃତ୍ୱ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସିଏସଆଇଆର ଗବେଷଣା ଏବଂ ପାଟେଣ୍ଟ ବାତାବରଣ ସୃଷ୍ଟିର ଏକ ଶକ୍ତିଶାଳୀ ପ୍ଲାଟଫର୍ମ । ସିଏସଆଇଆର ଦେଶ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ନିମନ୍ତେ ଏକା ସମୟରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଦେଶର ଲକ୍ଷ୍ୟ ଓ ଦେଶବାସୀଙ୍କ ସ୍ୱପ୍ନ ଓ ଏକବିଂଶ ଶତାବ୍ଦୀ ଭିତ୍ତିଭୂମି ଉପରେ ଆଧାରିତ । ତେଣୁ ଏହି ଅନୁଷ୍ଠାନର ଲକ୍ଷ୍ୟ ମଧ୍ୟ ସେହିଭଳି ଅନନ୍ୟ ହେବା ଆବଶ୍ୟକ । ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଛି । ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତ ହେବାକୁ ଚାହୁଁଛି । ତାହା ବାୟୋଟେକ୍ନୋଲୋଜି ଠାରୁ ଆରମ୍ଭ କରି ବ୍ୟାଟେରୀ ଟେକ୍ନୋଲୋଜି ପର୍ଯ୍ୟନ୍ତ, କୃଷି ଠାରୁ ନେଇ ନକ୍ଷତ୍ରବିଜ୍ଞାନ ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ପ୍ରତିରକ୍ଷା ପ୍ରଯୁକ୍ତି ପର୍ଯ୍ୟନ୍ତ , ପ୍ରତିଷେଧକ ଟିକା ଠାରୁ ନେଇ ଭଚୁଆଲ୍‍ ରିଅଲିଟି ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତ ସାରା ବିଶ୍ୱକୁ ପୋଷଣୀୟ ବିକରାଶ ଏବଂ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ପଥ ପ୍ରଦର୍ଶନ କରୁଛି । ଆଜି ସଫ୍ଟୱେର ଠାରୁ ନେଇ ସାଟେଲାଇଟ୍‍ ଯାଏ ଭାରତ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ନିଜର ପ୍ରଗତିକୁ ପ୍ରଖରିତ କରିଛି । ଏହିସବୁ କ୍ଷେତ୍ରରେ ଭାରତ ବିଶ୍ୱର ବିକାଶ ପାଇଁ ଏକ ପ୍ରମୁଖ ଇଞ୍ଜିନରେ ପରିଣତ ହୋଇଛି । ତେଣୁ, ସେ କହିଲେ ଯେ ଭାରତର ଲକ୍ଷ୍ୟ ଏହି ଦଶନ୍ଧି ଅନୁସାରେ  ତଥା ପରବର୍ତ୍ତୀ ଦଶନ୍ଧିର ଆବଶ୍ୟକତା ପୂରଣ ଅନୁସାରେ ହେବା ଉଚିତ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ନେଇ ବ୍ୟାପକ ମାତ୍ରାରେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ସେଥି ନିମନ୍ତେ ସେ ଦେଶର ସମସ୍ତ ବୈଜ୍ଞାନିକ ଓ ଅନୁଷ୍ଠାନମାନଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ସେମାନେ ସମସ୍ତ ପ୍ରକାର ସମସ୍ୟାର ବୈଜ୍ଞାନିକ ସମାଧାନ ସୂତ୍ର ବାହାର କରିବା ନିମନ୍ତେ ପ୍ରସ୍ତୁତ ହେବା ଜରୁରି । ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ବହନ କରିବା ଉଚିତ । ତାହା କାର୍ବନ କ୍ୟାପଚର ଠାରୁ ଶକ୍ତି ସଂରକ୍ଷଣ ପର୍ଯ୍ୟନ୍ତ ଏବଂ ଗ୍ରୀନ ହାଇଡ୍ରୋଜେନ୍‍ ପ୍ରଯୁକ୍ତି ପର୍ଯ୍ୟନ୍ତ ହେବା ଆବଶ୍ୟକ । ସିଏସଆଇଆରକୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ ସମାଜ ତଥା ଶିଳ୍ପକୁ ସାଥିରେ ଧରି ସେମାନେ ଆଗକୁ ଅଗ୍ରସର ହେବା ବାଞ୍ଛନୀୟ  । ତାଙ୍କ ପରାମର୍ଶ ମାନି ସିଏସଆଇଆର ଲୋକମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଆରମ୍ଭ କରିଥିବାରେ ସେ ଏହାକୁ ପ୍ରଶଂସା କରିଥିଲେ । ସେହିଭଳି ଏହି ଅନୁଷ୍ଠାନକୁ ପୁନଃପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ୨୦୧୬ ମସିହାରେ ଆରୋମା ମିଶନ ଆରମ୍ଭ କରାଯାଇଥିଲା ।  ଆଜି ଦେଶର ହଜାର ହଜାର କୃଷକ ଫୁଲଚାଷ କରି ସେମାନଙ୍କର ଭାଗ୍ୟରେ ଅପୂର୍ବ ପରିବର୍ତ୍ତନ ଘଟାଇଛନ୍ତି । ଦେଶରେ ଆସାଫୋଏଟିଡ଼ା ଚାଷ କରିଥିବାରୁ ସିଏସଆଇଆରକୁ ସାଧୁବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବରୁ ଏଥିପାଇଁ ଭାରତକୁ ବିଦେଶରୁ ଆମଦାନୀ ଉପରେ ହିଁ ନିର୍ଭରଶୀଳ ହେବାକୁ ପଡ଼ୁଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଏସଆଇଆରକୁ ଆହ୍ୱାନ ଜଣାଇଥିଲେ ଯେ ସେମାନେ ଏକ ଆଗକୁ ଅଗ୍ରସର ହେବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ରୋଡ଼ମ୍ୟାପ ପ୍ରସ୍ତୁତ କରନ୍ତୁ । ଏହି କୋଭିଡ଼ ୧୯ ସଂକଟ ହୁଏତ ବିକାଶର ମାତ୍ରାକୁ ଆକ୍ରାନ୍ତ କରିଛି କିନ୍ତୁ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାର ପ୍ରତିବଦ୍ଧତା ଭାରତର ଅତୁଟ ରହିଛି । ତେଣୁ ଦେଶରେ ଉପଲବ୍ଧ ସୁଯୋଗର ସର୍ବାଧିକ ସଦୁପଯୋଗ କରିବା ନିମନ୍ତେ ସେ ଆହ୍ୱାନ ଜଣାଇଥିଲେ । ସେ କହିଲେ ଯେ କୃଷି ଠାରୁ ନେଇ ଶିକ୍ଷା ପର୍ଯ୍ୟନ୍ତ ଆମର ଏମଏସଏମଇ ଓ ଷ୍ଟାର୍ଟ ଅପମାନଙ୍କ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ଭରି ରହିଛି । ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ  ଓ ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ୱାନ ଜଣାଇ କହିଥିଲେ ଯେ କୋଭିଡ଼ ସଂକଟ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଯେଉଁ ସାଫଲ୍ୟ ହାସଲ କରିଛନ୍ତି ତାହାକୁ ବାରମ୍ବାର ଦୋହରାଇବା ଆବଶ୍ୟକ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi