ବଙ୍ଗଳା ପାଇଁ ଟାଗୋର ନିଜକୁ ଗର୍ବିତ ମନେ କରୁଥିଲେ, ସେ ଭାରତର ବିବିଧତା ସକାଶେ ମଧ୍ୟ ଅନୁରୂପ ଭାବେ ଗର୍ବିତ ମନେ କରୁଥିଲେ: ପ୍ରଧାନମନ୍ତ୍ରୀ
ପ୍ରଥମେ ରାଷ୍ଟ୍ର ଭାବନା ହିଁ ସବୁ ସମସ୍ୟାର ସମାଧାନ ପନ୍ଥା: ପ୍ରଧାନମନ୍ତ୍ରୀ
ଇଙ୍ଗଳା ହିଁ ଏକ ଭାରତ- ଶ୍ରେଷ୍ଠ ଭାରତର ପ୍ରେରଣାର ଉତ୍ସ: ପ୍ରଧାନମନ୍ତ୍ରୀ
ରାଷ୍ଟ୍ରୀୟ ଶିକ୍ଷା ନୀତି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମୁଖ୍ୟ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ ଉପସ୍ଥିତ ଶିକ୍ଷକ ଓ ଛାତ୍ରସମାଜକୁ ସମ୍ବୋଧିତ କରି ସର୍ବପ୍ରଥମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଏକ କବିତା ଯେଉଁଥିରେ ସେ ବୀର ଶିବାଜୀ କିଭଳି ଭାବେ ତାଙ୍କୁ ପ୍ରଭାବିତ କରିଛନ୍ତି ଓ ଭାରତର ଐକ୍ୟ ପାଇଁ ତାହା କିଭଳି ପ୍ରେରଣାଦାୟୀ ସେଥିରୁ ପଙ୍‍କ୍ତି ଉଦ୍ଧାର କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ କହିଥିଲେ ଯେ ଛାତ୍ର ତଥା ଶିକ୍ଷକମାନେ କେବଳ ଏହି ବିଶ୍ୱବିଦ୍ୟାଳୟର ଅଂଶବିଶେଷ ନୁହନ୍ତି ସେମାନେ ମଧ୍ୟ ଏହାର ମହାନ ସ୍ପନ୍ଦିତ ପରମ୍ପରାର ରକ୍ଷକ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୁରୁଦେବ ଏହି ବିଶ୍ୱ ବିଦ୍ୟାଳୟର ନାମ କାହିଁକି ବିଶ୍ୱ ଭାରତୀ ବୋଲି ରଖିଥିଲେ ଯାହାର ଏକ ବୈଶ୍ୱିକ ଶିକ୍ଷାନୁଷ୍ଠାନର ମହତ୍ତ୍ୱ ବହନ କରେ । ସେ ଚାହିଁଥିଲେ ଯେ ଯେକେହି ବିଶ୍ୱ ଭାରତୀରେ ଅଧ୍ୟୟନ ପାଇଁ ଆସିବ ସେ ଏଠାରେ ଯେଭଳି ସମଗ୍ର ବିଶ୍ୱକୁ ଭାରତ ଏବଂ ଭାରତୀୟତା ପରିପ୍ରେକ୍ଷୀରେ ଦେଖିପାରିବ । ତେଣୁ ସେ ବିଶ୍ୱ ଭାରତୀକୁ ଏଭଳି ଏକ ଅଧ୍ୟୟନର ସ୍ଥଳୀରେ ପରିଣତ କରିଥିଲେ ଯାହାକି ଭାରତର ବିପୁଳ ଐତିହ୍ୟର ବୈଭବକୁ ଧାରଣ କରେ । ତେଣୁ ସେ ଭାରତୀୟ ଐତିହ୍ୟ ସଂପର୍କରେ ଜ୍ଞାନ ଠୂଳ କରିବା ଏବଂ ଏହା ଉପରେ ଗବେଷଣା କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହା ଦ୍ୱାରା ସମାଜର ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତିଙ୍କର ସବୁ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ ଭାବୁଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୁରୁଦେବ ଟାଗୋରଙ୍କ ବିଶ୍ୱ ଭାରତୀ କେବଳ ଜ୍ଞାନ ଆହରଣ କରିବାର ଏକ ଅନୁଷ୍ଠାନ ନଥିଲା ବରଂ ଭାରତୀୟ ସଂସ୍କୃତିର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବାର ଏହା ପ୍ରୟାସ ଥିଲା ଯାହାକି ଏଠାରେ ଅଧ୍ୟୟନ କରୁଥିବା ଯେକେହି ଅନୁଭବ କରିପାରିବେ ।

 

ପ୍ରଧାନମନ୍ତ୍ରୀ କହିଲେ ଯେ ଗୁରୁଦେବ ବିଶ୍ୱାସ କରୁଥିଲେ ଯେ ଆମେ ନିଜେ ବିବିଧ ଆଦର୍ଶ ଓ ବୈଷମ୍ୟ ଭିତରୁ ନିଜକୁ ଆବିଷ୍କାର କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେଯେ ଟାଗୋର ସଦାବେଳେ ବଙ୍ଗଳାକୁ ନେଇ ଗର୍ବ ଅନୁଭବ କରୁଥିଲେ ଏବଂ ଏକାସଙ୍ଗେ ସେ ଭାରତର ବିବିଧତାକୁ ନେଇ ମଧ୍ୟ ଗର୍ବ ବୋଧ କରୁଥିଲେ । ଏବଂ ଏହା ସମ୍ଭବପର ହୋଇପାରିଥିଲା ଗୁରୁଦେବଙ୍କ ମାନବତାବାଦର ପରିକଳ୍ପନା ଯୋଗୁ ଯାହାକି ଶାନ୍ତିନିକେତନର ମୁକ୍ତାକାଶ ତଳେ ସମ୍ଭବପର ହୋଇପାରିଛି । ସେ କହିଲେ ଯେ ବିଶ୍ୱ ଭାରତୀ ନିଜସ୍ୱ ଢ଼ଙ୍ଗରେ ଜ୍ଞାନର ଏକ ମହାସାଗର, ଯାହାର ଭିତ୍ତିଭୂମି ଅଭିଜ୍ଞତାଭିତ୍ତିକ ଶିକ୍ଷା ଉପରେ ଆଧାରିତ । ସେ କହିଲେ ଯେ ସୃଜନଶୀଳତା ଓ ଜ୍ଞାନର କୌଣସି ସୀମା ନାହିଁ । ଏହି ଚିନ୍ତାଧାରାକୁ ପାଥେୟ କରି ଗୁରୁଦେବ ଏହି ମହାନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ସଭିଏଁ ସଦାବେଳେ ଏକଥା ସ୍ମରଣ ରଖିବା ଉଚିତ ଯେ ଜ୍ଞାନ, ଚିନ୍ତନ ଓ କଳାକୌଶଳ କେବେ ସ୍ଥିର ନୁହେଁ ଏହା ସଦାବେଳେ ଚଳଚଞ୍ଚଳ ଓ ପ୍ରବହମାନ ପ୍ରକ୍ରିୟା । ସେ କହିଲେ ଯେ ଜ୍ଞାନ ଓ କ୍ଷମତାରୁ ଦାୟିତ୍ୱବୋଧ ଜନ୍ମ ନେଇଥାଏ । ଯେମିତି ଜଣେ ଯେତେବେଳେ କ୍ଷମତାର ଅଧିକାରୀ ହୁଏ ସେତେବେଳେ ସେ ଅନେକ କଥାରୁ ନିବୃତ୍ତ ରହେ ଓ ସଂବେଦନଶୀଳ ହେବାକୁ ପଡ଼ିଥାଏ । ପ୍ରତ୍ୟେକ ଗବେଷକର ମଧ୍ୟ ଏହା ଦାୟିତ୍ୱ ଯେ ସେ ଯେଉଁ ଜ୍ଞାନ ଆହରଣ କରିଛି ତାହା କିଭଳି ଭାବେ ସମାଜ କଲ୍ୟଣ ନିମନ୍ତେ ଉପଯୋଗ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ତୁମମାନଙ୍କ ଜ୍ଞାନ କେବଳ ତୁମର ନୁହେଁ ସମାଜର ମଧ୍ୟ ଏଥିରେ ଅଧିକାର ଅଛି ଏବଂ ସର୍ବୋପରି ଏହା ରାଷ୍ଟ୍ରର ଐତିହ୍ୟ ସଂପଦ । ତୁମମାନଙ୍କ ଜ୍ଞାନ ଓ କୌଶଳ ରାଷ୍ଟ୍ରକୁ ଗର୍ବିତ କରିପାରିବ ଅବା ସମାଜକୁ ଅପବାଦ ଓ ବିନାଶର ଅନ୍ଧକାର ଭିତରକୁ ଠେଲି ଦେଇପାରିବ । ସେ କହିଲେ ଯେ ଅନେକ ଲୋକ ଯେଉଁମାନେ ସାରା ବିଶ୍ୱରେ ଆତଙ୍କ ଓ ହିଂସାକାଣ୍ଡର ପ୍ରସାର କରୁଛନ୍ତି ସେମାନେ ମଧ୍ୟ ଶିକ୍ଷିତ, ଅତି ମାତ୍ରାରେ କୁଶଳୀ । ଅନ୍ୟ ପକ୍ଷରେ ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଏବଂ ହସପିଟାଲ ଏବଂ ପରୀକ୍ଷାଗାରରେ ଅହୋରାତ୍ର ଅବସ୍ଥାନ କରି କୋଭିଡ଼ ଭଳି ମହାମାରୀ କାଳରେ ଲୋକମାନଙ୍କ ଜୀବନ ରକ୍ଷା କରୁଛନ୍ତି । ସେ କହିଲେ ଯେ ଏହା ଆଦର୍ଶର କଥା ନୁହେଁ ବରଂ ମାନସିକତାର କଥା, ଦେଖିବା କଥା ତାହା ସକାରାତ୍ମକ ନା ନକାରାତ୍ମକ । ଉଭୟ ପାଇଁ ସଦାବେଳେ ଅବସର ରହିଛି ଏବଂ ଉଭୟ ପାଇଁ ପଥ ଉନ୍ମୁକ୍ତ ମଧ୍ୟ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ ସିଦ୍ଧାନ୍ତ ଗ୍ରହଣ କରନ୍ତୁ ସେମାନେ ସମସ୍ୟାର ଅଂଶ ବନିବାକୁ ଚାହୁଁଛନ୍ତି ନା ସମାଧାନର । ସେ କହିଲେ ଯେ ଯଦି ସେମାନେ ପ୍ରଥମେ ରାଷ୍ଟ୍ର ହିତର ଭାବନାକୁ ଅଗ୍ରାଧିକାର ଦିଅନ୍ତି ତେବେ ସେମାନଙ୍କର ପ୍ରତିଟି ପଦକ୍ଷେପ ସମାଧାନ ଦିଗକୁ ମୁହାଁଇବ । ସେମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ସିଦ୍ଧାନ୍ତ ଗ୍ରହଣ ବେଳେ ସେମାନେ ମନରେ କୌଣସି ପ୍ରକାର ଭୟ ଭାବ ରଖିବା ଉଚିତ ନୁହେଁ । ସେ କହିଲେ ରାଷ୍ଟ୍ରର ଯୁବଶକ୍ତିଙ୍କ ମନରେ ଯେତେବେଳ ପର୍ଯ୍ୟନ୍ତ ଅଭିନବତ୍ୱ ପ୍ରତି ଆଗ୍ରହ ଥିବ, ରିସ୍କ ନେବାର ମାନସିକତା ଥିବା ଏବଂ ଆଗକୁ ଆଗେଇବାର ସ୍ୱପ୍ନ ଥିବ, ସେମାନେ ଦେଶର ଭବିଷ୍ୟତ ନିମନ୍ତେ କେବେହେଲେ ବ୍ୟସ୍ତ ବିବ୍ରତ ହେବେନାହିଁ । ସେ ନିର୍ଭୟ ବାଣୀ ଶୁଣାଇ କହିଥିଲେ ଯେ ସରକାର ଏହି ପ୍ରୟାସରେ ଯୁବଶକ୍ତିଙ୍କୁ ସଦାବେଳେ ସମର୍ଥନ ଜଣାଇବେ ।

ଭାରତର ପାରମ୍ପରିକ ଶିକ୍ଷା ବ୍ୟବସ୍ଥାର ସାମର୍ଥ୍ୟର ଅବତାରଣା କରି ପ୍ରଧାନମନ୍ତ୍ରୀ ପ୍ରଖ୍ୟାତ ଗାନ୍ଧୀବାଦୀ ଶ୍ରୀ ଧର୍ମପାଳଙ୍କ ପୁସ୍ତକ “ ଦି ବିଉଟିଫୁଲ ଟ୍ରି- ଇଣ୍ଡିଜେନଓ ଇଣ୍ଡିଆନ୍‍ ଇଜୁକେସନ ଇନ ଦି ଏଇଟିନଥ୍‍ ସେଞ୍ଚୁରୀ”ର ଅବତାରଣା କରିଥିଲେ । ସେ କହିଥିଲେ ଯେ ୧୮୨୦ ମସିହାରେ ଅଷ୍ଟାଦଶ ଶତାବ୍ଦୀରେ ଭାରତୀୟ ଶିକ୍ଷା ସଂପର୍କରେ କରାଯାଇଥିବା ନିଜସ୍ୱ ସର୍ଭେରୁ ସୂଚନା ମିଳେ ଯେ ସେତେବେଳେ ଦେଶର ପ୍ରତ୍ୟେକ ଗ୍ରାମରେ ଏକାଧିକ ଗୁରୁକୁଳ ଥିଲା ଯାହାକି ସ୍ଥାନୀୟ ମନ୍ଦିର ସହିତ ସଂପର୍କରେ ରହିଥିଲା । ଏବଂ ସେତେବେଳେ ସାକ୍ଷର ହାର ମଧ୍ୟ ବେଶ୍‍ ଅଧିକ ରହିଥିଲା । ଏହି ତଥ୍ୟକୁ ବ୍ରିଟେନର ବିଦ୍ୱାନମାନେ ମଧ୍ୟ ସ୍ୱୀକାର କରିଛନ୍ତି । ଶ୍ରୀ ମୋଦୀ କହିଲେ ଯେ ଗୁରୁଦେବ ରବୀନ୍ଦ୍ରନାଥ ବିଶ୍ୱ ଭାରତୀରେ ଯେଉଁ ଶିକ୍ଷା ବ୍ୟବସ୍ଥାର ବିକାଶ ଘଟାଇଥିଲେ ତାହା ଭାରତୀୟ ଶିକ୍ଷାର ଆଧୁନିକୀକରଣ ନିମନ୍ତେ ଉଦ୍ଦିଷ୍ଟ ଏବଂ ତାହା ଯେଭଳି ସମାଜକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରିପାରିବ ସେଥିପାଇଁ ଉଦ୍ଦିଷ୍ଟ ଥିଲା । ଅନୁରୂପ ଭାବେ ନୂତନ ରାଷ୍ଟ୍ରୀକ୍ଷ ଶିକ୍ଷା ନୀତି ମଧ୍ୟ ପୁରୁଣ ନିୟନ୍ତ୍ରଣର ସକଳ ଶୃଙ୍ଖଳକୁ ତୁଟାଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ଦିଗରେ ସହାୟକ ହେବ । ଏଥିରେ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଷୟ ଚୟନ ଏବଂ ଶିକ୍ଷାର ମାଧ୍ୟମ ଚୟନକୁ ସରଳ କରାଯାଇଛି । ଏହି ନୀତି ଔଦ୍ଦ୍ୟୋଗିତା ଓ ଆତ୍ମ ନିଯୁକ୍ତି, ଗବେଷଣା ଓ ଅଭିନବତ୍ୱକୁ ପ୍ରୋତ୍ସାହିତ କରେ । ‘ଏହି ଶିକ୍ଷା ନୀତି ଆତ୍ମ ନିର୍ଭରକୁ ସାକାର କରିବା ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ’ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଗବେଷକମାନଙ୍କୁ ଏବେ ସରକାରଙ୍କ ଦ୍ୱାରା ଲକ୍ଷ ଲକ୍ଷ ପତ୍ରପତ୍ରିକା ଦେଖିବା ସକାଶେ ମାଗଣା ସୁବିଧା ଯୋଗାଇ ଦିଆଯାଇଛି । ଚଳିତ ବର୍ଷର ବଜେଟରେ ଜାତୀୟ ଗବେଷଣା ନ୍ୟାସ ମାଧ୍ୟମରେ ଗବେଷଣା ପାଇଁ ଆଗାମୀ ୫ ବର୍ଷ ନିମନ୍ତେ ୫୦ ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଏହି ଶିକ୍ଷା ନୀତି ଲିଙ୍ଗଗତ ସମାବେଶୀ ପାଣ୍ଠି ପାଇଁ ମଧ୍ୟ ବ୍ୟବସ୍ଥା କରିଛି ଯାହାକି ମହିଳାମାନଙ୍କ ମନରେ ନୂତନ ପ୍ରକାର ଆତ୍ମବିଶ୍ୱାସ ସୃଷ୍ଟି କରିବ । ବାଳିକାମାନେ ଶିକ୍ଷାଲାଭ କ୍ଷେତ୍ରରେ ମଝିରୁ ଯେତେ ଅଧିକ ମାତ୍ରାରେ ପଢ଼ା ଛାଡ଼ୁଥିଲେ ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ସେଥିପାଇଁ ପ୍ରବେଶ- ପ୍ରସ୍ଥାନ ଭଳି ସୁଯୋଗର ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ କ୍ରେଡିଟ୍‍ ଆଧାରିକ ଡିଗ୍ରୀ କୋର୍ସ ବ୍ୟବସ୍ଥା ହୋଇଛି।

ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ବଙ୍ଗଳାର ପ୍ରେରଣା ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଶ୍ୱ ଭାରତୀ ଏକବିଂଶ ଶତାବ୍ଦୀର ଜ୍ଞାନଆଧାରିତ ଅର୍ଥନୀତିରେ ଏକ ବିରାଟ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏହି ଶିକ୍ଷାନୁଷ୍ଠାନ ଭାରତୀୟ ଜ୍ଞାନ ଓ ପରିଚୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବ । ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ହୋଇଥିବାରୁ ସେମାନେ ଆଗାମୀ ୨୫ ବର୍ଷ ସକାଶେ ଏକ ଆଭିମୁଖ୍ୟ ଖସଡ଼ା ପ୍ରସ୍ତୁତ କରନ୍ତୁ ଯେଉଁଥିରେ ୨୫ଟି ମହାନ ଲକ୍ଷ୍ୟ ଥିବ ଏବଂ ବିଶ୍ୱ ଭାରତୀ ୨୦୪୭ ମସିହା ସୁଦ୍ଧା ତାହା ହାସଲ କରିପାରିବ । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଭାରତ ସଂପର୍କରେ ସଚେତନତାର ପ୍ରସାର ପ୍ରଚାର କରିବା ଉଚିତ । ଭାରତର ଏହି ବାର୍ତ୍ତା ପ୍ରସାରରେ ବିଶ୍ୱ ଭାରତୀ ନେତୃତ୍ୱ ଗ୍ରହଣ କରିବା ଉଚିତ ଏବଂ ତାହା ବିଶ୍ୱରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିପାରିବ । ନିଜର ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଆତ୍ମନିର୍ଭର କରିବା ନିମନ୍ତେ ଉପାୟ ପାଞ୍ଚିବା ଏବଂ ସେମାନଙ୍କର ଉତ୍ପାଦକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରୟାସ କରିବା ଲାଗି ଆହ୍ୱାନ ଜଣାଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Follower to leader: India's AI application shifts reshape tech landscape

Media Coverage

Follower to leader: India's AI application shifts reshape tech landscape
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Péter Magyar on election victory in Hungary
April 13, 2026

Prime Minister Shri Narendra Modi today extended his heartiest congratulations to Mr. Péter Magyar and the Tisza Party on their resounding election victory.

The Prime Minister remarked that India and Hungary are bound by a deep-rooted friendship, shared values, and enduring mutual respect. Shri Modi stated that he looks forward to working closely with Mr. Magyar to further strengthen bilateral cooperation between the two nations and advancing the vital India-EU Strategic Partnership for the shared prosperity and well-being of the people of both regions.

The Prime Minister wrote on X:

"Heartiest congratulations to Mr. Péter Magyar and the Tisza Party on your resounding election victory. India and Hungary are bound by deep-rooted friendship, shared values and enduring mutual respect. I look forward to working closely with you to further strengthen our bilateral cooperation and to advance the vital India-EU Strategic Partnership for the shared prosperity and well-being of our peoples.

@magyarpeterMP "